Rajiv Awas Yojana - The Sakala

ଭଡ଼ାରେ ଲାଗିଛି ରାଜୀବ ଆବାସ: ନୂଆ ବସ୍ତି ଗଢୁଛନ୍ତି ଘର ମାଲିକ, ସବୁ ଆବାସରେ ଭଡ଼ାଟିଆ ଭର୍ତ୍ତି
ଭୁବନେଶ୍ୱର: ବାସହୀନକୁ ଘର ଦେବା ପାଇଁ ସରକାରୀସ୍ତରରେ ନାନା ଯୋଜନା ରହିଛି। ଏହାର ସଫଳ ରୂପାୟନ ମଧ୍ୟ ହେଉଛି। କିନ୍ତୁ ହିତାଧିକାରୀ ଘର ପାଇବା ପରେ ତାହା କେଉଁ କାମରେ ବିନିଯୋଗ ହେଉଛି, ସେ ଦିଗରେ କେହି ତଦନ୍ତ କରୁନାହାନ୍ତି। ଖୋଦ୍‌‌ ରାଜଧାନୀରେ ରାଜୀବ ଆବାସ ଯୋଜନାରେ ଘର ପାଇ ତାକୁ ଭଡ଼ାରେ ଲଗାଇବା ଘଟଣା ସାମ୍ନାକୁ ଆସିଛି। ତିନିଦିନ ତଳେ ମୈତ୍ରୀବିହାର ଥାନା ଅଧୀନରେ ଜଣେ ମହିଳାଙ୍କୁ ଡକାୟତମାନେ ଗଣଦୁର୍ଷ୍କମ କରିବା ଘଟଣାରୁ ଏହି କଥା ପଦାକୁ ଆସିଛି। ସମ୍ପୃକ୍ତ ମହିଳାଜଣଙ୍କ ରାଜୀବ ଆବାସ ଯୋଜନାରେ ମିଳୁଥିବା ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଘର କେଉଁ କାମରେ ବିନିଯୋଗ ହେଉଛି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହା କେବଳ ଗୋଟିଏ ଉଦାହରଣ ମାତ୍ର। ଘଟଣାର ଅଧିକ ତଦନ୍ତ କରାଗଲେ, ଏଭଳି ଆହୁରି ଏକାଧିକ ଘର ବାହାରିବ ବୋଲି କୁହାଯାଉଛି।

ସହରରେ ବସ୍ତିବାସିନ୍ଦାଙ୍କୁ ଉନ୍ନତମାନର ଘର ଯୋଗାଇଦେବା ଓ ସହରକୁ ବସ୍ତିମୁକ୍ତ କରିବା ପାଇଁ ଏହି ପ୍ରକଳ୍ପ ସବୁ ପ୍ରକଳ୍ପର ପରିକଳ୍ପନା ହେଉଛି। ରିହାତି ଦରରେ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇଛି। କେତେଗୁଡ଼ିଏ ପ୍ରକଳ୍ପ କାମ ଶେଷ ହୋଇଯାଇଥିବାବେଳେ ଏବେ ବି କେତେଗୁଡ଼ିଏ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଆହୁରି ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ଖୋଜାଚାଲିଛି। ହେଲେ ସମ୍ପୂର୍ଣ୍ଣ ହୋଇଯାଇଥିବା ପ୍ରକଳ୍ପରେ ଏବେ ବି ଏକାଧିକ ଘର ଭଡ଼ା ଲାଗିଛି।

ସେଥିମଧ୍ୟରୁ ମହିଷାଖାଲ ପ୍ରକଳ୍ପରେ ଶହେରୁ ଊର୍ଦ୍ଧ୍ବ ଘର ଭଡ଼ାରେ ଲାଗିଥିବା ଅଭିଯୋଗ ହେଉଛି। ସେହିଭଳି ପଥରବନ୍ଧରେ ଥିବା ୨୪୦ ଘରରୁ ୮୮ ଘର ଭଡ଼ା ଲାଗିଛି। ବିଏମ୍‌‌ସିର ରଙ୍ଗମାଟିଆ ପ୍ରକଳ୍ପରେ ୬୦୦ ଘର ରହିଥିବା ବେଳେ ସେଠାରେ ପ୍ରାୟ ୨୦୦ ଘର ଭଡ଼ାରେ ଲାଗିଥିବା ଅଭିଯୋଗ ହୋଇଛି। ମୁଣ୍ଡାସାହି ମଣ୍ଡପବସ୍ତିର ପ୍ରକଳ୍ପରେ ୩୭୮ ଘରରୁ ୧୫୦ ଘର ଭଡ଼ା ଲାଗିଛି। ଅରବିନ୍ଦ ନଗର ପ୍ରକଳ୍ପରେ ଥିବା ୧୯୨ ଘରରୁ ୩୫ ଘର ଭଡ଼ା ଲାଗିଛି। ଏହି ପ୍ରକଳ୍ପରେ ଘର ଭଡ଼ାରେ ଲାଗିଥିବା ବିଏମ୍‌‌ସିର ୱାର୍ଡସ୍ତରୀୟ କର୍ମଚାରୀ ଜାଣିଥିଲେ ହେଁ ଜାଣିଶୁଣି ଚୁପ୍‌‌ ରହିଥିବା ଅଭିଯୋଗ ହେଉଛି। ଯେଉଁମାନେ ଏଠାରେ ଘର ପାଇଥିଲେ, ସେମାନେ ଅନ୍ୟତ୍ର ଯାଇ ନୂଆ ବସ୍ତି ତିଆରି କରୁଥିବା ମଧ୍ୟ ଅଭିଯୋଗ ହେଉଛି। କେବଳ ସାଧାରଣ ଲୋକ ନୁହନ୍ତି, ଏଥିରେ ବଡ଼ ବଡ଼ ଜମି ମାଫିଆ ବି ସମ୍ପୃକ୍ତ ଅଛନ୍ତି। ଦିନ ଦ୍ୱିପ୍ରହରରେ ସରକାରୀ ବାବୁଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଜମି ମାଫିଆମାନେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ କବ୍‌‌ଜା କରି ନେଉଛନ୍ତି। ଯେଉଁଠି ଟିକିଏ ଖାଲି ସ୍ଥାନ ପାଉଛନ୍ତି କଳବଳ ଲଗାଇ ଜବରଦଖଲ କରୁଛନ୍ତି। କେଉଁଠି ବେଆଇନ ନିର୍ମାଣ କରୁଛନ୍ତି ତ ଆଉ କେଉଁଠି ଅସାମାଜିକ ଲୋକଙ୍କୁ ହାତ କରି ଜମି ହାତେଇ ନେଉଛନ୍ତି। ବିଏମ୍‌‌ସି, ବିଡିଏ ସହର ଭିତରେ ଗୋଟିଏ ପରେ ଗୋଟିଏ ବେଆଇନ ନିର୍ମାଣକୁ ଭାଙ୍ଗି ସରକାରୀ ଜମିକୁ ଫେରାଇ ଆଣୁଥିବା ବେଳେ ଏଭଳି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି।

ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆବାସ ଯୋଜନା ଘର ଭଡ଼ା ଲାଗିଥିବା ଅଭିଯୋଗ ଆମର ହସ୍ତଗତ ହୋଇଛି। ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି। ସମ୍ପୃକ୍ତ ହିତାଧିକାରୀ କେଉଁ ପରିସ୍ଥିତିରେ ଘର ଅନ୍ୟ ଜଣଙ୍କୁ ଭଡ଼ାରେ ଲଗାଇଛନ୍ତି, ତାଙ୍କର ସ୍ଥିତାବସ୍ଥା ଏବେ କ’ଣ ଅଛି? ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଉଛି। ତଦନ୍ତରେ ଅଯୋଗ୍ୟ ସାବ୍ୟସ୍ତ ହେଲେ ଘର ବାତିଲ୍‌‌ କରିବା ସହ ଭଡ଼ା ଲଗାଇଥିବା ଜରିମାନା ଆଦାୟ ହେବ ବୋଲି ସେ କହିଛନ୍ତି। ଏଥିସହ ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।