NZ Women vs IND Women - The Sakala

ମହିଳା ଟି-୨୦ ବିଶ୍ୱକପ୍‌‌ କ୍ରିକେଟ: ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌‌ରେ ହାରିଲା ଭାରତ
ଦୁବାଇ: ଚଳିତ ମହିଳା ଟି-୨୦ ବିଶ୍ୱକପ୍‌‌ର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌‌ରେ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଭାରତକୁ ୫୮ ରନ୍‌‌ରେ ହରାଇଦେଇଛି। ଏହା ଫଳରେ ଭାରତର ଟାଇଟଲ ଜିତିବା ଯୋଜନାକୁ ଏହି ପରାଜୟ ଶକ୍ତ ଧକ୍କା ଦେଇଛି। ଏହା ପରେ ଭାରତ ତାହାର ଦ୍ୱିତୀୟ ଗ୍ରୁପ୍‌‌-ଏ’ ଲିଗ୍‌‌ ମ୍ୟାଚ୍‌‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ତାରିଖରେ ଭେଟିବ। ଏହି ମ୍ୟାଚ୍‌‌ରେ ୩୬ବଲ୍‌‌ ଖେଳି ଅପରାଜିତ ୫୭ ରନ୍‌‌ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟିକା ସୋଫି ଡିଭାଇନ୍‌‌ଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି।

ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪ ୱିକେଟରେ ୧୬୦ ରନ୍‌‌ର ବିଶାଳ ସ୍କୋର କରିଥିଲା। ଜବାବରେ ୧୬୧ ରନ୍‌‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯ ଓଭରରେ ୧୦୨ରନ୍‌‌ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟିକା ହରମନପ୍ରୀତ୍‌‌ ୧୫, ଜେମିମା ରୋଡ୍ରିଗ୍ୱେଜ୍‌‌ ଓ ଦୀପ୍ତି ଶର୍ମା ୧୩ ରନ୍‌‌ ଲେଖାଏଁ ସ୍ମୃତି ମନ୍ଧାନା ଓ ରିଚା ଘୋଷ ୧୨ ରନ୍‌‌ ଲେଖାଏଁ ଏବଂ ଶେଫାଳି ବର୍ମା ୨ ରନ୍‌‌ କରିଥିଲେ। ଭାରତର ଏଭଳି ବ୍ୟାଟିଂ ଫେଲ୍‌‌ କେବେ ହୋଇ ନ ଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମିଡିୟମ୍‌‌ ପେସର ରୋଜ୍‌‌ମେରୀ ମେୟାର ୪ଟି, ଲିଆ ତାହୁହୁ ୩ଟି ଓ ଇଡେନ କାର୍ସନ ୨ଟି ୱିକେଟ ନେଇ ସର୍ବାଧିକ ବିପର୍ଯ୍ୟୟ ଘଟାଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ପାଳିରେ ସୁଜି ବେଟ୍ସ ୨୭ ଓ ୨୦ ବର୍ଷିୟା ଜର୍ଜିଆ ପ୍ଲିମର ୨୩ ବଲ୍‌‌ରେ ୩୪ ରନ୍‌‌ କରିଥିଲେ। ଭାରତର ରେଣୁକା ସିଂ ଠାକୁରଙ୍କୁ ୨ଟି ୱିକେଟ ମିଳିଥିଲା।

ଦଶ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

ଶୁକ୍ରବାର ଖେଳାଯାଇଥିବା ଚଳିତ ବିଶ୍ୱକପ୍‌‌ର ପ୍ରଥମ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ୱେଷ୍ଟଇଣ୍ଡିଜ୍‌‌କୁ ପରାସ୍ତ କରି ଦମ୍‌‌ଦାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌‌ରେ ନୋଙ୍କୁଲୁଲେକୋ ମାଲ୍‌‌ବା ୪ଟି ଓ ମାରିଜାନ କାପ୍‌‌ ୨ଟି ୱିକେଟ ନେବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ୬ ୱିକେଟରେ ୧୧୮ ରନ୍‌‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ କୌଣସି ୱିକେଟ ନ ହରାଇ ୧୦ ୱିକେଟରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଅଧିନାୟିକା ଲୌରା ୱଲଭାର୍ଟ ୫୯ ଓ ତାଜମିନ ବ୍ରିଟ୍‌‌ସ ୫୭ ରନ୍‌‌ କରି ଅପରାଜିତ ରହିଥିଲେ।