Movie - The Sakala
ଆସିବ ‘ବାହୁବଳି ୩’
ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସଙ୍କ ଅଭିନୀତ ‘ବାହୁବଳି’ ଓ ‘ବାହୁବଳି ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଦୁଇଟି ଯାକ ଫିଲ୍ମ ବ୍ଲକ୍‌ବଷ୍ଟର୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହି ଦୁଇଟି ଫିଲ୍ମକୁ ମିଶାଇ ଏସ୍‌. ଏସ୍‌.ରାଜମୌଲି ‘ବାହୁବଳି: ଦ ଏପିକ୍’ ନିର୍ମାଣ କରିଛନ୍ତି। ଏହା ଏଇ ୩୧ରେ ରିଲିଜ୍‌ ହେବ। ଇତିମଧ୍ୟରେ ଫିଲ୍ମ ନିର୍ମାତା ଶୋଭୁ ୟାର୍ଲାଗଡ୍ଡା ‘ବାହୁବଳି ୩’କୁ ନେଇ ଖୁଲ୍ଲାସା କରିଛନ୍ତି। ‘ବାହୁବଳି: ଦ ଏପିକ୍‌’ର ପ୍ରଚାର ସମୟରେ ‘ବାହୁବଳି ୩’କୁ ନେଇ କୌଣସି ପ୍ରକାରର ଘୋଷଣା କରାଯିବ ନାହିଁ ବୋଲି ସେ କହିଛନ୍ତି। ଯଦିଓ ଶୋଭୁ ଫିଲ୍ମ ରିଲିଜ୍‌ କେବେ ହେବ ସେନେଇ କିଛି କହିନାହାନ୍ତି କିନ୍ତୁ ଦର୍ଶକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ‘ବାହୁବଳି: ଦ ଏପିକ୍‌’ର ଶେଷରେ ଫିଲ୍ମ ନିର୍ମାତା ‘ବାହୁବଳି ୩’ ବିଷୟରେ କିଛି ସୂଚନା ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଓଟିଟିରେ ‘ଡିଟେକ୍ଟିଭ୍‌ ଶେରଦିଲ୍’
ପଞ୍ଜାବୀ ସୁପରଷ୍ଟାର୍‌ ଦିଲଜିତ୍‌ ଦୋସାଞ୍ଜ ବଲିଉଡ୍‌ରେ ମଧ୍ୟ ସଫଳ ହୋଇଛନ୍ତି। ଦିଲଜିତ୍‌ ତାଙ୍କର ଆଗାମୀ ଫିଲ୍ମରେ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ‘ଡିଟେକ୍ଟିଭ୍‌ ଶେରଦିଲ୍’ରେ ସେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। ରବି ଛାବଡ଼ିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ରବି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବଶତଃ ଏହା ଅଟକି ରହିଥିଲା। ଏବେ ଏହା ଓଟିଟି ପ୍ଲାଟଫର୍ମ ଜି୫ରେ ଜୁନ୍‌ ୨୦ରେ ରିଲିଜ୍‌ ହେବ। ଫିଲ୍ମର ସୁଟିଂ ବୁଦାପେଷ୍ଟରେ କରାଯାଇଛି। ଫିଲ୍ମର କାହାଣୀ ଜଣେ ନିଆରା ଡିଟେକ୍ଟିଭଙ୍କ ଚାରିପଟେ ଘୂରି ବୁଲୁଛି। ଦିଲଜିତ୍‌ଙ୍କ ସହ ଏଥିରେ ଡାଏନା ପେଣ୍ଟି, ବୋମନ୍‌ ଇରାନି ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ। ଦିଲଜିତ୍‌ ଶେଷ ଥର ପାଇଁ ‘ଜଟ୍‌ ଆଣ୍ଡ ଜୁଲିଏଟ୍‌ ୩’ରେ ନଜର ଆସିଥିଲେ।
ଭୁବନେଶ୍ୱର: ଚଳିତବର୍ଷ ରଜରେ ପରଦାକୁ ଆସିବ ୨ଟି ନୂଆ ଓଡ଼ିଆ ସିନେମା। ବାବୁସାନ୍‌ଙ୍କ ‘ବୋଉ ବୁଟୁ ଭୂତ’ ଏବଂ ସବ୍ୟସାଚୀଙ୍କ ‘ଅନନ୍ତା’। ଏହାସହିତ ରଜର ଅବ୍ୟବହିତ ପୂର୍ବରୁ ଗତ ୬ ତାରିଖରେ ମୁକ୍ତିଲାଭ କରିଛି ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ଆଉ ଏକ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍‌’। ରଜ ଉପଲକ୍ଷେ ଏହି ୩ଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ବୋଉ ବୁଟୁ ଭୂତ’ ଏବଂ ‘ଅନନ୍ତା’ ଆସନ୍ତା ୧୨ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାଗୁଡ଼ିକର ଟ୍ରେଲର୍‌ ଓ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।
ସାଧାରଣତଃ ଆଗରୁ ରଜ, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ପ୍ରତିଯୋଗିତା ଭାବେ ସିନେମା ରିଲିଜ୍‌ ହେଉଥିବାବେଳେ ଚଳିତବର୍ଷ ରଜରେ ମାତ୍ର ୨ଟି ସିନେମା ପରଦାକୁ ଆସିବ। କରୋନା ମହାମାରୀ ପରଠୁ ଯଦିଓ ଓଡ଼ିଆ ସିନେମାଠାରୁ ଦର୍ଶକ ମୁହଁ ଫେରାଇ ନେବା ଭଳି ପ୍ରତୀୟମାନ ହେଉଛି, ତଥାପି ମୌଳିକ କାହାଣୀକୁ ନେଇ ନିର୍ମିତ କେତୋଟି ଓଡ଼ିଆ ସନେମା ପରଦାକୁ ଆସିବା ପରେ ଦର୍ଶକ ହଲ୍‌ମୁହାଁ ହେଉଥିବା ବି ଦେଖିବାକୁ ମିଳିଛି। ରଜରେ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ରାଣ୍ଡିପୁଅ ଅନନ୍ତା’ର କାହାଣୀକୁ ନେଇ ନିର୍ମିତ ‘ଅନନ୍ତା’ ଶେଷରେ ଦର୍ଶକଙ୍କ ନିଟକରେ ପହଞ୍ଚିବାକୁ ଯାଉଛି। ସିନେମାର ନାଁକୁ ନେଇ ଅନେକ ବିବାଦ ପରେ ନାଁ ବଳାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ସୂର୍ଯ୍ୟମୟୀ ରହିଛନ୍ତି। ସୁଶାନ୍ତ କୁମାର ମହାପାତ୍ର ଓ ଶ୍ୱେତପଦ୍ମା ମହାନାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର।
ସେହିପରି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ତୃପ୍ତୀ ମହାନ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ରେ ବାବୁଶାନ୍‌ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ସେହିପରି ଅପରାଜିତା ଏବଂ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
ସେହିପରି ରେଞ୍ଜ ରୟାଲ୍‌ ଲାବ୍‌ ବ୍ୟାନର୍‌ରେ ଏବଂ ଜୀ ସାର୍ଥକ ସହଯୋଗରେ ପ୍ରସ୍ତୁତ ‘ଫାଷ୍ଟ ଲଭ୍‌’ ଚଳିତ ମାସ ୬ ତାରିଖରେ ମୁକ୍ତିଲାଭ କରିଥିବାବେଳେ ରଜରେ ମଧ୍ୟ ସିନେମାଟି ଦର୍ଶକଙ୍କୁ ହଲମୁହାଁ କରାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି। ଏଥିରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ସମେତ ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।
ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ସାଉଥ୍‌ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାନ୍ତି। ସେ ବଲିଉଡ୍‌ରେ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି। ବଲିଉଡ୍‌ରେ ତମନ୍ନା ଡ୍ୟାନ୍ସ ଆଇଟମ୍‌ଗୁଡ଼ିକ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଇତିମଧ୍ୟରେ ଅଜୟ ଦେବଗନଙ୍କ ଅଭିନୀତ ‘ରେଡ୍-୨’ର ଗୀତ ‘ନଶା’ ରିଲିଜ୍‌ ହୋଇଛି। ଏଥିରେ ତମନ୍ନା ତାଙ୍କ ବୋଲଡ୍‌ ଲୁକ୍‌ ସହ ଜବରଦସ୍ତ ନାଚ ଦ୍ବାରା ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସେ ଏହି ଗୀତ ପାଇଁ କୋଟିଏ ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ଏହାପୂର୍ବରୁ ତମନ୍ନାଙ୍କ ‘ସ୍ତ୍ରୀ ୨’ର ‘ଆଜ୍‌ କି ରାତ୍‌’ ଡ୍ୟାନ୍ସ ନମ୍ବର ବେଶ୍‌ ଭାଇରାଲ ହୋଇଥିଲା। ଏଥିପାଇଁ ମଧ୍ୟ ସେ କୋଟିଏ ଟଙ୍କା ନେଇଥିଲେ। ସେହିଭଳି ‘ହିମ୍ମତବାଲା’ ଫିଲ୍ମର ‘ତାକି ତାକି ’ ଗୀତ ପାଇଁ ତମନ୍ନା ୫୦ ଲକ୍ଷ ନେଇଥିଲେ।
ଆସିବ ଅମିର୍ ଖାନଙ୍କ ଅଭିନୀତ ଫିଲ୍ମ ‘ଗଜନି-୨’
ମୁମ୍ବଇ:  ବଲିଉଡ୍‌ର ଆଗଧାଡ଼ିର ଅଭିନେତା ଅମିର୍ ଖାନ୍ ଏବେ ଏକାଧିକ ଫିଲ୍ମ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ସେ ତାଙ୍କ ଅଭିନୀତ ଫିଲ୍ମ ‘ଗଜନି’ର ସିକ୍ବେଲ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ୨୦୦୮ରେ ଆସିଥିବା ଏହି ଫିଲ୍ମ ତାମିଲ ଫିଲ୍ମ ‘ଗଜନି’ର ରିମେକ୍‌ ଥିଲା। ସେତେବେଳେ ଏହା ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ ଆସିନ୍‌, ଜିଆ ଖାନ୍‌ ପ୍ରମୁଖ ଅଭିନୟ କରିଥିଲେ।
ସେହିଭଳି ତାମିଲ ‘ଗଜନି’ରେ ସୂର୍ଯ୍ୟା, ଆସିନ୍ ଓ ନୟନତାରା ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ତେବେ ‘ଗଜନି-୨’ରେ ଉଭୟ ଅମିର୍‌ ଓ ସୂର୍ଯ୍ୟା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଏ.ଆର୍‌ ମୁରୁଗାଦୋସ ଏହାର ନିର୍ଦ୍ଦେଶନା ଦେବେ। ତେବେ ‘ଗଜନି-୨’ ପାଇଁ ଅମିର୍‌ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ଓ ମଧୁ ମାଣ୍ଟେନାଙ୍କୁ ଏକ ଭଲ କାହାଣୀ ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ଅମିର୍‌ଙ୍କ କାମ କଥା କହିବାକୁ ଗଲେ, ସେ ଏବେ ଲୋକେଶ କନଗରାଜଙ୍କ ଏକ ସୁପର୍‌ହିରୋ ଭିତ୍ତିକ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି। ଏହାବାଦ୍‌ ସେ ରଜନୀକାନ୍ତଙ୍କ ସହ ‘କୁଲି’ ଫିଲ୍ମରେ କାମ କରୁଛନ୍ତି। ଏଥିରେ ସେ ଅତିଥି କଳାକାର ଭାବେ ନଜର ଆସିବେ।
ପୂଜା ବଜାରରେ ଧମାଲ୍ କରିବ ୫ ଓଡ଼ିଆ ସିନେମା, କଞ୍ଚାଲଙ୍କାରେ ରିଲିଜ୍‌‌ ହେଲା ‘ଗୁଡ୍ଡୁ ଗ୍ୟାଙ୍ଗ୍‌‌ଷ୍ଟର’
ଭୁବନେଶ୍ୱର: ଚଳିତ ବର୍ଷ ପୂଜାରେ ଏକାଥରକେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ‘କର୍ମ’, ‘ଖୋକାଭାଇ’, ‘ଭିଲେନ୍‌‌’ ଏବଂ ଦୁର୍ଗା’। ସେହିପରି ୪ ତାରିଖରେ ‘ସନମ୍‌‌ ତୁ ସୁହାନା’ ପ୍ରଥମେ ପୁରୀରେ ଏବଂ ପରେ ରାଜ୍ୟର ଅନ୍ୟ ହଲ୍‌‌ଗୁଡ଼ିକରେ ମୁକ୍ତିଲାଭ କରିବ। ତେବେ ସିନେମାଗୁଡ଼ିକ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକମାନେ ଆଶା ରଖିଥିବାବେଳେ ସିନେମାଗୁଡ଼ିକର ଟ୍ରେଲର୍‌‌, ପୋଷ୍ଟର ଓ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା ସାଉଁଟିଛି।
ଗୋଟିଏ ଟିକଟ୍‌‌ରେ ଆଉ ଗୋଟିଏ ମାଗଣା
ଆସନ୍ତା ୪ ତାରିଖରେ ରିଲିଜ୍‌‌ ହେବ ଓଡ଼ିଆ ସିନେମା ‘ସନମ୍‌‌ ତୁ ସୁହାନା’। ଏହି ଅବସରରେ ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ପିନ୍‌‌ ଅଫର ଘୋଷଣା କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ। ସେହିପରି କର୍ମ, ଭିଲେନ୍‌‌, ଖୋକାଭାଇ ତୁମ ପାଇଁ ଓ ଦୁର୍ଗା ସିନେମାକୁ ମଧ୍ୟ ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ କରୁଛନ୍ତି। ତେବେ ଆଗାମୀ ୪ରୁ ୬ ତାରିଖ ଭିତରେ ଯେଉଁ ଦର୍ଶକ ‘ସନମ ତୁ ସୁହାନା’ ସିନେମାର ଟିକଟ କାଟି ଦେଖିବାକୁ ଆସିବେ ସେମାନେ ଏକ ସ୍ପିନ୍‌‌ ଗେମ୍‌‌ ଖେଳିବାର ସୁଯୋଗ ପାଇବେ। ଏହି ସ୍ପିନର୍‌‌ ତଥା ଚକ୍ର ଘୂରାଇବା ଫଳରେ ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ ସେହି ଫିଲ୍ମର ଟିକଟ ମାଗଣା ମିଳିବ ବୋଲି ପ୍ରଯୋଜକ କହିଛନ୍ତି। ଏଥିପାଇଁ କୌଣସି ଲିମିଟ୍‌‌ ନ ଥିବାବେଳେ ଗୋଟିଏ ଟିକଟ ପିଛା ଅନ୍ୟ ଗୋଟିଏ ଟିକଟର ବମ୍ପର ଅଫର ବୋଲି ସେ କହିଛନ୍ତି। ଏହାଦ୍ୱାରା ଦର୍ଶକମାନେ ତାଙ୍କ ଫିଲ୍ମ ସହ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ତା’ ସହ ଓଡ଼ିଆ ଫିଲ୍ମର ଲଢ଼େଇ ନୁହଁ ବରଂ ଚଳିତ ବର୍ଷ ଦଶହରାରେ ଭାଇଚାରା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।
ଏହାସହ ଓଟିଟି ପ୍ଲାଟ୍‌‌ଫର୍ମ କଞ୍ଚାଲଙ୍କାରେ ରିଲିଜ୍‌‌ ହୋଇଛି ‘ଗୁଡ୍ଡୁ ଗ୍ୟାଙ୍ଗ୍‌‌ଷ୍ଟର’। ଏହି ଆକ୍ସନ କମେଡି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଏଥିରେ ମୁଖ୍ୟ ଚରିତ୍ର ଗୁଡ୍ଡୁ ଭୂମିକାରେ ଶୈଳେନ୍ଦ୍ର ରହିଥିବାବେଳେ ଗ୍ୟାଙ୍ଗ୍‌‌ଷ୍ଟର ଭାବେ ନଜର ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଶିବାନୀ, ଚୌଧୁରୀ ଜୟପ୍ରକାଶ ଦାସ ରହିଛନ୍ତି। ସେହିପରି ବିର୍ସାମୁଣ୍ଡା ଇଣ୍ଟରନ୍ୟାସ୍‌‌ନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଇଣ୍ଡିଆନ୍‌‌ ଫିଚର ଫିଲ୍ମ ଭାବେ ସ୍ଥାନ ପାଇଥିବା ସହ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ ହୋଇଥିଲା ଓଡ଼ିଆ ଫିଲ୍ମ ‘ସୀତା।’ ଆସନ୍ତା ୩ ତାରିଖରୁ ଏହି ସିନେମା ଓଟିଟିରେ ଦେଖିବାକୁ ମିଳିବ। ଏଥିରେ ମୁଖ୍ୟ ଭୂମିକାରେ ଦେବଯାନୀ ରହିଥିବାବେଳେ ଚୌଧୁରୀ ବିକାଶ ଓ ସମରେଶ ନଜର ଆସିବେ।
ମନ ଜିଣିବ ‘ଖୋକା ଭାଇ ତୁମ ପାଇଁ’
ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା। ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ‘ଖୋକାଭାଇ ତୁମ ପାଇଁ’ ସିନେମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱାଭିମାନ। ଏହି ସିନେମାରେ ଓଡ଼ିଶାବାସୀଙ୍କ ଭାବପ୍ରବଣତା ଯୋଡ଼ି ହୋଇଥିବା କୁହାଯାଉଛି। ସ୍ୱରାଜଙ୍କ ସହ ନବାଗତା ଲକି ମନୀଷା, ସରୋଜ ପରିଡ଼ା, ଉପାସନାଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଥର ପାଇଁ ନୂଆ ଯୋଡ଼ି ସ୍ୱରାଜ ଓ ମନୀଷାଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ସିନେମାର ନିର୍ଦ୍ଦେଶନା ଗିରିଶ୍‌‌ ମହାନ୍ତି ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।
ଧୁମ୍‌‌ ମଚାଇବ ଅନୁଭବଙ୍କ ‘କର୍ମ’
ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘କର୍ମ’ରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତିଙ୍କ ଦମ୍‌‌ଦାର ଆକ୍ସନ, ଡ୍ରାମା ଓ ଡ୍ୟାନ୍ସ। ଏହାସହ ସୂର୍ଯ୍ୟମୟୀ, ଦିବ୍ୟାଦିଶାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟସ୍ପର୍ଶ କରିବ। ଏଥିରେ ଅନୁଭବ ମହାନ୍ତି ଏକ ଅନେଷ୍ଟ ଇନ୍‌‌ଭେଷ୍ଟିଗେଟିଭ୍‌‌ ପୁଲିସ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ହଲ୍‌‌କୁ ଆସିବା ପୂର୍ବରୁ ଚିରିଙ୍ଗ୍‌‌ ଚିରିଙ୍ଗ୍‌‌ ଓ ଧିତାଙ୍ଗ୍‌‌ ଧିତାଙ୍ଗ୍‌‌ ଗୀତ ଦର୍ଶକଙ୍କ ମଧ୍ୟରେ ବେଶ୍‌‌ ଉତ୍କଣ୍ଠା ସୃଷ୍ଟି କରିଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଥିବାବେଳେ ଏହି ସିନେମାଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
‘ଦୁର୍ଗା’ରେ ନାରୀ ସଂଘର୍ଷର କାହାଣୀ
କୁମାର ପ୍ରିତମ ସାହୁଙ୍କ ପ୍ରଯୋଜନାରେ ଅନସମିସ ପ୍ରଡକ୍ସନ ବ୍ୟାନର୍‌‌ରେ ତାପସ ସରଘରିଆଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମିତ ସିନେମା ‘ଦୁର୍ଗା’ରେ ଦେଖିବାକୁ ମିଳିବ ନାରୀ ସଂଘର୍ଷର କହାଣୀ। ଜଣେ ନାରୀ କେତେବଳେ ଜନନୀ ତ ଆଉ କେତେବେଳେ ଭଗିନୀ, ଜାୟା ଏବଂ ପୁଣି କେତେବେଳେ ସର୍ବଂସହାଁ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ଭାଳିକୁ ଯାଇ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥାଏ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ପୁନମ୍‌‌ ମିଶ୍ର ରହିଥିବାବେଳେ ମୁମ୍ବାଇ ଅଭିନେତ୍ରୀ ଇଷା ତଲୱାର, ରାଜ ରାଜେଶ, ଅଭିଷେକ, ହରିହର ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଶାରଦୀୟ ପୂଜା ବଜାରରେ ସିନେମାଟି ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।
‘ଭିଲେନ୍‌‌’ରେ ଗ୍ୟାଙ୍ଗ୍‌‌ଷ୍ଟର ଅର୍ଦ୍ଧେନ୍ଦୁ
ସେହିପରି ଆଉ ଏକ ଆକ୍ସନପ୍ୟାକ୍‌‌ଡ ‘ଭିଲେନ୍‌‌’ ମଧ୍ୟ ଏଥର ଦଶହରାରେ ଦର୍ଶକଙ୍କୁ ବେଶ୍‌‌ ମନୋରଞ୍ଜନ ଯୋଗାଇବ। ଏଥିରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଗ୍ୟାଙ୍ଗ୍‌‌ଷ୍ଟର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାସହ ତମନ୍ନାଙ୍କ ଚୁଲ୍‌‌ବୁଲି ଅଭିନୟ ମଧ୍ୟ। ସେହିପରି ଉଷଶ୍ରୀ ମିଶ୍ର, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ଇଲୁ ବାନାର୍ଜୀ ପ୍ରମୁଖ ଆଗଧାଡ଼ିର କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିବ। ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌‌ମେଣ୍ଟ ବ୍ୟାନର୍‌‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା କେ. ମୁରଲୀକ୍ରିଷ୍ଣ ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିକନ୍ଦ ସାହୁ।