Term Life - The Sakala

ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ବୈଠକରେ ସହମତି: ଟର୍ମ ଲାଇଫ, ସ୍ବାସ୍ଥ୍ୟବୀମାରୁ ହଟିବ ଟିକସ; ବୟସ୍କଙ୍କୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ନେଉଛନ୍ତି। ବିଭିନ୍ନ ମହଲରେ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଉଛି। ଖୋଦ୍‌ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ବୀମା ଉପରେ ଜିଏସ୍‌ଟିକୁ ବିରୋଧ କରିଥିଲେ। ସେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଚିଠି ଲେଖିଥିଲେ। ଏହା ମୃତ୍ୟୁ ଉପରେ ବୀମା ନେବା ସହ ସମାନ ବୋଲି କହିଥିଲେ। ଚାରିଆଡୁ ସମାଲୋଚନା ପରେ କେନ୍ଦ୍ର ସରକାର ଟର୍ମ ଲାଇଫ ଏବଂ ଜୀବନ ବୀମା ଉପରେ ଜିଏସ୍‌ଟିକୁ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରିଗୋଷ୍ଠୀ (ଜିଓଏମ)ବୈଠକରେ ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ ଜିଏସ୍‌ଟି ହଟାଇବା ପାଇଁ ସହମତି ପ୍ରକାଶ ପାଇଛି। ତେବେ ଜିଏସ୍‌ଟି ହ୍ରାସର ଲାଭ ସମସ୍ତଙ୍କୁ ପ୍ରଦାନ କରାଯିବ ନାହିଁ। କେବଳ ବରିଷ୍ଠ ନାଗରିକଙ୍କୁ ପ୍ରିମିୟମରେ ଆଶ୍ବସ୍ତି ଦେବାକୁ ମନ୍ତ୍ରୀଗୋଷ୍ଠୀ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କ ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ପ୍ରିମିୟମ ଉପରେ ଜିଏସ୍‌ଟି ହଟାଇବାକୁ ସହମତି ପ୍ରକାଶ ପାଇଛି। ମାତ୍ର ୫ ଲକ୍ଷ ଟଙ୍କାରୁ ଅଧିକ ବୀମାର ପ୍ରିମିୟମ ଉପରେ କୌଣସି ଆଶ୍ବସ୍ତି ପ୍ରଦାନ କରାଯିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ ଏହି ବୈଠକରେ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟିର ଅଧିକାଂଶ ସଦସ୍ୟ ସାଧାରଣ ଜନତାଙ୍କୁ ଲାଭ ଦେବା ଲାଗି ଟିକସ ହ୍ରାସକୁ ସମର୍ଥନ କରିଥିଲେ। ମାତ୍ର ବରିଷ୍ଠ ନାଗରିକଙ୍କୁ ସମସ୍ତେ ପ୍ରାଧାନ୍ୟ ଦେଇଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ରିପୋର୍ଟ ଜିଏସ୍‌ଟି ପରିଷଦକୁ ପ୍ରଦାନ କରାଯିବ ବୋଲି ବିହାର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି। ତେବେ ଜିଏସ୍‌ଟି ପରିଷଦ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେବ। ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଦାନ କରାଯାଇଥିବା ବୀମା ପ୍ରିମିୟମ ଯେତେ ଅଧିକ ହେଲେ ବି ଜିଏସ୍‌ଟି ଲାଗିବ ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଜିଏସ୍‌ଟି ପରିଷଦର ଗତ ବୈଠକରେ ଏହି ପ୍ରିମିୟମ ବିଷୟରେ ନିଷ୍ପତ୍ତି ନେବା ପାଇଁ ୧୩ ସଦସ୍ୟ ବିଶିଷ୍ଟ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। ସମ୍ରାଟ ଚୌଧୁରୀ ଏହାର ସଂଯୋଜକ ଥିବାବେଳେ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, ମେଘାଳୟ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ମନ୍ତ୍ରୀ ସାମିଲ ଅଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି କମିଟିକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆଜିର ମନ୍ତ୍ରୀଗୋଷ୍ଠୀ ବୈଠକରେ ବିଭିନ୍ନ ଦ୍ରବ୍ୟ ଉପରେ ଜିଏସ୍‌ଟି ହାର ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇଥିଲା। ଜିଏସ୍‌ଟି ହାର ବୃଦ୍ଧି ଦ୍ବାରା ଅତିରିକ୍ତ ୨୨ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଚର୍ଚ୍ଚା କରାଯାଇଥିଲା। ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଓଏମରେ ୨୦ ଲିଟିରିଆ ପ୍ୟାକେଜ୍‌ଡ ପାଣି ବୋତଲ ଉପରେ ଜିଏସ୍‌ଟିକୁ ୨୦ରୁ ୫ ପ୍ରତିଶତ, ୧୦ ହଜାରରୁ କମ୍‌ ଦାମର ବାଇସାଇକେଲ ଏବଂ ନୋଟ୍‌ବୁକ (ଅଭ୍ୟାସ)ରୁ ୧୨ରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଅଧିକ ଦାମର ଜୋତା(୧୫ ହଜାରରୁ ଊର୍ଦ୍ଧ୍ବ) ଏବଂ ୨୫ ହଜାରରୁ ଅଧିକ ମୂଲ୍ୟର ହାତଘଣ୍ଟା ଉପରେ ଜିଏସ୍‌ଟି ବଢ଼ାଇ ୧୮ରୁ ୨୮ ପ୍ରତିଶତ କରିବାକୁ ସମ୍ରାଟ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ, ହେୟାର ଡ୍ରାଏର, ହେୟାର କଲର ଉପରେ ଜିଏସ୍‌ଟି ବଢ଼ାଇବାକୁ ଆଲୋଚନା ହୋଇଥିଲା। ସାଧାରଣ ନାଗରିକଙ୍କୁ ଆଶ୍ବସ୍ତି ଦେବା ଲାଗି ୧୦୦ରୁ ଅଧିକ ସାମଗ୍ରୀର ଜିଏସ୍‌ଟିକୁ ହ୍ରାସ କରି ୧୨ରୁ ୫ ପ୍ରତିଶତ କରିବାକୁ ମନ୍ତ୍ରିସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ଏହି ୬ ସଦସ୍ୟ ବିଶିଷ୍ଟ ଜିଓଏମ୍‌ରେ ବିଭିନ୍ନ ରାଜ୍ୟର ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାମିଲ ଅଛନ୍ତି।