Krushna Chandra Patra - The Sakala
ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପ୍ରଶାସନିକ ଅବହେଳାର ଏକ ଚରମ ସୀମା ଦେଖିବାକୁ ମିଳିଛି। ଖୋଦ୍ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ଦୁଇ ମାସ ହେଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବ୍ରହ୍ମପୁର ଗ୍ରାମର ୯୦ ବର୍ଷୀୟା ବୃଦ୍ଧା କମା ବେହେରା ଏବେ ମଧ୍ୟ ମୁଠେ ଚାଉଳ ଓ ସରକାରୀ ଭତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କଲେ ଅଧିକାରୀ
ପାଖାପାଖି ଦୁଇ ମାସ ପୂର୍ବେ କୃଷ୍ଣପ୍ରସାଦ ବ୍ଲକର ଏକ ପଞ୍ଚାୟତରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଉପସ୍ଥିତ ଥିଲେ। ସେହି ସମୟରେ ବୃଦ୍ଧା କମା ବେହେରା ମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଦୁଃଖ ଜଣାଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଦେଖି ମନ୍ତ୍ରୀ ତୁରନ୍ତ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡମ୍ବନାର ବିଷୟ, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୃଦ୍ଧାଙ୍କ ପାଖରେ କୌଣସି ସହାୟତା ପହଞ୍ଚିନାହିଁ।
ଅସନ୍ତୋଷରେ ଅଞ୍ଚଳବାସୀ
ମନ୍ତ୍ରୀଙ୍କ ସ୍ପଷ୍ଟ ଆଦେଶ ସତ୍ତ୍ୱେ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କର ଏଭଳି ମନୋଭାବକୁ ନେଇ ବ୍ରହ୍ମପୁର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ କଥାକୁ ପ୍ରଶାସନିକ ଅଧିକାରୀମାନେ ଖାତିର କରୁନାହାନ୍ତି, ତେବେ ଜଣେ ସାଧାରଣ ନାଗରିକର ଗୁହାରି କିଏ ଶୁଣିବ? ବୟସର ସାୟାହ୍ନରେ ପହଞ୍ଚିଥିବା କମା ବେହେରା କେବେ ନ୍ୟାୟ ପାଇବେ ଏବଂ ପ୍ରଶାସନ କେବେ ନିଦରୁ ଉଠିବ, ତାହା ଏବେ ଦେଖିବାକୁ ବାକି ରହିଲା।
୮ ଲକ୍ଷ ୧୬ହଜାର ୫୬ ଜଣଙ୍କ ରାସନ୍ କାଟିଛନ୍ତି ରାଜ୍ୟ ସରକାର: ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର:  ୮ଲକ୍ଷ ୧୬ହଜାର ୫୬ ଜଣଙ୍କ ରାସନ୍ କାଟିଛନ୍ତି ରାଜ୍ୟ ସରକାର। ମୂଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ଦେଇ ଯୋଗାଣ ମନ୍ତ୍ରୀ କୃଷ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ସରକାର E-KYC ଜରିଆରେ ୮ଲକ୍ଷ ୧୬ହଜାର ୫୬ ଜଣଙ୍କ ରାସନ୍ କାଟିଛନ୍ତି ସରକାର। ଆଜି ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC କରାଯାଇଛି। ୧୫ଲକ୍ଷ ଲୋକ ରାସନ୍ ପାଇଁ ଏହାରି ଭିତରେ ଆବେଦନ କରିଛନ୍ତି । ୬ଲକ୍ଷ ଲୋକଙ୍କୁ ରାସନ୍ କାର୍ଡ ଦିଆ ଯାଇଛି। ଗରିବ ଲୋକଙ୍କର ରାସନ୍ କାର୍ଡ କଟୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି।  କେନ୍ଦ୍ର ସରକାର ଚିଠି କରିଛନ୍ତି ଗାଁରେ ୧୫ହଜାର ଓ ସହରରେ ୨୦ ହଜାର ମାସିକ ଦରମା ପାଉଥିଲେ ରାସନ୍ ନେଇ ସରକାର ବିଚାର କରିବେ ବୋଲି ସେ କହିଛନ୍ତି।
E-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର : ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ। E-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ । କେନ୍ଦ୍ର ସରକାର E-KYC ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ଏବେବି କେଓ୍ୱାଇସି କରି ନ ଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରି ଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ। ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ। ଯଦି କିଏ ବାଦ୍‌ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ।
ସୂଚନାଯୋଗ୍ୟ ଯେ,  ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉ ଥରେ କେଓ୍ୱାଇସି କରିବା ବାଧ୍ୟତାମୂଳକ ଥିଲା । ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନ ଥିଲା E-KYC।
ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି।
୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ ଚିକିତ୍ସା କଲେ। ସବୁ ପଇସା ସରିଗଲା, ହେଲେ ଦେହ ଭଲ ହେଲାନି। ଏପରିକି ବର୍ତ୍ତମାନ ପେଟ ରୋଗ ସହ ପକ୍ଷାଘାତରେ ପୀଡ଼ିତ ଇଲାଚି। ସେ ଓ ତାଙ୍କ ସ୍ୱାମୀ ଦୁର୍ଗା ଦୁହେଁ ଦିବ୍ୟାଙ୍ଗ। ରୋଜଗାର କହିଲେ ଏକମାତ୍ର ରାସନ୍‌ କାର୍ଡ ହିଁ ଭରସା ଥିଲା। ଯାହା ଏବେ ପରହାତରେ ବନ୍ଧା ପଡ଼ିଛି। ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଆଉ ଫେରିନି। ତାକୁ ଯୋଗାଯୋଗ କରିବାର କୌଣସି ପ୍ରକାର ସାଧନ ନାହିଁ। ଘରୁ ଗଲା ବେଳେ ତାମିଲନାଡୁ ଯାଉଛି, କିଛି ପଇସା ରୋଜଗାର କରି ଆଣିଲେ ଛୋଟିଆ ଦୋକାନ ଦେଇ ତୁମମାନଙ୍କ ସେବା କରିବି ବୋଲି କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ବି ଖୋଜଖବର ନାହିଁ। ଏପଟେ ବୁଢ଼ା ବାପା, ମା’ ପଡ଼ିଶା ଲୋକଙ୍କ ଦୟାରେ ଚଳୁଛନ୍ତି। କିଛି ଖାଇବାକୁ ଦେଲେ ଖାଇଛନ୍ତି, ନହେଲେ ଉପାସ। କେତେଦିନ ହେଲା ତାଙ୍କ ଚୁଲି ଜଳିନି, ସେ ନିଜେ ବି କହିପାରୁନାହାନ୍ତି। ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଲୁହଭରା କଣ୍ଠରେ ଉଭୟେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ଦମ୍ପତିଙ୍କୁ ତୁରନ୍ତ ଚିକିତ୍ସା କରାଇବାସହ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।
ସମ୍ଭାବ୍ୟ ବାତ୍ୟାକୁ ଦେଖି କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ
କଟକ: କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଦକ୍ଷିଣ କୋଲକାତା ସ୍ଥିତ ଆଲି ପୁର ପାଣିପାଗ ବିଭାଗ ପକ୍ଷରୁ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ। ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ।
ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି। ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳ ସୁନ୍ଦର୍ ବନ ସମୁଦ୍ର , ଗଙ୍ଗା ସାଗର ସହିତ ପୂର୍ବ ପଶ୍ଚିମ ମେଦିନୀପୁର ଦୁଇ ଜିଲ୍ଲା ସ୍ଥିତ ସମୁଦ୍ରରେ ମତ୍ସ୍ୟଜୀବି ମାନଙ୍କୁ ମନା କରା ଯାଇଛି ସମୁଦ୍ରରେ ମାଛ ଧରିବା ପାଇଁ।