Admission fraud - The Sakala

‘ଉତ୍କଳ’ରେ ନାମଲେଖା ଜାଲିଆତି, ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗ କରି ସୋମବାର ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଛି ରାଜ୍ୟ ଛାତ୍ର କଂଗ୍ରେସ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରିବା ସହ ତଦନ୍ତ କରିବାକୁ ଦାବି କରିଛି। ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦେଇଛି। ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ସମୀୟ ବରାଳ, ରାଜେଶ ଦାସ, ପାର୍ଥସାରଥୀ ଜେନା, ଏମ୍‌‌.ଡି. ପରଭେଜ, ସ୍ପନ୍ଦନ ସ୍ୱାଇଁ, ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ସଚିବଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।