assembly - The Sakala
ଓଡ଼ିଶାରେ ୨୦ ହଜାର ୧୫୦ ଅଙ୍ଗନବାଡ଼ିର ନାହିଁ ନିଜସ୍ବ ଗୃହ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବି ଚାଲିଛି ଗୃହ କାର୍ଯ୍ୟ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି। ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି..
ଭୁବନେଶ୍ବର: ଆଜି ବି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଗୃହ କାର୍ଯ୍ୟ ଚଳାଇ ଦେଇ ନ ଥିଲେ ବିରୋଧୀ ବିଜେଡ଼ି ଓ କଂଗ୍ରେସ । ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି।
ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ବିଧାନସଭାରେ ସ୍ଥାପିତ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର /ଭଞ୍ଜନଗର: ଘୁମୁସର ଉନ୍ନୟନ ମଞ୍ଚର ଓ ଘୁମୁସର ବିକାଶ ପରିଷଦ ଭଞ୍ଜନଗରଙ୍କ ତରଫରୁ ସର୍ବଶ୍ରୀ ପ୍ରାକ୍ତନ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ , ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ ଓ ବିଶିଷ୍ଟ ସମାଜସେବୀ ମହେଶ ମହାନ୍ତି ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତକରି ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସ୍ମାରକ ପତ୍ର ଦେଇ ଆଲୋଚନା କରିଛନ୍ତି । ବାଚସ୍ପତି  ସଂସ୍କୃତି ବିଭାଗକୁ ଚିଠି ଲେଖି କାର୍ଯ୍ୟନୁଷ୍ଠାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଆହୁରି କହିଛନ୍ତି ଯେ, ଏପରି ଯୋଗଜନ୍ମା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ମୁଁ ସବୁଠାରୁ ଖୁସି ହେବି ଓ ନିଜକୁ ଧନ୍ୟମନେ କରିବି।
ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ମାର୍ଚ୍ଚ ୭ ତାରିଖଠାରୁ ଆରମ୍ଭ ହୋଇ ଏପ୍ରିଲ୍‍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ଖର୍ଚ୍ଚଦାବି ନେଇ ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ୟ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍‌ଫିତର୍‌ ପଡୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।
ସପ୍ତଦଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ୨୦୨୫ ଫେବ୍ରୁୟାରୀ ୧୩ରୁ ଫେବ୍ରୁୟାରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
ଭୁବନଶ୍ବର: ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ। କାମ ହୋଇଥିଲେ ବିଲ ଦିଆଯାଉ। ବଜେଟ ତ ଖର୍ଚ୍ଚ ହୋଇନି। ଏତେ ବଡ଼ ବଜେଟ ଆଣିଲେ କ’ଣ ହେବ ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ତ୍ବ ଦେବାକୁ ସେ ଗୃହରେ ଦାବି କରିଛନ୍ତି।
ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ୫ ଦଫା ଦାବି ନେଇ ଧାରଣାରେ ବସିଥିବା ଜନପ୍ରତିନିଧିଙ୍କ ଉପରେ ବିଧାୟକଙ୍କ ସମର୍ଥକମାନଙ୍କ ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ଖଣ୍ଡଯୁଦ୍ଧ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏପରିକି ବିଧାୟକ ସମର୍ଥକମାନଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ପୂର୍ବ ସରକାର ଅମଳରେ କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିଲ୍‌‌କୁ ବ୍ଲକ ପ୍ରଶାସନ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ଅଟକାଇ ରଖିଛି। ଫଳରେ ଦୀର୍ଘ ୮ମାସ ଧରି ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ବୁଧବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଗତକାଲି ଦ୍ୱିତୀୟ ଦିନ ମଧ୍ୟ ଧାରଣା ଜାରି ରହିଥିଲା। ମାତ୍ରବିଧାୟକଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଜଣେ ମହିଳା ଜନ ପ୍ରତିନିଧି ସୁସ୍ମିତା ଦାସଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏଥିରେ ସୁସ୍ମିତା ଆହତ ହୋଇଥିଲେ। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ସାଲେପୁର ଏସ୍‌‌ଡିପିଓ ବିରଞ୍ଚି ପତି ମଧ୍ୟ ବିଧାୟକ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଯାହାଫଳରେ ଶ୍ରୀ ପତିଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ଗତକାଲି ପହଞ୍ଚି ଧାରଣାରତ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ତଥା ୩୪ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଧାୟକ ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା କରିଛନ୍ତି। ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦର ସିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଶାସନ ବ୍ଲକରେ ଉପୁଜିଥିବା ସ୍ଥିତାବସ୍ଥାକୁ ତୁରନ୍ତ ନ କଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି। ଏହି ସମୟରେ ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।
ମନ୍ତ୍ରୀ ଧାନ କିଣାରେ ଟଙ୍କା ଖାଉଛନ୍ତି, ଗୃହରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ତାରା ବାହିନୀପତି
ଭୁବନେଶ୍ବର: ବିଧାନସଭା ବଜେଟ୍‌ ଅଧିବେଶନ। ଆଜି ପୁଣି ସରଗରମ ରହିଛି ବିଧାନସଭା। ଧାନର କଟନୀ ଛଟନୀ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନୀ ଛଟନୀ ଚାଲିଥିବା ଗୃହରେ ଅଭିଯୋଗ କରିଛନ୍ତି। ମିଲ ପିଛା ଯୋଗଣ ମନ୍ତ୍ରୀ ୧ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ସେ ଗୃହରେ କହଛନ୍ତି।  ସିଡ଼ି, ଫୋଟୋ, ମନ୍ତ୍ରୀଙ୍କ ଦସଖସ୍ତ ଥିବା ଚିଠି ଦେଖାଇ ଗୃହରେ ଯୋଗଣ ମନ୍ତ୍ରୀଙ୍କ ଧାନ କିଣାରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ତାରା । ଧାନ କିଣାରେ କଟନୀ ଛଟନୀରେ ମନ୍ତ୍ରୀ ଟଙ୍କା ନେଉଥିବାର ପ୍ରମାଣ ମାଗିଥିଲେ ବୋଲି ମୁଁ ଦେଲି ବୋଲି ସେ କହିଛନ୍ତି। ଧାନ କିଣାରେ ୪କୋଟି ଟଙ୍କା ହେରଫେର ହୋଇଛି । ଧାନ କିଣାରେ ଚାଷିଙ୍କୁ ଲୁଟୁଛନ୍ତି ସରକାର। ଯୋଗଣ ମନ୍ତ୍ରୀ ଟଙ୍କା ନେଉଛନ୍ତି। ମନ୍ତ୍ରୀ ଧାନ କିଣାରେ ଯେଉଁ ଟଙ୍କା ଖାଉଛନ୍ତି ତାହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି କଂଗ୍ରେସ୍ ବିଧାୟ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ଗୃହରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ଚାଲିଛି ବିଧାନସଭା ଅଧିବେଶନ। ଆଜି ସୁରୁଖୁରୁରେ ଚିଲିଥିଲା ପ୍ରଶ୍ନକାଳ । ଏହାରି ମଧ୍ୟରେ ବିଧାନସଭା ଗୃହରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଭିତରେ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି। ଯେଉଁଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହରେ ଏ ସବୁ କରିବା ଅନୁଚିତ। ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି ବାଚସ୍ପତି। ଏଥିସହ ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି। ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି।
ମୌସୁମୀ ଅଧିବେଶନର ତୃତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଥିଲେ। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକାଇଥିଲେ ବାଚସ୍ପତି। ହେଲେ ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟକୁ ୪ଟା ଯାଏ ମୁଲତବି ରଖାଯାଇଛି।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି ବି ଗୃହ ଚଳାଇ ଦେଲେନି ବିଜେପି। ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ। ହେଲେ ସେମାନେ ଚଳାଇ ଦେଲେନି।
ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ,  ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ଚାହୁଁଛୁ । ହେଲେ ବିଜେପି ବନ୍ଦ କରି କଣ୍ଠରୋଧ କରୁଛି।
ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯେ, ଗୃହକୁ BJP ଚଳାଇ ଦେଉନାହିଁ । ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି। କେବଳ ଡ୍ରାମା କରୁଛି ବିଜେପି। ଜାଣିଶୁଣି ଗୃହକୁ ଚଳାଇଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ। ତେଣୁ ଏହାକୁ ବନ୍ଦ ନକରାଯାଉ ବୋଲି ସେ ସବୁ ଦଳକୁ ଅନୁରୋଧ କରିଛନ୍ତି।
ବିଧାନସଭାରେ ରାହୁଲ ଝଡ଼: କଳା ଡ୍ରେସ ପିନ୍ଧି କଂଗ୍ରେସ ବିଧାୟକଙ୍କ ପ୍ରତିବାଦ, ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି
ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। କଳା ପୋଷାକ ପିନ୍ଧି ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ମାନେ ନାରାବାଜି କରିଥିଲେ। ଫଳରେ ଗୃହ ଚଳାଇବ ସମ୍ଭବ ହୋଇ ନ ଥିଲା । ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ଏହି ପ୍ରତିବାଦ କରିଥିଲା।
ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଆଗରେ ଓଡ଼ିଶା
ଭୁବନେଶ୍ବର: ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି।  ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି। ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ଏହା କାର୍ଯ୍ଯକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ।  ଏଥିରେ ୧୦ଲକ୍ଷ ୩୭ହଜାର ୮୦୧ନିଯୁକ୍ତି ସୃଷ୍ଟି ହେବ। ଏ ଯାଏ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି। ୭ ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟନ କାର୍ଯ୍ଯକାରୀ ହେଉଛି। ପ୍ଲାଣ୍ଟ ଲେବେଲ ପରାମର୍ଶଦାତା କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି।
ମେକ ଇନ ଓଡ଼ିଶା ୨୦୧୬ ରେ ୮୪ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୨ଲକ୍ଷ୩୨ହଜାର୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା। ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା ।  ୨୭ ଶିଳ୍ପ କାମ ଚଳାଇଛନ୍ତି। ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ ଟି ଖୁବ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ। ସେହିପରି ମେକ ଇନ ଓଡ଼ିଶା ୨୦୧୮ ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା ।  ଯାହା ୪ ଲକ୍ଷ ୨୩ହଜାର ୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା। ୧୦ଶିଳ୍ପକୁ ଅନୁମୋଦନ ମିଛି।  ୭୧ ଶିଳ୍ପର କାମ ଚାଲିଛି। ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି।
ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ଯେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ। ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି। ଯେଉଁଥିରେ ଅଧିକାଂଶ ଟାଟା କମ୍ପାନୀର। ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୨୦% ଓଡ଼ିଶାବାସୀଙ୍କୁ ଓଡ଼ିଶାର ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ନିୟମ ରଖିଛନ୍ତି ରାଜ୍ୟ ସରକାର। ସେହପରି ଯେଉଁ ଔଷଧ କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଇବେ ସେ ଗୁଡ଼ିକୁ ସର୍ବାଧିକ ପ୍ରୋତ୍ସାହନ ଦେବା ନେଇ ଗୃହକୁ ଅବଗତ କରିଛନ୍ତି ଶିଳ୍ପ ମନ୍ତ୍ରୀ ।
ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଞ୍ଜୁରୀ ଲାଭ କରିବ । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ୍ କାରର୍ଯ୍ଯକାରୀ ହେଉଛି । ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ଯାନୁଷ୍ଠାନ ହେଉଛି । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ୫୫୮ଟି ଦୁର୍ନିତୀ ମାମଲା ବିଚାର ହୋଇଛି । ସେହିପରି ଦୁର୍ନୀତି କରି ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ । ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୦ ଜଣ । ଓପିଏସପି ଦ୍ବାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ଆହୁରି ସ୍ବଚ୍ଛ ଓ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ କାର୍ଯ୍ଯାବଳୀ ବିବରଣୀରେ ଏପରି କିଛି ବାସ୍ତବ ଚିତ୍ର ଉଲ୍ଲେଖ କରିଛନ୍ତି ସରକାର । କେବଳର ପ୍ରଶାସନକୁ ସୁଦୃଢ଼ କରାଯାଇନି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଗତବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫୮୬ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ୪ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଜଣ ବ୍ୟକ୍ତିଙ୍କ ପରିବାରକୁ ସହାୟତା ବାବଦରେ ପ୍ରଦାନ କରାଯାଇଛି ୮୯ ଲକ୍ଷ ଟଙ୍କା ।
ଓଡ଼ିଶାବାସୀଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଆଜି ଧନ୍ୟବାଦ ପ୍ରସ୍ତାବକୁ ନେଇ ଅଭିଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଆମର ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ ।
ମୋ ଜନପ୍ରିୟ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘୫ଟି’ ନୀତି ଆପଣାଇଛି । ରୂପାନ୍ତରୀକରଣ ମାଧ୍ୟମରେ ଆମ ସରକାର ମଜବୁତ ହୋଇପାରିଛି। ଆଜି ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଦାହରଣ ପାଲଟିଛି । ହକି ବିଶ୍ପକପ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ପ୍ରଶଂସା ସାଉଁଟିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । କୋଭିଡ ପ୍ରତିବନ୍ଧକ ସତ୍ତ୍ବେ ଧାର୍ଯ୍ଯ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଶେଷ ହେବା ବଡ଼ ଉପଲବ୍ଧି ।
ମେକ ଇନ ଓଡ଼ିଶା ବେଶ ସଫଳ ହୋଇଛି । ଆମର ସ୍ଥିର ସରକାର ଓ ନୂଆ ଶିଳ୍ପନୀତି-୨୦୨୨ ପାଇଁ ଏଠାରେ ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୫ ବର୍ଷରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍ ହେବ । କୃଷି କ୍ଷେତ୍ରରେ ସରକାର ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ଆମର ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଚାଷୀଙ୍କ ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ ସହାୟକ ହେଉଛି । ଚଳିତ ବର୍ଷ ବହୁ ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଛି । ଏହାର ସୁଫଳ ଆଗକୁ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶିକ୍ଷାକ୍ଷେତ୍ରରେ ଓଡିଶାର ରୂପାନ୍ତରଣରେ ସ୍ୱର୍ଣ୍ଣୀମ ଅଧ୍ୟାୟ ଯୋଡି ହୋଇଛି । ରାଜ୍ୟରେ ବହୁତ ହାଇସ୍କୁଲ ୫ଟି ଅଧିନରେ ନୂଆ ରୂପ ପାଇଛି । ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ଘଟିଛି । ମୋ ସ୍କୁଲ ଓ ମୋ କଲେଜ ଅଭିଜାନକୁ ପୁରାତନ ଛାତ୍ରଛାତ୍ରୀମାନେ ସମର୍ଥନ ଦେଇଛନ୍ତି । ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ୨୦୨୪ ସୁଦ୍ଧା ସରକାର ଯୋଗାଇ ଦେବେ । ଡ୍ରିଙ୍କ୍ ଫ୍ରମ ଟ୍ୟାପ ଯୋଜନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଥିଲାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ସହରାଞ୍ଚଳ ଶତ ପ୍ରତିଶତ ପରିବାରକୁ ପାଇପ ପାଣି ପହଁଚିବ ।
ଯାଗା ମିଶନରେ ମୋ ସରକାରକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିୁଛି । ବସ୍ତି ବାସୀନ୍ଦାକୁ ଜମି ଅଧିକାର ଦେଇ ଥଇଥାନ କରି ସରକାର ସହରକୁ ବସ୍ତିମୁକ୍ତ କରିବାକୁ ଯାଉଛନ୍ତି । ଏଥିପାଇଁ ଜାତିସଂଘ ଆମକୁ ୱାଲ୍ଡ ହାବିଟାଟ ବ୍ରୋଞ୍ଚ ଆୱାର୍ଡ ପ୍ରଦାନ କରିଛି । ମିଶନ ଶକ୍ତିକୁ ଆହୁରି ଉପରକୁ ନେବା ପାଇଁ ସରକାର ନୂଆ କାର୍ଯ୍ଯକ୍ରମମାନ ହାତକୁ ନେଇଛନ୍ତି । ମହିଳା ଓ ଶିଶିୁ କଲ୍ୟାଣ ପାଇଁ ମମତା, ସୋପାନ, ପ୍ରାରମ୍ଭ, ଅଦ୍ଭିକା ଭଳି ଯୋଜନା ହାତକୁ ନେଇଛନ୍ତି ।
ତଫସିଲ ଭୁକ୍ତ ଜାତି ଓ ଜନଜାତିର ସାମଗ୍ରିକ ବିକାଶ ପାଇଁ ସରକାର ନିଷ୍ଠାବାନ ହୋଇ କାମ କରୁଛନ୍ତି । ଜଙ୍ଗଲ ବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଥିଲାବେଳେ ପରିବେଶ ପ୍ରାକୃତିକ ସମ୍ପତି, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଆମ ରାଜ୍ୟ ଆଜି ଉଦାହରଣ । ଜନସାଧାରଣଙ୍କୁ ଦୁଆର ମୁହଁରେ ଓ ଧାର୍ଯ୍ଯ ସମୟରେ ସରକାରୀ ସେବା ଯୋଗାଣ ପାଇଁ ଆରମ୍ଭ ହୋଇଛି ମୋ ସରକାର। ଏହା ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଇବାରେ ସହାୟକ ହେଉଛି ।
ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ପାଇଁ ଆମେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ଯ କରୁଛୁ । ଆମର ଠିକଣା ବୀତୀୟ ପରିଚାଲନା ପାଇଁ ଆମେ ରାଜସ୍ୱ ବଳକା ରାଜ୍ୟର ତାଲିକାରେ ଅଛୁ । ରାଜ୍ୟକୁ ବଡ଼ ବଡ଼ ନିବେଶର ସୁଅ ଛୁଟିଛି । ମୋର ଦୃଢ ବିଶ୍ୱାସ ଆଗାମୀ ବର୍ଷ ଗୁଡିକରେ ଓଡ଼ିଶା ସାମାଜାକି ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ବେଶ ଆଗରେ ଥିବ ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।