Dhanteras Festival - The Sakala
ଆଜି ପବିତ୍ର ଧନ୍‌ତେରାସ୍‌: ୨୫ ଟନ୍ ସୁନା, ୧୦୦୦ ଟନ୍ ରୁପା ବିକ୍ରି ଆଶା
ନୂଆଦିଲ୍ଲୀ: ଆଜି ପବିତ୍ର ଧନତେରାସ । ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ଧନତେରାସରେ ସୁନା, ରୁପା, ବାସନ, ଝାଡୁ କିଣିଲେ ଘରକୁ ଲକ୍ଷ୍ମୀ ଆସିବେ ବୋଲି ବିଶ୍ୱାସ ରହିଛି । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି ।
ଦେଶବ୍ୟାପୀ ବଜାରରେ ଦୀପାବଳି ପ୍ରବଳ ଉତ୍ସାହର ସହିତ ପାଳନ କରାଯାଉଛି। ଏଥିପାଇଁ ଗ୍ରାହକମାନେ ବଜାରରେ ଭିଡ଼ ଜମାଇଛନ୍ତି। ଆଜି ସାରା ଦେଶରେ ପାଳନ ହେଉଛି ଧନ୍‌ତେରାସ୍‌। ଧନତେରାସ୍‌କୁ ଲୋକେ ଶୁଭ ବିବେଚନା କରି ସୁନା, ରୂପା, ବାସନକୁସନ ଏବଂ ଘରକରଣା ସାମଗ୍ରୀ କିଣିଥାନ୍ତି। ତେଣୁ କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍‌) ଏବଂ ଏହାର ଅଳଙ୍କାର ଶାଖା, ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡସ୍ମିଥ୍ସ ଫେଡେରେସନ (ଏଆଇଜେଜିଏଫ୍‌) ଚଳିତଥର ଧନତେରସରେ ୫୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଏବଂ ରୂପା କାରବାର ଆକଳନ କରିଛି। ଏଭଳି ସମୟରେ ଶୁକ୍ରବାର ସୁନା ୧୦ ଗ୍ରାମ ପିଛା ୧.୩୨ ଲକ୍ଷ ଟଙ୍କା ଟପି ପୁଣିଥରେ ସର୍ବକାଳୀନ ରେକର୍ଡ ସ୍ତର ଅତିକ୍ରମ କରିଛି।
ଦୀପାବଳି ଓ ଧନ୍‌ତେରାସ ପୂର୍ବରୁ ଦେଶବ୍ୟାପୀ ସୁନା ବଜାରକୁ ନେଇ କ୍ୟାଟ୍‌ ଏବଂ ଏଆଇଜେଜିଏଫ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଚଳିତବର୍ଷ ସୁନା ଏବଂ ରୁପା ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କ୍ୟାଟ୍‌ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଚାନ୍ଦନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏବଂ ଏଆଇଜେଜିଏଫ୍‌ର ଜାତୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି ଯେ ସୁନା ଏବଂ ରୂପାର ରେକର୍ଡ ଉଚ୍ଚ ମୂଲ୍ୟ ଯୋଗୁଁ ମଧ୍ୟମ ଏବଂ ଉଚ୍ଚବର୍ଗର ଗ୍ରାହକମାନେ ନିବେଶ ଲକ୍ଷ୍ୟରେ ସ୍ବର୍ଣ୍ଣ ମୁଦ୍ରାକୁ  ଅଧିକ ପ୍ରାଥମିକତା ଦେଉଛନ୍ତି। ବିବାହ ଋତୁରେ କ୍ରେତାମାନେ ମଧ୍ୟ ଭାରୀ ଅଳଙ୍କାର ଅପେକ୍ଷା ହାଲୁକା ଅଳଙ୍କାରକୁ ଗୁରୁତ୍ବ ଦେଉଛନ୍ତି।
ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଦୀପାବଳି ସମୟରେ ସୁନା ମୂଲ୍ୟ ପ୍ରାୟ ୧୦ ଗ୍ରାମ ପିଛା ୮୦,୦୦୦ ଟଙ୍କା ରହିଥିଲା, ଯାହା ଚଳିତ ବର୍ଷ ୧,୩୦,୦୦୦ ଟଙ୍କା ଉପରେ ପହଞ୍ଚିଛି, ଯାହା ଏହି ଧତୁର ମୂଲ୍ୟରେ ୬୦% ବୃଦ୍ଧିକୁ ଦର୍ଶାଉଛି।କରୁଛି। ସେହିପରି, ୨୦୨୪ ରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୯୮,୦୦୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ଏହା କିଲୋ ପିଛା ୨.୦୬ ଲକ୍ଷ ଟଙ୍କା  ଅତିକ୍ରମ କରିଛି, ଯାହା ଏହି ଧାତୁ ମୂଲ୍ୟରେ ପ୍ରାୟ ୭୦% ବୃଦ୍ଧିକୁ ଦର୍ଶାଉଛି। ଖଣ୍ଡେଲୱାଲଙ୍କ ମତରେ, ଧନତେରାସରୁ ଦୀପାବଳି ପର୍ଯ୍ୟନ୍ତ ପର୍ବ ଋତୁରେ ସୁନା ଏବଂ ମୁଦ୍ରାର ଚାହିଦା ସବୁଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଆରୋରାଙ୍କ ମତରେ ସାରା ଦେଶରେ ପ୍ରାୟ ୫ ଲକ୍ଷ ଛୋଟ ଏବଂ ବଡ଼ ଅଳଙ୍କାର ବ୍ୟବସାୟୀ କାର୍ଯ୍ୟ କରୁଛନ୍ତି। ଯଦି ପ୍ରତ୍ୟେକ ଅଳଙ୍କାର ବ୍ୟବସାୟୀ ହାରାହାରି ୫୦ ଗ୍ରାମ ସୁନା ବିକ୍ରି କରନ୍ତି, ତେବେ ମୋଟ ପ୍ରାୟ ୨୫ ଟନ୍ ସୁନା ବିକ୍ରି ହେବ, ଯାହା ବର୍ତ୍ତମାନର ମୂଲ୍ୟରେ ୩୨,୫୦୦ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି। ସେହିପରି, ଯଦି ପ୍ରତ୍ୟେକ ଅଳଙ୍କାର ବ୍ୟବସାୟୀ ହାରାହାରି ୨ କିଲୋଗ୍ରାମ ରୂପା ବିକ୍ରି କରନ୍ତି, ତେବେ ପ୍ରାୟ ୧୦୦୦ ଟନ୍ ରୂପା ବିକ୍ରି ହେବ, ଯାହା ବର୍ତ୍ତମାନର ମୂଲ୍ୟରେ ପ୍ରାୟ ୧୮,୦୦୦ କୋଟି ଟଙ୍କା ମୂଲ୍ୟର ହେବ ବୋଲି ଆକଳନ କରାଯାଇଛି। ତେଣୁ, ଦେଶବ୍ୟାପୀ ସୁନା ବଜାରରେ ମୋଟ ବ୍ୟବସାୟ ୫୦,୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଖଣ୍ଡେଲୱାଲ ଏବଂ ଆରୋରା ବ୍ୟାଖ୍ୟା କରିଛନ୍ତି ଯେ, ପରିବର୍ତ୍ତିତ ବଜାର ଧାରା ଦେଖି, ଅଳଙ୍କାର ବ୍ୟବସାୟୀମାନେ ଏବେ ପରିବର୍ତ୍ତିତ ଗ୍ରାହକ ଚାହିଦା ସହିତ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଫ୍ୟାନ୍ସି ଅଳଙ୍କାର ଏବଂ ରୂପା ମୁଦ୍ରା ଭଳି ନୂତନ ବିକଳ୍ପ ଉପରେ ଧ୍ୟାନ ଦେଉଛନ୍ତି। ଗ୍ରାହକମାନେ ସୁନା ଏବଂ ରୁପା ଅଳଙ୍କାର ଅପେକ୍ଷା କଏନ୍‌ ବେଶୀ ପସନ୍ଦ କରିପାରନ୍ତି।
ଦୀପାବଳି ମୁଖ୍ୟତଃ ପାଞ୍ଚଦିନର ଉତ୍ସବ। ଏଥିରୁ ପ୍ରଥମ ଦିନଟି ହେଉଛି ଧନତ୍ରୟୋଦଶୀ। ଏହା ‘ଧନତେରସ୍‌’ ନାମରେ ପ୍ରସିଦ୍ଧ। ଏହା ଦୀପାବଳିର ଦୁଇଦିନ ପୂର୍ବରୁ ପଡ଼େ। ଏହିଦିନ ସୁନା,ରୁପା କିଣାକିଣିକୁ ଶୁଭ ବୋଲି ବିବେଚନା କରାଯାଏ। ଏହିଦିନ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ।
ପୌରାଣିକ କଥା ଅନୁସାରେ, ଧନତରସ୍‌ର ଅନେକ ମହତ୍ତ୍ବ ରହିଛି। ସମୁଦ୍ର ମନ୍ଥନ ଶେଷରେ ଦେବବୈଦ୍ୟ ଧନ୍ବନ୍ତରୀ ଅମୃତ କଳସରେ ପ୍ରକଟ ହୋଇଥିଲେ। ସେ ହିଁ ଦୁନିଆକୁ ଆୟୁର୍ବେଦ ବିଦ୍ୟାର ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଏହି ପର୍ବ ଦୀପାବଳିର ଦୁଇ ଦିନ ପୂର୍ବରୁ ଆସିଥାଏ। ଏହିଦିନ ଧନର ଦେବତା କୁବେରଙ୍କ ପୂଜାର ମହତ୍ତ୍ବ ରଖେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, ଏହିଦିନ ଯମରାଜାଙ୍କଠାରୁ ରାଜା ହିମଙ୍କ ପୁତ୍ରଙ୍କୁ ତାଙ୍କ ପତ୍ନୀ ରକ୍ଷା କରିଥିଲେ। ସେହିପରି ସନ୍ଧ୍ୟାରେ ଧନ୍ବନ୍ତରୀଙ୍କୁ ଦୀପଦାନ କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ଯମରାଜ ଖୁସି ହୁଅନ୍ତି ଏବଂ ଅକାଳ ମୃତ୍ୟୁରୁ ରକ୍ଷା ମିଳେ। ଏହି ଅବସରରେ ଅନେକ ଲୋକ ରଙ୍ଗୋଲି ଆଙ୍କି ଘରକୁ ଆଲୋକମାଳାରେ ସଜାଇଥାନ୍ତି।
ଏହିଦିନ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ମୂର୍ତ୍ତି କିଣିବା ଦ୍ବାରା ଘର ଧନଧାନ୍ୟରେ ଭରପୂର ହୋଇଥାଏ। ଏହା ସହିତ ଦକ୍ଷିଣାବର୍ତ୍ତୀ ଶଙ୍ଖ, ରୁଦ୍ରାକ୍ଷ, ଧାର୍ମିକ ପୁସ୍ତକ ଓ ପଦ୍ମମାଳା କିଣିବା ଶୁଭ। ସେହିପରି ଏହିଦିନ ବାସନ କିଣିବା ମଧ୍ୟ ଶୁଭ। ବାସନକୁ ଘରକୁ ଖାଲି କରି ଆଣିବା ଅନୁଚିତ। ଏଥିରେ କିଛି ଶସ୍ୟ, ନଚେତ୍‌ କ୍ଷୀର ଭରି ଆଣିବା ଦ୍ବାରା ଘର ସବୁବେଳେ ଧନଧାନ୍ୟରେ ଭରି ରହିଥାଏ ବୋଲି ବିଶ୍ବାସ କରାଯାଏ। ଅନ୍ୟପକ୍ଷରେ ଷ୍ଟିଲ୍‌, ଆଲୁମିନିୟମ, ପ୍ଲାଷ୍ଟିକ୍‌, କାଚ ବାସନ କିଣିବା ଅଶୁଭ ହୋଇଥାଏ।
କିଣାକିଣିର ପରମ୍ପରା
ପ୍ରାଚୀନକାଳରୁ ହିଁ ଧନତେରସ୍‌ରେ କିଛି ନା କିଛି କିଣିବାର ପରମ୍ପରା ରହିଛି। ଏହିଦିନ କିଣାଯାଉଥିବା ଜିନିଷ ନଷ୍ଟ ହେଉ ନ ଥିବା ବିଶ୍ବାସ ଅଛି। ଅନେକ ଲୋକ ଏହି ଦିନରେ ସୁନା, ରୁପା ଆଦି କିଣିଥାନ୍ତି। କିଛି ଲୋକ ଝାଡ଼ୁ ନିହାତି ଏହିଦିନ କିଣନ୍ତି। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ରୂପ ଭାବେ ବିବେଚନା କରାଯାଏ। ଏହା ସୁଖ ସହିତ ଖରାପ ଶକ୍ତି ନାଶ କରୁଥିବା ବିଶ୍ବାସ ଅଛି। ମା’ ଲକ୍ଷ୍ମୀ ସମୃଦ୍ଧି ପ୍ରଦାନ କରନ୍ତି।