buffalo keeper - The Sakala

ମଇଁଷିଆଳ କରୁଛନ୍ତି ଟ୍ରାଫିକ୍‌ ନିୟନ୍ତ୍ରଣ : ଜବରଦଖଲରେ ସୁନ୍ଦରପଦା-ଜଟଣୀ ରାସ୍ତା
ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଉତ୍ତର ଉପକଣ୍ଠ  ସୁନ୍ଦରପଦାରୁ ଜଟଣୀ ଯିବା ରାସ୍ତାର ମାଳମାଳ ମଇଁଷୀ ଦେଖିବାକୁ ମିଳିଛି। ଏହା ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ବ ଧରି ଏ ଘଟଣାଟି ଚିରାଚରିତ ଭାବେ ଚାଲିଆସୁଛି। ଘଟଣାଟି ଏହିପରି ଯେ ପ୍ରତ୍ୟେକ ଦିନ ୧୦୦ ରୁ ୧୫୦ ମଇଁଷି ସୁନ୍ଦରପଦା ଥାନା ନିକଟରୁ ବାହାରି ବୋତଣ୍ଡା ପର୍ଯ୍ୟନ୍ତ ଘାସ ଚରିବାକୁ ଯାଉଛନ୍ତି। ମଇଁଷିମାନଙ୍କୁ ସୁନ୍ଦରପଦା ଥାନା ପାର୍ଶ୍ବରୁ ବାହାରି ବୋତଣ୍ଡା ଅତିକ୍ରମ କରିବା ପାଇଁ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗୁଥିବାରୁ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଜାମ୍‌ ହୋଇଯାଇଥାଏ। ଦୁର୍ଭାଗ୍ୟବିଷୟ ଏହିକିଯେ ମଇଁଷି ପଲଗୁଡିକ ସକାଳ ୮.୪୫ ମିନିଟରୁ ବାହାରି ଦିନ ୧୦ଟା ସମୟ ଭିତରେ ଏହି ରାସ୍ତାଟିକୁ ଅତିକ୍ରମ କରୁଥିବାରୁ ଏହି ସମୟରେ ସ୍କୁଲ, ବ୍ୟବସାୟ, ପ୍ରତିଷ୍ଠାନ ଏବଂ ଅଫିସକୁ ଯାଉଥିବା ଶତାଧିକ ଲୋକ ରାସ୍ତା ଜାମର ଶିକାର ହେଉଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏହିକିଯେ ମଇଁଷିମାନେ ରାସ୍ତା ଅତିକ୍ରମ ସମୟରେ କେତେବେଳେ କାର ଉପରେ ତ ଆଉ କେତେବେଳେ ମଟରସାଇକେଲ ଉପରକୁ ମାଡି ଆସିଥାନ୍ତି। ଯଦି କୌଣସି ବ୍ୟକ୍ତି ଏହାର ପ୍ରତିବାଦ କରନ୍ତି, ତେବେ ମଇଁଷିଆଳମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏପରି ମଇଁଷିଆଳମାନଙ୍କ ଆକ୍ରୋଶ ଘଟଣା ଏକ ଦୈନଦିନ ଘଟଣାରେ ପରିଣତ ହୋଇଥିବାରୁ ସାଧାରଣ ଲୋକ ଏହାର ନିରବଦ୍ରଷ୍ଟା ସାଜିଛନ୍ତି।

କିଛି ସ୍ଥାନୀୟ ଲୋକ ଏହି ଅସୁବିଧାକୁ ଏଡାଇବା ପାଇଁ ସକଳ ୮.୩୦ ପୂର୍ବରୁ କିମ୍ବା ଦିନ ୧୦ଟା ପରେ ଏହି ରାସ୍ତାକୁ ଅତିକ୍ରମ କରିବାପାଇଁ ଉପଯୋଗୀ ମନେକରି ନିଜ ନିଜ ଘରୁ ବାହାରିଥାନ୍ତି।  ମନ ଭିତରେ ଭୟ ଆଶଙ୍କା ରଖି ତରବରିଆ ଭାବେ ଗାଡି ଚଳାଇବା ଦ୍ଵାରା ବେଳେବେଳେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ସେହିପରି ସନ୍ଧ୍ୟା ୫.୩୦ରୁ  ୭ ଟା ପର୍ଯ୍ୟନ୍ତ ମଇଁଷିମାନେ ଫେରିବା ସମୟରେ ଦୈନଦିନ କାର୍ଯ୍ୟସାରି ଅଫିସରୁ  ଫେରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ରାସ୍ତା ଦେଇ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ପୁଲିସ, ପ୍ରଶାସନିକ ଅଧିକାରୀ ଦୈନଦିନ ଯିବା ଆସିବା କରୁଥିଲେ ମଧ୍ୟ ଏହି ଘଟଣାର ପ୍ରତିବାଦ କରିନଥାନ୍ତି  କିମ୍ବା ପ୍ରତିବାଦ କରିବାର ସାହସ ଯୁଟାଇ ପାରିନଥାନ୍ତି, ଫଳରେ ମଇଁଷିଆଳମାନଙ୍କର ଔଧ୍ୟତ୍ୟା ଦିନକୁ ଦିନ ବଢିବାରେ ଲାଗିଥାଏ। ସାଧାରଣ ଲୋକର ଟିକେ ପ୍ରତିବାଦ ସ୍ଵର ଶୁଣିବାକୁ ପାଇବାମାତ୍ରେ ମଇଁଷିମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ଧିଷ୍ଠ ବାଡିଟି ମଇଁଷିଆଳଙ୍କ ଦ୍ଵାରା ସାଧାରଣ ଲୋକଙ୍କ ଉପରକୁ ଉଠିବାକୁ କମ ସମୟ ଲାଗିଥାଏ, ଫଳରେ ଘଟଣା ସ୍ଥଳରେ ବଛଶା ଏବଂ ହାତାହାତି ହେବାର ସମ୍ଭାବନା ବଢିଯାଇ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଥାଏ ।  ସମୟର ସ୍ଵଳ୍ପତାକୁ ଦୃଷ୍ଟିରେ ରଖୀ ଅନ୍ୟମାନେ ବଛଶାକୁ ପ୍ରଶମିତ କରିବାରେ ଲାଗିପଡିଥାନ୍ତି । ମଇଁଷିମାନଙ୍କ ଦ୍ଵାରା ଘଣ୍ଟା ଘଣ୍ଟା ଧରି ରାସ୍ତା ରୋକ ମଇଁଷିଆଳମାନଙ୍କ ଦୌରାତ୍ମ୍ୟ ଏହିପରି  ଆଉ କେତେଦିନ ଚାଲିବ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ, କିନ୍ତୁ ପରିତାପର ବିଷୟ ଦୀର୍ଘ ୭-୮ ବର୍ଷ ଧରି ଏହି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସଙ୍କ ନୀରବତା ବୁଦ୍ଧିଜୀବୀ ମହଲରେ କ୍ଷୋଭ ଓ ଭୟର ବାତାବରଣ ଖେଳାଇ ଦେଇଛି ।