marrying minors - The Sakala

ନାବାଳିକାଙ୍କୁ ବିବାହ କରିବା ପାଇଁ ବୃଦ୍ଧଙ୍କ ଜିଦ୍‍ , ଘରେ ବିଷଧର ସାପ ଛାଡ଼ିଦେବାକୁ ଧମକ
ଭୁବନେଶ୍ୱର : ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ରହୁଥିବା ଜଣେ ୧୨ ବର୍ଷର ନାବାଳିକାଙ୍କୁ ବିବାହ କରିବା ପାଇଁ ଉକ୍ତ ଅଞ୍ଚଳରେ ଜଣେ ୬୦ ବର୍ଷର ବୃଦ୍ଧ ଧମକ ଦେବା, ଘର ଭିତରକୁ ବିଷଧର ସାପ ଛାଡ଼ି ଦେଉଥିବା ଘଟଣା ବିଭିନ୍ନ ମହଲରେ କୌତୂହଳ ସୃଷ୍ଟି କରିଛି। ବୃଦ୍ଧଙ୍କ ବିରୋଧରେ ଏନେଇ ନାବାଳିକା ଏବଂ ତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତୁନି ବସିଛି। ଶେଷରେ ନ୍ୟାୟ ପାଇଁ ନାବାଳିକା ଜାତୀୟ ମାନବିକ ଅଧିକାର କମିସନ(ଏନ୍‍ଏଚ୍‍ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଗୁରୁତ୍ୱ ଦେଇ ଜାତୀୟ ମାନବିକ ଅଧିକାର କମିସନ କ୍ରାଇମ୍‍ବ୍ରାଞ୍ଚ ଏଡିଜିଙ୍କୁ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ପରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ ତାଳବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକା ସ୍ଥାନୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ସେହି ଅଞ୍ଚଳର ଜଣେ ୬୦ ବର୍ଷର ବୃଦ୍ଧ ତାଙ୍କ ବାହାହେବା ପାଇଁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ନାବାଳିକା ସ୍କୁଲ ଯିବା ସମୟରେ ବାଟରେ ଜଗି ରହି ତାଙ୍କୁ ଅସଦାଚରଣ କରିବା ସହ ଅପହରଣ ପାଇଁ ଉଦ୍ୟମ କରୁଥିଲେ। ଏପରିକି ତାଙ୍କ ଫଟୋ ଉଠାଇ ନେଇ କମ୍ପ୍ୟୁଟରରେ ଏଡିଟ୍‍ କରି ଭାଇରାଲ କରିବାକୁ ଧମକ ଦେଉଥିଲେ। ନାବାଳିକାଙ୍କ ପରିବାର ଏଥିରେ ଅତିଷ୍ଠ ହୋଇ ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନେ ମାମଲା ଉଠାଇ ନେବାକୁ ତାଙ୍କ ଘରେ ପଶି ନାବାଳିକା ମା’ର ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ। କେବଳ ଏତିକିରେ ଅଭିଯୁକ୍ତର କାରନାମା ଅଟକି ନ ଥିଲା।

ସ୍କୁଲ ଯିବା ସମୟରେ ନାବାଳିକାଙ୍କ ସ୍କୁଲ ବ୍ୟାଗ୍‍,ସାଇକେଲ, ସୁନା ଚେନ୍‍ ଏବଂ ମୋବାଇଲ ଫୋନ୍‍ ଛଡ଼ାଇ ନେଇଥିଲେ। ସେ ବିବାହ ପାଇଁ ରାଜ୍ୟ ହେଲା ପରେ ଏହି ସବୁ ସାମଗ୍ରୀ ଦେବେ ବୋଲି କହିଥିଲେ। ଏପରିକି ନାବାଳିକାଙ୍କୁ ଭୟଭୀତ କରିବା ପାଇଁ ତାଙ୍କ ଘରେ ଅଭିଯୁକ୍ତ ବିଷଧର ସାପ ଛାଡ଼ି ଦେଇଥିଲେ। ଗତ ମାର୍ଚ୍ଚ ୯ରେ ନାବାଳିକା ତାଙ୍କ ମାମୁଁଙ୍କ ସହ କଟକ ଯାଉଥିବାବେଳେ ଭୁବନେଶ୍ୱର ରବିଟକିଜ୍‍ ନିକଟରେ ଅଭିଯୁକ୍ତ ତାଙ୍କ ଗାଡ଼ିକୁ ଅଟକାଇ ଗାଳି ଗୁଲଜ କରିବ ସହ ଅସଦାଚରଣ କରିଥିଲେ। ଏନେଇ ନାବାଳିକାଙ୍କ ମା’ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲା ରୁଜୁ କରି ବସି ପଡ଼ିଥିଲା। ଚାରିଆଡ଼ୁ ନିରାଶ ହେବା ପରେ ନାବାଳିକା ଓ ତାଙ୍କ ପରିବାର ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟରେ ନାବାଳିକା ଏବଂ ତାର ପରିବାର ଲୋକେ ସହଯୋଗ କରୁନଥିବା ପୁଲିସ ଅଭିଯୋଗ କରିଛି। ସେମାନଙ୍କ ବୟାନ ରେକର୍ଡ ପାଇଁ ଥାନାକୁ ଡାକିଲେ ମଧ୍ୟ ସେମାନେ ବିଭିନ୍ନ ଆଳ ଦେଖାଇ ଆସୁନାହାନ୍ତି ବୋଲି ପୁଲିସ କହିଛି।