CHAKDAR WATER PROJECT - The Sakala

ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ପୁଣି ୧୨ ଘଣ୍ଟିଆ ତେଲକୋଇ ବନ୍ଦ
କେନ୍ଦୁଝର/ତେଲକୋଇ: ସମାକୋଇ ଚକଧର ସମନ୍ୱୟ ସମିତି ଡାକରାରେ ଆଜି ପୁଣି ତେଲକୋଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାରା ତେଲକୋଇରେ ଗାଡିମୋଟର ଚଲାଚଳ ବନ୍ଦ ରହିଛି। ଦୋକାନବଜାର ମଧ୍ୟ ବନ୍ଦ ରହିଛି। ତେଲକୋଇ ମୁଖ୍ୟଳୟରେ ଥିବା ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ ଓ କଲେଜ ବନ୍ଦ ରହିଛି। ସେପଟେ ଜଗମୋହନପୁର ଠାରେ ଆନ୍ଦୋଳନ କାରୀ ଜାତୀୟ ରାଜପଥ ଅବରୋଧ କରିବାରୁ ରାଜପଥ ୪୯ ର ଉଭୟ ପଟରେ ଗାଡିମୋଟର ଅଟକି ରହିଛି।

ଆଜି ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି। ଚକଦର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି। ତେଣୁ ଏହାକୁ ବିରୋଧ କରୁଛନ୍ତି। ଗତ ୨୭ ତାରିଖରେ ୧୨ ଘଣ୍ଟିଆ ବନ୍ଦ କରାଯାଇଥିଲା। ଏଥିରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟରେ ଅର୍ଥ ମଞ୍ଜୁର ହେବାପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳ ବାସି ଆଜି ବନ୍ଦ ପାଳନ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି। ଦିନକୁଦିନ ଏହି ପ୍ରକଳ୍ପକୁ ନେଇ ସାରା ତେଲକୋଇରେ ଆନ୍ଦୋଳନ ବଢ଼ିବାରେ ଲାଗିଛି। ଆଗାମୀଦିନରେ ଏହା ଅସନ୍ତୋଷର କାରଣ ହୋଇଥିବାବେଳେ ସରକାର ଏହାକୁ ନେଇ ଚିନ୍ତାରେ ଥିବା କୁହାଯାଉଛି।