Free Ambulance Service - The Sakala

କୋରାପୁଟର ଗ୍ରାମାଞ୍ଚଳରେ ମାଗଣା ଶବ ପରିବହନ ସେବା ଆରମ୍ଭ କଲା ବେଦାନ୍ତ
ଭୁବନେଶ୍ୱର: ମୃତକଙ୍କ ପାଇଁ ସମ୍ମାନଜନକ ପରିବହନ ସେବା ସୁନିଶ୍ଚିତ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଅନ୍ତିମ ଯାତ୍ରା ସମୟରେ ଆର୍ଥିକ ବୋଝରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମାଗଣା ଶବ ପରିବହନ ସେବା ଆରମ୍ଭ କରିଛି, ଯାହା କୋଡିଙ୍ଗାମାଲି ଖଣି ଆଖପାଖର ୧୦୦ଟି ଗ୍ରାମର ଲୋକମାନଙ୍କୁ ଉପକୃତ କରିଛି ।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉଁତା ପତାକା ଦେଖାଇ ଏହି ସେବା ଯାନକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଏହି ଅତ୍ୟାବଶ୍ୟକ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଏହି ମାଗଣା ଶବ ପରିବହନ ସେବା ଜରିଆରେ ଏହି ଅଞ୍ଚଳର ୧୦ଟି ପରିବାର ଉପକୃତ ହୋଇସାରିଛନ୍ତି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୪ଟି ବ୍ଲକର ୧୦୦ଟି ଗାଁକୁ ଏହି ସେବା ପରିବ୍ୟାପ୍ତ ହେବ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ସାଉଁତା କହିଲେ ଯେ, ଏହି ଶବ ସେବା ହେଉଛି କରୁଣାର ପ୍ରତୀକ । ଦୁଃଖ ସମୟରେ ପରିବାରଗୁଡ଼ିକୁ ସେମାନଙ୍କ ପ୍ରିୟଜନଙ୍କ ଶବକୁ ପରିବହନ କରିବାର ଆର୍ଥିକ ସମସ୍ୟା ସଂକ୍ରାନ୍ତରେ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି ପଦକ୍ଷେପ ଦ୍ୱାରା ବେଦାନ୍ତ ସ୍ଥାନୀୟ ଗୋଷ୍ଠିକୁ ଏକ ମହାନ ସେବା ଯୋଗାଉଛି ।

ମଣିରିମାଳା ଗରଡ଼ା (ଏହି ସେବାର ଅନ୍ୟତମ ପ୍ରାରମ୍ଭିକ ହିତାଧିକାରୀ) ନିଜର ଅଭିଜ୍ଞତା ବାଣ୍ଟିବା ସହ କହିଛନ୍ତି ଯେ ଯେତେବେଳେ ମୋ ପତ୍ନୀଙ୍କ ଦେହାନ୍ତ ହେଲା, ସେତେବେଳେ ମୁଁ ଚିନ୍ତିତ ଥିଲି ଯେ ମୋ ପାଖରେ ଥିବା ସୀମିତ ସମ୍ବଳରେ ମୁଁ କିପରି ତାଙ୍କ ଶବ ପାଇଁ ପରିବହନ ବ୍ୟବସ୍ଥା କରିବି । ଏଭଳି କଠିନ ସମୟରେ ଏହି ଯାନ ପ୍ରକୃତରେ ଆଶୀର୍ବାଦ ପାଲଟିଥିଲା । ଏହା କେବଳ ଆର୍ଥିକ ବୋଝକୁ ହ୍ରାସ କରିନଥିଲା, ବରଂ ମୋ ପତ୍ନୀଙ୍କ ଅନ୍ତିମ ଯାତ୍ରାକୁ ସମ୍ମାନର ସହ ସମ୍ପନ୍ନ କରିବାକୁ ମଧ୍ୟ ସୁନିଶ୍ଚିତ କରିଥିଲା । ଏଭଳି ସହଯୋଗ ପାଇଁ ମୁଁ ଏବଂ ମୋ ପରିବାର ଗଭୀର କୃତଜ୍ଞ ।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀପୁର ଓ ଏହାର ଆଖପାଖ ଅଞ୍ଚଳର ପରିବାରମାନଙ୍କୁ ବିନା ମୂଲ୍ୟରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିବା ପାଇଁ ଏହି ‘ମାଗଣା ଶବ ସେବା’ ଯୋଜନା ପ୍ରସ୍ତୁତ କରାଯାଇଛି, ବିଶେଷକରି ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ପରିବହନ ଉଭୟ ଅପହଞ୍ଚ ଏବଂ ବ୍ୟୟବହୁଳ ଅଟେ । ଏହାବ୍ୟତୀତ ଏହି ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ଅତ୍ୟାବଶ୍ୟକ ସେବା ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ହେଉଛି ଏହି ପଦକ୍ଷେପ । ପ୍ରତ୍ୟେକ ମୃତ ବ୍ୟକ୍ତି ଯେପରି ଉଚିତ୍‍ ସମ୍ମାନ ପାଇବେ ସେଥିପାଇଁ ଏହି ଗାଡ଼ି ମାଗଣାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାବ୍ୟତୀତ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରିଥାଏ, ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ଲୋକଙ୍କ ଦୁଆର ମୁହଁରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ।

ଏହି ପ୍ରୟାସଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ସମୁଦାୟ ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଥାଏ ।