Lawrence Bishnoi - The Sakala

ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ଥିବା ବିବାଦ ଉପରେ ଆଧାରିତ ବହୁଚର୍ଚ୍ଚିତ ଫିଲ୍ମ 'କାଲା ହିରଣ-ଦ ବ୍ୟାଟେଲ ଫର୍ ଲେଗେସି'ର ଫାଷ୍ଟ ଲୁକ୍ ବା ଟିଜର ଆଜି ରିଲିଜ୍ ହୋଇଯାଇଛି। ଏହି ଫିଲ୍ମଟି ମୁଖ୍ୟତଃ ୧୯୯୮ ମସିହାର କଳା ହରିଣ ଶିକାର ମାମଲା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପର୍ଯ୍ୟବେସିତ। ଟିଜର ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସଲମାନଙ୍କ ଭୂମିକାରେ କାଶିଫ୍ ଇକବାଲ ଖାନ୍

ଫିଲ୍ମର ୨ ମିନିଟ୍ ୩୨ ସେକେଣ୍ଡର ଟିଜର ବା ଫାଷ୍ଟ ଲୁକ୍ କୋର୍ଟ ରୁମ୍ ସିନ୍ ରୁ ଆରମ୍ଭ ହୋଇଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ଚରିତ୍ରର ନାମ ଆୟାନ ଖାନ ରଖାଯାଇଥିବା ବେଳେ ଏହି ଭୂମିକାରେ ଅଭିନୟ କରିଛନ୍ତି କାଶିଫ୍ ଇକବାଲ ଖାନ୍। ଟିଜରରେ ଆୟାନଙ୍କ ଷ୍ଟାଇଲ୍, ଚାଲି ଏବଂ ହାତର ବ୍ରେସଲେଟ୍ ହୁବହୁ ସଲମାନ ଖାନଙ୍କ ସହ ମେଳ ଖାଉଛି। କୋର୍ଟରେ ଓକିଲ ଅକ୍ଟୋବର ୨, ୧୯୯୮ ମସିହାରେ ହୋଇଥିବା ଦୁଇଟି କଳା ହରିଣ ଶିକାର ମାମଲାର ଯୁକ୍ତି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି।

ଦାଉଦଠାରୁ ବି ବଡ଼ ଡନ୍ ଭାବେ ଉପସ୍ଥାପିତ 'ଲାୟନ୍ ବିଷ୍ଣୋଇ'

ଏହି ଫିଲ୍ମରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଚରିତ୍ରକୁ ଲାୟନ୍ ବିଷ୍ଣୋଇ ନାମରେ ଦେଖାଯାଇଛି। ଟିଜରର ଏକ ସଂଳାପରେ କୁହାଯାଇଛି ଯେ, ୯୦ ଦଶକରେ ଅଣ୍ଡରୱାର୍ଲ୍ଡର ବାପା ଥିଲା ଦାଉଦ, କିନ୍ତୁ ଆଜି ଦାଉଦର ବି ବାପା ହେଉଛି ଲାୟନ୍ ବିଷ୍ଣୋଇ। ପୋଲିସର ଏକ ସିନ୍ ରେ କୁହାଯାଇଛି ଯେ, "ବିଷ୍ଣୋଇକୁ ଆୟାନର ପଇସା ନୁହେଁ, ବରଂ ତା'ର ବଳି ଦରକାର।" ଜେଲରେ ଥାଇ ମଧ୍ୟ ଲାୟନ୍ କିପରି ଆତଙ୍କ ଖେଳାଉଛି ଏବଂ କଳା ହରିଣ ଶିକାର ପାଇଁ ଆୟାନଙ୍କ ଜୀବନ ନେବାକୁ ଚାହୁଁଛି, ତାହା ଏଥିରେ ଦର୍ଶାଯାଇଛି।

ନୋଟିସ ସତ୍ତ୍ୱେ ଡରିଲେନି ପ୍ରଯୋଜକ ଅମିତ ଜାନୀ

ଏହି ବିବାଦୀୟ ଫିଲ୍ମକୁ ଅଟକାଇବା ପାଇଁ ନିକଟରେ ସଲମାନ ଖାନଙ୍କ ଲିଗାଲ୍ ଟିମ୍ ପକ୍ଷରୁ ମେକର୍ସଙ୍କୁ ଏକ ଲିଗାଲ୍ ନୋଟିସ ପଠାଯାଇଥିଲା। କିନ୍ତୁ ଫିଲ୍ମର ପ୍ରଯୋଜକ ଅମିତ ଜାନୀ ଏହି ନୋଟିସକୁ କ୍ୟାମେରା ସାମ୍ନାରେ ଚିରି ଦେଇଥିଲେ ଏବଂ ନିଜ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଅମିତ ଜାନୀଙ୍କ କହିବା ଅନୁଯାୟୀ ତାଙ୍କୁ ଡି-କମ୍ପାନୀ ଏବଂ ସଲମାନଙ୍କ ଫ୍ୟାନ୍ସଙ୍କ ଠାରୁ ହତ୍ୟା ଧମକ ମିଳୁଛି। ଭରତ ଏସ୍ ଶ୍ରୀନେତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଗୁରୁ ଜମ୍ଭେଶ୍ୱର ଏବଂ ବିଷ୍ଣୋଇ ସମାଜକୁ ଉତ୍ସର୍ଗ କରାଯାଇଛି। ଏହି ଫାଷ୍ଟ ଲୁକ୍ ଭିଡିଓ ଜୁନ୍ ୧୨, ୨୦୨୬ ରେ ପ୍ରଯୋଜକଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ କରାଯାଇଛି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚିନ୍ତାରେ ସଲମାନ ଖାନ୍
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତେବେ କୁହାଯାଉଛି ଯେ ବାବା ସିଦ୍ଦିକି ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ଏହାରିଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ହରନାଥ ସିଂ ଯାଦବ ଅଭିନେତା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା ।

ଖବର ଅନୁଯାୟୀ, ୧୯୯୮ ରେ ସଲମାନ ଫିଲ୍ମ ସୁଟିଂ ସମୟରେ ଏକ କୃଷ୍ଣ ମୃଗକୁ ଶିକାର କରିଥିଲେ । ଯେଉଁଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅନେକ ଦିନ ଧରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ସୁଯୋଗ ଖାଜୁଛନ୍ତି । ଏପରିକି ଅନେକ ଥର ସଲମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ନିକଟରେ ସଲମାନଙ୍କ ଘର ଉପରେ ଗୁଳିମାଡ କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ।