Bhadrak Violence - The Sakala

ଭଦ୍ରକରେ ହିଂସା ଘଟଣାର ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ୱାଇ.ବି ଖୁରାନିଆ, ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଅପିଲ୍‌ କଲେ
ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଏପଟେ ଆଜି ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ DG ପ୍ରତିକ୍ରିୟା ରଖିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ସ୍ଥିତି ନିୟନ୍ତ୍ରଣରେ ଅଛି । ଦିନେ ଦୁଇ ଦିନରେ ସ୍ଵାଭାବିକ ହେବ । ଅଧିକାରୀଙ୍କ ସହ ଆଲୋଚନା କରିଛି । ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି । ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି ।

ଅନ୍ୟପଟେ ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି।

ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନର ଅପିଲ
ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଉକ୍ତ ଯୁବକ। ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଅପିଲ । ତେବେ ଭଦ୍ରକ ଜିଲ୍ଲାରେ ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ଧରି ଇଣ୍ଟରନେଟରେ କଟକଣା ରହିଛି । ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି । ଧାମନଗର ଓ ଦୋବଲରେ ୬ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ ହୋଇଛନ୍ତି ।

ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି । ତେବେ ଅଶାନ୍ତି କରିବା ସହ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ଗିରଫ କରିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । ଭଦ୍ରକ ପୋଲିସ, ଏସପି, ଜିଲ୍ଲାପାଳ, ଏସପି ଓ ରାପିଡ ଆକ୍ସନ ଫୋର୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା କରିବା ସହ ଫ୍ଲାଗମାର୍ଚ୍ଚ ପାଇଁ ସ୍ଥିର ହୋଇଛି । ତେବେ ଶାନ୍ତି ପାଇଁ ଅପିଲ କରିଛି ଜିଲ୍ଲା ପ୍ରଶାସନ ।

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ଭଦ୍ରକ ପୁଣି ଅଶାନ୍ତ: ଇଣ୍ଟରନେଟ୍ ସେବା ବନ୍ଦ, ୧୬୩ ଧାରା ଲାଗୁ
ଭଦ୍ରକ/ଧାମନଗର/ଦୋବଲ: ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଶୁକ୍ରବାର ସଂଧ୍ୟାରେ ଭଦ୍ରକ ସହର ଅଶାନ୍ତ ହୋଇପଡ଼ିଛି। ବିବାଦୀୟ ପୋଷ୍ଟ କରିଥିବା ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଗୋଷ୍ଠୀ ପୋଡ଼ାଜଳା, ଭଙ୍ଗାରୁଜା କରିବା ସହ ପୁଲିସ୍‌କୁ ଆକ୍ରମଣ କରିଛନ୍ତି। ଟେକା ମାଡ଼ରେ ସିଟି ଡିଏସ୍‌‌ପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ଟାଉନ୍‌‌ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏସ୍‌‌ଆଇ ରୋଜେନ ମୁର୍ମୁ ଆହତ ହୋଇଛନ୍ତି। ଏସ୍‌‌ଆଇଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟେକାମାଡ଼ରେ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭାଙ୍ଗିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ମୃଦୁ ଲାଠିଚାଳନା କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ୧୬୩ ଧାରା ଜାରି କରାଯାଇଛି। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି।

ଏପରିକି ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ପୁଲିସକୁ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା‌‌ରେ ଧାମନଗର ଥାନାରେ ଧୂଷୁରୀ ଅଞ୍ଚଳର ଜଣଙ୍କ ନାଁରେ ଅଭିଯୋଗ ହୋଇଛି।

ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ସଂପୃକ୍ତ ଅଞ୍ଚଳରେ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟିଂ କରିଥିଲେ। ଏହା ସଂଖ୍ୟାଲଘୁ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କୁଠାରଘାତ କରିଥିଲା। ଏହାର ପ୍ରତିବାଦରେ ଲୋକମାନେ ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ ବିଳମ୍ବକୁ ଦାୟୀ କରି ଆଜି ନଙ୍ଗାମହଲାଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଲୋକ ଏକତ୍ରିତ ହୋଇଥିଲେ। ପରେ ସେମାନେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ ଓ ତହସିଲଦାର(ମାଜିଷ୍ଟ୍ରେଟ୍‌)ଘଟଣାସ୍ଥଳକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ସେହିପରି ଜିଲ୍ଲାର ଦୋବଲ ଓ ଧାମନଗର ଅଞ୍ଚଳରେ ମଧ୍ୟ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆପତ୍ତିଜନକ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସନ୍ଧ୍ୟାରେ ଦୋବଲ ଅଞ୍ଚଳର ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିମାନେ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରି ଧାମନଗର ଥାନାରେ ପହଞ୍ଚିଥିଲେ। ଥାନାଧିକାରୀ ଫଣୀନ୍ଦ୍ର ଭୂଷଣ ନାୟକଙ୍କୁ ଧୂଷୁରୀ ଅଞ୍ଚଳର ଜଣେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ ଦେଇ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପରେ ଧାମନଗର ଅଞ୍ଚଳର ସେହି ସମ୍ପ୍ରଦାୟର ଆଉ କିଛି ବ୍ୟକ୍ତିମାନେ ପହଞ୍ଚି ଅଭିଯୁକ୍ତକୁ ଗିରଫ ଦାବି କରିବା ସହ ଥାନା ଆଗରେ ଦୋବଲ-ଧାମନଗର ଛକ ରାସ୍ତାକୁ ଅବରୋଧ କରି ନାରାବାଜି କରିଥିଲେ। ବିଜୁ ପଟ୍ଟନାୟକ ଛକରେ ଟାୟାର ଜାଳି ଅବରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ସେହି ସାମାନ ଘଟଣାରେ ଧାମନଗର ଉର୍ଷ କମିଟି ତରଫରୁ ଲିଖିତ ଅଭିଯୋଗ ପ୍ରଦାନ କରଯାଇଛି।