Telia Fish - The Sakala

ମାଛ କଲା ଲକ୍ଷପତି, ୧୫ ଲକ୍ଷ ଟଙ୍କାରେ ବିକ୍ରିହେଲା ଜାଲରେ ପଡିଥିବା ୯ଟି ତେଲିଆ ଶିଳା ମାଛ
ଦୀଘା: ମାଛ କଲା ଲକ୍ଷ ପତି । ୧୫ ଲକ୍ଷ ଟଙ୍କାରେ ବିକ୍ରିହେଲା ୯ଟି ମାଛ । ୯ଟି ମାଛର ଓଜନ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭, ୫୦୦ ଟଙ୍କାରେ ବିକ୍ରି ହୋଇଛି ମାଛ । ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ୯ ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି ।

ଶନିବାର ଦୀଘା ମୁହାଣରେ ନିଲାମ ପାଇଁ ୯ଟି ତେଲିଆ ଶିଳା ମାଛ ଆସିଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମ ୨ଟି ମାଛ ୪୮କେଜି ହୋଇଥିଲା ବେଳେ ଏହା କିଲୋ ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ଥିଲା । ମାଛ ବିକ୍ରିରୁ ମୋଟ ୬ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଥିଲା । ଅନ୍ୟ ୩ ଟିର ଓଜନ ୫୮ କେଜି ରହିଥିବା ବେଳେ ମୋଟ ୫ ଲକ୍ଷ ୫୧ ହଜାର ଟଙ୍କା ବିକ୍ରି ହୋଇଥିଲା । ସେହିପରି ବାକି ୪ଟି ମାଛର ଓଜନ ୯୩ କିଲୋ ହୋଇଥିବା ବେଳେ ୩ଲକ୍ଷ ୧୬ହଜାର ୨ଶହ ଟଙ୍କାରେ ବିକ୍ରି ହୋଇଥିଲା । ସର୍ବମୋଟ ୧ କୁଇଣ୍ଟାଲ ୯୯ କିଲୋ ମାଛ ୧୫ ଲକ୍ଷ ୧୫ ହଜାର ୨ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି ।