Israel-Iran War - The Sakala
ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି: ଆଜି ରାତିରେ ଜରୁରୀକାଳୀନ CCS ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ପଶ୍ଚିମ ଏସିଆରେ (West Asia) ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଭାରତ ସରକାର ଏହା ଉପରେ କଡ଼ା ନଜର ରଖିଛନ୍ତି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣ ପରେ ପରିସ୍ଥିତି ଅତି ସଙ୍ଗିନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଏକ ଜରୁରୀକାଳୀନ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ବୈଠକର ଅଧ୍ୟକ୍ଷତା କରିବେ।
ତୁରନ୍ତ ଦିଲ୍ଲୀ ଫେରୁଛନ୍ତି ପ୍ରଧାନମନ୍ତ୍ରୀ
ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଦୁଇ ଦିନିଆ ଗସ୍ତ ଶେଷ କରି ଆଜି ରାତି ପ୍ରାୟ ୯:୩୦ ସୁଦ୍ଧା ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦେଶକୁ ଫେରିବା ମାତ୍ରେ ସେ ସିଧାସଳଖ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଉପସ୍ଥିତ ରହିବେ ବୋଲି ଜଣାପଡିଛି।
ଭାରତୀୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଫସି ରହିଥିବା ହଜାର ହଜାର ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି। ସୂଚନା ମୁତାବକ, ଯୁଦ୍ଧ ଯୋଗୁଁ ଆକାଶପଥ ବନ୍ଦ ରହିଥିବାରୁ ଶହ ଶହ ବିମାନ ଉଡାଣ ବାତିଲ କରାଯାଇଛି। ଏଭଳି ସ୍ଥିତିରେ ଭାରତୀୟମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ।
ଏହା ବ୍ୟତୀତ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବାଣିଜ୍ୟିକ ଯୋଗାଣ ଶୃଙ୍ଖଳା (Supply Chain) ବାଧାପ୍ରାପ୍ତ ହେବା ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତ ସର୍ବଦା କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଆସିଛି।
ତେଲ ଆଭିଭ: ଇସ୍ରାଏଲ-ଇରାନ ସଂଘର୍ଷ ଥମିବାର ନା ଧରୁନି। ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ ଜାରି ରଖିଛନ୍ତି। ଘମାଘୋଟ ଲଢ଼େଇ ଜାରି ରହିଥିବାବେଳେ ଆମେରିକା ଯୁଦ୍ଧରେ ଲମ୍ଫ ପ୍ରଦାନ କରିବାକୁ ଚାହିଁ ବସିଛି। ୨ ସପ୍ତାହ ମଧ୍ୟରେ ଏହି ଯୁଦ୍ଧରେ ସାମିଲ ହେବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହା ମଧ୍ୟରେ ଇରାନ ଭାରତୀୟ ନାଗରିକଙ୍କ ପାଇଁ ନିଜ ବାୟୁସୀମା ଖୋଲି ଦେଇଛି।
ଯୁଦ୍ଧ ଶୁକ୍ରବାର ଅଷ୍ଟମ ଦିନରେ ପହଞ୍ଚିଥିବାବେଳେ ସନ୍ଧ୍ୟାରେ ଇସ୍ରାଏଲର ତେଲ ଆଭିଭ, ବିର୍ସେବା, ହାଇଫା ସହିତ ଅନେକ ସହ ଉପରେ ଇରାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ହାଇଫାରେ କ୍ଷେପଣାସ୍ତ୍ର ପଡ଼ିବାରୁ ୧୭ ଜଣ ଆହତ ହୋଇଛନ୍ତି। ଜଣେ ନାବାଳକଙ୍କ ସମେତ ତିନି ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ବର୍ସେବା ସହିତ ୪ ସହର ଉପରେ ଇରାନ ପ୍ରଥମ ଥର ପାଇଁ ନିଷିଦ୍ଧ କ୍ଲଷ୍ଟର ବୋମା ମାଡ଼ କରିଛି। ଏହାର ଅନେକ ଭିଡିଓ ସାମ୍‌ନାକୁ ଆସିଛି। ବାଲିଷ୍ଟିକ ମିସାଇଲରେ କ୍ଲଷ୍ଟର ବୋମା ଲଗାଇ ମାଡ଼ କରିଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନର କ୍ଷୁଦ୍ର ବୋମା ପଡୁଥିବା ଦେଖି ଯାଉଛି। ଅସ୍ତ୍ରବିରତିର ସମ୍ଭାବନା କମ୍‌ ଥିବାବେଳେ ଏହି ଅସ୍ତ୍ର ବ୍ୟବହାର କରି ଇରାନ ସଂଘର୍ଷକୁ ଅଧିକ ଘନୀଭୂତ କରିଦେଇଛି। ଏହି ଆକ୍ରମଣରେ ଇସ୍ରାଏଲ ହସ୍ପିଟାଲ କ୍ଷତିଗ୍ରସ୍ତ ହେଇଛି। ଏଥିରେ ୭୧ ଜଣ ଆହତ ହୋଇଛନ୍ତି। ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଇରାନ ନେତୃତ୍ବକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଚେତାବନୀ ଦେଇଛନ୍ତି। ସାମରିକ ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ନେତାନ୍ୟାହୁ କହିଛନ୍ତି। ୨୦୦୮ ପରେ କ୍ଲଷ୍ଟର ବୋମାକୁ ନିଷିଦ୍ଧ କରିବା ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ସତ୍ତ୍ବେ ଇରାନ କ୍ଲଷ୍ଟର ବୋମା ବ୍ୟବହାର କରି ଇରାନ ଯୁଦ୍ଧ ଅପରାଧ କରିଛି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି। ସେହିପରି ଇସ୍ରାଏଲ ମଧ୍ୟ ଆଜି ଇରାନର ୩ ପରମାଣୁ କେନ୍ଦ୍ର ଏବଂ ଅନ୍ୟ ସାମରିକ ଠିକଣାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ସୋରକୋ ହସ୍ପିଟାଲ ଆଦିକୁ ନିଶାଣ କରି ଶହେରୁ ଅଧିକ ଆତ୍ମଘାତୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ଇରାନ ପକ୍ଷରୁ କୁହାଯାଇଛି। ଆଣବିକ କେନ୍ଦ୍ରରେ ଆକ୍ରମଣକୁ ଇରାନ ବିଦେଶ ମନ୍ତ୍ରୀ ଗମ୍ଭୀର ଯୁଦ୍ଧ ଅପରାଧ କହିଛନ୍ତି।
ଏହା ପୂର୍ବରୁ ସକାଳେ ବିର୍ସେବାରେ ଥିବା ମାଇକ୍ରୋସଫ୍ଟ ଅଫିସ ନିକଟରେ ଇରାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ଦ୍ବାରା ଅନେକ କାର୍‌ରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ଇରାନ ଭାରତ ପାଇଁ ନିଜ ବାୟୁସୀମା ଖୋଲି ଦେଇଛି। ଅପରେସନ ସିନ୍ଧୁ ଅଧଇନରେ ଭାରତ ସରକାର ଆଗାମୀ ଦୁଇ ଦିନ ମଧ୍ୟରେ ୩ଟି ସ୍ବତନ୍ତ୍ର ଚାଟାର୍ଡ ବିମାନରେ ପ୍ରାୟ ହଜାରେ ଭାରତୀୟଙ୍କୁ ଉଦ୍ଧାର କରିବେ। ଏହି ବିମାନ ଇରାନର ମସହଦରୁ ଉଡାଣ ଆରମ୍ଭ କରି ଦିଲ୍ଲୀରେ ଅବତରଣ କରିବ।
ଅନ୍ୟପକ୍ଷରେ ଆମରିକା ପକ୍ଷରୁ କୁହାଯାଇଛି ଯେ ପରମାଣୁ ଅସ୍ତ୍ର ପ୍ରସ୍ତୁତି ଲାଗି ଇରାନ ପାଖରେ ସମ୍ପୂର୍ଣ୍ଣ କ୍ଷମତା ରହିଛି। ଇରାନର ସର୍ବୋଚ୍ଚ ନେତା ନିର୍ଦ୍ଦେଶ ଦେଲେ କିଛି ସପ୍ତାହ ମଧ୍ୟରେ ପରମାଣୁ ବୋମା ପ୍ରସ୍ତୁତ କରିହେବ। ଯଦି ଇରାନ ଏହାର କରିଦିଏ ତେବେ କେବଳ ଇସ୍ରାଏଲ ନୁହେଁ, ବରଂ ଆମେରିକା ସହିତ ସାରା ବିଶ୍ବର ସୁରକ୍ଷା ବିପଦରେ ପଡ଼ିଯିବ ବୋଲି ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନା ଲେଭିଟ କହିଛନ୍ତି। ସୂଚନା ଅନୁଯାୟୀ ଏହି ଯୁଦ୍ଧରେ ଇରାନରେ ୬୫୭ ଜଣ ଏବଂ ଇସ୍ରାଏଲର ୨୪ ଜଣ ପ୍ରାଣ ହରାଇଲେଣି।
ଇରାନର ୨୦ଟି ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲର ଆକ୍ରମଣ; ବହୁ ସାମରିକ ଘାଟି, ଡ୍ରୋନ ଓ କ୍ଷେପଣାସ୍ତ୍ର ପ୍ରକଳ୍ପ ଧ୍ବଂସ
ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ଶନିବାର ପ୍ରତ୍ୟୁଷରେ ଇସ୍ରାଏଲର ୧୦୦ରୁ ଅଧିକ ଲଢୁଆ ବିମାନ ଇରାନ ରାଜଧାନୀ ତେହରାନ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଘନ ଘନ ଆକ୍ରମଣ କରିଛନ୍ତି। ଇରାନର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ନିଶାଣ କରି ଇସ୍ରାଏଲ ବୋମାମାଡ଼ କରିଥିଲା ବେଳେ ଇରାନର ଅନେକ ସାମରିକ ଘାଟି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ ପ୍ରକଳ୍ପ ଧ୍ବଂସ ହୋଇଥିବା କୁହାଯାଇଛି। ତେହରାନ ସହର ସମେତ ପ୍ରଦେଶର ବିଭିନ୍ନ ପ୍ରମୁଖ ସହର, ଇଲାମ୍‌ ଏବଂ ଖୁଜେସ୍ତାନରେ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଇରାନର ଚାରି ଯବାନଙ୍କ ମୃତ୍ୟୁ ହୋଇଥିଲା ବେଳେ କିଛି ଲୋକ ଆହତ ହୋଇଥିବା ଇରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ବିମାନ ଫେରିଯାଇଛନ୍ତି । ତେବେ ଏହି ଆକ୍ରମଣରେ ଇରାନର ସେଭଳି କିଛି କ୍ଷତି ହୋଇନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଥିଲା ବେଳେ ଇସ୍ରାଏଲକୁ ଦୃଢ ଜବାବ ଦିଆଯିବ ବୋଲି ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମନେଇ କହିଛନ୍ତି ।
ଅନ୍ୟପକ୍ଷରେ ଇରାନ ଆକ୍ରମଣର ଜବାବ ଦିଆଯାଇଛି ଏବଂ ନିଜର ଆତ୍ମରକ୍ଷା ଅଧିକାରକୁ ନେଇ ଏଭଳି ପଦକ୍ଷେପ ନେଇଛି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲର ଏହି ଆକ୍ରମଣ ପଛରେ ଆମେରିକାର ପ୍ରଛନ୍ନ ହାତ ରହିଥିବା ଅନୁମାନ କରାଯାଇଛି। କାରଣ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ୍‌ ଇସ୍ରାଏଲ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ସେ ତେଲ୍‌ ଆଭିଭ୍‌ ଛାଡି ଆମେରିକା ବାହାରିବାର ମାତ୍ର କିଛି ମିନିଟ୍‌ ପରେ ଇରାନ ଅଭିମୁଖେ ଇସ୍ରାଏଲର ଯୁଦ୍ଧ ବିମାନ ଉଡାଣ ଭରିଥିଲା ବୋଲି ଜଣାପଡ଼ିଛି। ଇରାନର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆକ୍ରମଣ କରିବାର ଯୋଜନା ବେଞ୍ଜାମିନ-ବ୍ଲିନକେନ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଇରାନର ତୈଳ ଭଣ୍ଡାର ଏବଂ ଆଣବିକ ପ୍ରକଳ୍ପ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ଯୋଜନା କରିଥିଲା ବେଳେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଆମେରିକା ଇସ୍ରାଏଲକୁ ପରାମର୍ଶ ଦେଇଥିବା କୁହାଯାଉଛି। ତେଣୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଇସ୍ରାଏଲ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ନିଶାଣ କରି ଆକ୍ରମର କରିଥିବା ସାମରିକ ବିଶେଷଜ୍ଞମାନେ କହିଛନ୍ତି।
ଇସ୍ରାଏଲର ଏହି ଆକ୍ରମଣ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ବଢାଇଛି। ଗୋଟିଏ ପଟେ ଲେବାନନ ଏବଂ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବା ଏବଂ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିଲା ବେଳେ ଇରାନ ଉପରେ ଆକ୍ରମଣକୁ ନେଇ ଇରାନ ପୁଣି ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାେର ବୋଲି କୁହାଯାଉଛି। ସେପଟେ ଇରାନ ଉପରେ ଆକ୍ରମଣକୁ ନେଇ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଶନିବାର ୮୦ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଇସ୍ରାଏଲ ଆକ୍ରମଣକୁ ରୁଷ ସମେତ ପାକିସ୍ତାନ, ସାଉଦି ଆରବ ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି। ଗାଜା ଏବଂ ଲେବାନନ ଉପରେ ଇସ୍ରାଏଲ ଚଳାଇଥିବା ଆକ୍ରମଣକୁ ନେଇ ପଶ୍ଚିମ ଏସିଆ ସ୍ଥିତି ବେଳକୁ ବେଳ ଗମ୍ଭୀର ହୋଇ ଚାଲଇଥିଲା ବେଳେ ଏବେ ଇରାନ ଇସ୍ରାଏଲର ଇରାନ ବିରୋଧୀ ଆଭିମୁଖ୍ୟ ପଶ୍ଚିମ ଏସିଆକୁ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧଭୂମିରେ ପରିଣତ କରିପାରେ ବୋଲି ବିଭିନ୍ନ ରାଷ୍ଟ୍ର ଉଦବେଗ ପ୍ରକାଶ କରି କହିଛନ୍ତି। ଭାରତ ମଧ୍ୟ ଉଦବେଗ ପ୍ରକାଶ କରିବା ସହିତ ଉଭୟ ପକ୍ଷ ଯୁଦ୍ଧରୁ ବିରତ ରହି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଇରାନ ଏବଂ ଇସ୍ରାଏଲକୁ ଆହ୍ବାନ ଜଣାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନ ପାଲଟା ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ଚେତାବନୀ ଦେଇଛି ।
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ପରେ ଏବେ ଇସ୍ରାଏଲ ନିଶାଣରେ ଖାମନେଇ !
ବେରୁଟ୍‌: ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ସଂଗଠନ ମୁଖ୍ୟ ହାସନ ନସରଲ୍ଲା ନିହତ ହୋଇଛନ୍ତି। ଶୁକ୍ରବାର ଭାରତୀୟ ସମୟ ରାତି ପ୍ରାୟ ୯ଟାରେ ଇସ୍ରାଏଲ ସେନା ପକ୍ଷରୁ ବେରୁଟସ୍ଥିତ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ପ୍ରଚଣ୍ଡ ବୋମାମାଡ଼ କରାଯାଇଥିଲା। ହିଜବୁଲ୍ଲା ମୁଖ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ୮୦ ଟନରୁ ଅଧିକ ବୋମାମାଡ଼ କରାଯାଇଥିଲା ବେଳେ ଏହି ସମୟରେ ହାସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିବା ପ୍ରଥମେ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ହିଜବୁଲ୍ଲା ଏ ସମ୍ପର୍କରେ କିଛି ସ୍ପଷ୍ଟ କରି ନଥିଲା। ତେବେ ଏହି ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ଅର୍ଥାତ ଶନିବାର ସନ୍ଧ୍ୟାରେ ହିଜବୁଲ୍ଲା ଏହାର ମୁଖ୍ୟ ହାସନଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି।
ହାସନଙ୍କୁ ହତ୍ୟା କରାଯିବା ପରେ ଇସ୍ରାଏଲ ସେନା ପକ୍ଷରୁ ଯେଉଁ ବିବୃତ୍ତି ଦିଆଯାଇଛି ତାହାକୁ ନେଇ ଇରାନ ଚିନ୍ତିତ ହୋଇପଡ଼ିଛି। ‘ହାସନଙ୍କ ମୃତ୍ୟୁ ଆମ ଅଭିଯାନର ଶେଷ ଲକ୍ଷ୍ୟ ନୁହେଁ, ବରଂ ଯେ କେହି ଇସ୍ରାଏଲୀମାନଙ୍କ ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କ ଠିକଣାରେ ପହଞ୍ଚିବାକୁ ଆମକୁ ସମୟ ଲାଗିବ ନାହିଁ ’ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିବା ପରେ ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ସୁରକ୍ଷାକୁନ୍ଇେ ସତର୍କ ହୋଇପଡ଼ିଛି। ଖେମନେଇଙ୍କ ସୁରକ୍ଷା ବଢାଇ ଦିଆଯିବା ସହିତ ତାଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ଷ ବର୍ଷ ଧରି ଇସ୍ରାଏଲ ବିରୋଧରେ ଲଢେଇ କରୁଥିବା ହିଜବୁଲ୍ଲା ସଂଗଠନକୁ ଇରାନ ପ୍ରୋତ୍ସାହିତ କରି ଆସିଥିଲା ବେଳେ ଅର୍ଥ ଠାରୁ ଆରମ୍ଭ କରି ସାମରିକ ସହାୟତା ଯୋଗାଇ ଦେଇ ଆସୁଛି। ଯାହାକୁ ନେଇ ଇରାନ ସହ ଇସ୍ରାଏଲର ମଧ୍ୟ ପରୋକ୍ଷ ଶତ୍ରୁତା ରହିଛି।
ଇସ୍ରାଏଲ ପକ୍ଷରୁ କିଛି ଦିନ ତଳେ ହିଜବୁଲ୍ଲା ସଂଗଠନକୁ ନିଶାଣ କରି ପ୍ରଥମେ ପେଜର ବିସ୍ଫୋରଣ କରାଯାଇଥିଲା ବେଳେ ଏହା ପରେ ପରେ ୱାକିଟକି ଏବଂ ମୋବାଇଲ ଫୋନରେ ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହେବା ସହିତ ୫ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। କିନ୍ତୁ ଏହି ଘଟଣା ପରେ ବି ଇସ୍ରାଏଲ ସେନା ଆକ୍ରମଣରୁ ବିରତ ହୋଇ ନଥିଲା। ହିଜବୁଲ୍ଲା ପକ୍ଷରୁ ଉତ୍ତର ଇସ୍ରାଏଲର ବିଭିନ୍ନ ସହରକୁ ନିଶାଣ କରାଯାଇ ରକେଟ୍‌ ମାଡ଼ କରାଯାଇଥିଲା ବେଳେ ଇସ୍ରାଏଲ ସେନା ହିଜବୁଲ୍ଲାକୁ ପୁରାପୁରି ନିର୍ମୂଳ କରିବାକୁ ପଣ କରିଥିଲା। ଏହାପରେ ବେରୁଟ୍‌ ସହ ଦକ୍ଷିଣ ଲେବାନନର ବିଭିନ୍ନ ଇଲାକାରେ ଇସ୍ରାଏଲ ଆକାଶମାର୍ଗରୁ ଘନ ଘନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ହିଜବୁଲ୍ଲାର ବହୁ ପ୍ରମୁଖ କମାଣ୍ଡର ନିହତ ହୋଇଥିଲେ। ଏହାପରେ ଇସ୍ରାଏଲ ଗାଜା ଭଳି ଲେବାନନରେ ପ୍ରବେଶ କରି ସ୍ଥଳଭାଗରେ ଆକ୍ରମଣ କରିବା ସହିତ ହିଜବୁଲ୍ଲାକୁ ନିପାତ କରିବାକୁ ଘୋଷଣା କରିଥିଲା। କିନ୍ତୁ ଏହାଦ୍ବାରା ପଶ୍ଚିମ ଏସିଆରେ ସ୍ଥିତି ଆହୁରି ବିଗିଡ଼ି ଯିବା ଆଶଙ୍କା କରି ଆମେରିକା ଏବଂ ଫ୍ରାନ୍ସ ଇସ୍ରାଏଲକୁ ଆକ୍ରମଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଇସ୍ରାଏଲ ଏହାକୁ ଆଦୌ କର୍ଣ୍ଣପାତ କରି ନଥିଲା। ବରଂ ଯୁଦ୍ଧ ପ୍ରସ୍ତୁତିକୁ ତ୍ବରାନ୍ବିତ କରି ଇସ୍ରାଏଲ ସେନା(ଆଇଡିଏଫ୍‌)କୁ ତୁରନ୍ତ ଲେବାନନ ସୀମାରେ ପହଞ୍ଚିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ଟ୍ୟାଙ୍କ, କମାଣ ଏବଂ ଗୁଳିଗୋଳା ସହ ଆଇଡିଏଫ ଗତକାଲି ଲେବାନନ ସୀମାରେ ପହଞ୍ଚିଥିଲା ବେଳେ କୌଣସି ମୁହୂର୍ତ୍ତରେ ଆଇଡିଏଫ ଆକ୍ରମଣ ଆରମ୍ଭ କରିଦେଇ ପାରେ ବୋଲି ସୂଚନା ମିଳିଥିଲା।
ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲା ବେଳେ ଇରାନ ସମେତ ବହୁ ରାଷ୍ଟ୍ରର ପ୍ରତିନିଧିମାନେ ସଭାଗୃହ ଛାଡି ପଳାଇଥିଲେ। ଇସ୍ରାଏଲ ଲେବାନନ ଉପରେ ଯୁଦ୍ଧ ଆରମ୍ଭ କରିବାକୁ ପ୍ରସ୍ତୁତି ନେଇଥିବାରୁ ଏହାକୁ ବିରୋଧ କରି ବହୁ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ। ଏହାସତ୍ତ୍ବେ ନେତନ୍ୟାହୁ ସାଧାରଣ ସଭାରେ ହିଜବୁଲ୍ଲା ଏବଂ ହମାସ ଭଳି ଆତଙ୍କବାଦୀ ସଂଗଠନ ଉପରେ ବର୍ଷିଥିଲେ। ଇସ୍ରାଏଲ ନିଜର ଅସ୍ତିତ୍ବ ରକ୍ଷା ପାଇଁ ଲଢେଇ କରୁଥିଲା ବେଳେ ଏହିସବୁ ଆତଙ୍କୀ ସଂଗଠନଗୁଡିକୁ ନିପାତ ନ କରିବା ଯାଏ ଯୁଦ୍ଧରୁ ହଟିବ ନାହିଁ ବୋଲି ନେତନ୍ୟାହୁ ଅତ୍ୟନ୍ତ ଦୃଢତାର ସହ କହିଥିଲେ। ହିଜବୁଲ୍ଲାକୁ ଶେଷ କରିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି କହିଥିଲେ। ଏହି ସମୟରେ ସେ ଜାତିସଂଘ ଆଭିମୁଖ୍ୟକୁ ମଧ୍ୟ ତୀବ୍ର ସମାଲୋଚନା କରିବାକୁ ପଛାଇ ନଥିଲେ। ଇସ୍ରାଏଲ ନିଜର ଅସ୍ତିତ୍ବ ପାଇଁ ବର୍ଷ ବର୍ଷ ଧରି ଲଢେଇ କରୁଥିଲା ବେଳେ କିଛି ରାଷ୍ଟ୍ର କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ଏଠାରେ ଟିକା ଟିପ୍ପଣୀ ଦେଉଛନ୍ତି ବୋଲି ନେତନ୍ୟାହୁ କହିଥିଲେ। ତେବେ ନେତନ୍ୟାହୁଙ୍କ ଏହି ଭାଷଣର ମାତ୍ର କିଛି ଘଣ୍ଟା ପରେ ହାସନ ନସରଲ୍ଲାଙ୍କୁ ହତ୍ୟା କରାଯାଇଛି। ତେବେ ନସରଲ୍ଲାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମନେଇ ତୁରନ୍ତ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲା ବେଳେ ଇସ୍ରାଏଲ ବିରୋଧରେ ସବୁ ଇସଲାମିକ୍‌ ରାଷ୍ଟ୍ର ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।