Sanitizer - The Sakala

ହାତରେ ପିନ୍ଧି ହେବ ସାନିଟାଇଜର
ସମ୍ପ୍ରତି କରୋନା କାଳରେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି। ତେବେ ଏବେ ସାନିଟାଇଜରକୁ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖିବାକୁ ପଡ଼ିବ ନାହିଁ। ଏଣିକି ହାତରେ ବି ଘଣ୍ଟା ଭଳି ସାନିଟାଇଜରକୁ ପିନ୍ଧା ଯାଇପାରିବ। ଯଦିଓ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ତଥାପି ଏହା ସତ। ରାଜସ୍ଥାନ ଝାଲାୱାର ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ଅୟାଜ୍ ଶେଖ୍ ଏଭଳି ଏକ କାରନାମା କରି ଦେଖାଇଛନ୍ତି। ୨୫ ବର୍ଷୀୟ ଅୟାଜ୍‌ ଏହାର ନାଁ ରଖିଛନ୍ତି ‘କୋ-ରକ୍ଷକ ବ୍ୟାଣ୍ଡ୍’। ଅୟାଜ୍‌ଙ୍କ ମାଆ ଜଣେ ସ୍ବାସ୍ଥ୍ୟକର୍ମୀ। ତାଙ୍କ ମାଆ ଯେପରି ଭୂତାଣୁ ଦ୍ବାରା ସଂକ୍ରମିତ ନ ହେବେ ତଥା ସଂକ୍ରମଣରୁ ସୁରକ୍ଷିତ ରହିବେ, ତାହାକୁ ଦୃଷ୍ଟିରେ ରଖି ଏଇ ଗ୍ୟାଜେଟ୍ ବିକଶିତ କରିଥିବା କଥା କହିଛନ୍ତି ଅୟାଜ୍। ଝାଲାୱାରର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ, ତାଙ୍କ ବିଭାଗ ୬୦୦ ୟୁନିଟ୍ କୋ-ରକ୍ଷକ ବ୍ୟାଣ୍ଡ୍ କିଣିଛି। ଏହା ସହ ସରକାରୀ ହସ୍‌ପିଟାଲରେ କାମ କରୁଥିବା ନର୍ସମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଉକ୍ତ ସାନିଟାଇଜରରେ ୧୫ ଏମଏଲ ପର୍ଯ୍ୟନ୍ତ ସାନିଟାଇଜର ଭର୍ତ୍ତି କରାଯାଇପାରିବ। ତେବେ ସାନିଟାଇଜର ଭର୍ତ୍ତି ହେବା ପରେ ଏହାର ଓଜନ ହୋଇଯାଏ ୩୦ ଗ୍ରାମ୍‌। ସେହିପରି ବ୍ୟାଣ୍ଡ୍‌ଟିର ଚଉଡ଼ା ଦୁଇ ଇଞ୍ଚ ଓ ଲମ୍ବ ଗୋଟିଏ ଇଞ୍ଚ୍‌। ଷ୍ଟାଟଅପ୍‌ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଉଥିବା ‘ଆଇ ଷ୍ଟାର୍ଟଅପ୍’ ଅଧୀନରେ ଏହାକୁ ପଞ୍ଜୀକୃତ କରାଯାଇଛି। ଏପରିକି ଡିଭାଇସର ପେଟେଣ୍ଟ ଲାଗି ଆବେଦନ କରିଥିବା କହିଛନ୍ତି ଅୟାଜ୍। ଅବଶ୍ୟ ଏହାକୁ ଏବେ ଇ-କମର୍ସରେ ବିକ୍ରି କରାଯାଉଛି। ଚାରିଥର ଏହି ଡିଭାଇସ୍‌କୁ ବିକଶିତ କରିବାରେ ବିଫଳ ହେବା ପରେ ଜାନୁୟାରୀରେ ସେ ଏଥିରେ ସଫଳ ହୋଇଥିବା କହିଛନ୍ତି ଅୟାଜ।

କରୋନା ଭୟ ଯୋଗୁ ନୋଟରୁ ଉଡିଗଲା ରଙ୍ଗ, କ୍ଷତି ସହିଲା ଆରବିଆଇ
ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି।

୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୫ କୋଟି ୪୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ସେହିପରି  ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ଯ ଏକ ଲକ୍ଷ ଟଙ୍କାର ୨୦୦ ଟଙ୍କିଆ ନୋଟ୍ ନଷ୍ଟ ହୋଇଥିବା ବେଳେ ୨୦୨୦ -୨୧ ରେ ଏହାର ସଂଖ୍ଯା ବଢି ୧୧ କୋଟି ୮୬ ଲକ୍ଷରେ ପହଞ୍ଚିଛି। ଦୈନିକ କାରବାରରେ ୫୦୦ ଟଙ୍କିଆ ନୋଟ ୪୦ ପ୍ରତିଶ ବୃଦ୍ଧି ଘଟିଛି। ଫଳରେ ଅନ୍ଯ ନୋଟ୍ ତୁଳନର ୫ଶହ ଟଙ୍କିଆ ନୋଟ ଏତେ ମାତ୍ରାରେ ଖରାପ ହୋଇନାହିଁ।

ଛୋଟ ନୋଟଗୁଡିକ ପ୍ରତ୍ଯେକ ଦିନ ବ୍ଯବାର ଯୋଗୁ ଏତେ ଖରାପ ହୋଇ ନହିଁ। ହେଲେ ବଡ ନୋଟ ଗୁଡିକର ବ୍ଯବହାର ଏତେ ପରିମାଣରେ ହୋଇ ନ ଥିବା ହେତୁ ଏହାକୁ ସାନିଟାଇଜ କିମ୍ବା ଧୋଇକି ଆମେ ରଖି ଦେଇଥାଉ ଯେଉଁଥି ପାଇଁ ନୋଟରୁ ରଙ୍ଗ ଛାଡି ଖରାପ ହୋଇଯାଇଛି। ଯାହାଫଳରେ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି।

ଯୁବ ବୈଜ୍ଞାନିକରୁ ସାନିଟାଇଜର ମ୍ୟାନ୍‍
ଭୁବନେଶ୍ୱର : କରୋନା ମହାମାରୀ କାହାର ଜୀବିକା ଉଜାଡ଼ି ଦେଇଛି ତ ଆଉ କାହାର ଜୀବନ ନେଇଛି। ପେଟକୁ ଦାନ ଲାଗି କିଏ ପରିବା ବିକ୍ରି କରିଛି ତ ଆଉ କିଏ ମାସ୍କ ବିକ୍ରି କରିଛି। କିନ୍ତୁ କିଛି ବ୍ୟକ୍ତିଙ୍କୁ କରୋନା ଭୂତାଣୁ ଜନମାନସରେ ହିରୋ ମଧ୍ୟ ସଜାଇ ଦେଇଛି। ଏଭଳି ଜଣେ ଯୁବ ବୈଜ୍ଞାନିକଙ୍କୁ ନୂଆ ପରିଚୟ ଦେଇଛି। ସେ ହେଲେ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ନୟାଗଡ଼ର ଶକ୍ତିପ୍ରସାଦ ସାହୁ। କରୋନା କରାଳ କାଳରେ କିଏ ରୋଜଗାର ହରାଇ ଜୀବନ ହରାଇଛନ୍ତି। ହେଲେ ଶକ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ସ୍ୱାବଲମ୍ବୀ ହୋଇଛନ୍ତି। ପୂର୍ବରୁ ସେ ବ୍ୟାଟେରୀ ଚାଳିତ ଗାଡି, ସୋଲାର କାର୍‍ ଆଦି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। କରୋନା ସମୟରେ ସେ ସ୍ୱୟଞ୍ଚାଳିତ ସାନିଟାଇଜର ମେସିନ୍‍ ଉଦ୍ଭାବନ କରି ଲୋକଙ୍କ ଅଦୃଶ୍ୟ ଭୂତାଣୁ ଠାରୁ ଲୋକଙ୍କ ଜୀବନକୁ ରକ୍ଷା କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏଥିଲାଗି ସେ ସାନିଟାଇଜର ମ୍ୟାନ୍‍ ଭାବେ ବେଶ୍‍ ପରିଚୟ ହୋଇଛନ୍ତି।

ସେହିପରି କରୋନାର ଦ୍ୱିତୀୟ ଲହରି ଆସିଛି। ଏହା ଅତ୍ୟନ୍ତ ସାଂଘାତିକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତେଣୁ ପୁଣି ଶକ୍ତିଙ୍କ କାମ ଦ୍ୱିଗୁଣିତ ହୋଇଯାଇଛି। ସେ ଏବେ ନୂଆ ଜ୍ଞାନକୌଶଳର ଗୋଟିଏ ସ୍ୱଂୟଚାଳିତ ସାନିଟାଇଜର ମେସିନ୍‍ରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି। ଗୋଟିଏ ମେସିନ୍‍ରେ ହାତ ସାନିଟାଇଜର ହେବା ସହ ଶରୀରର ତାପମାତ୍ରା ମଧ୍ୟ ମାପି ହେବ। ତେଣୁ ଗୋଟିଏ ମେସିନ୍‍ କିଣି ଦୁଇଟି ଲେଖାଏଁ ଉପଯୋଗୀ ବ୍ୟବସ୍ଥା ରହିଥିବାରୁ ଏହାକୁ କିଣିବା ଲାଗି ଅନେକ ବ୍ୟକ୍ତି ଅଧିକ ପସନ୍ଦ କରୁଛନ୍ତି।

ସେପଟେ ଗତବର୍ଷ କରୋନା ଭୂତାଣୁ ହଠାତ୍‍ ଓଡ଼ିଶାରେ ପଶିଗଲା। ଭୂତାଣୁ ଶତ୍ରୁରୁ ବଞ୍ଚାଇବା ଲାଗି ଉଦ୍ଭାବନ କରିଥିଲେ ସ୍ୱୟଞ୍ଚାଳିତ ସାନଟାଇଜର ମେସିନ। ସେ ପ୍ରଥମେ ପ୍ଲାଷ୍ଟିକ ସହାୟତାରେ ଏକ ଘର ଭଳି ଚାମ୍ବର କରିଥିଲେ। ଏହି ଚାମ୍ବର ଭିତରେ ବିଭିନ୍ନ କୋଣରେ ୪ଟି ସ୍ପିଙ୍କଲର ଲଗାଯାଇଛି। ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିବା ମାତ୍ରେ ସ୍ୱୟଞ୍ଚାଳିତ ସାନିଟାଇଜର ଚାମ୍ବର ଖୋଲିବା ସହ ସ୍ପିଙ୍କଲର କାମ କରିବ। ପ୍ରାୟ ୧୦ ସେକେଣ୍ଡ ପାଣି ଛିଞ୍ଚନ ପରେ ସ୍ୱୟଞ୍ଚାଳିତ ଭାବେ ବନ୍ଦ ହେଉଯାଇଥିଲା। ଏହାକୁ ବିଭିନ୍ନ ଛକରେ ରଖି ପୁଲିସ କର୍ମଚାରୀଙ୍କ ଠାରୁ ସାଧାରଣଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ସବୁଠାରୁ ବଡ଼କଥା ହେଲା ଏଗୁଡ଼ିକ ସୋଲର୍‍ ଦ୍ୱାରା ଚାଲୁଥିଲା। ତେଣୁ ଏହି ମେସିନ୍‍ ବେଶ୍‍ ଅଦୃତ ହୋଇଥିଲା। ଏହାପରେ ନୂଆ ନୂଆ ଜ୍ଞାନକୌଶଳରେ ଗୋଟିଏ ପରେ ଗୋଟିଏ ସ୍ୱୟଞ୍ଚାଳିତ ସାନିଟାଇଜର ମେସିନ୍‍ ଉଦ୍ଭାବନ କରିଥିଲେ। ବସ୍‍, ଟ୍ରେନ୍‍, ସରକାରୀ ଅଫିସ, ପାର୍କ ଓ ଦୋକାନ, ଘରେ ମଧ୍ୟ ବ୍ୟବହାର କରିବା ଲାଗି ନୂଆନୂଆ ଷ୍ଟାଇଲିସ୍‍ର ସ୍ୱଂୟଚାଳିତ ମେସିନ୍‍ ନିର୍ମାଣ କରିଥିଲେ। ଗୋଟିଏ ବର୍ଷରେ ସେ ଛୋଟ ଓ ବଡ଼ ୧୫ହଜାରରୁ ଊର୍ଦ୍ଧ୍ବ ମେସନ୍‍ ବିକ୍ରି କରିଛନ୍ତି। ୧ହଜାର ଟଙ୍କାରୁ ଆରମ୍ଭ କରି ୧୬ହଜାର ଟଙ୍କାରେ ସ୍ୱଂୟଚାଳିତ ମେସନ୍‍ ବିକ୍ରି କରାଯାଉଛି। ଗୋଟିଏ ବର୍ଷରେ ସେ ଅଢ଼େଇରୁ ୩ କୋଟି ଟଙ୍କା କାରବାର କରିଛନ୍ତି। ଅନ୍ୟପଟେ କରୋନାରେ ଟଙ୍କା ରୋଜଗାର କରିବା ଲାଗି ସଂଘର୍ଷ ଚାଲୁଥିବା ସମୟରେ ସେ ୭ରୁ ୮ଜଣ ଯୁବକଙ୍କ ତାଙ୍କ ନିକଟରେ ରଖିଛନ୍ତି। ସେମାନଙ୍କୁ ମଧ୍ୟ ମାସିକ ଦରମା ଦେଇ ନିଜେ ସ୍ୱାବଲମ୍ବୀ ହେବା ସହ ଯୁବକଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି।

ଅନ୍ୟପଟେ ଶକ୍ତିଙ୍କ ଏଭଳି ସ୍ୱୟଞ୍ଚାଳିତ ମେସିନ୍‍ ଭୁବନେଶ୍ୱର ସମେତ ସାରାଓଡ଼ିଶାରେ କୋଣ ଅନୁକୋଣରୁ ଲୋକେ ଆସି କିଣି ନେଉଛନ୍ତି। ଖାଲି ଓଡ଼ିଶାରେ ସୀମିତ ନାହିଁ ତାଙ୍କର ନୂତନ ଉଦ୍ଭାବନା ମେସିନ୍‍। କୋଲକାତା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଭଳି ରାଜ୍ୟକୁ ସେଗୁଡ଼ିକ ଯାଉଛି। ସେଠାର କିଛି କମ୍ପାନୀ ଆସି ତାଙ୍କ ଠାରୁ ଏସବୁ ସାମଗ୍ରୀ କିଣୁଛନ୍ତି। ଆଗକୁ ଅନ୍‍ଲାଇନ୍‍ରେ ଏହାକୁ ବିକ୍ରି କରିବା ଲାଗି ଯୋଜନା କରୁଥିବା ଶକ୍ତି କହିଛନ୍ତିି। ସେହିପରି କରୋନା ସମୟରେ ଏହି ସ୍ୱୟଞ୍ଚାଳିତ ମେସିନ୍‍ ବିକି ଲାଭବାନ ହେବା ବଦଳରେ କମ୍‍ ଟଙ୍କାରେ ବିକ୍ରିକରି କିଛି ମାତ୍ରାରେ କରୋନା ବିରୋଧୀ ଯୁଦ୍ଧରେ ନିଜକୁ ସାମିଲ କରିଥିବାରୁ ସେ ବେଶ୍‍ ଖୁସି ଅଛନ୍ତି ବୋଲି କୁହନ୍ତି।