Rajastan - The Sakala
ବିଶ୍ବର ସବୁଠାରୁ ବଡ଼: ୨୦ ଘଣ୍ଟାରେ ପ୍ରସ୍ତୁତ ହେଲା ୨୭୦୦ କେଜିର ରୁଟି
ସିକର: ରାଜସ୍ଥାନ ସିକରର ପ୍ରସିଦ୍ଧ ଦେବିପୁରା ବାଲାଜୀ ଧାମରେ ୨୭୦୦ କେଜିର ସ୍ବତନ୍ତ୍ର ରୁଟି ଭୋଗ ଲଗାଯାଇଛି। ଏହି ରୁଟି ପ୍ରସ୍ତୁତ କରିବାକୁ ୨୦ ଘଣ୍ଟା ସମୟ ଲାଗିଛି। ଏହି ରୁଟି ବନାଇବାକୁ ୧୧ କ୍ବିଣ୍ଟାଲ ଅଟା, ଶହେ କେଜି ସୁଜି, ୪୦୦ ଲିଟର କ୍ଷୀର, ୪୦୦ ଲିଟର ଗୁଆ ଘିଅ, ୧୧୦୦ କେଜି ଶୁଖିଲା ଫଳ ବ୍ୟବହାର କରାଯାଇଥିଲା। ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଗୋଲେଇ ୧୧ ଫୁଟ ଏବଂ ଉଚ୍ଚତା ୨ ଫୁଟ ଥିଲା। ଏହା ବିଶ୍ବର ସବୁଠାରୁ ବଡ଼ ରୁଟି ବୋଲି ଦେବିପୁରା ବାଲାଜୀ ଧାମର ମହନ୍ତ ଓମ୍‌ପ୍ରକାଶ ମିଶ୍ର କହିଛନ୍ତି। ବିଶ୍ବ ଶାନ୍ତି ଉଦ୍ଦେଶ୍ୟ ରଖି ଏହାକୁ ବନାଯାଇଛି। କ୍ରେନ୍‌ ସାହାଯ୍ୟରେ ଏହି ରୁଟି ସେକା ଯାଇଥିଲା। ଏଥିପାଇଁ ୩୦୦ କେଜିର ତାୱା ଏବଂ ୨୫୦ କେଜିର ବେଲଣା ମଗା ଯାଇଥିଲା। ଶୁଖିଲା ଖାଦ୍ୟ ଗୋଳାଇବା ପାଇଁ ସ୍ବତନ୍ତ୍ର ମିକ୍ସର ମଧ୍ୟ ଅଣା ଯାଇଥିଲା।
୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦୦ ଫୁଟ୍ ବୋରୱେଲ ଭିତରେ ଫସିଥିବା ନାବାଳକ ସୁରକ୍ଷିତଭାବେ ଉଦ୍ଧାର
ଜୟପୁର: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା ।
ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ନାବାଳକଟି ଲାଖିଯାଇଥିଲା । ସୂଚନା ପାଇବା ପରେ ସକାଳ ୮ଟାରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଲକିକୁ ଦେଖିଥିଲେ । ଏହାପରେ ସିବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ମିଳିତ ଭାବେ ଅପରେଶନ ଆରମ୍ଭ କରି ଦୀର୍ଘ ୭ଘଣ୍ଟା ପରେ ଲକିକୁ ଉଦ୍ଧାର କରିଛନ୍ତି ।
ରାଜସ୍ଥାନର ପାଲୀରେ ଲାଇନଚ୍ୟୁତ ହେଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି, ୧୦ ଯାତ୍ରୀ ଆହତ
ଜୟପୁର: ରାଜସ୍ଥାନର ପାଲୀରେ ଟ୍ରେନ୍ ଦୁର୍ଘଟଣା । ଯୋଧପୁରରୁ ବାନ୍ଦ୍ରା ଯାଉଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ ।
ଦୁର୍ଘଟଣା ପରେ ୪ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏହି ରୁଟକୁ ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରେନର ୮ଟି ସ୍ଲିପର କ୍ଲାସ୍ ବଗି ରେଳଧାରଣା ତଳକୁ ଖସିଯାଇଛି । ଏଥିରେ ୩ଜଣ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଚ୍ଚ ଅଧିକାରୀ। ମହାପ୍ରବନ୍ଧକ-ଉତ୍ତର ପଶ୍ଚିମ ରେଲୱେ ଏବଂ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜୟପୁର ହେଡକ୍ୱାଟରର କଣ୍ଟ୍ରୋଲ୍ ରୁମରେ ସ୍ଥିତି ପରଖୁଛନ୍ତି ।
‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ’: ଅଶୋକ ଗେହଲଟ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି ଆଜି ସଚିନ୍‌ ପାଇଲଟ୍‌ଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଗୁଜୁରାଟରେ ପ୍ରଚାର କରିବାକୁ ଆସିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ନିଜ ମନର ଉଦ୍‌ବେଗକୁ ପ୍ରକାଶ କରିଛନ୍ତି। ସେ ପୂର୍ବତନ ଡେପୁଟି ସଚିନ୍ ପାଇଲଟଙ୍କୁ ‘ଦଳଦ୍ରୋହୀ’ ବୋଲି ସମ୍ବୋଧନ କରିଛନ୍ତି।
କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ। ଏହି ସବୁ ପ୍ରସଙ୍ଗକୁ ଯୋଡ଼ି ସଚିନଙ୍କ ଉପରେ ଆଜି ବର୍ଷିଛନ୍ତି ଗେହଲଟ। ଏଥିସହ ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ କହିଛନ୍ତି।
ଶୁଆକୁ ଖୋଜି ଆଣିଲେ ଏକ ଲକ୍ଷ ଟଙ୍କା ପୁରସ୍କାର
ସିକର: ରାଜସ୍ଥାନ ସହରରୁ ପକ୍ଷୀ ପ୍ରେମର ଏକ ନିଆରା ମାମଲା ସାମ୍‌ନାକୁ ଆସିଛି। ସହରର ସବୁଠାରୁ ବଡ଼ ହାର୍ଟ ସର୍ଜନ ଡ. ଭିକେ ଡେନଙ୍କ ଶୁଆ ତିନି ଦିନ ହେଲା ନିଖୋଜ ହୋଇଯାଇଛି । ଶୁଆ ପଳାଇବା ଦୁଃଖରେ ତାଙ୍କ ଡାକ୍ତର ପତ୍ନୀ ଖାଇବାପିଇବା ଛାଡି ଦେଇଛନ୍ତି। ଏହି ଶୁଆକୁ ଖୋଜିବା ପାଇଁ ଡାକ୍ତର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ସେ ଖବରକାଗଜର ପ୍ରଥମ ପୃଷ୍ଠାରେ ଶୁଆ ନିଖୋଜ ହେବାର ବିଜ୍ଞାପନ ମଧ୍ୟ ଛପାଇଛନ୍ତି। ସହରରେ ପୋଷ୍ଟର-ପ୍ରଚାର ପତ୍ର ବାଣ୍ଟିଛନ୍ତି, ସୋସିଆଲ ମିଡିଆରେ ବାର୍ତ୍ତା ଭାଇରାଲ କରାଇଛନ୍ତି। ଏହା ସହିତ ଶୁଆ ଖୋଜିକି ଆଣିଦେଲେ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଶୁଆ ଖୋଜି ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦେବେ ବୋଲି ସେ କହିଛନ୍ତି।
ପରିବାର ସଦସ୍ୟ ଏବଂ ହସ୍ପିଟାଲ କର୍ମଚାରୀ ଦିନରାତି ଏକ କରି ଶୁଆକୁ ଖୋଜିବାରେ ଲାଗିଛନ୍ତି। ଡ.ଜୈନଙ୍କ ପତ୍ନୀ ଡ. ଅର୍ଚ୍ଚନା କହିଛନ୍ତି ଯେ ହସ୍ପିଟାଲ ଉପରେ ତାଙ୍କ ଘର ଅଛି। ସେ ତିନି ଦିନ ତଳେ ଶୁଆକୁ ଛାତରେ ସେଓ ଖୁଆଉ ଥିଲେ | ଏହି ସମୟରେ ଶୁଆ ଉଡିଯାଇଥିଲା ଏବଂ ଆଉ ଫେରି ନଥିଲା । ତିନି ଦିନ ହେଲା ଶୁଆକୁ ଖୋଜାଯାଉଛି। ଏ ପର୍ଯ୍ୟନ୍ତ ତାହାର କୌଣସି ସୂଚନା ମିଳିନାହିଁ । ଡ଼. ଜୈନ କହିଛନ୍ତି ଯେ ସେ ୨ ବର୍ଷ ପୂର୍ବେ ଧୂସର ରଙ୍ଗର ୨ଟି ଆଫ୍ରିକୀୟ ଶୁଆକୁ ୮୦ ହଜାର ଟଙ୍କା ଦେଇ କିଣିଥିଲେ। ଗୋଟିଏ ପକ୍ଷୀର ନାମ କୋକ ରଖିଥିଲେ। ଏବେ ସେ ଉଡିଯାଇଛି। ସେ ଏକ ହଜାରରୁ ଉର୍ଦ୍ଧ୍ବ ଶବ୍ଦ କହିପାରୁଥିଲା ।
ଚଳନ୍ତା କାର୍‌ରେ ବିଶ୍ବବିଦ୍ୟାଳୟ ! ଟଙ୍କାଦେଲେ ତତ୍‌କ୍ଷଣାତ୍‌ ମିଳୁଥିଲା ଡିଗ୍ରୀ ସାର୍ଟିଫିକେଟ୍‌, ତିନି ଗିରଫ
ଅଲୱର: ରାଜସ୍ଥାନର ରାସ୍ତାରେ ଚାଲୁଥିଲା ୟୁନିଭର୍ସିଟି। ଏକ କାର ପାଲଟିଥିଲା ଚଳନ୍ତା ବିଶ୍ବବିଦ୍ୟାଳୟ। ଟଙ୍କା ଦେବା ମାତ୍ରେ ମିଳୁଥିଲା ଗ୍ରାଜୁଏସନ ଠାରୁ ନେଇ ଏମସିଏ, ଡିଇଡି, ପଲିଟେକ୍ନିକ ଏବଂ ଲାଇବ୍ରେରିଆନ ପର୍ଯ୍ୟନ୍ତ ଡିପ୍ଲୋମା-ଡିଗ୍ରୀ ପ୍ରମାଣପତ୍ର। ରାଜସ୍ଥାନ ଅଲୱରରୁ ଏପରି ବେଆଇନ କାର୍ଯ୍ୟ ଚଲାଇଥିବା ତିନି ଯୁବକ ଗିରଫ ହୋଇଛନ୍ତି। ଅଲୱର ଏନଇବି ପୁଲିସ ଶନିବାର ଶାହଜହାପୁରର ସୁଧୀର କୁମାର ଯାଦବ, ପୂର୍ଣ୍ଣିଆର ସୁଜୀତ କୁମାର ଏବଂ ବିହାର କୃଷ୍ଣା କଲୋନୀର ସଚିନ କୁମାରଙ୍କୁ ଗିରଫ କରିଛି। ସେମାନଙ୍କ କାର୍‌କୁ ମଧ୍ୟ ଜବତ କରାଯାଇଛି। ଏମାନେ ଏ ପର୍ଯ୍ୟନ୍ତ କେତେ ଡିଗ୍ରୀ ପ୍ରମାଣପତ୍ର ଦେଲେଣି ଏବଂ କେତେ ଟଙ୍କା ଆଦାୟ କଲେଣି ତାହାର ଯାଞ୍ଚ ଜାରି ରହିଛି। ଏହି ଚେର ଅନେକ ଘରୋଇ ୟୁନିଭର୍ସିଟିକୁ ଲମ୍ବିଥିବା ଆଶଙ୍କା କରାଯାଉଛି।
ଜବତ କାର୍‌ରୁ ନାମଲେଖା ଫର୍ମଠାରୁ ନେଇ ପରୀକ୍ଷା ପ୍ରଶ୍ନୋତ୍ତର, ଡିଗ୍ରୀ, ଡିପ୍ଲୋମା ସହିତ ଅଧିକାରୀଙ୍କ ମୋହର ମିଳିଛି। ଡାଏରୀରେ ଟଙ୍କା ନେଇ ବଣ୍ଟାଯାଇଥିବା ଡିଗ୍ରୀ ପ୍ରମାଣପତ୍ରର ହିସାବ ରହିଛି। ଗିରଫ ଯୁବକଙ୍କ ଅନୁଯାୟୀ ଅଲୱର ସହିତ ରାଜ୍ୟ ଏବଂ ପ୍ରଦେଶର ଅନେକ ଘରୋଇ ବିଶ୍ବବିଦ୍ୟାଳୟ ସହ ସେମାନଙ୍କର ସହବନ୍ଧନ ରହିଛି। ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ର ଦେବା ପରେ ସେମାନେ ସମ୍ବନ୍ଧିତ ବିଶ୍ବବିଦ୍ୟାଳୟକୁ କାଗଜପତ୍ର ପଠାଇଥାନ୍ତି। ରେକର୍ଡ ଅପଡେଟ କରିବା ପାଇଁ ଏପରି କରାଯାଇଥାଏ। ବିଏସ୍‌ସି, ବିବିଏ, ବିକମ୍‌, ପିଜିଡିସିଏ, ଏମସିଏ, ଡିଇଡି, ପଲିଟେକ୍ନିକ ଏବଂ ଲାଇବ୍ରେରିଆନ ସହିତ ଅନେକ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ର ସେମାନେ ଦେଉଥିଲେ। ଟଙ୍କା ଦେବାର କିଛି ସମୟ ପରେ ଉତ୍ତର ଖାତା ପୂରଣ କରିବାକୁ ପଡିଥାଏ। ଜାଲିଆତି ଧରା ନ ପଡିବା ଲାଗି ରେକର୍ଡକୁ ବିଶ୍ବବିଦ୍ୟାଳୟକୁ ପଠଯାଇଥାଏ। ଏମାନେ ପରେ ୟୁନିଭର୍ସିଟିରେ ରେକର୍ଡ ଅପଡେଟ କରୁଥିଲେ। ଏଥିରୁ ଅନେକ ଘରୋଇ ବିଶ୍ବବିଦ୍ୟାଳୟ ସହ ଯୁବକଙ୍କ ଲିଙ୍କ ରହିଛି ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ୟୁନିଭର୍ସିଟିର ୪୩୯ ଉତ୍ତର ଖାତା, ଖାଲିଥିବା ୮୫୦ ଉତ୍ତର ଖାତା, ୯୩ ମାଇଗ୍ରେସନ ପ୍ରମାଣପତ୍ର, ୪୧ କଲେଜ ପ୍ରମାଣ ପତ୍ର, ଟିସି ଏବଂ ୯୧ ମାର୍କସିଟ୍‌, ୨୬ଟି ପ୍ରୋଭିଜନାଲ ସାର୍ଟିଫିକେଟ, ଖାଲିଥିବା ୪ଟି ପ୍ରୋଭିଜନାଲ ସାର୍ଟିଫିକେଟ, ଖାଲିଥିବା ୧୧୮ଟି ମାଇଗ୍ରେସନ ପ୍ରମାଣପତ୍ର, ୨୨ ଫି ରସିଦ, ୧୦ଟି ଏଟିଏମ କାର୍ଡ, ୭ କ୍ରେଡିଟ କାର୍ଡ, ଗୋଟିଏ ଲ୍ୟାପଟପ, ଚୁରୁ ସ୍ଥିତ ଓପିଜେଏସ ୟୁନିଭର୍ସିଟିର ୧୮ଟି ଲେଟର ପ୍ୟାଡ, ୩ଟି ଖାଲି ସତ୍ୟପାଠ, ଏକ ଟାବ୍‌ଲେଟ, ହିସାବ ପତ୍ର ଥିବା ୪ଟି ଡାଏରୀ, ୪ ଷ୍ଟାମ୍ପ ଆଦି ମିଳିଛି।
ଏହା ଜଣାପଡିବା ପରେ ବି ପୁଲିସ ବିଶ୍ବବିଦ୍ୟାଳୟ ଗୁଡିକର ନାମ ପ୍ରଘଟ କରୁନାହିଁ। କେବଳ ଚୁରୁ ସ୍ଥିତ ବିଶ୍ବବିଦ୍ୟାଳୟର ନାମ କହିଛି। ଅଲୱର ସହିତ ଅନ୍ୟ ବିଶ୍ବବିଦ୍ୟାଳୟ ଗୁଡିକର ନାମ ଉଲ୍ଲେଖ କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି। ତଦନ୍ତ ଏବେ ଜାରି ରହିଥିବା ଥାନାଧିକାରୀ ସୁରେଶ କୁମାର କହିଛନ୍ତି। ଉତ୍ତରଖାତା ସହିତ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରମାଣପତ୍ରରେ ବିଶ୍ବବିଦ୍ୟାଳୟ ଗୁଡିକର ନାମ ରହିଛି। ଏହା ସତ୍ତ୍ବେ ପୁଲିସ ଏ ବିଷୟରେ କୌଣସି ତଥ୍ୟ ଦେଉନାହିଁ। ଏହାକୁ ନେଇ ପୁଲିସ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଠକାମିର ଶିକାର ନ ହେବାକୁ ପୁଲିସ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛି। ଜାଲ ପ୍ରମାଣପତ୍ର ଦେଇ କରିଥିବା ଚାକିରି ମଧ୍ୟ ଚାଲି ଯାଇଥାଏ ବୋଲି କୁହାଯାଇଛି।
ରାଜସ୍ଥାନରୁ ଆସିଲା ଛାତି ଥରା ଘଟଣା: ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ତୀକ୍ଷ୍ଣ ସାମଗ୍ରୀ ଭର୍ତ୍ତି
ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଆସିଲା ଏକ ଛାତି ଥରା ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଓଭରବ୍ରିଜ ନିକଟରେ ଫିଙ୍ଗିଦେଲେ ଅଭିଯୁକ୍ତ। ଖାଲି ଏତିକି ନୁହେଁ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଙ୍ଗରେ ତୀକ୍ଷ୍ଣ ଜିନିଷରେ ଆଘାତ କରିଥିବା ଜଣାପଡ଼ିଛି। ରାଜସ୍ଥାନରେ ଦିଲ୍ଲୀର ନିର୍ଭୟାକାଣ୍ଡର ପୁନରାବୃତ୍ତି ଘଟିଥିବା ହେତୁ ରାଜନୀତିରେ ଉତ୍ତେଜନା ଦେଖାଦେଇଛି।  ଏହି ଘଟଣା ପରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି। କିନ୍ତୁ ଅଦ୍ୟାବଧି ଅଭିଯୁକ୍ତମାନେ ପୁଲିସ ଦ୍ୱାରା ଧରାପଡି ନାହାଁନ୍ତି।
ସୂଚନା ଅନୁଯାୟୀ,  ମଙ୍ଗଳବାର ଦିନ ପୀଡିତାଙ୍କୁ ଅଲୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ଉକ୍ତ ନାବାଳିକାର ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବୁଧବାର ତାଙ୍କୁ ଚିକିତ୍ସା ପାଇଁ ଜୟପୁରର ଜେ.କେ ଲନ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ଅପରେସନ୍ କରିବା ପରେ ଡାକ୍ତରମାନେ କହିଛନ୍ତି ଯେ ପୀଡିତା ବର୍ତ୍ତମାନ ବିପଦରୁ ବାହାରିଛନ୍ତି। ରାଜସ୍ଥାନ ମନ୍ତ୍ରୀ ପାର୍ସାଡି ଲାଲ ମୀନା କହିଛନ୍ତି ଯେ ଡାକ୍ତରମାନେ ସଫଳତାର ସହ ଅପରେସନ୍ କରିଛନ୍ତି ଏବଂ ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି।
ଖବର ଅନୁଯାୟୀ, ଉକ୍ତ ନାବାଳିକାର ଆଭ୍ୟନ୍ତରୀଣ ଶରୀରର ଅଙ୍ଗ ନଷ୍ଟ ହୋଇଯାଇଥିଲା ଏବଂ ସେ ବର୍ତ୍ତମାନ ଜେ.କେ ଲନ୍ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅଛନ୍ତି। ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ଅନେକ ଗଭୀର ଆଘାତ ଲାଗିଛି। ସେପଟେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଥିବା କହିଛି। ୨୫ କିଲୋମିଟର ପରିସର ମଧ୍ୟରେ ସ୍ଥାପିତ ୩୦୦ ରୁ ଅଧିକ ସିସିଟିଭି କ୍ୟାମେରାରୁ ଫୁଟେଜ ଯାଞ୍ଚ କରିଥିବା ପୁଲିସ କହିଛି।  ତଥାପି ଏ ପର୍ଯ୍ଯନ୍ତ କୌଣସି ପ୍ରମାଣ ମିଳିନାହିଁ।
ପାର୍ସାଦୀ ଲାଲ ମୀନା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି ଏବଂ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ଖୁବ ଶୀଘ୍ର ଦୋଷୀମାନକୁ ଗିରଫ କରାଯିବ ବୋଲି ରାଜସ୍ଥାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶ ଆଶ୍ୱାସନା ଦେଇଛନ୍ତି।
ମମତା ଭୁପେଶ ମଧ୍ୟ ଉକ୍ତ ନାବାଳିକା ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ୬ ଲକ୍ଷ ଟଙ୍କା ମଧ୍ୟରୁ ୫ ଲକ୍ଷ ଟଙ୍କା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ୧ ଲକ୍ଷ ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଦାନ କରିଛନ୍ତି। ସେହିପରି ସାମାଜିକ ନ୍ୟାୟ ମନ୍ତ୍ରୀ ଟିକରାମ ଜୁଲି ମଧ୍ୟ ଅଲୱାରରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ୩.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ
ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଜୟପୁରରେ ସବୁଠାରୁ ଅଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।
ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।
ଜୟପୁର: ପରୀକ୍ଷାରେ କପି କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ କପି କରିବାକୁ ପରୀକ୍ଷାର୍ଥୀ ୬ ଲକ୍ଷ ଟଙ୍କାର ଚପଲ ବ୍ୟବହାର କରିବା ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନିରରେ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆୟୋଜିତ ଶିକ୍ଷକ ନିଯୁକ୍ତି ପ୍ରବେଶିକା ପରୀକ୍ଷା(ରିଟ୍) ରେ କିଛି ପରୀକ୍ଷାର୍ଥ ଏଭଳି ଚପଲ ପିନ୍ଧି ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ଏହି ଚପଲରେ ‘ବ୍ଲୁ ଟୁଥ୍’ ବ୍ୟବସ୍ଥା ସହ ସିମ୍ ସଂଯୋଗ ବ୍ୟବସ୍ଥା ରହିଛି। ଏହାକୁ ବ୍ୟବହାର କରି ସଂପୃକ୍ତ ପରୀକ୍ଷାର୍ଥୀମାନେ ଅନ୍ୟ ସହ କଥାବାର୍ତ୍ତା ହୋଇ ପରୀକ୍ଷା ପ୍ରଶ୍ନ ଉତ୍ତର ଲେଖୁଥିଲା ବେଳେ ନିରୀକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ଏନେଇ ଏକ ରାକେଟ କାର୍ଯ୍ୟ କରୁଥିଲା ବୋଲି ଜଣାପଡ଼ିଥିଲା ବେଳେ ପରୀକ୍ଷାର୍ଥୀମାନଙ୍କୁ ୬ ଲକ୍ଷ ଟଙ୍କାରେ ଏଭଳି ଚପଲ ବିକ୍ରି କରାଯାଉଥିଲା। ପୁଲିସ ଏହି ରାକେଟ ର ୫ ଜଣଙ୍କୁ ଗିରଫ କରିଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଏହି ପ୍ରବେଶିକାରେ ନକଲି ପରୀକ୍ଷାର୍ଥୀ ସାଜି କିଛି ଯୁବକ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।
ଭାରତର ଏପରି ଏକ ମନ୍ଦିର ଯେଉଁଠି ଶ୍ରାବଣ ମାସରେ ନିତି ଗଢ଼ାଯାଏ ୭୦୦୦ ଶିବଲିଙ୍ଗ
ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ ହୋଇଉଠେ। ବିଭିନ୍ନ ସ୍ଥାନରେ ଏହି ମାସରେ ଶିବଙ୍କର ବିଶେଷ ପୂଜାଚ୍ଚର୍ନା କରାଯାଏ। ଏମିତି କିଛି ବିଶେଷ ପୂଜା ରାଜସ୍ଥାନର ପାଲିସ୍ଥିତ ପର୍ଶୁରାମ ମନ୍ଦିରରେ କରାଯାଏ। ଶିବଙ୍କ କୃପା ପାଇବା ପାଇଁ ଭକ୍ତମାନେ ଏଠାରେ ବିଶେଷ ରୀତୀନୀତିରେ ଆରାଧନା କରନ୍ତି। ଶ୍ରଦ୍ଧାଳୁମାନଙ୍କ ପାଇଁ ଏଠାରେ ପ୍ରତିଦିନ ସାତ ହଜାର ଶିବଲିଙ୍ଗ ମାଟିରେ ତିଆରି କରାଯାଏ। ସମସ୍ତ ବିଧିବିଧାନ ସହକାରେ ଏଠାରେ ଶିବଲିଙ୍ଗ ସ୍ଥାପନ କରାଯାଏ। ପୂଜାକାର୍ଯ୍ୟ ସମାପ୍ତ ହୋଇସାରିବା ପରେ ଶିବଲିଙ୍ଗଗୁଡ଼ିକୁ ପର୍ଶୁରାମ ମହାଦେବଙ୍କ କୁଣ୍ଡରେ ବିସର୍ଜନ କରିଦିଆଯାଏ। ଧାର୍ମିକ ମାନ୍ୟତାନୁସାରେ, ଶ୍ରାବଣ ମାସରେ ମାଟି ଶିବ ଲିଙ୍ଗ ତିଆରି କରି ପୂଜାର୍ଚ୍ଚନା କରିବା ଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ। ନଦୀ କିମ୍ବା ପୋଖରୀର ମାଟିରେ ଗୁଡ଼, ଲହୁଣୀ, ଖିର ମିଶ୍ରଣ କରାଯାଇ ଏହି ମୃଣ୍ମୟ ଲିଙ୍ଗ ପ୍ରସ୍ତୁତ କରାଯାଇଥାଏ।
ରାଜସ୍ଥାନରୁ ଆସିଲା ଦୁଃଖଦ ଖବର, ପାଣି ପିଇବାକୁ ନ ପାଇ ୫ବର୍ଷ ଝିଅର ମୃତ୍ଯୁ
ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଚିତ୍ର ସମ୍ନାକୁ ଆସିଛି। ପିଣି ନ ପିଇବାକୁ ପାଇ ଏକ ୫ବର୍ଷର ଝିଅର ମୃତ୍ୟୁ ଘଟିଛି। ଉକ୍ତ ସ୍ଥାନରେ ଝିଅର ଜେଜେମା ମଧ୍ୟ ଚେତା ଶୂନ୍ୟ ହୋଇ ତଳେ ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କାହିଁକି କଂଗ୍ରେସ ଚୁପ ବସିଛି ବୋଲି ବିଜେପି ପ୍ରଶ୍ନ କରିଛି।
ସୂଚନାନୁସାରେ, ଏହି ଯନ୍ତ୍ରଣାଦାୟକ ଘଟଣା ରବିବାର ଦିନ ଜାଲୋର ଜିଲ୍ଲାର ରାନୀୱାଡା ଅଞ୍ଚଳର ରୋଡା ଗ୍ରାମରେ ଘଟିଥିବା କୁହାଯାଉଛି। ଏଠାରେ ରବିବାର ଅପରାହ୍ନରେ ପ୍ରାୟ ୪୫ ଡିଗ୍ରୀ ସେଲସିୟସରୁ ଅଧିକ ତାପାମାତ୍ରା ରହିଥିଲା। ପ୍ରବଳ ଖରା ଯୋଗୁଁ ପାଣି ପିାଇବାକୁ ନ ପାଇ ଉକ୍ତ ୫ବର୍ଷ ଝିଅର ମୃତ୍ୟୁ ଘଟିଥିଲା। ଝିଅର ଜେଜେମା ସୁଖୀ ଦେବୀ ଅଚେତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହି ସୂଚନା ପୁଲିସକୁ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଝିଅର ମୃତଦେହକୁ ପୁଲିସ ଉଦ୍ଧାର କରିବାସହ ବ୍ଯବଚ୍ଛେଦ ପାଇଁ ପଠାଇଥିଲେ। ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଖବର ଅନଯାୟୀ, ସୁଖୀ ଦେବୀ ନାତୁଣୀ ଅଞ୍ଜଳୀଙ୍କ ସହ ସିରୋହି ନିକଟ ରାୟପୁରରୁ ଅପରାହ୍ନରେ ରାନୀୱାଡା ଅଞ୍ଚଳର ଡୁଙ୍ଗ୍ରି ସ୍ଥିତ ତାଙ୍କ ଘରକୁ ଆସୁଥିଲେ। କରୋନା ଅବଧି ହେତୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ସେ ତାଙ୍କ ପାଞ୍ଚ ବର୍ଷର ନାତୁଣୀ ସହିତ ପାଦରେ ଚାଲିଚାଲି ନିଜ ଗାଁକୁ ଯାଉଥିଲେ। ପ୍ରାୟ ୨୦ ରୁ ୨୫ କିମି ଯାତ୍ରା କରିବା ପରେ ଦୁହେଁ ଅତ୍ୟଧିକ ଥକି ଯାଇଥିଲେ। ବାଲୁକା ଘାଟରେ ଉଭୟ ଶୋଷରେ ଅସହାୟ ହୋଇପଡ଼ିଥିଲେ। ଜଳ ନ ଥିବାରୁ ରୋଡା ଗ୍ରାମ ନିକଟରେ ୫ବର୍ଷ ଝିଏ ଅଞ୍ଜଳୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ସୁଖୀ ଦେବୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। କରୋନା ଲକଡାଉନ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କର ମଧ୍ୟ ଚଳପ୍ରଚଳ ନ ଥିଲା। ଯାହାଫଳରେ ଘଟଣାଟି ବହୁତ ବିଳମ୍ବରେ ଜଣାପଡ଼ିଥିଲା।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ।
कोविड टेस्ट करवाने पर आज मेरी रिपोर्ट भी पॉजिटिव आई है। मुझे किसी तरह के लक्षण नहीं हैं और मैं ठीक महसूस कर रहा हूं। कोविड प्रोटोकॉल का पालन करते हुए मैं आइसोलेशन में रहकर ही कार्य जारी रखूंगा।
— Ashok Gehlot (@ashokgehlot51) April 29, 2021
କୌଣସି ଲକ୍ଷଣ ନ ଥିଲେ ବି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ପ୍ରୋଟୋକଲ୍ ପାଳନ କରିବା ସହ ସେ ଆଇସୋଲେସନରେ ରହିଛନ୍ତି। ଟ୍ୱିଟରେ ସେ କହିଛନ୍ତି ଯେ ଆଇସୋଲେସନରେ ରହିଥିବା ବେଳେ ମୁଁ ସୁସ୍ଥ ଅଛି ।