nurse - The Sakala

ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ
ବାଡମେର (Rajasthan Barmer): ରାଜସ୍ଥାନର ବାଡମେର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ମହିଳା ନର୍ସ, ସେହି ଡାକ୍ତରଖାନାର ଜଣେ ୬୫ ବର୍ଷୀୟ ବରିଷ୍ଠ ଡାକ୍ତରଙ୍କୁ ବ୍ଲାକମେଲ କରି ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଛନ୍ତି। ଡାକ୍ତରଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ କରିଦେବା ଓ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇଦେବାର ଧମକ ଦେଇ ନର୍ସ ଜଣକ ଏହି ବିପୁଳ ଅର୍ଥ ଲୁଟିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ନର୍ସଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଚାହା ବାହାନାରେ ଫଟୋ ଉଠାଇ ବ୍ଲାକମେଲ୍

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନର୍ସଙ୍କ ନାମ କମଳା ଓରଫ କମଲେଶ (୩୫ ବର୍ଷ) ଏବଂ ସେ ୨୦୧୬ ମସିହା ଡିସେମ୍ବର ମାସରୁ ଉକ୍ତ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ନର୍ସ ଜଣକ ପ୍ରାୟତଃ ନାଇଟ୍ ଡ୍ୟୁଟି କରୁଥିଲେ ଏବଂ ଚାହା ଦେବା ବାହାନାରେ ଡାକ୍ତରଙ୍କ ପର୍ସନାଲ ରୁମ୍‌କୁ ଯାଉଥିଲେ। ସେଠାରେ ସେ ଚୁପଚାପ୍ ଡାକ୍ତରଙ୍କ କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ। ପରେ ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ଏବଂ ଦୁଷ୍କର୍ମ ମାମଲାରେ ଫସାଇ ଜେଲ୍ ପଠାଇଦେବାର ଧମକ ଦେଇ ବ୍ଲାକମେଲିଂ ଆରମ୍ଭ କରିଥିଲେ। ଡାକ୍ତର ଜଣକ ସମାଜରେ ନିଜର ସମ୍ମାନ ଏବଂ ଡାକ୍ତରଖାନାର ନାମ ଖରାପ ହେବା ଭୟରେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ।

ସିସିଟିଭି ଏବଂ ଫୋନ୍ କଲ୍ ଜରିଆରେ ୨୪ ଘଣ୍ଟିଆ ନଜର

ଅଭିଯୋଗ ଅନୁଯାୟୀ, ହସ୍ପିଟାଲରୁ ମାତ୍ର ୧୨ ହଜାର ଟଙ୍କା ଦରମା ପାଉଥିବା ଏହି ନର୍ସ, ଗତ ୯ ବର୍ଷ ମଧ୍ୟରେ ଡାକ୍ତରଙ୍କଠାରୁ ୨ କୋଟି ଟଙ୍କା ଲୁଟି ନେଇଥିଲେ। କେବଳ ସେତିକି ନୁହେଁ, ଡାକ୍ତରଙ୍କ ଉପରେ ସବୁବେଳେ ନଜର ରଖିବା ପାଇଁ ସେ ତାଙ୍କୁ ଏକ ସ୍ୱତନ୍ତ୍ର ମୋବାଇଲ୍ ଓ ସିମ୍ କାର୍ଡ ଦେଇଥିଲେ ଯାହାକୁ ୨୪ ଘଣ୍ଟା ଅନ୍ ରଖିବାକୁ ବାଧ୍ୟ କରାଯାଉଥିଲା। ହସ୍ପିଟାଲର ସିସିଟିଭି କ୍ୟାମେରାର ପାସୱାର୍ଡ ହାସଲ କରି ସେ ଡାକ୍ତରଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲେ। ଥରେ ଡାକ୍ତର କୌଣସି କାମରେ ଅହମ୍ମଦାବାଦ ଯାଇଥିବା ବେଳେ ନର୍ସ ଜଣକ ତାଙ୍କୁ ପ୍ରାୟ ୧୦୦୦ ଥର ଫୋନ୍ କଲ୍ କରି ହଇରାଣ କରିଥିଲେ। ଏପରିକି ଖାଲି ଚେକ୍ ଏବଂ ଷ୍ଟାମ୍ପ ପେପରରେ ବଳପୂର୍ବକ ଦସ୍ତଖତ କରାଇ ସେଗୁଡିକୁ ବ୍ୟାଙ୍କ ଲକରରେ ରଖିଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ

ଶେଷରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ପୀଡିତ ଡାକ୍ତର ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବାଡମେର ଅତିରିକ୍ତ ଏସପି ନୀତେଶ ଆର୍ଯ୍ୟଙ୍କ ନେତୃତ୍ୱରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ନର୍ସଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ ୧୭,୦୦୦ ଟଙ୍କା ନଗଦ ଜବତ କରାଯାଇଛି। ତେବେ ଗିରଫ ହେବା ପରେ ନର୍ସ ଜଣକ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଡାକ୍ତର ନିଜକୁ ବଞ୍ଚାଇବା ପାଇଁ ମିଥ୍ୟା ମାମଲା ରୁଜୁ କରିଥିବା ଦାବି କରିଛନ୍ତି। ବର୍ତ୍ତମାନ ପୋଲିସ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଏହି ବ୍ଲାକମେଲିଂ ନେଟୱର୍କର ଟିକନିଖି ତଦନ୍ତ କରୁଛି।

ନର୍ସଙ୍କ ଦାବି ଶୁଣିଲେନି ସରକାର, ଆଜିଠୁ ସବୁ ଜରୁରୀ ସେବା ବନ୍ଦ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ୱାସ୍ଥ୍ୟ ସେବା ଉପରେ ଗଭୀର ପ୍ରଭାବ ପକାଇଛି। ଗତକାଲି ସରକାରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଆଜି ମଧ୍ୟ ରାଜ୍ୟ ସାରା ନର୍ସମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଯେହତୁ ଧାର୍ଯ୍ୟ ସମୟ ଭିତରେ ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ ସେଥିପାଇଁ ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ଠାରୁ ନର୍ସମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ମଧ୍ୟ ବନ୍ଦ କରିବାକୁ ଯାଉଛନ୍ତି। ଏପରି ହେଲେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଲାଣି। ସଂଘର ଦାବି ଅନୁସାରେ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ସରକାର ରାଜି ହୋଇଛନ୍ତି। ଏହି କମିଟି ସଂଘର ଦାବି ଉପରେ ବିଚାରକରି ବିହିତ ପଦକ୍ଷେପ ନେବେ। ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ନର୍ସିଂ ସଂଘର ଦାବି ପୂରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଗତକାଲି ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ନର୍ସିଂ ସଂଘର କର୍ମକର୍ତ୍ତାଙ୍କୁ ଡାକି ଯେନତେନ ଉପାୟରେ ମନାଇ ଆନ୍ଦେଳନ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ଦାବି ସବୁ ପୂରଣ ପାଇଁ ସରକାର ଉଦ୍ୟମ କରିବେ ବୋଲି ମଧ୍ୟ କୁହାଗଲା। କିନ୍ତୁ ସଂଘ ଆଉ ଶୁଖିଲା ପ୍ରତିଶ୍ରୁତିରେ ମାନିବା ପାଇଁ ରାଜିନଥିଲା। ପ୍ରଥମେ ସରକାରଙ୍କ ଏସ୍‌ମା ଧମକକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ନର୍ସିଂ ସଂଘ ଆଜି ଦିନ ତମାମ ଆନ୍ଦୋଳନ ଜାରି ରଖିଥିଲା। ଗତ ତିନି ଦିନ ହେଲା ନର୍ସମାନେ ଓପିଡି ସେବା ବନ୍ଦ କରି ଡାକ୍ତରଖାନାରେ ଆଗରେ ଧାରଣାରେ ବସିଥିଲେ। କିନ୍ତୁ ୱାର୍ଡ ଠାରୁ ଆରମ୍ଭ କରି ଓଟି ପର୍ଯ୍ୟନ୍ତ ସେମାନେ ଡ୍ୟୁଟି କରୁଥିଲେ। ଦାବି ଉପରେ ସକାରାତ୍ମକ ବିଚାର ପାଇଁ ସଂଘ ସରକାରଙ୍କୁ ୨୬ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା। କିନ୍ତୁ ଆଜି କଣ୍ଟ ପୂରିବା ପରେ ଆସନ୍ତା କାଲି ଆନ୍ଦୋଳନ ଆହୁରି ଘନେଇବ। ନର୍ସ ମାନେ ରୋଗୀଙ୍କୁ ଇଞ୍ଜେକ୍ସନ୍‌ ଦେବେ ନାହିଁ କିମ୍ବା ସାଲାଇନ୍‌ ଲଗେଇବେ ନାହିଁ। ସଂଘର କର୍ମକର୍ତ୍ତା କହିଛନ୍ତି, ସରକାର ଆମକୁ ବାରମ୍ବାର ପ୍ରତାରଣା କରି ଚାଲିଛନ୍ତି। ଆମର ୧୦ଟି ଯାକ ଦାବି ଯୁକ୍ତି ସଂଗତ। ଏହାକୁ ପୂରଣ କରିବାରେ ସମସ୍ୟା କେଉଁଠି? ଆମେ ବି ରୋଗୀ ସେବା ବନ୍ଦ କରିବା ପାଇଁ ଚାହୁଁନାହୁଁ। କିନ୍ତୁ ସରକାର ଆମର ସମସ୍ୟା ପ୍ରତି ସଜାଗ ହେଉନଥିବାରୁ ବାଧ୍ୟ ହୋଇ ସେବା ବନ୍ଦ ରଖିଛୁ। ଆମେ ଚାହୁଁଛୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ଆମ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ଆଗକୁ ରୋଗୀ ସେବାରେ ଯାହା କିଛି ସମସ୍ୟା ଦେଖା ଦେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ନର୍ସିଂ ଅଫିସରମାନଙ୍କ ଦାବି ଯୁକ୍ତି ସଂଗତ। ସରକାରୀ ସ୍ୱାସ୍ଥ୍ୟ ସେବାରେ ନର୍ସ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର ସେମାନଙ୍କ ଦାବି ପୂରଣ ଦିଗରେ ସମୟ ଗଡାଇ ଚାଲିଲେ ଆଗକୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବା ଆଶଙ୍କା ରହିଛି। ତେଣୁ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ଜରୁରୀ ବୋଲି ଶ୍ରୀ ଜେନା କହିଛନ୍ତି।