Ashok Gehlot - The Sakala

ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସ୍ନାକ୍ସ ବ୍ରାଣ୍ଡ୍ ବିକାଜୀ ଫୁଡ୍ସ ଇଣ୍ଟରନ୍ୟାସନାଲ୍ (Bikaji Foods International) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶିବ ରତନ ଅଗ୍ରୱାଲ ଙ୍କର ଗୁରୁବାର ଦିନ ଚେନ୍ନାଇଠାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏକ ହୃଦଘାତ କାରଣରୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ସେ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ପରିବାର ସହ ଚେନ୍ନାଇ ଯାଇଥିଲେ।

ସୂତ୍ରରୁ ପ୍ରକାଶ ଯେ, ନିକଟରେ ଶିବ ରତନ ଅଗ୍ରୱାଲଙ୍କ ପତ୍ନୀଙ୍କର ହାର୍ଟ ବାଇପାସ୍ ସର୍ଜରୀ ହୋଇଥିଲା ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପତ୍ନୀଙ୍କ ସୁସ୍ଥତା ସମୟରେ ପରିବାର ଲୋକେ ଚେନ୍ନାଇର ଏକ ହୋଟେଲରେ ରହୁଥିଲେ। ଗୁରୁବାର ସକାଳ ପ୍ରାୟ ୭:୩୦ ମିନିଟ୍ ସମୟରେ ଅଗ୍ରୱାଲ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିକାନେରଠାରେ ବିକାଜୀ ବ୍ରାଣ୍ଡର ମୂଳଦୁଆ ପକାଇଥିଲେ ଶିବ ରତନ ଅଗ୍ରୱାଲ। ହଳଦିରାମ (Haldiram's) ସହ ଜଡ଼ିତ ପାରିବାରିକ ବ୍ୟବସାୟରୁ ଅଲଗା ହେବା ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ନିଜ ପୁଅ ଦୀପକ ଅଗ୍ରୱାଲଙ୍କ ନାମରେ 'ଶିବଦୀପ ଫୁଡ୍ସ ପ୍ରୋଡକ୍ଟସ୍' ଆରମ୍ଭ କରି ଭୁଜିଆ ଉତ୍ପାଦନ କ୍ଷେତ୍ରରେ ପାଦ ଦେଇଥିଲେ। ପରେ ୧୯୯୩ ମସିହାରେ ବିକାନେରର ପ୍ରତିଷ୍ଠାତା ରାଓ ବିକାଙ୍କ ନାମ ଅନୁସାରେ ଏହି କମ୍ପାନୀର ନାମକରଣ 'ବିକାଜୀ' ରଖାଯାଇଥିଲା। ଏହି ବ୍ରାଣ୍ଡ ଆଜି ଭାରତ ତଥା ବିଦେଶରେ ଏକ ପରିଚିତ ନାମ ପାଲଟିଛି।

ଶିବ ରତନ ଅଗ୍ରୱାଲଙ୍କ ବିୟୋଗରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ (X) ରେ ସେ ଲେଖିଛନ୍ତି ଯେ, ବିକାଜୀ ବ୍ରାଣ୍ଡ ମାଧ୍ୟମରେ ବିକାନେରର ଭୁଜିଆକୁ ଦେଶ ଓ ବିଦେଶରେ ପ୍ରସିଦ୍ଧି କରାଇଥିବା ଶିବ ରତନ ଅଗ୍ରୱାଲଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଦାଣ୍ଡରେ ପଡି ହାଟରେ ଗଡୁଛି କଂଗ୍ରେସର କନ୍ଦଳ : ଦଳର ବାରଣ ସତ୍ତ୍ବେ ନିଜ ସରକାର ବିରୋଧରେ ଅନଶନରେ ବସିଲେ ସଚିନ ପାଇଲଟ୍‌
ଜୟପୁର: ଦାଣ୍ଡରେ ପଡି ହାଟରେ ଗଡୁଛି ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଜୟପୁରର ସହିଦ ସ୍ମାରକ ଠାରେ ଦିନିକିଆ ଅନଶନରେ ବସିଛନ୍ତି।

ରାଜସ୍ଥାନରେ ବିଜେପି ଶାସନରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଅନଶନ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍‌ ଏହି ଆନ୍ଦୋଳନ କରିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ଗେହଲଟ୍‌।

କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଆଜି ସହିଦ ସ୍ମାରକୀ ନିକଟରେ ଅନଶନ କରୁଛନ୍ତି।ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।

https://t.co/40BYHAzGt8

— Sachin Pilot (@SachinPilot) April 11, 2023

ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି।

କଂଗ୍ରେସ ନେତା ସଚିନ ପାଇଲଟ୍‌ ଅନଶନ କରିଥିବା ବେଳେ ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି କହିଛି କଂଗ୍ରେସ। ଯଦି ତାଙ୍କର ସରକାରଙ୍କୁ ନେଇ କୌଣସି ସମସ୍ୟା ଥାଏ, ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବ‌ର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୋମବାର ଏକ ବିବୃତି ଜାରି କରି ରାଜସ୍ଥାନର କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ସଚିନ ପାଇଲଟଙ୍କ ଦିନିକିଆ ଅନଶନ ଦଳର ସ୍ୱାର୍ଥ ବିରୋଧୀ। ଏହା ଦଳ ବିରୋଧୀ କାର୍ଯ୍ୟ। ଯଦି ନିଜ ସରକାର ବିରୋଧରେ ତାଙ୍କର କୌଣସି ସମସ୍ୟା ରହିଛି, ସେଗୁଡ଼ିକ ପାର୍ଟି ଫୋରମରେ ଆଲୋଚନା କରାଯାଇ ପାରିବ। ସର୍ବସାଧାରଣ ଓ ମିଡିଆ ଆଗରେ ଏପରି କରିବା ଅନୁଚିତ। ୫ ମାସ ହେଲାଣି ରାନ୍ଧୱା ରାଜସ୍ଥାନ ପ୍ରଭାରୀ ଭାବେ କାମ କରୁଥିଲେ ହେଁ ପାଇଲଟ କେବେ ବି ନିଜର ସମସ୍ୟା ସମ୍ପର୍କରେ ତାଙ୍କୁ ଜଣା ନଥିବା ଏହି ବିବୃତିରେ କୁହାଯାଇଥିଲା।

ସେ ଆହୁରି ବି କହିଛନ୍ତି ଯେ ‘ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଆସନକୁ ଆଖି ରଖିଥିବା ପାଇଲଟ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାର ଏହା ହେଉଛି ଆମର ଶେଷ ପ୍ର‌ୟାସ। ମୁଁ ଗତ ପାଞ୍ଚ ମାସ ଧରି ଏଆଇସିସି ଦାୟିତ୍ବରେ ଅଛି ଏବଂ ପାଇଲଟଜୀ ମୋ ସହ ଏହି ବିଷୟରେ କଦାପି ଆଲୋଚନା କରିନାହାନ୍ତି।

ବଜେଟ ଉପସ୍ଥାପନବେଳେ ଭୁଲରେ ପୂର୍ବ ବର୍ଷର ଭାଷଣ ପଢିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଜୟପୁର: ରାଜସ୍ଥାନରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ଗତ ବର୍ଷର ଭାଷଣ ପଢିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ଜାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ବଜେଟ୍‌ ଭାଷଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ପାଖରେ ବସିଥିବା କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟାକାଇ ଦେଇଥିଲେ। ଫ‌ଳରେ ଗେହଲଟ୍‌ ଚୁପ୍‌ ହୋଇଯାଇ ‘କ୍ଷମା କରିବେ’ ବୋଲି କହିଥିଲେ। ମାତ୍ର ଏହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

Rajasthan CM Ashok Gehlot, who also holds the Finance portfolio, while presenting this year’s budget, starts reading an old one. The Chief Whip had to step in and stop him. Embarrassing as it is, also shows how callous and poorly invested Congress is, in matters of governance… pic.twitter.com/I6a4RnqcKr

— Amit Malviya (@amitmalviya) February 10, 2023

ଏହି କଥାକୁ ନେଇ ବିରୋଧୀ ଦଳୀୟ ନେତାମାନେ ଗଣ୍ଡଗୋଳ ଉପୁଜାଇବା ହେତୁ ବିଧାନସଭା ପ୍ରକ୍ରିୟାକୁ ୩୦ ମିନିଟ୍‌ ପାଇଁ ସ୍ଥଗିତ ରଖିଥିଲେ ବାଚସ୍ପତି ସିପି ଯୋଶୀ ।

‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ’: ଅଶୋକ ଗେହଲଟ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି ଆଜି ସଚିନ୍‌ ପାଇଲଟ୍‌ଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଗୁଜୁରାଟରେ ପ୍ରଚାର କରିବାକୁ ଆସିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ନିଜ ମନର ଉଦ୍‌ବେଗକୁ ପ୍ରକାଶ କରିଛନ୍ତି। ସେ ପୂର୍ବତନ ଡେପୁଟି ସଚିନ୍ ପାଇଲଟଙ୍କୁ ‘ଦଳଦ୍ରୋହୀ’ ବୋଲି ସମ୍ବୋଧନ କରିଛନ୍ତି।

କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ। ଏହି ସବୁ ପ୍ରସଙ୍ଗକୁ ଯୋଡ଼ି ସଚିନଙ୍କ ଉପରେ ଆଜି ବର୍ଷିଛନ୍ତି ଗେହଲଟ। ଏଥିସହ ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ କହିଛନ୍ତି।

ହାଇକମାଣ୍ଡଙ୍କୁ ନିଜ ଦବ୍‌ଦବା ସୂଚାଇବାକୁ ଯାଇ, ନିଜ ସରକାରକୁ ଭାଙ୍ଗି ଦେବେକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ?
ଜୟପୁର : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ର କରି ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ନାମାଙ୍କନ ଦାଖଲ କରିପାରନ୍ତି। ସେ ଅଧ୍ୟକ୍ଷ ଭାବେ ଏକ ପ୍ରକାରର ନିର୍ବାଚିତ ହେବାକୁ ଥିବାରୁ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ସଚିନ ପାଇଲଟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଗେହଲଟ ଓ ତାଙ୍କ ସହ ଥିବା ପ୍ରାୟ ୯୨ ଜଣ ବିଧାୟକ ବିରୋଧ କରିଛନ୍ତି।ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଗେହଲଟ ରାଜସ୍ଥାନରେ ନିଜ ସରକାରକୁ ଭାଙ୍ଗିବାକୁ ଯାଉଛନ୍ତି କି?

ଏପରି କହିବାର କାରଣ ହେଉଛି ଗେହଲଟ ସରକାରରେ ଜଣେ ମନ୍ତ୍ରୀ ତଥା ସିଏମଙ୍କ ନିକଟତର ପ୍ରତାପ ଖାଚରିଆବାସ ୯୨ ବିଧାୟକଙ୍କ ଇସ୍ତଫା କଥା କହିଛନ୍ତି । ସେ କହିଛନ୍ତି ଯେ, ହାଇକମାଣ୍ଡ ବିଧାୟକଙ୍କ ମତାମତ ବିନା ନିଜର ରାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଠିକ୍ ନୁହେଁ । ତାଙ୍କୁ ଏକ ଧାଡ଼ିରେ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ହାଇକମାଣ୍ଡ ଦ୍ୱାରା ନିଆଯିବ । ତେବେ ସରକାର ଭାଙ୍ଗି ଯିବ କି ବୋଲି ପଚରାଯିବାରୁ ସେ ଏହାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ସରକାର ଏହିପରି ଭାଙ୍ଗନ୍ତି ନାହିଁ ।

ଖାଚରିଆବାସଙ୍କ ଏହି ବୟାନରେ ଗେହଲଟ କ୍ୟାମ୍ପର ଗେମ୍ ପ୍ଲାନ୍ ଲୁଚି ରହିଛି । ପ୍ରକୃତରେ ଗେହଲଟ ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁନାହାଁନ୍ତି, ବରଂ ସେ କଂଗ୍ରେସ ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଯେ ରାଜସ୍ଥାନର ନିଷ୍ପତ୍ତି ତାଙ୍କ ସମ୍ମତି ଆଧାରରେ କରାଯାଉ । ସେ ଚାହୁଁଛନ୍ତି ଯେ ୨୦୨୦ରେ ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରିଥିବା ପାଇଲଟ ଓ ତାଙ୍କର ଘନିଷ୍ଠ ବିଧାୟକଙ୍କ ବ୍ୟତୀତ ଅନ୍ୟ କାହାକୁ କ୍ଷମତା ହସ୍ତାନ୍ତର କରାଯାଉ, ଯେଉଁଥିରେ ବାଚସ୍ପତି ସିପି ଯୋଶୀ ଆଗରେ ଅଛନ୍ତି । ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ସେମାନଙ୍କ ଇସ୍ତଫା ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି, କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେମାନଙ୍କର ସଦସ୍ୟତା ଶେଷ ହେବ ନାହିଁ । ବାଚସ୍ପତି ଏପର୍ଯ୍ୟନ୍ତ ଇସ୍ତଫା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।

ଗେହଲଟ କ୍ୟାମ୍ପର ମନୋଭାବ ମଧ୍ୟ ହାଇକମାଣ୍ଡକୁ ସିଧାସଳଖ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି । ପାଇଲଟଙ୍କ ନାମରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସହମତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପାଇଲଟଙ୍କୁ ଏହି ଉପାୟରେ ବିରୋଧ କରି ଏକ ପ୍ରକାର ହାଇକମାଣ୍ଡର ନିଷ୍ପତ୍ତିକୁ ବିରୋଧ କରାଯାଇଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗେହଲଟ କ୍ୟାମ୍ପ ଏହାର ନିଷ୍ପତ୍ତିରେ ପରିବର୍ତ୍ତନ ନକରେ, ତେବେ ହାଇକମାଣ୍ଡ ମଧ୍ୟ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରନ୍ତି, ଯାହା ଗେହଲଟ ପାଇଁ ବ୍ୟାକଫାୟାର ହୋଇପାରେ । ଗେହଲଟ ଅଧ୍ୟକ୍ଷ ହେବା ପୂର୍ବରୁ ହିଁ ଗାନ୍ଧୀ ପରିବାରର ପ୍ରଭୁତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି । ଏହା ତାଙ୍କ ବିରୁଦ୍ଧରେ ଯାଇପାରେ ।

ଗେହଲଟ ହୁଏତ ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁନାହାଁନ୍ତି ଓ ତାଙ୍କ ବିଧାୟକମାନେ ଚାପ ରାଜନୀତିରେ ଇସ୍ତଫା ଦେଇଛନ୍ତି, କିନ୍ତୁ ଏହି ଚାଲ୍ ମଧ୍ୟ ଓଲଟା ପଡ଼ିପାରେ । ପାଇଲଟ ଯେଉଁ ପ୍ରକାରର ଷ୍ଟାଣ୍ଡ ଓ ଖୋଲା ବିରୋଧ କରୁଛନ୍ତି, ଏହା ସମ୍ଭବ ଯେ ସଚିନଙ୍କ ‘ଧୈର୍ଯ୍ୟ’ ମଧ୍ୟ ଭାଙ୍ଗିପାରେ । ଯଦି ହାଇକମାଣ୍ଡ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ, ତେବେ ପାଇଲଟଙ୍କ କ୍ୟାମ୍ପ ମଧ୍ୟ ଆଗକୁ ମୋର୍ଚ୍ଚା ଖୋଲିପାରେ । ପାଇଲଟଙ୍କର ପାଖାପାଖି ୨୫ ଜଣ ବିଧାୟକ ଅଛନ୍ତି, ଯିଏ ତାଙ୍କ ନିର୍ଦ୍ଦେଶରେ ଦଳ ଛାଡି ପାରନ୍ତି । ଯଦିଓ ଏହା ଘଟେ, ତେବେ ସରକାର ବଞ୍ଚିବା କଷ୍ଟକର ହେବ ।

ଅନ୍ୟପଟେ ଗତକାଲି ମଧ୍ୟରାତିରେ ଅସନ୍ତୁଷ୍ଟ ବିଧାୟକମାନେ ରାଜସ୍ଥାନ ବାଚସ୍ପତିଙ୍କ ସହ ବୈଠକ କରିଛନ୍ତି । ଦଳର ସମସ୍ତ ବିଧାୟକଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରିବାକୁ ରାଜସ୍ଥାନରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ବୈଠକ ହୋଇପାରିନଥିଲା ।ଫଳରେ ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ୍ ଖଡଗେ ଓ ଅଜୟ ମାକେନ ଦିଲ୍ଲୀ ଫେରିଯିବେ । ଦିଲ୍ଲୀ ଯିବା ପୂର୍ବରୁ ଗେହଲଟଙ୍କୁ ଫୋନ୍ କରିଥିଲେ । ହେଲେ ଗେହଲଟ୍ କିଛି କରିପାରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି । ଏହାରି ଭିତରେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ଆଜି ଦିଲ୍ଲୀ ଯିବେ କେ.ସି ବେଣୁଗୋପାଳ । ସଂଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଜସ୍ଥାନ ବିଧାନସଭାର ଗଣିତ

ରାଜସ୍ଥାନ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୦୦ । ମ୍ୟାଜିକ୍ ନମ୍ବର ହେଉଛି ୧୦୧ । କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୭୦ ବିଧାୟକ । ସେହିପରି ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ୦୮ ଜଣ ବିଧାୟକ ରହିଛନ୍ତି ।ସରକାରଙ୍କୁ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୨, ଭାରତୀୟ ଟ୍ରାଇବଲ ପାର୍ଟିର ୨, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।୧୦୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୮୦-୯୦ ଗେହଲୋଟ୍ କ୍ୟାମ୍ପ ସହ ରହିଥିବାବେଳେ ପ୍ରାୟ ୨୫ ଜଣ ପାଇଲଟ୍ ଗୋଷ୍ଠୀ ସହ ଅଛନ୍ତି । ବିରୋଧୀ ଦଳ ବିଷୟରେ କହିବାକୁ ଗଲେ ବିଜେପି ପାଖରେ ୭୧ ଜଣ ବିଧାୟକ ଓ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ପାଖରେ ୩ ଜଣ ବିଧାୟକ ଅଛନ୍ତି ।

ଗେହଲଟ୍‌ ହୋଇପାରନ୍ତି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ; ଆଜିଠୁ ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା
ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ସ୍ଥିତି ରୋଚକ ହୋଇପଡ଼ିଥିବା ବେଳେ ଦଳର ନେତୃତ୍ବ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପୂର୍ବରୁ ଗେହଲଟ ସ୍ପଷ୍ଟ କରି ନଥିଲା ବେଳେ ଶୁକ୍ରବାର ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବର୍ତ୍ତମାନ ଦେଶ ପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ ଦଳର ଆଭିମୁଖ୍ୟକୁ ବିଚାରକୁ ନେଇ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ସ୍ଥିର କରିଥିବା କହିଛନ୍ତି। ଏହାବ୍ୟତୀତ ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଭାଗ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାରୁ ଗେହଲତ ହିଁ ଦଳର ପରବର୍ତ୍ତୀ ମୁଖିଆ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଯଦିଓ ଶଶୀ ଥରୁର, ଦିଗ ବିଜୟ ସିଂ, ମନୀଷ ତିୱାରୀ, କମଳନାଥଙ୍କ ଭଳି କିଛି ବରିଷ୍ଠ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି, ତେବେ ଗେହଲଟ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି।

ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଗେହଲଟ ସୋନିଆଙ୍କ ପ୍ରତି ମଧ୍ୟ ଯଥେଷ୍ଟ ଆନୁଗତ୍ୟ ରହିଛନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସୋନିଆଙ୍କ ଇସାରା କାମ କରିବ ବୋଲି କୁହାଯାଉଛି। ତେବେ ବହୁ ଦଶନ୍ଧି ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ସହିତ ଗାନ୍ଧୀ ପରିବାର ହାତରୁ ନେତୃତ୍ବ ଯିବା ଘଟଣା ଅନେକଙ୍କ ପାଇଁ ବୋଧଗମ୍ୟ ହୋଇପାରିନି। କେବଳ ୨୦୧୭ ଏବଂ ୨୦୧୯ ଛାଡିଲେ ୧୯୯୮ ରୁ ସୋନିଆ ଗାନ୍ଧୀ ଦଳର ନେତୃତ୍ବ ନେଇ ଆସିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ନିର୍ବାଚନ କରି ଅଧ୍ୟକ୍ଷ ବାଛିବାକୁ ଦାବି ହୋଇ ଆସିଥିବାରୁ ଆସନ୍ତା ମାସରେ ନିର୍ବାଚନ କରିବା ସହିତ ସୋନିଆ ନିଜ ପଦବୀରୁ ହଟିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।

ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ,ଗେହଲୋଟ୍‌ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍‌ ରହିଛି।

ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ, କୋଭିଡରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। “ଗତକାଲି ଠାରୁ ମୋର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଆଞ୍ଜିଓପ୍ଲାଷ୍ଟି ହୋଇସାରିଛି। ମୁଁ ସୁସ୍ଥ ଅଛି ଏବଂ ଶୀଘ୍ର ଫେରି ଆସିବି। ତୁମର ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋ ସହ ଅଛି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ।

कोविड टेस्ट करवाने पर आज मेरी रिपोर्ट भी पॉजिटिव आई है। मुझे किसी तरह के लक्षण नहीं हैं और मैं ठीक महसूस कर रहा हूं। कोविड प्रोटोकॉल का पालन करते हुए मैं आइसोलेशन में रहकर ही कार्य जारी रखूंगा।

— Ashok Gehlot (@ashokgehlot51) April 29, 2021

କୌଣସି ଲକ୍ଷଣ ନ ଥିଲେ ବି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ପ୍ରୋଟୋକଲ୍ ପାଳନ କରିବା ସହ ସେ ଆଇସୋଲେସନରେ ରହିଛନ୍ତି। ଟ୍ୱିଟରେ ସେ କହିଛନ୍ତି ଯେ ଆଇସୋଲେସନରେ ରହିଥିବା ବେଳେ ମୁଁ ସୁସ୍ଥ ଅଛି ।