Hemagiri - The Sakala
ସୁନ୍ଦରଗଡ଼,୧୫/୧୦/୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଶିଶୁ ମହୋତ୍ସବ ‘ସୁରଭି’କୁ ସହାୟତା ଯୋଗାଇ ଦେଇଛି । ଯାହା ସ୍ଥାନୀୟ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ଲାଟଫର୍ମ । ଗିରିସ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ହେମଗିର ବ୍ଲକ ଅନ୍ତର୍ଗତ ୧୮ଗ୍ରାମ ପଞ୍ଚାୟତରେ ଥିବା ୧୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ ।
ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ଦିଷ୍ଟ ଏହି କାର୍ୟ୍ୟକ୍ରମରେ କଳା ଓ କାରିଗରୀ, ସଙ୍ଗୀତ, ନୃତ୍ୟ, ବିତର୍କ, ପ୍ରବନ୍ଧରଚନା, ବକ୍ତୃତା ଏବଂ ସୃଜନଶୀଳ ଲେଖା ସମେତ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କରୁଣା ଏସ୍ ପଟେଲଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଇଓ ଶ୍ରୀ ପଟେଲ କହିଥିଲେ ଯେ ଭବିଷ୍ୟତର ନେତୃତ୍ୱ ଗଠନ ପାଇଁ ସୁରଭି ପ୍ରୋତ୍ସାହିତ କରିଥାଏ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସହଯୋଗ ଓ ନିଷ୍ଠାର ମୂଲ୍ୟ ଶିଖିବା ପାଇଁ ଏକ ନିଆରା ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ସେ ବେଦାନ୍ତର ସହଯୋଗକୁ ଧନ୍ୟବାଦ ଜଣାଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) କିଶୋର ଆର୍କ ସୁରଭିକୁ ବେଦାନ୍ତର ସମର୍ଥନକୁ ପ୍ରଶଂସା କରି କହିଛନ୍ତି, ବେଦାନ୍ତ ସମର୍ଥନରେ ସୁରଭି ଉତ୍ସବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା, ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠାରେ ସେମାନେ ବଡ଼ ସ୍ୱପ୍ନ ଦେଖିପାରିବେ ଏବଂ ଉଚ୍ଚ ଲକ୍ଷ୍ୟ ରଖିପାରିବେ ।
ବେଦାନ୍ତ ଆଲୁମିନିୟମର ଖଣି ବ୍ୟବସାୟ ଗୋଷ୍ଠି ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି, ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଓ ଯୁବବର୍ଗଙ୍କ ଉନ୍ନତି ଜରିଆରେ ଗୋଷ୍ଠିର ବିକାଶ କରାଯାଉଛି । ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ପୁଞ୍ଜି ନିବେଶ କରି ବେଦାନ୍ତ ଅଧିକ ସହଭାଗିତା, ଅଭିବୃଦ୍ଧି ଓ ବିକାଶର ମାର୍ଗ ପ୍ରଶସ୍ତ କରୁଛି । ବେଦାନ୍ତ ଆଲୁମିନିୟମ ରଣନୀତିକ ପ୍ରୋତ୍ସାହନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବନଶୈଳୀ, ଗ୍ରାମୀଣ ଭିତ୍ତିଭୂମି ଏବଂ କ୍ରୀଡ଼ା ଓ ସଂସ୍କୃତି ମାଧ୍ୟମରେ ସମୃଦ୍ଧ ଗୋଷ୍ଠୀ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‍ ମାଧ୍ୟମରେ କମ୍ପାନି ପକ୍ଷରୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା ସୀମା ମଧ୍ୟରେ ଏବଂ ଏହା ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ ଦିଗରେ ସକ୍ରିୟ ଭାବରେ ଯୋଗଦାନ କରୁଛି ।
ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଆର୍ଥିକ ବର୍ଷ ୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍‍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦଗୁଡ଼ିକରେ ଅନ୍ତର୍ଭୁକ୍ତ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ହୋଇଥାଏ । ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡ ପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସେମେଣ୍ଟଣ୍ଟ ୨୦୨୩ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ । ଭାରତରେ ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲ୍ଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଣ୍ଟ ଥିବା ବେଳେ ଆଲୁମିନିୟମ ‘ମେଟାଲ ଅଫ୍ ଦି ଫ୍ୟୁଚର’ର ମିଶ୍ରଣକୁ ସବୁଜିମା ପାଇଁ ପ୍ରୋତ୍ସାହିତ କରିବାରେ ସଫଳ ହୋଇଛି ।