WESTERN ODISHA - The Sakala
ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ନିର୍ଧୂମ ବର୍ଷିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା । ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଆଜି ସକାଳ ୫:୩୦ ସୁଦ୍ଧା ଏହି ସିଷ୍ଟମ୍ ସକ୍ରିୟ ଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ନୂତନ ପାଣିପାଗ ଅପଡେଟ୍ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ୍ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହି ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ବର୍ଷା ଆଶଙ୍କା କରାଯାଉଛି। ବିଶେଷ କରି ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଜାରି କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବରଗଡ଼ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ଅନ୍ୟ ୧୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ସତର୍କତା ଦିଆଯାଇଛି।
ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷକରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଜନତା ସରକାରୀ ପାଣିପାଗ ବୁଲେଟିନ୍ ଉପରେ ନଜର ରଖିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ବଲାଙ୍ଗୀରରେ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ: ସେପ୍ଟେମ୍ବର ୧୫ରେ ହେବ ନବାନ୍ନ ଲାଗି
ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବଲାଙ୍ଗିର ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଏହି ମହାନ କୃଷିଭିତ୍ତିକ ପର୍ବ ମହାସମାରୋହରେ ପାଳନ କରାଯିବ। ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସ ପକ୍ଷରୁ ଏହି ଶୁଭ ଲଗ୍ନ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୯ଟା ୩୬ ମିନିଟ୍‌ରୁ ୧୦ଟା ୧୦ ମିନିଟ୍ ମଧ୍ୟରେ ଅମୃତ ବେଳାରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରାଯିବ।
ରାଜପୁରୋହିତ ସନ୍ତୋଷ କୁମାର ଦାଶ ସ୍ପଷ୍ଟ କରିଛନ୍ତି ଯେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁମାନେ ନିଜ ନିଜର ଇଷ୍ଟଦେବୀ ଓ ଗ୍ରାମଦେବତୀଙ୍କୁ ଋତୁର ପ୍ରଥମ ଉତ୍ପାଦିତ ଶସ୍ୟ ଅର୍ପଣ କରିବେ। ଲଗ୍ନ ଧାର୍ଯ୍ୟ ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ଖେଳିଯାଇଛି।
ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା କୃଷିଭିତ୍ତିକ ସମୃଦ୍ଧି ଏବଂ ସାଂସ୍କୃତିକ ଏକତାର ପ୍ରତୀକ। ଏହି ଦିନ ପରିବାର ଏବଂ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ନୂଆ ଫସଲରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିଥାନ୍ତି। ପାରମ୍ପରିକ ରୀତିନୀତି, ସ୍ୱତନ୍ତ୍ର ଖାଦ୍ୟପେୟ ଏବଂ ମୁରବୀମାନଙ୍କୁ କରାଯାଉଥିବା 'ନୂଆଖାଇ ଜୁହାର' ମାଧ୍ୟମରେ ସାମାଜିକ ସଦ୍‌ଭାବନା ବୃଦ୍ଧି ପାଇଥାଏ, ଯାହା ଏହାକୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ସାଂସ୍କୃତିକ ଉତ୍ସବ ଭାବରେ ପରିଚିତ କରାଇଛି।
ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର: ଆସନ୍ତା ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଆଗାମୀ ୩  ଦିନ ପର୍ଯ୍ୟନ୍ତ ଏହି ତାତିରୁ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନ ପାଇଁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଗମ୍ଭୀର ରହିବ ଏବଂ ମେ' ୨୭ ତାରିଖ ପର୍ଯ୍ୟନ୍ତ ତିନୋଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ମେ' ୨୬ ପାଇଁ ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାତିରେ ମଧ୍ୟ ଉଷ୍ମ ପରିବେଶ ରହିବାର ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ କନ୍ଧମାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ମେ' ୨୭ ତାରିଖରେ ମଧ୍ୟ ସ୍ଥିତି ସମାନ ରହିବ। ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ପାଇଁ ରେଡ୍ ୱାର୍ଣ୍ଣିଂ ବଳବତ୍ତର ରହିବ। ଝାରସୁଗୁଡ଼ା, ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ପାଇଁ ଅରେଞ୍ଜ ଆଲର୍ଟ ରହିବ। ଏହା ସହିତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଗୁଳଗୁଳି ଏବଂ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।
ମେ' ୨୮ ତାରିଖ ବେଳକୁ ଗ୍ରୀଷ୍ମପ୍ରବାହର ତୀବ୍ରତା ସାମାନ୍ୟ କମିବାର ସମ୍ଭାବନା ରହିଛି। ଏହି ଦିନ ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଦିଆଯାଇଛି। ବିଶେଷ କରି ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସିଧାସଳଖ ଖରାରେ ନ ବାହାରିବାକୁ କୁହାଯାଇଛି। ଶିଶୁ, ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ରାଜ୍ୟରେ ବନ୍ଦ ହେବ ୫୬୩୦ ସ୍କୁଲ୍‌ ! , ପଶ୍ଚିମ ଓଡ଼ିଶାରୁ ୧୮୨୬; ନୂଆପଡ଼ାରେ ୧୫୬...
ଭୁବନେଶ୍ୱର: ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବେ ରାଜ୍ୟ ସରକାର। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସର୍ଭେ ମଧ୍ୟ ସରିଛି। ରାଜ୍ୟସାରା ପ୍ରାୟ ୫୬୩୦ ବିଦ୍ୟାଳୟକୁ ବନ୍ଦ  ପାଇଁସର୍ଭେ କରାଯାଇଥିବା ବେଳେ କେବଳ ପଶ୍ଚିମ ଓଡ଼ିଶାର ୧୮୨୬ ବିଦ୍ୟାଳୟ ବନ୍ଦ  କରିବା ଲାଗି ଚିହ୍ନଟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଜିଲ୍ଲା କମିଟି ସୁପାରିସ କରିଥିବା ବେଳେ ନୂଆପଡ଼ା ଜିଲ୍ଲାର ୧୫୬ଟି ବିଦ୍ୟାଳୟ ଏହି ତାଲିକାରେ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଦ ସ୍କୁଲ୍‌ଗୁଡ଼ିକୁ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ ବା ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି ହୋଇଥିଲା। ସେହି ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କମ୍‌ ପିଲା ଥିବା ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହ ନିକଟସ୍ଥ ବିଦ୍ୟାଳୟ ସହ ଦୂରତା ସମ୍ପର୍କରେ ସର୍ଭେ କରାଯାଇଥିଲା। ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୯୭ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୨୭୩, ବଲାଙ୍ଗୀରରେ ୨୮୬, ବୌଦ୍ଧରେ ୧୪୫, ଝାରସୁଗୁଡ଼ାରେ ୧୦୭, ନୂଆପଡ଼ାରେ ୧୫୬, ସମ୍ୱଲପୁରରେ ୨୩୩, ସୋନପୁରରେ ୧୪୪ ଓ ଦେବଗଡ଼ରେ ୮୫ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଚିହ୍ନଟ କରାଯାଇଛି। କିଛି ସ୍ଥାନରେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଆସନ୍ତା ୩୧ ତାରିଖ ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳ ବା ଡିଇଓଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ବନ୍ଦ ହୋଇଥିବା ବିଦ୍ୟାଳୟ ଖୋଲିବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ଦୋହରା ଆଭିମୁଖ୍ୟ ଆପଣାଇଛି। ଶିକ୍ଷାବିତ୍‌ ଓ ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ସରକାରଙ୍କ ଏପରି ନିଷ୍ପତ୍ତି ଭାରି ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଅନ୍ନ ପୂଜା ସହିତ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧୁଥିବା ବନ୍ଧନ ହେଲା ନୂଆଁଖାଇ। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଁଖାଇ ପାଳନ ନିମନ୍ତେ ଆଗରୁ ‘‘ଲଗନ’’ ବା ‘‘ତିଥି’’ ନିର୍ଣ୍ଣୟ କରାଯାଇଥାଏ । ବିଦ୍ୟା ଦାତା ପ୍ରଭୁ ଗଣେଶଙ୍କ ପୂଜା ପର ଦିନ ଅର୍ଥାତ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଏ | ଏହି ଦିନ ବର୍ଷର ପ୍ରଥମ ଅନ୍ନ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ବିଧି ରହିଛି। ନୂଆଁଖାଇ ପୂର୍ବରୁ ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ରହିଥାଏ। ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏ ପର୍ବରେ ନିଜ ଘର ସଜାନ୍ତି ଘରର ସ୍ତ୍ରୀ ଲୋକମାନେ ଘରଦ୍ବାର ଲିପା ପୋଛା କରି ଘରର ସମସ୍ତ ବ୍ୟବହୃତ ଜିନିଷ ସଫା କରି ସଜାଇ ରଖନ୍ତି । ମିଠା ଓ ପିଠା ତିଆରି ପାଇଁ ସମସ୍ତ ସାମଗ୍ରୀ ଯୋଗାଡ଼ ନୂଆଁଖାଇ ପୂର୍ବଦିନଗୁଡ଼ିକରୁ କରାଯାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନୂଆ ନୂଆ ଜିନିଷ କିଣା ବିକାରେ ବ୍ୟସ୍ତ ରୁହନ୍ତି। କୁଟୁମ୍ବର ଯିଏ ଯେଉଁଠି ଥିଲେ ବି ଏହି ପର୍ବ ପାଳନ ପାଇଁ ଗାଁକୁ ଫେରି ଆସିଥାନ୍ତି। ଯେଉଁ ଘରେ ପରିବାରର ବୟସ୍କ ଲୋକେ ବାସ କରୁଥାନ୍ତି ସେଇଠାରେ ହିଁ ନୂଆଖାଇ ପାଳନ କରାଯାଏ। ନୂଆଁଖାଇର ସମସ୍ତ ଜରୁରୀ ସାମଗ୍ରୀ ପାଇଁ ଗାଁ ଗାଁରେ ବସେ ସ୍ବତନ୍ତ୍ର ହାଟ ।
ସେହିପରି ନୂଆଁଖାଇ ପାଇଁ ବ୍ୟବହୃତ ହୁଏ ବିଭିନ୍ନ ଗଛର ପତ୍ର । ମହୁଲ, କୁରେଇ, ସିଆଳି, ସରଗି ଭଳି ଗଛକୁ ପୂଜାର୍ଚ୍ଚନା କରିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଏ । ସେହି ପତ୍ରରେ ତିଆରି ଖଲି, ଚଉପତି, ଦନା, ଠୋଲାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୁଏ, ଆଉ ତା’ ପରେ ସମସ୍ତେ ନୂଆଁ ଖାଇଥା’ନ୍ତି ।  ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ ଓ ଆଖପାଖର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ନୂଆଁଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟାତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ନବନିର୍ମିତ ଚୁଲିରେ ନୂଆହାଣ୍ଡିରେ ଧାନ ପକାଇ ଚୁଡ଼ା ଭଜା ଯାଇଥାଏ । ସେହି ନୂତନ ଚୂଡ଼ାରେ ଗାଈ ଘିଅ, କ୍ଷୀର, ନଡ଼ିଆ, କଦଳୀ, ଗୁଡ଼ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୁତ କରାଯାଇଥାଏ। ନୂଆଁଖାଇରେ ସର୍ବଶୁଦ୍ଧି ଓ ଦେବଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇ ପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୁଖିଆ ସମସ୍ତଙ୍କୁ ନବାନ୍ନ ବଣ୍ଟନ କରିଥାନ୍ତି। ଜାତି ଅନୁସାରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇଥାନ୍ତି। ପ୍ରଥମେ ଇଷ୍ଟ ଦେବଦେବୀଙ୍କ ପାଖରେ ନୂଆ ଧାନର ବେଣୀ କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ଼ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି। ଯିଏ ଯେତେ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସେହିଦିନ ଧୋତି ଗାମୁଛା ପିନ୍ଧ ଇଷ୍ଟଦେବୀଙ୍କୁ ପୂଜା କରନ୍ତି ଓ ତଳେ ବସି ପତ୍ର ଖଲିରେ ଅନ୍ନ ଗ୍ରହଣ କରନ୍ତି। ଏହିଦିନ ଜ୍ଞାତି କୁଟୁମ୍ବ, ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରାଯାଇ ଭୂରି ଭୋଜନରେ ଆପ୍ୟାୟିତ କରାଯାଏ। ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ ।  ବହୁ ଶତାବ୍ଦୀ ଧରି ପାଳିତ ହୋଇ ଆସୁଥିବା ଏହି ପର୍ବ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ପାଲଟିଛି ଏକ ପରିଚୟ। ପରମ୍ପରା, ଖାଦ୍ୟ, ପାରିବାରିକ ସମାବେଶ, ନୂତନ ସଦସ୍ୟଙ୍କୁ ସ୍ବାଗତ କରିବା ଆଦି କେବଳ ଉତ୍ସବର ଗୋଟିଏ ଦିଗ ନୁହେଁ ଭାଇଚାରା ସଂସ୍କୃତିର ଅନନ୍ୟ ପ୍ରତିଫଳନ।  ନୂଆଁଖାଇ ପର୍ବ ସାମାଜିକ ବନ୍ଧନର ଗୁରୁତ୍ବ ଶିଖାଇବା ସହ ଲୋକଙ୍କ ମଧ୍ୟରେ ମାନବିକତା ଓ ଭାତୃତ୍ବ ଭାବନା ସୃଷ୍ଟି କରିଥାଏ ।
ଆଦିବାସୀ ବହୁଳ ଅଞ୍ଚଳରେ ହେଉଥିବା ବାହାଘରର ସ୍ୱତନ୍ତ୍ର ପରମ୍ପରା ‘ଦୁଲା ନଚା’
(ବିରେନ ନାଗ): ଶୁଭ ବିବାହ, ଏହା ଏକ କାର୍ଯ୍ୟକ୍ରମ ନୁହେଁ। ଅଚିହ୍ନା, ଅଜଣା ଦୁଇଟି ମନ ମିଶି ନୂଆ ସଂସାର ଗଢିବାର ଲୋକ ପରମ୍ପରା। ବଂଶରକ୍ଷା ପାଇଁ ବଂଶାନୁକ୍ରମିକ ଭାବରେ ପାଳନ କରାଯାଉଥିବା ପବିତ୍ର ବିଧି, ପଦ୍ଧତି ହେଉଛି ବାହାଘର। ଧର୍ମ, ଜାତି, ସମାଜ ଅନୁସାରେ ଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ରହିଛି। ବେଦ୍ୟାରମ୍ଭ, ଦେଗଣସନ, ବରାନୁଗମନ, ବିବାହ ପାଣିଗ୍ରହଣ, ସାମୂହିକ ଭୋଜନ ଏମିତି ଅନେକ କିଛି। ଇତିମଧ୍ୟରେ ଏମିତି ପରମ୍ପରା ରହିଛି ଯେଉଁଥିରେ ଆମ ଅଞ୍ଚଳର ଲୋକ ସଂସ୍କୃତି, ଲୋକକଳା, ସାହିତ୍ୟ ଉଜ୍ଜିବୀତ ହୁଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ ବାହାଘରେ କରାଯାଉଥିବା ଏଭଳି ଏକ ସ୍ୱତନ୍ତ୍ର ପରମ୍ପରା ହେଉଛି ‘ଦୁଲା ନଚା’।
ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା। ଏଠାକାର ଆଦିବାସୀ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦିଅନ୍ତି। ଏହି ଅଞ୍ଚଳରେ ବାହାଘର ସମୟରେ କରାଯାଉଥିବା ସ୍ୱତନ୍ତ୍ର ପରମ୍ପରା ହେଉଛି ଦୁଲା ନଚା। କେତେକ ସ୍ଥାନରେ ଏହାକୁ ଦୁଲା ନଚା ବୋଲି କୁହାଯାଉଥିବାବେଳେ ଆଉ କିଛି ସ୍ଥାନରେ ଦୁରଲା ନଚା ବୋଲି ମଧ୍ୟ କୁହାଯାଏ। ବରଯାତ୍ରୀ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଏହି ବିଧି କରାଯାଇଥାଏ। ବାହାଘର ସମୟରେ ମିଳିତ ହୋଇଥିବା ବନ୍ଧୁବାନ୍ଧବ, ପରିଜନ, ବରପିଲା କିମ୍ବା ବରକନ୍ୟାକୁ ସାଙ୍ଗରେ ଧରି ଲୋକବାଦ୍ୟ (ଗଣାବଜା) ର ତାଳେତାଳେ ନାଚଗୀତ କରନ୍ତି। ଏହାର ନାନା ବିଧି ରହିଛି। କେତେକ ଅଞ୍ଚଳରେ ସମାଜ ଲୋକେ ବରପିଲାକୁ ନେଇ ତାର ସର୍ମ୍ପକୀୟଙ୍କ ଘରେ ହଳଦୀ ଲଗାନ୍ତି। କେତେକ ସ୍ଥାନରେ ବରପିଲା କିମ୍ବା ବରକନ୍ୟାକୁ ତା’ର ଭାଉଜମାନେ ବାଁଉଶ ନିର୍ମିତ ପର୍ଲାରେ ବସାଇ ବାହାବେଦୀରେ ସାତଥର ବୁଲିବୁଲି ନାଚନ୍ତି। ଆଉ କିଛି ଅଞ୍ଚଳରେ ସେମାନଙ୍କୁ କାଖେଇ କିମ୍ବା ପିଠିରେ ବସାଇ ନାଚୁଥିବାର ଦେଖିବାକୁ ମିଳେ। ଏ ସମୟରେ ବିଭିନ୍ନ ଲୋକଗୀତ ଆବୃତ୍ତି କରାଯାଏ। ତନ୍ମଧ୍ୟରୁ କିଛି ପଦ ପାଠକଙ୍କ ପାଇଁ ଦିଆଗଲା।
ବଜନିଆର୍‌‌ ବଜା ସୁନି ଲହରମନି, ବଜନିଆର୍‌‌ ବଜା ସୁନି
ଧାଇଁ ଆସିଛେ ଇ ନାଚିନୀ ନନୀ କାଏଁ ନାଚିନୀ ନନୀ, ନାଚିନୀ ନନୀ
ଭୁଞ୍ଜା ହାତେ ରାମକାଠି ଗିନି, ଟେରେଁ…ଟେଁଟେଁ ବାଜେ ମୁହୁରୀ
ନନୀ ନାଇଁପାରେ ଦମ୍‌‌ ଧରି, ସାଙ୍ଗେ ଝୁମୁରା ନେଉଛେ ମାରି
ଟେରେଁ…ଟେଁଟେଁ ବାଜେ ମୁହୁରୀ
ନୂୂଆଁ ବନ୍ଧେ ଫୁଟେ କଇଁ, ତୋର୍‌‌ ପରି ନନୀକେ ସତେରେ ବିଶାସ ନାଇଁ
ଦେସ ଗୁରସ୍‌‌ ବଲି କୁହା ମହୀ ହୋ ପାଚିଲା କେନ୍ଦୁ
ତୁୁମେ ଗଛ୍‌‌ କେ ଚଢେଇ କାଟସ ବୁନ୍ଧୁ ଗା ସୁଆଁଲି ପିଠା
ତୁମର୍‌‌ ଆମର୍‌‌ ଆରୁ ନେଇଁନ ମିଠାରେ ଫଲସା ଫୁଲ
ବିନା ଦୁଷେ ଭାଙ୍ଗି ଦେଲ ଗେଲ ମୋର୍‌‌ ଫଲସା ଫୁଲ…..
ଲୋକ ସଂସ୍କୃତି ଗବେଷକଙ୍କ କହିବା ଅନୁସାରେ ଏହା ହେଉଛି ପଶ୍ଚିମାଞ୍ଚଳର ପ୍ରକୃତ ଲୋକଗୀତ। କେବଳ ଏତିକି ନୁହେଁ। ଡାଲଖାଇ, ରସରକେଲି, ମାଏଲାଜଡ, ବଜନିଆ, ନଚନିଆ, ସଜନୀ, ଦୁଲାର, ହଲଦୀ ଏଭଳି ଅନେକ ଲୋକଗୀତ ଓ ବାଦ୍ୟ ଦୁଲାନଚା ସମୟରେ ଦେଖିବାକୁ ଶୁଣିବାକୁ ମିଳେ। ସେହିଭଳି ଥଟ୍ଟା ମଜା ହେଉଥିବା ସର୍ମ୍ପକୀୟ ଯଥା ଶାଳୀ ଭିଣୋଇ, ଦିଅର ଭାଉଜ ସେମାନଙ୍କ ସାଙ୍ଗିଆ ଧରି ବ୍ୟାଙ୍ଗାତ୍ମକ ଢଙ୍ଗରେ ଗୀତ ବୋଲୁଥିବାର ଶୁଣିବାକୁ ମିଳେ। ଆଜିର କମର୍ସିଆଲ ଯୁଗରେ ଏସବୁ ଗୀତ ବାଦ୍ୟ ହଜିବାକୁ ବସିଛି ସତ। ହେଲେ କେଉଁଠି ନାଁ କେଉଁଠି ଏବେବି ଚାଲୁଛି ଦୁଲାନଚା। ଏହାର ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ସହଯୋଗ ନିତାନ୍ତ ଆବଶ୍ୟକ।
ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ଲାଗିହେଲା ନବାନ୍ନ । ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା । ଘରେଘରେ ନୂଆ ଖାଉଛନ୍ତି ପଶ୍ଚିମ ଓଡ଼ିଶାବାସୀ ।
ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ପଶ୍ଚିମ ଓଡ଼ିଶାବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ବକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଁଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ଼ ରାଜ୍ୟର ଦେଓଭୋଗ ସମେତ କେତେକ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୁମଧାମ୍‌ରେ ପାଳିତ ହୋଇଥାଏ।
ନୂଆଁଖାଇ ଯେ, କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ, ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର ଆରମ୍ଭ ହୋଇଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ ।
ପ୍ରକୃତିର ପାର୍ବଣ ନୂଆଁଖାଇ, ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେଘରେ ହୋଇଥାଏ ପାଳିତ
ନୂଆଁଖାଇ ମାଟି ମା’ର ପର୍ବ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ପଶ୍ଚିମ ଓଡ଼ିଶାବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ବକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଁଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ଼ ରାଜ୍ୟର ଦେଓଭୋଗ ସମେତ କେତେକ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୁମଧାମ୍‌ରେ ପାଳିତ ହୋଇଥାଏ।
ନୂଆଁଖାଇ ଯେ, କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ, ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର ଆରମ୍ଭ ହୋଇଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଁଖାଇ ପାଇଁ ଆଗରୁ “ଲଗ୍ନ” ବା “ତିଥି” ନିର୍ଣ୍ଣୟ କରାଯାଇଥାଏ। ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ଏହି କାରଣରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ହେଉ ନ ଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ।  ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଗ୍ରହଣ କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ଦିନଟି ନୂଆଁଖାଇ ଭାବେ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।
ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଁଖାଇର ପ୍ରାକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ ଦିନର କିଛି ଦିନ ପୂର୍ବରୁ। ନୂଆଁଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟାତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ଏହି ସମୟରେ ପରିବାରର ସମସ୍ତେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନିଜ ଗ୍ରାମରେ ଆସି ଏକତ୍ରିତ ହୋଇଥାନ୍ତି। ନବନିର୍ମିତ ଚୁଲିରେ ନୂଆହାଣ୍ଡିରେ ଧାନ ପକାଇ ଚୁଡ଼ା ଭଜା ଯାଇଥାଏ । ସେହି ନୂତନ ଚୂଡ଼ାରେ ଗାଈ ଘିଅ, କ୍ଷୀର, ନଡ଼ିଆ, କଦଳୀ, ଗୁଡ଼ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୁତ କରାଯାଇଥାଏ। ନୂଆଁଖାଇରେ ସର୍ବଶୁଦ୍ଧି ଓ ଦେବଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇ ପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୁଖିଆ ସମସ୍ତଙ୍କୁ ନବାନ୍ନ ବଣ୍ଟନ କରିଥାନ୍ତି। ଜାତି ଅନୁସାରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇଥାନ୍ତି।
ପ୍ରଥମେ ଇଷ୍ଟ ଦେବାଦେବୀଙ୍କ ପାଖରେ ନୂଆ ଧାନର ବେଣୀ କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ଼ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି। ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ ।  ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ପାଳନ କରାଯାଇଥାଏ। ଏହିଦିନ ଆହୁରି ଧୁମଧାମ୍‌ରେ ପିଠାପଣା, ମାଛ, ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁମିଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ସ୍ଥାନେ ସ୍ଥାନେ ନବାନ୍ନ ଭକ୍ଷଣ ପରେ ସାତ ଆଠଦିନ ପରେ ମଧ୍ୟ ଆଖପାଖ ସାଂସ୍କୃତିକ ଦଳ ଓ ମୁଖ୍ୟ ଲୋକମାନଙ୍କୁ ନେଇ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ଆଜି ନୂଆଁଖାଇ ପର୍ବ କେବଳ ରାଜ୍ୟର ପଶ୍ଚିମ ଭାଗରେ ସୀମିତ ହୋଇ ରହିନାହିଁ। ନୂଆଁଖାଇ ଭେଟ୍‌ଘାଟ ନାମରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ବାରା ହର୍ଷ ଉଲ୍ଲାସ ମଧ୍ୟରେ ନୂଆଖାଇ ପାଳନ କରାଯାଉଛି। ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକମାନେ ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହୋଇ ପରସ୍ପର ମଧ୍ୟରେ ସ୍ନେହଶ୍ରଦ୍ଧା ବାଣ୍ଟିଥାନ୍ତି। କୃଷିଭିତ୍ତିକ ଓ ଭାଇଚାରାର ବାର୍ତ୍ତାବାହକ ନୂଆଁଖାଇ ଆମକୁ ତ୍ୟାଗ, ନିଷ୍ଠା, ସେବା,ଭକ୍ତି ଓ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଇଥାଏ।
ସମ୍ବଲପୁର: ଆଜି ‘ସମ୍ବଲପୁରୀ ଦିନ୍’ ପାଲଉଛି ପଶ୍ଚିମ ଓଡ଼ିଶା। ସମ୍ବଲପୁରୀ ପୋଷକା ପିନ୍ଧି ମା’ ସମଲେଇଙ୍କୁ ପୂଜାର୍ଚ୍ଚାନା କରୁଛନ୍ତି ପଶ୍ଚିମ ଓଡ଼ିଶାବସୀ । ବିଶିଷ୍ଟ ସମ୍ବଲପୁରୀ ଲେଖକ ତଥା ସମ୍ବଲପୁରୀ ଭାଷାରେ ବ୍ୟାକରଣ ଲେଖି ଚର୍ଚ୍ଚାକୁ ଆସିଥିବା ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଆଜି ଥିବାବେଳେ ପଶ୍ଚିମ ଓଡିଶା ଆଜି ମାନୁଛି ସମ୍ବଲପୁରୀ ଦିନ୍ । ଖାଏମା ସମ୍ବଲପୁରୀ, ପିନ୍ଧମା ସମ୍ବଲପୁରୀ, ନାଚମା ଗାଏମା ସମ୍ବଲପୁରୀ ଏହି ବାର୍ତ୍ତାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକେଇ ଆଜି ସମ୍ବଲପୁରୀ ଦିନ୍ ମାନିଥାନ୍ତି ପଶ୍ଚିମ ଓଡିଶାବସୀ । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସୋନପୁ ରେ ଜନ୍ମ ଗ୍ରହଣ କରି ପ୍ରାଥମିକ ଶିକ୍ଷାଲାଭ ପରେ ଉଚ୍ଚଶିକ୍ଷା ପାଇଁ ସମ୍ବଲପୁରୀ ଆସି ଶିକ୍ଷକତା କରିବା ସମୟରେ ସମ୍ବଲପୁର ଭାଷାରେ ବହୁ ପୁସ୍ତବ ଲେଖିବା ସହିତ ସମ୍ବଲପୁରୀ ଭାଷାରେ ଏକ ଶବ୍ଦକୋଷ ମଧ୍ୟ ଲେଖିଥିଲେ । ତାଙ୍କ ସାରାଜୀବନ ସମ୍ବଲପୁରୀ ଭାଷା ପାଇଁ କଟିଯାଇଥିଲା ତାଙ୍କର ଏହି ଅବଦାନ ପାଇଁ ଆଜି ସମ୍ବଲପୁରୀ ଦିନ୍ ପାଳନ ହେଉଛିା
ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ, ଲୋକାର୍ପିତ ହେବ ବିଜୁ ଏକ୍ସପ୍ରେସ ୱେ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ନୂଆପଡ଼ାଠାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି।
ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ-ସାମାଜିକ-ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଦେବ। ଏହି ଏକ୍ସପ୍ରେସ ୱେ ଦ୍ୱାରା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସମ୍ପ୍ରତି ସୁନ୍ଦରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ୫୪୬ କିଲୋମିଟର ଲମ୍ୱା ଏହି ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧି କ୍ଷେତ୍ରରେ ଏକ ନୂଆ ଉଚ୍ଚତା ପ୍ରଦାନ କରିବାକୁ ଯାଉଛି।
ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ୱପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ। ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ୍‌‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛନ୍ତି। ଏକ୍ସପ୍ରେସ ୱେର ନିର୍ମାଣ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାକୁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହ ପଶ୍ଚିମ ଓଡ଼ିଶାରେ ଏକ ନୂଆ ଯୁଗର ଅୟମାରମ୍ଭ ହେବାକୁ ଯାଉଛି।
ଅନ୍ୟପକ୍ଷରେ ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରୀନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡି ହେବେ। ପ୍ରାକୃତିକ ସମ୍ପଦର ସୁବିନିଯୋଗ ସାଙ୍ଗକୁ ବର୍ତ୍ତମାନର କାର୍ଯ୍ୟକ୍ଷମ ହୋଇଥିବା ଶିଳ୍ପ ପାଇଁ ଆନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବିଜୁ ଅର୍ଥନୈତିକ କରିଡରର ଦୁଇ ପାଖରେ ପ୍ରାୟ ୧୧ଟି ଶିଳ୍ପ ସଂସ୍ଥା ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ।
ଏଥିପାଇଁ ଶିଳ୍ପନୀତି ୨୦୨୨ରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ଦ୍ରୁତ ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି। ରାଜ୍ୟର ଭାତ ହାଣ୍ଡି ବୋଲି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଭିତ୍ତିକ ଶିଳ୍ପ ସହ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ। ଯାହାଫଳରେ ଅର୍ଥନୈତିକ ଅଭିବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ବିଜୁ ଏକ୍ସପ୍ରେସ ୱେ ଯୋଡ଼ିହେବାକୁ ଥିବାରୁ ବ୍ୟାପକ ଢଙ୍ଗରେ ଓଡ଼ିଶା ଏହାର ଲାଭ ପାଇବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।
ସକାଳ ୯ ଟା ୪୦ରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନ ଯୋଗେ ଯାତ୍ରା ଆରମ୍ଭ କରି ବରଗଡ଼ ଜିଲ୍ଲାର ପଦ୍ମପୁରର ସତୀଭଟା ଏୟାରଷ୍ଟ୍ରିପ୍‌‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚି ହେଲିକପ୍ଟର ଯୋଗେ ସୋହେଲା ନିକଟସ୍ଥ ହଳଦୀପଲ୍ଲୀ ଅସ୍ଥାୟୀ ହେଲିପ୍ୟାଡ୍‌‌କୁ ଗସ୍ତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରେ ୨୩୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌‌ଘାଟନକରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ରେ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ସୋହେଲା ଠାରୁ ଘେଁସ୍‌‌ ଯାଏ ବିଜୁ ଏକ୍ସପ୍ରେସ୍‌‌ ୱେର୍‌‌ (୧୮ କିମି)ର ରୋଡ୍‌‌ ଶୋ’ କରିବେ। ଏହି ରୋଡ୍‌‌ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଛୁରିଆପାଲିଠାରେ ଥିବା ଯାଯାବର ମୌଳିକ ସୁବିଧା କେନ୍ଦ୍ର, ପେଟୁପଲିଠାରେ ସହିଦ କୁଞ୍ଜେଲ ସିଂ ଶିଶୁ ଉଦ୍ୟାନ, ଘେଁସଠାରେ ମାଧୋ ସିଂଙ୍କ ପ୍ରତିମୂର୍ତ୍ତ ନିକଟରେ ସାଧାରଣ ଲୋକଙ୍କୁ ଉଦ୍‌‌ବୋଧନ ଦେବେ।
ଏହାପରେ ଘେଁସ୍‌‌ ହାଇସ୍କୁଲ ପଡ଼ିଆରୁ ହେଲିକପ୍ଟର ଯୋଗେ ନୂଆପଡ଼ା ଅଭିମୁଖେ ଗସ୍ତ କରିବେ। ନୂଆପଡ଼ାର କୋମନା ବ୍ଲକ ସ୍ଥିତ ସିଲେଟପାଣିଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ ଓ ଶିଳାନ୍ୟାସ କରିବେ। ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ କଳାହାର୍ଣ୍ଡିି ଜିଲ୍ଲା ପାଇଁ ପ୍ରାୟ ୨୧୦୦ କୋଟି ଟଙ୍କାର ପ୍ରକଳ୍ପୁ ଉଦ୍‌‌ଘାଟନ କରିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।
ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ପଶ୍ଚିମାଞ୍ଚଳ ପୁଲିସ ଡ଼ିଆଇଜି ରାଜେଶ ପଣ୍ଡିତ, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଗସ୍ତପ୍ରସ୍ତୁତି ଓ ସୁରକ୍ଷା ଦାୟିତ୍ୱର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁଜିତ୍‌‌ କୁମାର, ବିଧାୟକ ପ୍ରଦୀପ ଦିଶାରୀ, ଦିବ୍ୟଶଙ୍କର ମିଶ୍ର, ମୌଷଧୀ ବାଗ, ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।
ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ : ଶୁଭେଚ୍ଛା ଜଣାଇ​ଲେ ମୁଖ୍ୟମନ୍ତ୍ରୀ
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ । ମା ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏହାହିଁ କାମନା କରିଛନ୍ତି । ଆଜି ଦିନ ୧୦ଟା ୫୬ ରୁ ୧୧ଟା ୧୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗି ହେବ। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏 pic.twitter.com/YJHaAP2UNt
— Naveen Patnaik (@Naveen_Odisha) September 1, 2022
ପ୍ରକୃତିର ପାର୍ବଣ ନୂଆଁଖାଇ
ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି,ଭାଷା,ପରମ୍ପରା,ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ନୂଆଁଖାଇ ଯେ , କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ,ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।
ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଁଖାଇ ପାଇଁ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ ପରେ ପୂଜା ସହ ଆରିସା ପିଠା ଭୋଗ କରିବାର ପରମ୍ପରା ରହିଛି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । ଏହି କାରଣରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିନ ହେଉ ନ ଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ଏହି ଦିନକୁ ସରକାରୀ ଛୁଟି ଭାବେ  ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଗ୍ରହଣ କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ଦିନଟି ନୂଆଁଖାଇ ଭାବେ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି ।
ନୂଆ ଧାନରୁ ପ୍ରସ୍ତୁତ ଚୂରା , ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି । ଧୂପ ଦୀପ ଦେଇ ପୂଜା କରନ୍ତି । ଚୂରା, ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି ତାପରେ ବଡମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରି , ମିଠା , ଡାଲି , ତରକାରି, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି। ଖାଇସାରିବା ପରେ ଆରମ୍ଭ ହୁଏ ଭେଟଘାଟର ପର୍ବ। ନୂଆଁଖାଇ ଅବସରରେ ସାନମାନେ ବଡମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି।
ଭେଟ୍‌ଘାଟ୍‌ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ । ଆଜି ନୂଆଁଖାଇ ପର୍ବ କେବଳ ରାଜ୍ୟର ପଶ୍ଚିମ ଭାଗରେ ସୀମିତ ହୋଇ ରହିନାହିଁ। ନୂଆଁଖାଇ ଭେଟ୍‌ଘାଟ୍‌ ନାମରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ବାରା ହର୍ଷ ଉଲ୍ଲାସ ମଧ୍ୟରେ ନୂଆଁଖାଇ ପାଳନ କରାଯାଉଛି। ବିଦେଶରେ ଥିବା ଓଡ଼ିଆମାନେ ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହୋଇ ପରସ୍ପର ମଧ୍ୟରେ ସ୍ନେହଶ୍ରଦ୍ଧା ବାଣ୍ଟିଥାନ୍ତି। କୃଷିଭିତ୍ତିକ, ଧର୍ମଭିତ୍ତିକ ଓ ପ୍ରାଚୀନ ପରମ୍ପରା ବାର୍ତ୍ତାବାହକ ନୂଆଁଖାଇ ଆମକୁ ତ୍ୟାଗ, ନିଷ୍ଠା,ସେବା,ଭକ୍ତି ଓ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଇଥାଏ।