Panchuka Brata - The Sakala

ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
ଆଠଗଡ: ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ। ପ୍ରଥମ ଦିନରେ ପ୍ରଭୁ ଧବଳେଶ୍ୱର ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାଦେବଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଶେଷରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମଧ୍ୟକୁ ଛଡ଼ା ଯାଇଥିଲା ।

ଆଗକୁ ରହିଛି ବଡ଼ ଓଷା । ପବିତ୍ର ପୀଠରେ ମହା କାର୍ତ୍ତିକ ମାସର ବଡ଼ ପର୍ବ ହେଉଛି ବଡ଼ ଓଷା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ସେଥିପାଇଁ ଆଜି ପୂଜକ ସମିତି ପକ୍ଷରୁ ଗଜ ଭୋଗ ପ୍ରସ୍ତୁତ ନିମନ୍ତେ ଚୂନା କୁଟା କରାଯିବ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାଆନ୍ତି ।କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ମହାଦେବ । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଓ ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।

ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ପଞ୍ଚୁକବ୍ରତ, ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ପଞ୍ଚୁକବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି । ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ପରେ ଗୁରୁବାର ଡାଳିକିଆ କିମ୍ବା ତ୍ରିବିକ୍ରମ ବେଶ ଓ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯିବ।

ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋର ୪ଟାରୁ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କ ଦ୍ୱାରଫିଟା, ମଙ୍ଗଳ ଆରତୀ ବଢି ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯାଏ । ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ଓ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ଚତୁର୍ଧାମୂର୍ତ୍ତି ସୁସଜିତ ହୋଇ ଅଗଣିତ ଶ୍ରଦ୍ଧାଳୁ ଓ ବ୍ରତଧାରିଣୀଙ୍କୁ ଦର୍ଶନ ଦେଉଛନ୍ତି ।

କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ‘ପଞ୍ଚକ’ ବା ଲୋକମୁଖରେ ‘ପଞ୍ଚୁକ’ ଭାବରେ ଖ୍ୟାତ। ଏହାକୁ ‘ବକପଞ୍ଚକ’ ବା ‘ଭୀଷ୍ମପଞ୍ଚକ’ ମଧ୍ୟ କୁହାଯାଏ। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚ ଦିନ ତାହା କରିଥାନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି । ଅନେକ ଏହି ପାଞ୍ଚ ଦିନ ଆମିଷ ଛାଡ଼ି ସାତ୍ତ୍ବିକ ଭୋଜନ କରିଥାଆନ୍ତି। କିମ୍ବଦନ୍ତୀ ଅନୁଯାୟୀ, ନିତ୍ୟ ମୀନ ଭକ୍ଷଣ କରୁଥିବା ବକ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହିଥାଏ ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ।

ପୌରାଣିକ ବିଶ୍ୱାସ ଅନୁଯାୟୀ, ଶରଶଯ୍ୟାରେ ଶାୟିତ ଭୀଷ୍ମ, ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, ଆପଣ ଧନ୍ୟ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ, ସେ ଆପଣଙ୍କୁ ତୁପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ। ଅନେକ ବ୍ୟକ୍ତି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଥାନ୍ତି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ଲକ୍ଷ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି ।

ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଠାକୁରମାନେ ୫ ଦିନ ଧରି ଭକ୍ତଙ୍କୁ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି। ପ୍ରଥମ ଦିନରେ ଶ୍ରୀଲକ୍ଷ୍ମୀ ନାରାୟଣ ବେଶ, ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଇଥାନ୍ତି। ପଞ୍ଚୁକର ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜରାଜାଧିଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦିଅନ୍ତି। ପଞ୍ଚୁକ କେବଳ ଶ୍ରୀକ୍ଷେତ୍ର କିମ୍ବା ଏକାମ୍ରକ୍ଷେତ୍ରରେ ସୀମିତ ରହିନାହିଁ। ଏହି ପର୍ବ ପୂରା ରାଜ୍ୟରେ ପାଳିତ ହୋଇଥାଏ। ରାଜ୍ୟର ମନ୍ଦିରଗୁଡ଼ିକରେ ପଞ୍ଚୁକ ସମୟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହିଥାଏ। ଶ୍ରଦ୍ଧାଳୁମାନେ ଚଉଁରା ମୂଳେ ପୂଜା କରିବା ସହ ହବିଷ୍ୟାଳିମାନେ ଦିନ ତମାମ ପୂଜା ପାଠରେ ସାମିଲ ହୋଇଥାନ୍ତି। ହବିଷ୍ୟାଳିମାନେ ଭୋରରୁ ଉଠି ସ୍ନାନ ଶେଷ କରିବା ପରେ ପ୍ରଥମେ ତୁଳସୀ ଗଛମୂଳେ ପୂଜାର୍ଚ୍ଚନା କରନ୍ତି। ପରେ ମନ୍ଦିର ଯାଇଥାନ୍ତି। ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାନ୍ତି। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼, ବୃନ୍ଦାବତୀଙ୍କ ଚିତ୍ର ଆଙ୍କିଥାନ୍ତି। ସନ୍ଧ୍ୟାରେ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜବଳିତା ଦେଇ ଆଳତି କରନ୍ତି। ପଞ୍ଚୁକ ପାଇଁ ଦେବଦେବୀ ପୀଠଗୁଡ଼ିକରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥାଏ।

ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ
ଆଠଗଡ଼: ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଚଳିତବର୍ଷ ୧୮/୧୦/୨୦୨୪ ଠାରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ।

– ୧୨/୧୧/୨୦୨୪ ରୁ ୧୫/୧୧/୨୦୨୪ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।

-୧୩/୧୧/୨୦୨୪ ରିଖରେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା , ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ଵର।

-୧୩/୧୧/୨୦୨୪ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ଲାଗିହେବ ପ୍ରସିଦ୍ଧ ଗଜଭୋଗ।

-୧୪/୧୧/୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।

-୧୫/୧୧/୨୦୨୪ ରିଖ ସକାଳେ ଡଙ୍ଗାଭଷା ସହ କାର୍ତ୍ତିକ ବ୍ରତ ସଂପୂର୍ଣ୍ଣ ହେବ।