Kanak Vardhan Singh Deo - The Sakala
ଭୁବନେଶ୍ୱର: ଆସିଲା ବାତ୍ୟାଜନିତ କୃଷି କ୍ଷୟକ୍ଷତିର ରିପୋର୍ଟ । କୃଷି ଭବନରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜକନିକା, ଆଳି, ମହlକlଳପଡ଼ା କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି । ବୈଠକରେ କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ,SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାଁହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ SRC ଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଗତକାଲି 90 % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ 10 % ରହିଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ ।KV Si