Bharatpur Police Station - The Sakala

ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ
ରାଜଧାନୀ ଭୁବନେଶ୍ୱରରେ ହୋଲି ଉତ୍ସବ ପୂର୍ବରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଭରତପୁର ଥାନା ଅଧୀନ ଫୁଲେଶ୍ୱରୀ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

ଘଟଣାର ସବିଶେଷ ବିବରଣୀ

ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ମଲ୍ଲିକ ଏବଂ ଅଭିଯୁକ୍ତ ସ୍ୱାମୀଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି ଏକ ଘରୋଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଏକ ଧାରୁଆ ଅସ୍ତ୍ରରେ ସାବିତ୍ରୀଙ୍କୁ ଆକ୍ରମଣ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସର ତଦନ୍ତ ଜାରି

ପାଟିତୁଣ୍ଡ ଓ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ପୋଲିସ ହେପାଜତକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି। ହୋଲି ପର୍ବ ପୂର୍ବରୁ ଏଭଳି ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଭରତପୁର ଥାନା ନିର୍ଯାତନା ମାମଲା: ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କଲେ କମିଶନ
ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ବୈଠକରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ । କମିଶନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଡିଜି ବିନୟତୋଷ ମିଶ୍ର ।

ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସହ ବ୍ରେନ୍ ମ୍ଯାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।

ସେପଟେ କମିଶନଙ୍କ ସଚିବ କହିଛନ୍ତି ଯେହେତୁ କ୍ରାଇମବ୍ରାଞ୍ଚ ଗୁଜୁରାଟରୁ ପଲିଗ୍ରାଫ ରିପୋର୍ଟ ଆଦି ପାଇନାହିଁ ସେଥିପାଇଁ ସେମାନେ କିଛି ତଥ୍ଯ ଦେଇପାରିନାହାଁନ୍ତି । ମ୍ଯାଜିଷ୍ଟ୍ରେଟଙ୍କ ପାଖରେ ପୀଡିତାଙ୍କ ବୟାନ ରେକର୍ଡ ସରିଛି । କୌଣସି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇନାହିଁ । ଅନ୍ଯପଟେ ଆହ୍ବାନ ପରେ କମିଶନଙ୍କ ନିକଟରେ ଅନେକ ସତ୍ଯପାଠ ଦାଖଲ ହୋଇଛି ।

ଆଜିର ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ଗୃହ ସଚିବ ରାଧାକୃଷ୍ଣ ଶର୍ମା, ADG କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ । ଏହାସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନିଳିମା ପଣ୍ଡା ଓ DSP ନରେନ୍ଦ୍ର ବେହେରା ମଧ୍ଯ ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୂର୍ବତନ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ଯ କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନ ଦ୍ବିତୀୟ ବୈଠକ ଡକାଇଥିଲେ ।

ଅନ୍ୟପଟେ ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ହାଇକୋର୍ଟଙ୍କ ନିୟମିତ କାର୍ଯ୍ୟ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ।

ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥର ଗାଡ଼ିଆ ଓ ଭରତପୁର ରାସ୍ତାରେ କିଛି ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯିବା ପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

ଭରତପୁର ଥାନା ଲଜ୍ଜା ଘଟଣା: ନିଲମ୍ବିତ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ !
ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଏହି ଘଟଣାକୁ ନେଇ ବଡ଼ ଅପଡ଼େଟି ଆସିଛି। ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ଆବଶ୍ୟକ ସ୍ଥଳେ ହୋଇପାରେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ ହେବ। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସହମତି ମଗାଯାଇଛି। ଖୁବଶୀଘ୍ର ଏ ନେଇ ଆସିବ କୋର୍ଟଙ୍କ ନିଷ୍ପତ୍ତି। ୪ ନିଲମ୍ବିତ ପୁଲିସ କର୍ମଚାରୀ ହେଉଛନ୍ତି SI ବୈଶାଳିନୀ ପଣ୍ଡା, ASI ଶୈଳମୟୀ ସାହୁ, ASI ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା

ଖବର ଅନୁଯାୟୀ, ତତ୍କାଳୀନ ଥାନାଧିକାରୀ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ପୂର୍ବରୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ।

ଭରତପୁର ଥାନା ପୋଲିସର ବର୍ବରତା ଘଟଣା: ଆସନ୍ତା ୨୪ରେ ୬ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି
ଭୁବନେଶ୍ବର: ୨୪ରେ ଭୁବନେଶ୍ବର ବନ୍ଦ । ଆସନ୍ତା ୨୪ରେ ୬ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି । ଭରତପୁର ବର୍ବରତା ଘଟଣାକୁ ପ୍ରଦିବାଦ କରି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ୬ ଘଣ୍ଡିଆ ବନ୍ଦ ଡାକରା ଦେଇଛି ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଏହି ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଯାଇଥିବା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛି ବିଜେଡି। ଘଟଣାକୁ ବର୍ବରତା ଓ ଅମାନୁଷିକ ବୋଲି କହିଛି ବିଜେଡି ।

ଭୁବନେଶ୍ୱର ଐତିହ୍ୟ ନଗରୀରେ ଆର୍ମି ଅଫିସରଙ୍କ ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଗଲା । ଘଟଣା ଆଜି ରାଜ୍ୟର ମାନ ସମ୍ମାନ ନଷ୍ଟ କରିଛି । ଘଟଣାକୁ ନେଇ ବିଭିନ୍ନ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ କାମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମହିଳା ବିଜେଡି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଇଛି। ଯେଉଁ ୧୦୦ ଦିନ ସଫଳତା ସହ ଜୟନ୍ତୀ ପାଳୁଛନ୍ତି ସେମାନେ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା ପରେ ତଦନ୍ତ ହେଲା । ୧୦୦ ଦିନର ଯାତ୍ରାରେ ପ୍ରଥମ ରାଜ୍ୟପାଳ ପୁଅ ଝାଡ଼ଖଣ୍ଡରୁ ଆସି ASO ଙ୍କୁ ମାଡ଼ ମାରିଲେ। ୧୦୦ ଦିନ ଶେଷରେ ଭରତପୁର ଘଟଣା ହେଲା । ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି ।

ଭରତପୁର ଥାନା ପୋଲିସ ବର୍ବରତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସର ଟମାଟୋ ମାଡ
ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ଏବେ ସମଗ୍ର ରାଜ୍ୟରେ ତେଜିଛି ବିବାଦ। ତେବେ ଏହି ଘଟଣାକୁ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ସମେତ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ମାରିଥିଲେ ଅଣ୍ଡା, ଟମାଟୋ ।ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବାବେଳେ ବ୍ୟାରିକେଟ ଉପରେ ଚଢ଼ି ଘଟଣାକୁ ନେଇ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ବିଜେପି ସରକାରରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ। ସେପଟେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ।

ଭରତପୁର ଥାନା ପୁଲିସର ବର୍ବରତା: କାଲି ବିକ୍ଷୋଭ କରିବ ବିଜେଡ଼ି, ଥାନାରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦୁଥିବା ବିଜେଡି କହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇଛି, ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା, ସରକାରଙ୍କ ୧୦୦ଦିନ କାର୍ଯ୍ୟ ପୂରିଥିଲେ ବି ସରକାର କଣ କରୁଛନ୍ତି। ୧୦୦ଦିନର ସରକାର ଓଡ଼ିଶାର ମୁଣ୍ଡକୁ ତଳକୁ କରିଛି ବୋଲି କହିଛି ବିଜେଡି। ଘଟଣା ନେଇ ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବିଜେଡି। ଏ ନେଇ ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ସେହିପରି ଭରତପୁର ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ଘଟଣାକୁ ନିନ୍ଦା କରିବା ସହ ସେଦିନ ଥାନାରେ କଣ ଘଟିଥିଲା ପୁରା ସତ୍ୟ ଜାଣିବାକୁ ଥାନାରେ ପଚରାଉଚରା କରିଛନ୍ତି। ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ଚିଠି ଲେଖିଥିବା ଅଧ୍ୟକ୍ଷା କହିଛନ୍ତି। ସଠିକ୍‌‌ ଭାବେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁବୋଲି ସେ କହିଛନ୍ତି।

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ନ୍ୟାୟିକ ତଦନ୍ତ ଦାବି ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ
ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ଗଭୀର ଆଘାତ ଦେଇଛି। ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବୀନ। ଏଥିସହ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ।

ଓଡ଼ିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ, ଶନିବାର ବିଳମ୍ୱିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବଶ ସିଂହ ଓ ତାଙ୍କ ବାନ୍ଧବୀ।ମେଜର ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ଥାନା ଭିତରେ ଯେଉଁପ୍ରକାର ନିର୍ଯାତନା ଦିଆଯାଇଥିଲା, ତାହା ଲୋମହର୍ଷଣକାରୀ ଥିଲା। କନେଷ୍ଟବଳଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଯୌନ ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲେ। ‌ପୁଲିସ ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଥମାଡ଼ରେ ଦାନ୍ତ ବି ଭାଙ୍ଗିଛିୟ ପୁଲିସ ମାଡ଼ରେ ତାଙ୍କ ଦେହସାରା କ୍ଷତ ଚିହ୍ନ ରହିଛି। ବିଶେଷ କରି ଛାତି ଓ ପିଠି ବେଶି କ୍ଷତାକ୍ତ ହୋଇଛିୟ ଏହାସତ୍ତ୍ବେ ତାଙ୍କର ଠିକ୍ ଭାବେ ଡାକ୍ତରୀ ପରୀକ୍ଷା କରାନଯାଇ କୋର୍ଟରେ ହାଜର କରି ଜେଲ ପଠାଇ ଦେଇଥିଲେ। ଜାମିନ ମଞ୍ଜୁର ହେବା ପରେ ଗତକାଲି ସନ୍ଧ୍ୟାରେ ସେ ହସ୍ପିଟାଲରୁ ଡିସ୍‌‌ଚାର୍ଜ ହୋଇଛନ୍ତି।ଗଣମାଧ୍ୟମରେ ଅଙ୍କିତାଙ୍କ ବୟାନ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବତନ ସାମରିକ କର୍ମଚାରୀ ସଂଘ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତିି। କେବଳ ଏତିକି ନୁହେଁ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ୍। ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା କରିଛି । ଅପରାଧୀ ଭଳି ଜେରା ହୋଇଛନ୍ତି ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

ଭରତପୁର ଥାନା ପୁଲିସର ବର୍ବରତା: ନିଲମ୍ବିତ IIC ଓ ଅନ୍ୟ ୪ ପୁଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ବର: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାକୁ ବଳିଗଲା ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା । ରକ୍ଷକ ପୁଲିସ ଭକ୍ଷକ ସାଜି ଥାନା ଭିତରେ ଜଣେ ମହିଳାଙ୍କୁ ଉଲଗ୍ନ କରିବା ସହିତ ରାତିସାରା ଯେଭଳି ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଣି ସବୁଠୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଥାନାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ମଧ୍ୟ ଅଭିଯୋଗ ହୋଇଛିି।

ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା। ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍। ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା । କେସ ନମ୍ୱର୍ 11/2024 ରେ ରୁଜୁ ହେଲା ମାମଲା । ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

କଥା ଆଉ ଓଡ଼ିଶା ଭିତରେ ସୀମିତ ନରହି ଦିଲ୍ଲୀରେ ଯାଇ ପହଞ୍ଚିଲାଣି। ଜାତୀୟ ମହିଳା କମିସନ୍ ଏହି ମାମଲାରେ ହସ୍ତକ୍ଷେପ କରି ରାଜ୍ୟ ପୁଲିସ ଠାରୁ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଏକ ପ୍ରକାର ସୁରକ୍ଷା ଦେବାରେ ଲାଗିଥିବା ରାଜ୍ୟ ପୁଲିସ ଏବେ ଭୀଷଣ ଚାପରେ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ଜୋର ଧରିଲାଣି। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ପୂର୍ବତନ ସେନା କର୍ମଚାରୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଙ୍କିତାଙ୍କ ବନ୍ଧୁ ମେଜର୍‌ ଗୁରୁବନ୍ସ ସିଂହ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କୁ ଭେଟି ‘ରୋଡ୍‌ ରୋମିଓ’ ଓ ଭରତପୁର କାଣ୍ଡ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସର ମାଡ଼ରେ ଗୁରୁତର ଆହତ ହୋଇଥିବା ମେଜରଙ୍କ ବାନ୍ଧବୀ ଅଙ୍କିତା ଗଣମାଧ୍ୟମ ସାମ୍ନାକୁ ଆସି କଳା ରାତିର ବର୍ବର କାହାଣୀ ବଖାଣିଛନ୍ତି। ମେଜର ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଦୁବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଭରତପୁର ଥାନା ଭିତରେ ଯେଉଁପ୍ରକାର ନିର୍ଯାତନା ଦିଆଯାଇଥିଲା, ତାହା ଲୋମହର୍ଷଣକାରୀ ଥିଲା। କନେଷ୍ଟବଳଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଯୌନ ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲେ। ‌ପୁଲିସ ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଥମାଡ଼ରେ ଦାନ୍ତ ବି ଭାଙ୍ଗିଛିୟ ପୁଲିସ ମାଡ଼ରେ ତାଙ୍କ ଦେହସାରା କ୍ଷତ ଚିହ୍ନ ରହିଛି। ବିଶେଷ କରି ଛାତି ଓ ପିଠି ବେଶି କ୍ଷତାକ୍ତ ହୋଇଛିୟ ଏହାସତ୍ତ୍ବେ ତାଙ୍କର ଠିକ୍ ଭାବେ ଡାକ୍ତରୀ ପରୀକ୍ଷା କରାନଯାଇ କୋର୍ଟରେ ହାଜର କରି ଜେଲ ପଠାଇ ଦେଇଥିଲେ। ଗଣମାଧ୍ୟମରେ  ଅଙ୍କିତାଙ୍କ ବୟାନ ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବନ ସାମରିକ କର୍ମଚାରୀ ସଂଘ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତିି। କେବଳ ଏତିକି ନୁହେଁ, ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

-ଅଙ୍କିତା କହିଲେ କାଳ ରାତିର କାହାଣୀ

ସେଦିନ ପୁଲିସ ପାଲଟି ଯାଇଥିଲା ରାକ୍ଷସ। ଅଙ୍କିତାକୁ ଉଲଗ୍ନ କରିବାକୁ ପୁଲିସ ପଛାଇନଥିଲେ। ଛାତିରେ ଲାତ ମାରିଥିଲେ। ହାତ ଗୋଡ଼ ବାନ୍ଧି ହାଜତରେ ପକାଇ ଦେଇଥିଲେ। ତାଙ୍କୁ ଆଇଆଇସି ଉଲଗ୍ନ କରିଥିବା କହିଥିବା କହିଛନ୍ତି ଅଙ୍କିତା। ଅଙ୍କିତା କହିଛନ୍ତି ଯେ, ୧୫ ତାରିଖ ରାତି ଗୋଟାଏ ସମୟରେ ସେ ଏବଂ ମେଜର ଗୁରୁବନ୍ସ ପଟିଆରେ ଥିବା ତାଙ୍କର ରେଷ୍ଟୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ। ଏନେଇ ସେମାନେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ। ଥାନାର ଜଣେ ମହିଳା କନ୍‌‌ଷ୍ଟବଳ ନାଇଟ୍‌‌ ପିନ୍ଧି ବସିଥିଲେ। ତାଙ୍କର ଅଭିଯୋଗ ଗ୍ରହଣ କରିବାକୁ ସେ କହିଥିଲେ। କାରଣ ଉକ୍ତ ଦୁର୍ବୃତ୍ତମାନେ ତାଙ୍କର ପିଛା ପୁଣି କରିପାରନ୍ତି। ନହେଲେ ପାଟ୍ରୋଲିଂ ଗାଡ଼ି ଘଟଣା ସ୍ଥଳକୁ ପଠାନ୍ତୁ ବୋଲି କହିଥିଲେ। ସେମାନେ ସହଯୋଗ କରିନଥିଲେ। ସେ ନିଜ ଆଇନିଜୀବୀ ବୋଲି ପରିଚୟ ଦେଇଥିଲେ। ଏହାର କିଛି ସମୟ ପରେ ଏକ ପାଟ୍ରୋଲିଂ ଭ୍ୟାନ୍‌‌ ଆସିଥିଲା। ସେଥିରେ ପୁରୁଷ ପୁଲିସ ରହିଥିଲେ। ସେମାନେ ଗୁରୁଭନ୍ସକୁ ଅଭିଯୋଗ ଲେଖିବାକୁ କହିଥିଲେ। ହେଲେ କଣ ପାଇଁ ପୁଣି ତାଙ୍କୁ ହାଜତରେ ପୁରାଇ ଦେଲେ। ଗୁରୁଭନ୍ସ ଜଣେ ଆର୍ମି ଅଫିସର ହୋଇଥିବାରୁ ଏଭଳି ଭାବେ ହାଜତରେ ରଖିପାରିବେ ନାହିଁ ବୋଲି କହିଥିଲେ। ଏହି କଥା କହିବା ପରେ ଦୁଇ ଜଣ ମହିଳା ପୁଲିସ ଆସି ତାଙ୍କ ଚୁଟି ଘୋଷାଡ଼ି ଘୋଷାଡ଼ି ଏକ ରୁମ୍‌‌ ଭିତରକୁ ନେଇଯାଇଥିଲେ। ଏହି ସମୟରେ ସେମାନଙ୍କୁ ମନା କରିଥିଲେ। ହେଲେ ଜଣେ ମହିଳା କନ୍‌‌ଷ୍ଟବଳ ତାଙ୍କ ବେକ ଚାପିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହି ସମୟରେ ସେ ତାଙ୍କର ହାତକୁ କାମୁଡ଼ି ଦେଇଥିଲେ। ଏହାପରେ ଉକ୍ତ ମହିଳା କନ୍‌‌ଷ୍ଟେବଳ ତାଙ୍କର ଜ୍ୟାକେଟ୍‌‌ ନେଇ ଗୋଡ ବାନ୍ଧି ଦେଇଥିଲେ। କିଛି ସମୟ ପରେ ଜଣେ ପୁରୁଷ କନ୍‌‌ଷ୍ଟେବଳ ଆସି ତାଙ୍କର ଅନ୍ତବସ୍ତ୍ର ଖୋଲି ତାଙ୍କ ଛାତିରେ ବାରମ୍ଭାର ଗୋଇଠା ମାରିଥିଲେ। ଏହାପରେ ଭୋର ସମୟରେ ଥାନା ଅଧିକାରୀ ଆସି ତାଙ୍କ ପ୍ୟାଣ୍ଟ୍‌‌ ଖୋଲିବା ସହ ନିଜ ପ୍ୟାଣ୍ଟ ଖୋଲି ଯୌନାଙ୍ଗ ଦେଖାଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ସେ ଭୟଭିତ ହୋଇ ଚିତ୍କାର କରୁଥିଲେ ବୋଲି ଅଙ୍କିତା କହିଛନ୍ତି।

ଏମସରୁ ଡିସଚାର୍ଜ ହେବା ପରେ ଭରତପୁର ଥାନା ପୋଲିସର ବର୍ବରତାର କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ
ଭୁବନେଶ୍ୱର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ସୀମା ଟପିଥିଲା ଭରତପୁର ପୂର୍ବତନ IIC ଙ୍କ ଆଚରଣ । ଏମସରୁ ଡିସଚାର୍ଜ ହେବା ପରେ ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ପୋଲିସର ବର୍ବରତାର କାହାଣୀ ବଖାଣିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ । ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ । ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ଅଙ୍କିତା । ତାଙ୍କୁ ଘୋଷଡ଼ିବା ସହ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ତଣ୍ଟି ଚିପି ଦେଇଥିଲେ ବୋଲି କହିଛନ୍ତି। ତାଙ୍କୁ ଆଇଆଇସି ଉଲଗ୍ନ କରିବାକୁ ଚେଷ୍ଟା କରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଙ୍କିତା।ପୂର୍ବତନ ଆଇଆଇସିଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ଆଣିଛନ୍ତି ଅଙ୍କିତା ।

ପୋଲିସ ଥାର୍ଡ ଡିଗ୍ରୀର କଳା କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଅଙ୍କିତା ପ୍ରଧାନ। ୧୪ ତାରିଖର ରାତିରେ ଏହି ଘଟଣା ଘଟିଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା । ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।

ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

ମେଜର ପୁଲିସ ବିବାଦ ଘଟଣା: ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW
ଭୁବନେଶ୍ବର: ମେଜର ପୋଲିସ ବିବାଦ ଘଟଣା । ସାମ୍ନାକୁ ଆସିଲା । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଭିଡିଓ । ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ । ହାତ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ଯୁବତୀ । ସେପଟେ ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW ।

ଗତ ଶନିବାର ବିଳମ୍ୱିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ଅକଥନୀୟ ନିର୍ଯାତନା ହେଇଥିଲା। ମେଜର ଗୁରୁବନ୍ତଙ୍କୁ ରାତିତମାମ ପୁଲିସ ହାଜତରେ ରଖି ପିଟିଥିଲା। ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ ମାରିବା ସହ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନାର ତକ୍ରାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ଗତକାଲି ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର, ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। ଗତକାଲି କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଭରତପୁର ଥାନାକୁ ଆସି ତଦନ୍ତ କରିଥିଲେ। ସନ୍ଧ୍ୟାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଜିପିଙ୍କୁ ପ୍ରଦାନ କରିଥିଲା। ଏହାକୁ ଆଧାର କରି ଆଜି ୫ଜଣଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଭରତପୁର ଥାନାର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ବିବାଦୀୟ ହେବା ନୂଆ କଥା ନୁହେଁ। ତାଙ୍କ ନାମରେ ବଟି ଆଦାୟ ଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ସେ ପୂର୍ବରୁ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି। କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଥିବା ବେଳେ ବାଲିଯାତ୍ରା ପଡ଼ିଆର ସାଇକଲ ଷ୍ଟାଣ୍ଡରୁ ୫୦ହଜାର ଟଙ୍କା ବଟି ମାଗିଥିଲେ। ଭିଡିଓ ଭାଇରାଲ ହେବା ପରେ ବିବାଦରେ ଛନ୍ଦି ହୋଇଥିଲେ ଦୀନକୃଷ୍ଣ। ପରେ ତାଙ୍କୁ ଥାନାରୁ କଟକ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ଅନ୍ୟପକ୍ଷରେ ଘଟଣାରେ କ୍ଷୁବ୍ଧ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବତନ ସେନା ଅଧିକାରୀମାନେ ଓ ୧୨୦ ବାଟାଲିୟନରୁ ଶୋଭାଯାତ୍ରାରେ ଆସି କମିସନରେଟ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅଲ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନର ସଦସ୍ୟମାନେ ଦାବି କରିଛନ୍ତି।  ଏଥିସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମରେ ପୁଲିସ କରିଥିବା ମିଛ ମାମଲାର ପ୍ରତ୍ୟାହାର ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଯଦି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ସେମାନେ ଚେତାବନୀ ଦେଇଥିଲେ।