Karma - The Sakala

ଗରୁଡ଼ ପୁରାଣ ରହସ୍ୟ: ମୃତ୍ୟୁ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ ପରବର୍ତ୍ତୀ ଜନ୍ମ, ଜାଣନ୍ତୁ କ'ଣ କହୁଛି ଆପଣଙ୍କ କର୍ମ
ହିନ୍ଦୁ ଧର୍ମର ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହନ ଗରୁଡ଼ଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଉପରେ ଆଧାରିତ ଏହି ପୁରାଣରେ ଜୀବନ, ମୃତ୍ୟୁ, ଆତ୍ମା, କର୍ମ, ପୁନର୍ଜନ୍ମ ଏବଂ ମୋକ୍ଷ ସହ ଜଡ଼ିତ ଅନେକ ଗୁଢ଼ ରହସ୍ୟ ବର୍ଣ୍ଣନା କରାଯାଇଛି। ସାଧାରଣତଃ ଲୋକଙ୍କ ମନରେ ମୃତ୍ୟୁ ପରେ କ'ଣ ହୁଏ, ସେ ନେଇ ଅନେକ ପ୍ରଶ୍ନ ଥାଏ। କିନ୍ତୁ ଗରୁଡ଼ ପୁରାଣ ଅନୁଯାୟୀ, ମଣିଷର ମୃତ୍ୟୁ ପୂର୍ବରୁ ହିଁ ତାର ପରବର୍ତ୍ତୀ ଜନ୍ମ କିପରି ହେବ, ତାହା ନିର୍ଦ୍ଧାରିତ ହୋଇସାରିଥାଏ। ଏହା ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିର କର୍ମ ଉପରେ ନିର୍ଭର କରିଥାଏ।

କର୍ମ ହିଁ ନିର୍ଦ୍ଧାରଣ କରେ ପରବର୍ତ୍ତୀ ଜନ୍ମ

ଗରୁଡ଼ ପୁରାଣରେ ମୋଟ ୮୪ ଲକ୍ଷ ଯୋନି ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ମନୁଷ୍ୟ ଯୋନିକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କରୁଥିବା ଭଲ ଏବଂ ଖରାପ କର୍ମ ଆଧାରରେ ତାର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ। ଉଦାହରଣ ସ୍ୱରୂପ, ଯେଉଁ ବ୍ୟକ୍ତି ସାତ୍ତ୍ୱିକ କର୍ମ, ଭକ୍ତି, ଦାନ ଏବଂ ସତ୍ୟର ପାଳନ କରନ୍ତି, ସେମାନଙ୍କୁ ପୁଣିଥରେ ଶ୍ରେଷ୍ଠ ମନୁଷ୍ୟ ଜନ୍ମ ବା ସ୍ୱର୍ଗ ପ୍ରାପ୍ତ ହୁଏ। ଅନ୍ୟପକ୍ଷରେ, ନିଜର ମିତ୍ରଙ୍କ ସହ ପ୍ରତାରଣା ବା ଧୋକା କରୁଥିବା ଏବଂ ଲୋଭୀ ସ୍ୱଭାବର ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ଜନ୍ମରେ ଶାଗୁଣା ପରି ନିମ୍ନ ଯୋନି ପ୍ରାପ୍ତ ହୋଇଥାଏ ବୋଲି ପୁରାଣରେ କୁହାଯାଇଛି।

ଅନ୍ତିମ ସମୟର ଚିନ୍ତାଧାରାର ପ୍ରଭାବ

ମଣିଷ ନିଜ ଜୀବନସାରା ଯେଭଳି କର୍ମ କରିଥାଏ ଏବଂ ଯେଉଁ ବିଚାର ରଖିଥାଏ, ମୃତ୍ୟୁ ସମୟରେ ମଧ୍ୟ ତାର ମନରେ ସେହିଭଳି ଚିନ୍ତାଧାରା ଆସିଥାଏ। ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁ ଶଯ୍ୟାରେ ଥିବା ସମୟରେ ମଣିଷର ମନରେ ଆସୁଥିବା ଶେଷ ଚିନ୍ତାଧାରା ତାର ଆତ୍ମାର ପରବର୍ତ୍ତୀ ଯାତ୍ରାକୁ ପ୍ରଭାବିତ କରିଥାଏ। ଯଦି ଜଣେ ବ୍ୟକ୍ତି ଅନ୍ତିମ ସମୟରେ ଭଗବାନଙ୍କ ନାମ ସ୍ମରଣ କରନ୍ତି, ତେବେ ତାଙ୍କୁ ସଦ୍‌ଗତି ପ୍ରାପ୍ତ ହୁଏ। କିନ୍ତୁ ଭୌତିକ ମୋହ ଏବଂ ଲାଳସାରେ ବାନ୍ଧି ହୋଇ ରହିଲେ ଆତ୍ମାକୁ ବାରମ୍ବାର ଜନ୍ମ ଓ ମୃତ୍ୟୁ ଚକ୍ରରେ ପଡ଼ିବାକୁ ହୁଏ।

ଜୀବନ ପାଇଁ ଏକ ବାର୍ତ୍ତା

ଆମର କର୍ମ ହିଁ ଆମର ଭାଗ୍ୟ ନିର୍ମାଣ କରେ। ତେଣୁ ଗରୁଡ଼ ପୁରାଣ ଆମକୁ ଏହି ଶିକ୍ଷା ଦିଏ ଯେ, ଜୀବନରେ ସର୍ବଦା ସତ୍ କର୍ମ କରିବା ଉଚିତ୍। ଅନ୍ୟକୁ କଷ୍ଟ ନଦେଇ ନିଜର ବାଣୀକୁ ମଧୁର ରଖିବା ସହ ପିତୃପୁରୁଷଙ୍କୁ ସମ୍ମାନ ଦେବା ଆବଶ୍ୟକ। ନିଜର ସତ୍‌କର୍ମ ଦ୍ୱାରା ହିଁ ମଣିଷ ଆତ୍ମିକ ଶାନ୍ତି ପାଇବା ସହ ମୋକ୍ଷ ଲାଭ କରିବାର ମାର୍ଗକୁ ପ୍ରଶସ୍ତ କରିପାରିବ।

Viral Video Story: ମାତ୍ର ୧୦ ଟଙ୍କା ଫେରାଇବା ପରେ ମହିଳାଙ୍କ ସହ ଘଟିଲା ଚମତ୍କାର, ସଚ୍ଚୋଟତାର ଏହି କାହାଣୀ ଶୁଣିଲେ ଆଖିରୁ ଲୁହ ଆସିଯିବ!
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ପ୍ରମାଣ କରୁଛି ଯେ ମାନବିକତା ଏବଂ ସଚ୍ଚୋଟତା ଆଜି ମଧ୍ୟ ସମାଜରେ ବଞ୍ଚି ରହିଛି। "କର୍ମ ଫଳ" ଏବଂ "ସଚ୍ଚୋଟତା ହିଁ ଶ୍ରେଷ୍ଠ ନୀତି" ଉପରେ ଆଧାରିତ ଏହି କାହାଣୀଟି ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।

ଘଟଣାଟିର ଆରମ୍ଭ ହୁଏ ଜଣେ ସାଧାରଣ ଦୋକାନୀ ଏବଂ ଜଣେ ମହିଳାଙ୍କଠାରୁ। ଦୋକାନୀ ଜଣକ ସକାଳୁ ଦୋକାନ ଖୋଲିବା ମାତ୍ରେ ଦେଖନ୍ତି ଯେ ଜଣେ ମହିଳା ତାଙ୍କୁ ୧୦ ଟଙ୍କା ଫେରାଇବାକୁ ଅପେକ୍ଷା କରି ଛିଡା ହୋଇଛନ୍ତି। ମହିଳା ଜଣକ ଜଣାଇଥିଲେ ଯେ ଗତକାଲି ଭୁଲବଶତଃ ଦୋକାନୀ ତାଙ୍କୁ ୧୦ ଟଙ୍କା ଅଧିକ ଦେଇଦେଇଥିଲେ। ଦୋକାନୀ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ଗତକାଲି ଆପଣ ୨ ଟଙ୍କା ପାଇଁ ମୂଲଚାଲ କରୁଥିଲେ, କିନ୍ତୁ ଆଜି ୧୦ ଟଙ୍କା ଫେରାଇବାକୁ କାହିଁକି ଆସିଛନ୍ତି? ଏହାର ଉତ୍ତରରେ ମହିଳା ଜଣକ କହିଥିଲେ, "ମୂଲଚାଲ କରିବା ମୋର ଅଧିକାର, କିନ୍ତୁ ଅନ୍ୟର ହକ୍ ପଇସା ରଖିବା ପାପ।" ସେ କହିଥିଲେ ଯେ ତାଙ୍କ ସ୍ୱର୍ଗତ ସ୍ୱାମୀ ଶିଖାଇଥିଲେ ଯେ ଅନ୍ୟର ପଇସା ରଖିଲେ ତାହା ପିଲାମାନଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଏ।

ମହିଳାଙ୍କ ଏହି ନୀତିବାଣୀ ଦୋକାନୀଙ୍କ ବିବେକକୁ ଦୋହଲାଇ ଦେଇଥିଲା। ସେ ନିଜର ଭୁଲ୍ ବୁଝିପାରି ତୁରନ୍ତ ବଜାରରେ ଥିବା ହୋଲସେଲର ପ୍ରକାଶଙ୍କ ପାଖକୁ ଦୌଡ଼ି ଯାଇଥିଲେ। ଦୋକାନୀ ଜଣକ ସ୍ୱୀକାର କରିଥିଲେ ଯେ ସେ ବିଲରେ ହେରଫେର କରି ପ୍ରକାଶଙ୍କର ୩୦୦ ଟଙ୍କା ଠକି ନେଇଥିଲେ। ସେ ସେହି ଟଙ୍କା ଫେରସ୍ତ କରି କହିଥିଲେ ଯେ ସେ ନିଜ ପିଲାମାନଙ୍କ ଉପରେ କୌଣସି ପାପ କର୍ମର ପ୍ରଭାବ ପକାଇବାକୁ ଚାହାଁନ୍ତି ନାହିଁ।

ଦୋକାନୀଙ୍କ ଏହି ପରିବର୍ତ୍ତନ ଦେଖି ହୋଲସେଲର ପ୍ରକାଶ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ। ପ୍ରକାଶ ନିଜର ଜଣେ ମୃତ ବନ୍ଧୁଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ, ଯାହା ବିଷୟରେ ମୃତ ବନ୍ଧୁଙ୍କ ପରିବାରକୁ ଜଣା ନଥିଲା। ବନ୍ଧୁଙ୍କ ମୃତ୍ୟୁ ପରେ ସେ ଚୁପଚାପ୍ ସେହି ଟଙ୍କା ହଡ଼ପ କରି ବସିଥିଲେ, ଯେତେବେଳେ କି ବନ୍ଧୁଙ୍କ ବିଧବା ପତ୍ନୀ ଘର ଘର ବୁଲି କାମ କରି ପିଲାଙ୍କୁ ପାଳୁଥିଲେ। ଅନୁତାପରେ ଦଗ୍ଧ ହୋଇ ପ୍ରକାଶ ତୁରନ୍ତ ସେହି ମହିଳାଙ୍କ ପାଖକୁ ଯାଇ ସବୁ ସତ କଥା ମାନିନେଲେ ଏବଂ ସୁଧମୂଳ ସହ ଟଙ୍କା ଫେରସ୍ତ କଲେ।

କାହାଣୀର ଶେଷ ଭାଗଟି ଅତ୍ୟନ୍ତ ଚମକପ୍ରଦ। ପ୍ରକାଶ ଯେଉଁ ବିଧବା ମହିଳାଙ୍କୁ ୩ ଲକ୍ଷ ଟଙ୍କା ଫେରାଇବାକୁ ଯାଇଥିଲେ, ସେ ଆଉ କେହି ନୁହଁନ୍ତି, ବରଂ ସେହି ମହିଳା ଥିଲେ ଯିଏ କାହାଣୀର ଆରମ୍ଭରେ ଦୋକାନୀଙ୍କୁ ୧୦ ଟଙ୍କା ଫେରାଇ ସଚ୍ଚୋଟତାର ପ୍ରମାଣ ଦେଇଥିଲେ। ଏହି ଘଟଣା ଶିଖାଏ ଯେ ସଚ୍ଚୋଟତା କେବେବି ବ୍ୟର୍ଥ ଯାଏ ନାହିଁ, ତାହା ବୁଲି ବୁଲି ମଣିଷ ପାଖକୁ ଶୁଭ ଫଳ ରୂପେ ଫେରିଆସେ।

ପୂଜା ବଜାରରେ ଧମାଲ୍ କରିବ ୫ ଓଡ଼ିଆ ସିନେମା, କଞ୍ଚାଲଙ୍କାରେ ରିଲିଜ୍‌‌ ହେଲା ‘ଗୁଡ୍ଡୁ ଗ୍ୟାଙ୍ଗ୍‌‌ଷ୍ଟର’
ଭୁବନେଶ୍ୱର: ଚଳିତ ବର୍ଷ ପୂଜାରେ ଏକାଥରକେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ‘କର୍ମ’, ‘ଖୋକାଭାଇ’, ‘ଭିଲେନ୍‌‌’ ଏବଂ ଦୁର୍ଗା’। ସେହିପରି ୪ ତାରିଖରେ ‘ସନମ୍‌‌ ତୁ ସୁହାନା’ ପ୍ରଥମେ ପୁରୀରେ ଏବଂ ପରେ ରାଜ୍ୟର ଅନ୍ୟ ହଲ୍‌‌ଗୁଡ଼ିକରେ ମୁକ୍ତିଲାଭ କରିବ। ତେବେ ସିନେମାଗୁଡ଼ିକ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକମାନେ ଆଶା ରଖିଥିବାବେଳେ ସିନେମାଗୁଡ଼ିକର ଟ୍ରେଲର୍‌‌, ପୋଷ୍ଟର ଓ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଟିକଟ୍‌‌ରେ ଆଉ ଗୋଟିଏ ମାଗଣା

ଆସନ୍ତା ୪ ତାରିଖରେ ରିଲିଜ୍‌‌ ହେବ ଓଡ଼ିଆ ସିନେମା ‘ସନମ୍‌‌ ତୁ ସୁହାନା’। ଏହି ଅବସରରେ ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ପିନ୍‌‌ ଅଫର ଘୋଷଣା କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ। ସେହିପରି କର୍ମ, ଭିଲେନ୍‌‌, ଖୋକାଭାଇ ତୁମ ପାଇଁ ଓ ଦୁର୍ଗା ସିନେମାକୁ ମଧ୍ୟ ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ କରୁଛନ୍ତି। ତେବେ ଆଗାମୀ ୪ରୁ ୬ ତାରିଖ ଭିତରେ ଯେଉଁ ଦର୍ଶକ ‘ସନମ ତୁ ସୁହାନା’ ସିନେମାର ଟିକଟ କାଟି ଦେଖିବାକୁ ଆସିବେ ସେମାନେ ଏକ ସ୍ପିନ୍‌‌ ଗେମ୍‌‌ ଖେଳିବାର ସୁଯୋଗ ପାଇବେ। ଏହି ସ୍ପିନର୍‌‌ ତଥା ଚକ୍ର ଘୂରାଇବା ଫଳରେ ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ ସେହି ଫିଲ୍ମର ଟିକଟ ମାଗଣା ମିଳିବ ବୋଲି ପ୍ରଯୋଜକ କହିଛନ୍ତି। ଏଥିପାଇଁ କୌଣସି ଲିମିଟ୍‌‌ ନ ଥିବାବେଳେ ଗୋଟିଏ ଟିକଟ ପିଛା ଅନ୍ୟ ଗୋଟିଏ ଟିକଟର ବମ୍ପର ଅଫର ବୋଲି ସେ କହିଛନ୍ତି। ଏହାଦ୍ୱାରା ଦର୍ଶକମାନେ ତାଙ୍କ ଫିଲ୍ମ ସହ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ତା’ ସହ ଓଡ଼ିଆ ଫିଲ୍ମର ଲଢ଼େଇ ନୁହଁ ବରଂ ଚଳିତ ବର୍ଷ ଦଶହରାରେ ଭାଇଚାରା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

ଏହାସହ ଓଟିଟି ପ୍ଲାଟ୍‌‌ଫର୍ମ କଞ୍ଚାଲଙ୍କାରେ ରିଲିଜ୍‌‌ ହୋଇଛି ‘ଗୁଡ୍ଡୁ ଗ୍ୟାଙ୍ଗ୍‌‌ଷ୍ଟର’। ଏହି ଆକ୍ସନ କମେଡି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଏଥିରେ ମୁଖ୍ୟ ଚରିତ୍ର ଗୁଡ୍ଡୁ ଭୂମିକାରେ ଶୈଳେନ୍ଦ୍ର ରହିଥିବାବେଳେ ଗ୍ୟାଙ୍ଗ୍‌‌ଷ୍ଟର ଭାବେ ନଜର ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଶିବାନୀ, ଚୌଧୁରୀ ଜୟପ୍ରକାଶ ଦାସ ରହିଛନ୍ତି। ସେହିପରି ବିର୍ସାମୁଣ୍ଡା ଇଣ୍ଟରନ୍ୟାସ୍‌‌ନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଇଣ୍ଡିଆନ୍‌‌ ଫିଚର ଫିଲ୍ମ ଭାବେ ସ୍ଥାନ ପାଇଥିବା ସହ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ ହୋଇଥିଲା ଓଡ଼ିଆ ଫିଲ୍ମ ‘ସୀତା।’ ଆସନ୍ତା ୩ ତାରିଖରୁ ଏହି ସିନେମା ଓଟିଟିରେ ଦେଖିବାକୁ ମିଳିବ। ଏଥିରେ ମୁଖ୍ୟ ଭୂମିକାରେ ଦେବଯାନୀ ରହିଥିବାବେଳେ ଚୌଧୁରୀ ବିକାଶ ଓ ସମରେଶ ନଜର ଆସିବେ।

ମନ ଜିଣିବ ‘ଖୋକା ଭାଇ ତୁମ ପାଇଁ’

ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା। ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ‘ଖୋକାଭାଇ ତୁମ ପାଇଁ’ ସିନେମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱାଭିମାନ। ଏହି ସିନେମାରେ ଓଡ଼ିଶାବାସୀଙ୍କ ଭାବପ୍ରବଣତା ଯୋଡ଼ି ହୋଇଥିବା କୁହାଯାଉଛି। ସ୍ୱରାଜଙ୍କ ସହ ନବାଗତା ଲକି ମନୀଷା, ସରୋଜ ପରିଡ଼ା, ଉପାସନାଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଥର ପାଇଁ ନୂଆ ଯୋଡ଼ି ସ୍ୱରାଜ ଓ ମନୀଷାଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ସିନେମାର ନିର୍ଦ୍ଦେଶନା ଗିରିଶ୍‌‌ ମହାନ୍ତି ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।

ଧୁମ୍‌‌ ମଚାଇବ ଅନୁଭବଙ୍କ ‘କର୍ମ’

ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘କର୍ମ’ରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତିଙ୍କ ଦମ୍‌‌ଦାର ଆକ୍ସନ, ଡ୍ରାମା ଓ ଡ୍ୟାନ୍ସ। ଏହାସହ ସୂର୍ଯ୍ୟମୟୀ, ଦିବ୍ୟାଦିଶାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟସ୍ପର୍ଶ କରିବ। ଏଥିରେ ଅନୁଭବ ମହାନ୍ତି ଏକ ଅନେଷ୍ଟ ଇନ୍‌‌ଭେଷ୍ଟିଗେଟିଭ୍‌‌ ପୁଲିସ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ହଲ୍‌‌କୁ ଆସିବା ପୂର୍ବରୁ ଚିରିଙ୍ଗ୍‌‌ ଚିରିଙ୍ଗ୍‌‌ ଓ ଧିତାଙ୍ଗ୍‌‌ ଧିତାଙ୍ଗ୍‌‌ ଗୀତ ଦର୍ଶକଙ୍କ ମଧ୍ୟରେ ବେଶ୍‌‌ ଉତ୍କଣ୍ଠା ସୃଷ୍ଟି କରିଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଥିବାବେଳେ ଏହି ସିନେମାଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

‘ଦୁର୍ଗା’ରେ ନାରୀ ସଂଘର୍ଷର କାହାଣୀ

କୁମାର ପ୍ରିତମ ସାହୁଙ୍କ ପ୍ରଯୋଜନାରେ ଅନସମିସ ପ୍ରଡକ୍ସନ ବ୍ୟାନର୍‌‌ରେ ତାପସ ସରଘରିଆଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମିତ ସିନେମା ‘ଦୁର୍ଗା’ରେ ଦେଖିବାକୁ ମିଳିବ ନାରୀ ସଂଘର୍ଷର କହାଣୀ। ଜଣେ ନାରୀ କେତେବଳେ ଜନନୀ ତ ଆଉ କେତେବେଳେ ଭଗିନୀ, ଜାୟା ଏବଂ ପୁଣି କେତେବେଳେ ସର୍ବଂସହାଁ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ଭାଳିକୁ ଯାଇ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥାଏ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ପୁନମ୍‌‌ ମିଶ୍ର ରହିଥିବାବେଳେ ମୁମ୍ବାଇ ଅଭିନେତ୍ରୀ ଇଷା ତଲୱାର, ରାଜ ରାଜେଶ, ଅଭିଷେକ, ହରିହର ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଶାରଦୀୟ ପୂଜା ବଜାରରେ ସିନେମାଟି ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।

‘ଭିଲେନ୍‌‌’ରେ ଗ୍ୟାଙ୍ଗ୍‌‌ଷ୍ଟର ଅର୍ଦ୍ଧେନ୍ଦୁ

ସେହିପରି ଆଉ ଏକ ଆକ୍ସନପ୍ୟାକ୍‌‌ଡ ‘ଭିଲେନ୍‌‌’ ମଧ୍ୟ ଏଥର ଦଶହରାରେ ଦର୍ଶକଙ୍କୁ ବେଶ୍‌‌ ମନୋରଞ୍ଜନ ଯୋଗାଇବ। ଏଥିରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଗ୍ୟାଙ୍ଗ୍‌‌ଷ୍ଟର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାସହ ତମନ୍ନାଙ୍କ ଚୁଲ୍‌‌ବୁଲି ଅଭିନୟ ମଧ୍ୟ। ସେହିପରି ଉଷଶ୍ରୀ ମିଶ୍ର, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ଇଲୁ ବାନାର୍ଜୀ ପ୍ରମୁଖ ଆଗଧାଡ଼ିର କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିବ। ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌‌ମେଣ୍ଟ ବ୍ୟାନର୍‌‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା କେ. ମୁରଲୀକ୍ରିଷ୍ଣ ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିକନ୍ଦ ସାହୁ।