Dana - The Sakala
ବାତ୍ୟା ପାଇଁ OAS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ରଖିଲା ଓଡ଼ିଶା ଲୋକସେବା ଆୟୋଗ । ଆସନ୍ତା ୨୭ ତାରିଖରେ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୭ ଦିନ ପରେ ନୂଆ ତାରିଖ ଧାର୍ୟ୍ୟ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ  ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସକାଳେ ଅବପାତ ଏବଂ ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେଇ ଭୂ-ଭାଗ ଆଡ଼କୁ ମୁହାଁଇବ। ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ମଧ୍ୟ ରାତ୍ରରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶା ଉପକୂଳ ( ପାରାଦୀପ -ବାଲେଶ୍ବର) ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ  ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିବ ବୋଲି କୁହାଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ଆସନ୍ତା ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ସହ ୨୫ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଅକ୍ଟୋବର ମାସରେ ଏହି ବାତ୍ୟା ଓଡ଼ିଶା ଲୋକଙ୍କୁ ଭୟଭୀତ କରିଦେଇଛି। କାରଣ ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’।  ଚଳିତ ମାସରେ ସେହି ମହାବାତ୍ୟାକୁ ୨୫ ବର୍ଷ ପୂରିବ। ଆଉ ସେହି ସମୟରେ ପୁଣି ଏକ ବାତ୍ୟା କଥା ଶୁଣି ଲୋକ ଆତଙ୍କିତ ହୋଇଯାଇଛନ୍ତି।
ଆଉ ଏବେ ଯେଉଁ ବାତ୍ୟା ସୃଷ୍ଟି ହୋଇ ସ୍ଥଳଭାଗରେ ମାଡ ହେବାକୁ ଯାଉଛି ତାହାର ନାମ ରହିଛି ‘ଦାନା’। ୧୯୯୯ର ‘ମହାବାତ୍ୟା’ ହେଉ କିମ୍ବା ୨୦୧୯ର ‘ଫନି’ କି ‘ଫାଇଲିନ୍’ ତ କେବେ ‘ତିତଲି’ ଏପରି ଅନେକ ବାତ୍ୟା ପ୍ରତିବର୍ଷ କରାଳ ରୂପ ଧାରଣା କରି ଓଡିଶା ମୁହାଁ ହୁଅନ୍ତି। ତେବେ କେବେ ଭାବିଛନ୍ତି କି ବାତ୍ୟାର ଏପରି ଅଜବ ନାଁ କାହିଁକି ରୁହେ । ଧନ ଓ ଜୀବନର ସାଂଘାତିକ କ୍ଷତି କରୁଥିବା ଏକ ପ୍ରକାର ଭୟାବହ ପ୍ରାକୃତିକ ଦୁର୍ବିପାକର ନାମକରଣ କରିବା ମଧ୍ୟ ଆପଣମାନଙ୍କୁ ପିଲାଳିଆମି ମନେହୋଇ ପାରେ। କିନ୍ତୁ ଗୋଟିଏ ବାତ୍ୟା ଠାରୁ ଅନ୍ୟ ବାତ୍ୟାକୁ ପୃଥକ କରାଇବା ହେଉଛି ବାତ୍ୟାର ନାମକରଣ କରିବାର ବାସ୍ତବ ଉଦ୍ଦେଶ୍ୟ। ବହୁ ଶତାବ୍ଦୀ ତଳୁ ବାତ୍ୟାର ନାମକରଣ ହୋଇ ଆସୁଛି। ପୂର୍ବେ ରୋମାନ୍‌ କ୍ୟାଥୋଲିକ୍‌ ସନ୍ଥମାନଙ୍କର ନାମାନୁସାରେ ବାତ୍ୟାର ନାମକରଣ କରାଯାଉଥିଲା।
ଏହାପରେ  ଅଷ୍ଟ୍ରେଲିଆର କ୍ଵିନ୍‍ସ୍‍ଲ୍ୟାଣ୍ଡ୍ ସରକାରୀ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ଲେମୋଁ ରାଗ୍ଗ୍ ବାତ୍ୟା ନାମକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯିଏ ୧୮୮୭ରୁ ୧୯୦୭ ମଧ୍ୟରେ ଅନେକ ବାତ୍ୟା ଭ୍ରଷ୍ଟନେତାଙ୍କ ନାମରେ ନାମିତ କରିଥିଲେ । ୧୯୪୪ ମସିହାରେ ସୈପାନ୍‌ ପାଣିପାଗ ବିଭାଗସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ଏୟାର୍‌ ଫୋର୍ସେସ୍‌ର ପାଣିପାଗ ପୂର୍ବାନୁମାନକାରୀମାନେ ନିଜ ନିଜର ପତ୍ନୀ କିମ୍ବା ପ୍ରେମିକାମାନଙ୍କ ନାମାନୁସାରେ ବାତ୍ୟାର ନାମ କରଣ କରୁଥିଲେ। କିନ୍ତୁ ବାତ୍ୟାର ନାମକରଣକୁ ସେଠାକାର ସରକାର ଗ୍ରହଣ କଲେ ନାହିଁ।
୧୯୫୦ ମସିହା ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏକା ବେଳେକେ ତିନିଟି ବିଷୁବ ବୃତ୍ତୀୟ ବାତ୍ୟା ଆମେରିକାକୁ ଛାରଖାର କରିବାରୁ କେଉଁ ବାତ୍ୟା କି, କ’ଣ କ୍ଷୟକ୍ଷତି କଲା ସେ ସଂକ୍ରାନ୍ତରେ ଗଣମାଧ୍ୟମ ଓ ସର୍ବସାଧାରଣ ବାଉଳା ହୋଇଗଲେ। ଫଳରେ ସେବେ ଠାରୁ ହିଁ ବାତ୍ୟାକୁ ଚିହ୍ନିବା ପାଇଁ ସେମାନଙ୍କର ନାମ କରଣ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା। ୧୯୫୩ ମସିହାରେ ଆନୁଷ୍ଠାନିକ ଭାବେ ବାତ୍ୟାଗୁଡ଼ିକ ନାରୀମାନଙ୍କ ନାମ ଦିଆଯିବା ପ୍ରଥା ଗ୍ରହଣ କରାଗଲା। ପରେ ଏଥିପାଇଁ ପ୍ରତିବାଦ କରାଯିବାରୁ ସେଥିରେ ପୁରୁଷଙ୍କ ନାମ ବି ସାମିଲ କରାଗଲା।
ପୂର୍ବାନୁମାନ, ସତର୍କ ସୂଚନା ଏହି ସବୁକୁ ଆଧାର କରି ସାରା ବିଶ୍ୱରେ ୯ଟି ଅଂଚଳରେ ବାତ୍ୟାକୁ ସୀମିତ ରଖାଯାଇଛି । ସେଗୁଡିକ ହେଲା ନର୍ଥ ଆଟଲାଂଟିକ, ଇଷ୍ଟର୍ଣ୍ଣ ନର୍ଥ ପାସିଫିକ, ସେଂଟ୍ରାଲ ନର୍ଥ ପାସିଫିକ, ୱେଷ୍ଟର୍ଣ୍ଣ ନର୍ଥ ପାସିଫିକ, ନର୍ଥ ଇଣ୍ଡିଆନ ଓସେନ, ସାଉଥ ୱେଷ୍ଟ ଇଣ୍ଡିଆନ ଓସେନ, ଅଷ୍ଟ୍ରେଲିଆନ, ସଦର୍ଣ୍ଣ ପାସିଫିକ ଓ ସାଉଥ ଆଟଲାଂଟିକ । ନର୍ଥ ଇଣ୍ଡିଆନ ଓସେନ ବେସିନରେ ଆସୁଥିବା ବାତ୍ୟାର ନାମକରଣ ଭାରତୀୟ ପାଣିପାଗ ବିଭାଗ କରିଥାଏ । ଏଥିସହ ୮ଟି ଦେଶ, ବାଂଲାଦେଶ, ଭାରତ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ପ୍ରତ୍ୟେକ ୮ଟି ଲେଖାଏଁ ନାଁ ଦେଇ କରୁଥିଲେ। ହେଲେ ଏହା ପରେ ୨୦୧୮ରେ ଇରାନ, ୟମେନ, ସାଉଦିଆରବ, କତାର, ୟୁଏଇ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ସମସ୍ତ ବାତ୍ୟାର ନାମକରଣ ଏହି ୧୪ ଟି ଦେଶ ମିଶି କରୁଛନ୍ତି । ଗୋଟିଏ ବାତ୍ୟା ପାଇଁ ଗୋଟିଏ ଦେଶ ଦେଇଥିବା ନାଁ ବ୍ୟବହାର ହେଲା ପରେ ପରବର୍ତୀ ବାତ୍ୟା ପାଇଁ କ୍ରମାନ୍ୱୟରେ ପରବର୍ତୀ ଦେଶ ଗୁଡିକ ଦେଇଥିବା ନାଁ ଗୁଡିକ ଆସିଥାଏ ।
ତେବେ ବିଭିନ୍ନ ଝଡ ବା ବାତ୍ୟା ସତର୍କ କେନ୍ଦ୍ର ନିଜ ନିଜ ମଧ୍ୟରେ ଯୋଗାଯୋଗ ବେଳେ ଓ ସାଧାରଣ ଜନତାଙ୍କୁ ଆସନ୍ନ ବାତ୍ୟାର ସୂଚନା ଦେବା ପାଇଁ, କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାମାନଙ୍କର ନାମକରଣ କରାଯାଇଥାଏ । ନାମକରଣ ପ୍ରକ୍ରିୟାର ପ୍ରଚଳନ ବାତ୍ୟାଗୁଡିକ ପ୍ରଭାବିତ କରୁଥିବା ସ୍ଥାନ, ବିଭିନ୍ନ ବସ୍ତୁ, ଘଟୁଥିବା ଦିନ ଅନୁସାରେ ନାମ ରଖାଯାଏ । ପ୍ରକୃତରେ ଏହାକୁ ପାଣିପାଗ ବିଭାଗ ବାତ୍ୟା ଆଗମନରେ ସ୍ଥିର କରି ନଥାଏ । ଏଥିପାଇଁ ବହୁ ପୂର୍ବରୁ ନାଁ ସ୍ଥିର ହୋଇ ରହିଛି । ପ୍ରତି ଦେଶ ଆଗାମୀ ବାତ୍ୟା ପାଇଁ ୮ଟି ନାଁ ଚୟନ କରିଥିଲେ। ଏହି ତାଲିକାରେ ଉଲ୍ଲେଖ ନାମ ଗୁଡିକ ପ୍ରତ୍ୟେକ ଦେଶର ଆଲଫାବେଟିକାଲ୍‌ କ୍ରମାନ୍ବୟରେ ସଜ୍ଜିତ ହୋଇରହିଛି । ବାତ୍ୟା ବିଶେଷଜ୍ଞଙ୍କ ପ୍ୟାନେଲ୍‌ ପ୍ରତିବର୍ଷ ସାକ୍ଷାତ କରନ୍ତି । ଆବଶ୍ୟକ ପଡିଲେ ନାମ ସୂଚିରେ କିଛି ନାଁ ମଧ୍ୟ ଯୋଡାଯାଏ । ନାମିତ ବାତ୍ୟା ଟଳି ଯିବା ପରେ ସେହି ନାଁ ଲିଷ୍ଟରୁ ହଟାଇ ଦିଆଯାଇଥାଏ ।
‘ଦାନା’ ନାମକରଣ କରିଛି କତାର୍‌
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାଁ ରହିବ ‘ଦାନା’। ବାତ୍ୟାର ନାମକରଣ କରିଛି ଆରବ ଦେଶ କତାର। ଆରବିକ୍‌ ଭାଷାରେ ‘ଦାନା’ର ଅର୍ଥ ସୁନ୍ଦର ଏବଂ ମୂଲ୍ୟବାନ ମୋତି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌) ଦ୍ୱାରା ଏସିଆ ମହାଦେଶର ୧୪ଟି ଦେଶକୁ ନେଇ ବାତ୍ୟାର ନାମକରଣ କରାଯାଇଛି। ଏହି ଦେଶଗୁଡ଼ିକ ଦେଇଥିବା ନାମର ଏକ ତାଲିକା ରହିଛି; ଯାହାକୁ ଆଧାର କରି ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାଁ ଦିଆଯାଇଥାଏ। ଏହା ପୂର୍ବରୁ ଅଗଷ୍ଟ ମାସରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ‘ଆସନା’ ରହିଥିଲା। ପାକିସ୍ତାନ ଦ୍ୱାରା ଏହି ବାତ୍ୟାର ନାମକରଣ କରାଯାଇଥିଲା।