India-China Relation - The Sakala

ସୁଧୁରୁଛି ଭାରତ-ଚୀନ ସମ୍ଫର୍କ: ଏଲ୍‌ଏସିରୁ ଉଭୟ ଦେଶର ସେନା ପ୍ରତ୍ୟାହାର ଆରମ୍ଭ
ନୂଆଦିଲ୍ଲୀ: ପୂର୍ବ ଲାଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ସେନା ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ କେବଳ ଲଦାଖର ଦେପସାଙ୍ଗ୍‌ ଏବଂ ଦେମଚୋକ୍‌ ଭଳି ଦୁଇଟି ସୀମାବର୍ତ୍ତୀ ପଏଣ୍ଟରୁ ଉଭୟ ପକ୍ଷର ସେନା ପଛକୁ ହଟିବେ। ଚଳିତ ମାସ ୨୯ ତାରିଖ ସୁଦ୍ଧା ଏହି ଦୁଇଟି ପଏଣ୍ଟରୁ ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହେବ। ଉଭୟ ପକ୍ଷର ବୁଝାମଣା ଅନୁସାରେ ଏହି ଦୁଇଟି ପଏଣ୍ଟରେ ୨୦୨୦ ଗଲୱାନ ସଂଘର୍ଷ ପୂର୍ବସ୍ଥିତି ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ସେହି ଅନୁସାରେ ପାଟ୍ରୋଲିଂ ଆରମ୍ଭ କରାଯିବ। ଅକ୍ଟୋବର ୩୧ ସୁଦ୍ଧା ଦେପସାଙ୍ଗ ଏବଂ ଦେମଚୋକ୍‌ରେ ପାଟ୍ରୋଲିଂ ଆରମ୍ଭ ହେବ।

ତେବେ ପୂର୍ବରୁ ଯେଭଳି ନିୟମିତ ଭାବେ ଉଭୟ ସେନାର ଗ୍ରାଉଣ୍ଡ କମାଣ୍ଡର ବୈଠକ ହେଉଥିଲା ତାହା ଜାରି ରହିବ ବୋଲି କୁହାଯାଇଛି। ସବୁଠୁ ବଡ଼ କଥା ହେଲା ପାଟ୍ରୋଲିଂ ପାଇଁ କେତେ ସଂଖ୍ୟକ ଯବାନ ମୁତୟନ ରହିବେ ତାହା ଉଭୟ ପକ୍ଷ ପରସ୍ପରକୁ ସୂଚିତ କରିବେ। ସେହିପରି ୨୦୨୦ ପୂର୍ବ ସ୍ଥିତି ଅନୁସାରେ ଉଭୟ ପକ୍ଷର ସେନା ଯେଉଁସବୁ ପଏଣ୍ଟରେ କ୍ଷେତ୍ର ପରିଦର୍ଶନ କରିବାକୁ ଯାଉଥିଲେ, ବର୍ତ୍ତମାନ ମଧ୍ୟ ତାହା କରି ପାରିବେ । ଫଳରେ ପାଟ୍ରୋଲିଂରେ ନିୟୋଜିତ ଥିବା ସେନା ମଧ୍ୟରେ ଆଉ କୌଣସି ସ୍ତରରେ ମତଭେଦ ହେବ ନାହିଁ। ଏହାବ୍ୟତୀତ ଏହି ଦୁଇଟି ପଏଣ୍ଟରେ ସୀମାକୁ ଲାଗି ରହିଥିବା ଉଭୟ ପକ୍ଷର ଟେଣ୍ଟ କିମ୍ବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ହଟାଇ ଦିଆଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଗଳୱାନ୍‌ରେ ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ଘଟିବା ପରେ ଦେପସାଙ୍ଗ୍‌ ଏବଂ ଦେମଚୋକ୍‌ ଭଳି ଦୁଇଟି ପଏଣ୍ଟରେ ଉତ୍ତେଜନା ବଢିଥିଲା। ପରେ ପରେ ଉଭୟ ପକ୍ଷ ସେନା ସଂଖ୍ୟା ବଢାଇଥିଲା ବେଳେ ବିମାନ ଏବଂ ଟ୍ୟାଙ୍କ ମୁତୟନ ସହିତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବଢାଇଥିଲେ।

ଗତ ଅଗଷ୍ଟରେ ଭାରତୀୟ ସେନା ପ୍ରାୟ ୭୦ ହଜାର ଯବାନଙ୍କୁ ମୁତୟନ କରିବା ସହିତ ୯୦ ଟ୍ୟାଙ୍କ, ଶତାଧିକ ଯୁଦ୍ଧ ଯାନ ଏବଂ ସୁଖୋଇ, ଜାଗୁଆର ଆଦି ଲଢୁଆ ବିମାନ ମୁତୟନ କରିଥିଲା। ସେହିପରି ଚୀନ୍‌ ମଧ୍ୟ ପୂର୍ବ ଲାଦାଖର ନର୍ଦଣ୍ଣ ଫ୍ରଣ୍ଟରେ ନିଜର ସେନା ଠୁଳ କରିବା ସହିତ ଯୁଦ୍ଧ ଭିତ୍ତିଭୂମି ପାଇଁ ଆନିଷଙ୍ଗିକ କାର୍ଯ୍ୟ ବଢାଇଥିଲା। ତେବେ ଗତ ସପ୍ତାହରେ ଘୋଷଣା କରାଯାଇଥିବା ବୁଝାମଣା ଅନୁସାରେ ଏହି ଦୁଇଟି ପଏଣ୍ଟରେ ବିବାଦ ଆପାତତଃ ତୁଟିଛି। ୨୦୨୦ରେ ସୀମା ବିବାଦକୁ ନେଇ ଉତ୍ତେଜନା ବଢିଥିଲା ବେଳେ ଉଭୟ ପକ୍ଷ ମଧ୍ୟରେ ବହୁବାର ସେନାସ୍ତରୀୟ ଆଲୋଚନା ହୋଇଛି। ୨୦୨୦ରେ ୮ ଥର ଆଲୋଚନା ହୋଇଥିଲା ବେଳେ ୨୦୨୧ରେ ୫,୨୦୨୨ରେ, ୨୦୨୩ରେ ୩ ଏବଂ ଚଳିତ ବର୍ଷ ଫେବୃଆରୀରେ ଥରେ ଆଲୋଚନା ହୋଇଥିଲା। ପୂର୍ବ ଆଲୋଚନା ଅନୁସାରେ ୨୦୨୨ରେ ଦୌଲତ୍‌ ବେଗ ଓଲ୍ଡି,ଗଲୱାନ ପୋଙ୍ଗୟାଙ୍ଗ ଏବଂ ହଟ୍‌ ସ୍ପ୍ରିଙ୍ଗ ପଏଣ୍ଟରୁ ସେନା ହଟିଥିଲା। ଏବେ ଦେପସାଙ୍ଗ ଏବଂ ଦେମଚୋକ୍‌ରୁ ସେନା ହଟିବେ ବୋଲି କୁହାଯାଇଛି।