tirupati laddu controversy - The Sakala

ତିରୁପତି ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରଣ ମାମଲା: ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ଅମରାବତୀ: ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରଣକୁ ନେଇ ବିବାଦ ଜୋର୍‌ ଧରିବାରେ ଲାଗିଛି। ରାଜ୍ୟର ପୂର୍ବତନ ସରକାର ସମୟରେ ପଶୁ ଚର୍ବିରେ ପ୍ରସ୍ତୁତ ଘିଅ ଏବଂ ମାଛ ତେଲରେ ଲଡ଼ୁ ପ୍ରସ୍ତୁତ ହେଉଥିବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏବେ ଏହି ବିବାଦ ଦିଲ୍ଲୀରେ ପହଞ୍ଚି ଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସହ କଥା ହୋଇଛନ୍ତି। ମନ୍ଦିର ପ୍ରସାଦ (ଲଡ଼ୁ) ଯାଞ୍ଚ କରାଯିବ ଏବଂ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି।

ଚନ୍ଦ୍ରବାବୁ ଏହି ଅଭିଯୋଗ ଆଣିବା ପରେ ବିଭିନ୍ନ ମହଲରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସମାଲୋଚନା କରାଯାଉଛି। ଚନ୍ଦ୍ରବାବୁ ଲଡ଼ୁର ପରୀକ୍ଷାଗାର ରିପୋର୍ଟ ମଧ୍ୟ ଉପସ୍ଥାପନ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏହାକୁ ନେଇ ପୂର୍ବତନ ସରକାରଙ୍କୁ ସମାଲୋଚନା କରିଛନ୍ତି। ‘ସନାତନ ଧର୍ମରକ୍ଷା ବୋର୍ଡ’ ଗଠନ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଚନ୍ଦ୍ରବାବୁଙ୍କ ଅଭିଯୋଗକୁ ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡୀ ଖାରଜ କରିଦେଇଛନ୍ତି। ସେ ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସ୍ଥାକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଲଡ଼ୁ ପ୍ରସ୍ତୁତିରେ ବ୍ୟବହାର ଘିଅ ପାଇଁ ପ୍ରତି ୬ମାସରେ ଟେଣ୍ଡର୍‌ ହେବା କଥା। ମାତ୍ର ଅନେକ ବର୍ଷ ହେବ ଏହାକୁ ପରିବର୍ତ୍ତନ କରାଯାଇନାହିଁ। ପୂର୍ବରୁ ଆମ ସରକାର ସମୟରେ ୧୮ଥର ଉତ୍ପାଦକୁ ବଦଳାଯାଇଥିଲା ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ଏହାଛଡ଼ା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖÒବେ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ୱାଇଏସ୍‌ଆର କଂଗ୍ରେସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନାଇଡୁଙ୍କ ଅଭିଯୋଗର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ଦାବି କରିଛି। ୨୫ ତାରିଖରେ ଏହି ମାମଲାର ଶୁଣାଣି ହେବ।

ସୂଚନାଯୋଗ୍ୟ, ତିରୁପତି ମନ୍ଦିରର ୩୦୦ ବର୍ଷ ତଳର ରୋଷେଇ ଘରେ ଦିନକୁ ୩.୫୦ ଲକ୍ଷ ଲଡ଼ୁ ତିଆରି ହେଉଛି। ଏହି ପ୍ରସାଦରୁ ବର୍ଷକୁ ୫୦୦ କୋଟି ଟଙ୍କା ଆୟ ହେଉଛି। ଏବେ ମନ୍ଦିର ଟ୍ରଷ୍ଟ (ଟିଟିଡି) ଏହି ଅଭିଯୋଗର ତଦନ୍ତ ପାଇଁ ଚାରି ଜଣିଆ କମିଟି ଗଠନ କରିଛି ଏବଂ ଚର୍ବିଯୁକ୍ତ ଘିଅ ଯୋଗାଣ କରୁଥିବା କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ଏହାସହ ଲଡ଼ୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସମ୍ବିଧାନର ଧାରା ୨୫ ଉଲ୍ଲଙ୍ଘନ ଆଧାରରେ ଏକ ଆବେଦନ ଦାଏର କରାଯାଇଛି। ଏହା ମଧ୍ୟରେ ରାଜ୍ୟ କଂଗ୍ରେସ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛି।

ଅନ୍ୟପକ୍ଷରେ ଏହି ବିବାଦକୁ ନଜରରେ ରଖି କର୍ଣ୍ଣାଟକ ସରକାର ରାଜ୍ୟର ମନ୍ଦିରଗୁଡ଼ିକରେ କେବଳ ଶୁଦ୍ଧ ଘିଅ ବ୍ୟବହାର କରିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି।

ନବୀନଙ୍କ ଉଦ୍‌ବେଗ

ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ପ୍ରସାଦରେ ମାଛ ତେଲ ଓ ପଶୁ ଚର୍ବି ମିଳିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ପୂରା ଘଟଣାର ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ବୋଲି ନବୀନ ମତବ୍ୟକ୍ତ କରିଛନ୍ତି ।