ration card e-KYC - The Sakala
ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ରାସନକାର୍ଡ E-KYC ପ୍ରକ୍ରିୟା: ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର
ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଖବର । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ E-KYC ପ୍ରକ୍ରିୟା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି । ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଗୋଟି ଜାଲ୍ ରାସନକାର୍ଡ ଧରା ପଡ଼ିଛି । ସେହିପରି ଦ୍ୱିତୀୟରେ କଟକରୁ ୨୯୦୫ ଗୋଟି ଜାଲ୍ କାର୍ଡ ଧରା ପଡିଛି । ତୃତୀୟରେ ରହିଛି ସୁନ୍ଦର ଗଡ଼ ଜିଲ୍ଲା ଯେଉଁଠି ୨୩୫୭ ଗୋଟି ଜାଲ୍ ରାସନକାର୍ଡ ଧରା ପଡ଼ିଛି ।
ଅନ୍ୟ ଏକ ଲିଖିତ ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି। ସେଥି ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ଟି ଆବେଦନ ହୋଇଛି, ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭। ଏଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ସେହିଭଳି, ୭ ଲକ୍ଷ ୩୭ ହଜାର ୫୩୦ଟି ଆବେଦନ ଗୁଡ଼ିକୁ, 'ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦′ର ବାଦ ଦେବା ମାନଦଣ୍ଡ ଭିତ୍ତିରେ, ଅଗ୍ରାହ୍ୟ କରାଯାଇଛି। ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ରରେ ତର୍ଜମା ଚାଲିଛି।
ହିତାଧିକାରୀଙ୍କୁ ରାସନ ଛନକା, କାର୍ଡ କାଟିବାକୁ ଘରଘର ବୁଲୁଛନ୍ତି ସରକାରୀ ଅଧିକାରୀ
ଭୁବନେଶ୍ୱର: ସାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଘାରିଛି ରାସନ କାର୍ଡ ଛନକା। କେୱାଇସି ଯାଞ୍ଚ କରିବା ଓ ସରକାରୀ ନଥିପତ୍ରରେ ଅଯୋଗ୍ୟ ମନେ ହେଉଥିବା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ କାଟିବା ପାଇଁ ସରକାରୀ ଅଧିକାରୀମାନେ ଘରଘର ବୁଲିବା ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୨.୮୯ ଲକ୍ଷ ହିତାଧିକାରୀ ସାମିଲ ଥିବା ବେଳେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯.୭୬ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ତେବେ ମାସିକ ୧୦ ହଜାର ଟଙ୍କାରୁ ଅଧିକ ରୋଜଗାର, ୨ରୁ ବଖରାରୁ ଅଧିକ ପକ୍କା ଘର, ୩ ଚକିଆ ଗାଡ଼ି, ମୋଟର ଚାଳିତ ଡଙ୍ଗା ଓ କୃଷି ଯନ୍ତ୍ରପାତି ଆଦି ରହିଥିଲେ ରାସନ କାର୍ଡ କଟିବ ବୋଲି ଏବେ ପ୍ରଚାର ହେଉଛି। ସେହିପରି  ଅଢେଇ ଏକର ଜମି ଥିବା ହିତାଧିକାରୀମାନେ ମଧ୍ୟ ରାସନ କାର୍ଡରୁ ବାଦ ପଡ଼ିବେ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ଯାହାକୁ ନେଇ ହିତାଧିକାରୀଙ୍କ ମନରେ ଛନକା ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ସାରା ଦେଶ ପାଇଁ ଏକ ସନ୍ଦିଗ୍ଧ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଦେଶର ୧ କୋଟି ୧୭ ଲକ୍ଷ ହିତାଧିକାରୀଙ୍କ ନାମ ରହିଛି। ଏହି ସନ୍ଦିଗ୍ଧ ତାଲିକାରେ ଥିବା ହିତାଧିକାରୀମାନେ ରାସନ ପାଇବା ପାଇଁ ଯୋଗ୍ୟ ନ ଥିବା କେନ୍ଦ୍ର ସରକାର ଅନୁଭବ କରୁଛନ୍ତି। ଅର୍ଥାତ ଏହି ତାଲିକାରେ ଥିବା ହିତାଧିକାରୀମାନେ ଅଯୋଗ୍ୟ ହୋଇ ମଧ୍ୟ ରାସନ ସାମଗ୍ରୀ ନେଉଥିବା କେନ୍ଦ୍ର କହିଛି। ଏଥିପାଇଁ ରାଜ୍ୟଗୁଡ଼ିକୁ ଏହି ତାଲିକା ପ୍ରଦାନ କରିବା ସହ ତାଲିକାରେ ଥିବା ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ କରି ସେମାନଙ୍କୁ ତାଲିକାରୁ ହଟାଇବାକୁ ନିର୍ଦ୍ଦେଶ ଥିବା ଜଣାପଡ଼ିଛି। ଆୟକର ବିଭାଗ, ପରିବହନ ବିଭାଗ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଆଦି ବିଭାଗଗୁଡ଼ିକର ତଥ୍ୟକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଓଡ଼ିଶାରେ ସରକାରୀ ସ୍ତରରେ ଧରପଗଡ଼ ଆରମ୍ଭ ହୋଇଛି। ସାରା ରାଜ୍ୟରେ ଅନ୍ୟୂନ ୧୦ ଲକ୍ଷ ହିତାଧିକାରୀଙ୍କ ନାମ ଏହି ସୂଚୀରୁ ବାଦ ଦେବାକୁ ଲକ୍ଷ୍ୟ ଯାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଭୁବନେଶ୍ୱର ବିଏମ୍‌ସି ଅଞ୍ଚଳ ପାଇଁ ୩୬ ହଜାର ହିତାଧକାରୀଙ୍କ ନାମରେ ଥିବା ରାସନ କାର୍ଡ କଟାଯିବା ଲକ୍ଷ୍ୟ ରଖାଯାଇଛି। ସେହିପରି ଆଠଗଡ଼ ବ୍ଲକ୍‌ ପାଇଁ ପ୍ରାୟ ୫ ହଜାରରୁ ଅଧିକ, ଭଦ୍ରକ ବ୍ଲକରେ ୨୭ ହଜାର ୯୭୦ ଟି କାର୍ଡ କଟାଯିବ । ସେହିପରି ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୪୨ ହଜାର, ନୟାଗଡ଼ ଜିଲ୍ଲାରୁ ୩୫ ହଜାର, ସମ୍ବଲପୁର ଜିଲ୍ଲାରୁ ୫୧ ହଜାର ହିତାଧିକାରୀଙ୍କ ନାମ ସନ୍ଦିଗ୍ଧ ସୂଚୀରେ ରହିଛି ଏବଂ ଏମାନଙ୍କ ରାସନ କାର୍ଡ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଯଦିଓ  ରାଜ୍ୟସ୍ତରରେ ଯୋଗାଣ ବିଭାଗଏ ସମ୍ପର୍କରେ ମୁହଁ ବନ୍ଦ ରଖିଛି, ତଥାପି ସାରା ରାଜ୍ୟରେ ରାସନ୍‌ କାର୍ଡ କଟିବାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଅନ୍ୟପକ୍ଷରେ ଯେଉଁମାନେ ଅନେକ ଦିନ ପର୍ଯ୍ୟନ୍ତ କାର୍ଡରେ ଚାଉଳ ନେଇ ନାହାନ୍ତି ସେମାନଙ୍କ ନାମ ମଧ୍ୟ ରାସନକାଡର୍ଡ ସୂଚୀରୁ ବାଦ ପଡ଼ିବ ।  ରାଜ୍ୟରେ ଜାରି ରହିଥିବା ଇ-କେୱାଇସି ପ୍ରକ୍ରିୟାରେ ପ୍ରାୟ ୧୫ ଲକ୍ଷ ହିତାଧିକାରୀ ଏଯାଏଁ କେୱାଇସି କରି ନାହାନ୍ତି। ଏମାନଙ୍କ ମଧ୍ୟରେ ଅନେକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି କରି ପାରି ନ ଥିବା ଅଭିଯୋଗ ହୋଇ ଆସୁଛି। ଏମିତି କି ଇ କେୱାଇସି ଯୋଗୁଁ ଯାଜପୁରରେ ଜଣେ ମାଙ୍କିଡିଆ ସମ୍ପ୍ରଦାୟର ଲୋକଙ୍କୁ ଚାଉଳ ନ ମିଳିବ ହେତୁ ଅନାହାରରେ ତାଙ୍କର ମୃତ୍ୟୁ ହୋଇଥିଭା ଭଳି ଘଟଣା ମଧ୍ୟ ଘଟିଛି। ଏହି ସ୍ଥିତିରେ ପୁଣି ରାସ୍‌ନ କାର୍ଡ କାଟିବାକୁ ନେଇ ଯୋଜନା ହେବା ପରେ ରାଜ୍ୟରେ ଥିବା ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଚିନ୍ତା ବଢ଼ିଛି। ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଯୋଗାଣ ବିଭାଗ ଅଧିକାରୀମାନେ ଏବେ ହାତରେ ସନ୍ଦିଗ୍ଧ (ସସ୍‌ପେକ୍ଟ) ତାଲିକା ଧରି କ୍ଷେତ୍ରସ୍ତରରେ ଯାଞ୍ଚ ଆରମ୍ଭ କରିଛନ୍ତି। ଇ-କେୱାସି ପରେ ପରେ ଏଭଳି ଯାଞ୍ଚ ଆରମ୍ଭ ହୋଇଥିବାରୁ ଅନେକ ହିତାଧିକାରୀଙ୍କୁ କାର୍ଡ କଟିଯିବାର ଭୟ ଘାରିଛି।
ଇ-କେୱାଇସି କରି ନଥିଲେ କାଲିଠୁ ମିଳିବନି ରାସନ, ୨୯ ତାରିଖ ସୁଦ୍ଧା ରାଜ୍ୟରେ କରିନାହାନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ
ଭୁବନେଶ୍ୱର: ଇ-କେୱାଇସି କରି ନ ଥିଲେ ନ‌ଭେମ୍ବରରୁ ଅର୍ଥାତ ଆସନ୍ତା କାଲିଠୁ ଆଉ ମିଳିବନି ରାସନ । କାରଣ ଇ-କେୱାଇସି କରିବାର ଆଜି ହେଉଛି ଶେଷ ତାରିଖ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି । ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକିୟା ଅବଧିକୁ ବନ୍ଦ କରିଦେଇଛନ୍ତି । ତେଣୁ ନଭେମ୍ବର ପହିଲାରୁ ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଚଳିତ ମାସ ୨୯ ତାରିଖ ସୁଦ୍ଧା ୧୫ ଲକ୍ଷ ୫୭ହଜାର ୨୬୫ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।
ଫେବୃଆରୀ ୧୫ପରେ ଆଉ ବଢ଼ିବନି e-KYC ଅବଧି, ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୫ରେ ସରିବ ରାସନ କାର୍ଡ e-KYC ଅବଧି । ୧୫ ପରେ ଆଉ ବଢ଼ିବନି eKYC ଅବଧି । ତାପରେ ବି ଯେଉଁମାନେ e-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । E-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି କି, ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ କରିନାହାନ୍ତି e-KYC । ‘e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ ।
ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ ବୋଲି କହିଲେ ମନ୍ତ୍ରୀ । ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ।
ଭୁବନେଶ୍ୱର: ରାସନ୍‌‌ କାର୍ଡ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ବି ହୋଇପାରୁନି ଅପ୍‌‌ଡେଟ୍‌‌। ସର୍ଭରରେ ସମସ୍ୟା ରହୁଥିବାରୁ ରାସନ କାର୍ଡର ନମ୍ବର ଏଣ୍ଟ୍ରି ପରେ ମଧ୍ୟ ଆସୁନି ହିତାଧିକାରୀଙ୍କ ନାମ ଚୟନ ଅପ୍ସନ୍‌‌। ପୁଣି କେତେବେଳେ ହିତାଧିକାରୀ ଚୟନ ଅପ୍ସନ୍‌‌ ଆସୁଥିବାବେଳେ ଥମ୍ବ କିମ୍ବା ଆଇ ସ୍କାନିଂ ନେଉନି। ପାହାନ୍ତା ପହରୁ ଲୋକମାନେ ଧାଡ଼ିରେ ଛିଡ଼ା ହେବା ପରେ ବି ନିରାଶ ହୋଇ ଘରକୁ ଫେରୁଛନ୍ତି। ବିଶେଷକରି ଶ୍ରମିକ ଓ ଦିନ ମଜୁରିଆ ଅଧିକ ପ୍ରଭାବିତ ହେଉଛନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକ ଏହି ସମସ୍ୟା ବିଷୟରେ ନ ଜାଣିପାରି ରାସନ ଡିଲର୍‌‌ଙ୍କ ଉପରେ ଅସନ୍ତୋଷ ଝାଡ଼ୁଛନ୍ତି ବୋଲି ସେମାନେ କହିଛନ୍ତି। ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ। ନଚେତ ସାମୁହିକ ଭାବେ ଡିଲରମାନେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାନୁସାରେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗତ ଅଗଷ୍ଟ ଶେଷ ସପ୍ତାହରୁ ରାସନ କାର୍ଡ ହିତାଧିକାରୀଙ୍କ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକମାନେ ସରକାରୀ ଖୁଚୁରା କେନ୍ଦ୍ର ଅର୍ଥାତ୍‌‌ ଡିଲରଙ୍କ ଜରିଆରେ ନିଜର ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ କରୁଛନ୍ତି। ଏଥିପାଇଁ ଡିସେମ୍ବର ଶେଷ ସୁଦ୍ଧା କଣ୍ଟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲେ ସାଧାରଣ ଲୋକମାନେ ନିଜର ରାସନ କଟିଯିବା ଭୟରେ ନିଜର ନାମ ଅପ୍‌‌ଡେଟ୍‌‌ କରିବା ପାଇଁ ରାସନ ଦୋକାନ ଆଗରେ ପାହାନ୍ତ ପହରୁ ଭିଡ଼ ଜମାଉଛନ୍ତି। ପରିବାରର ସମସ୍ତ ସଦସ୍ୟ ଆସି ଡିଲର୍‌‌ ଦୋକାନ ଆଗରେ ଛିଡ଼ା ହେଉଥିବାରୁ ପ୍ରତି ଡିଲର୍‌‌ ଦୋକାନ ସମ୍ମୁଖରେ ଲମ୍ବା ଭିଡ଼ ସୃଷ୍ଟି ହେଉଛି। ସେହଭଳି ଏତେ ସଂଖ୍ୟକ ଲୋକଙ୍କର କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଗୋଟି ଗୋଟି କରି ନମ୍ବର ଓ ନାମ ଦେଖି କରିବାକୁ ପଡ଼ୁଛି ବୋଲି ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି ବୋଲି ଡିଲର ଦୋକାନୀ କହିଛନ୍ତି। ରାଜଧାନୀରେ ଏବେ ପାଖପାଖି ଶହେରୁ ଊର୍ଦ୍ଧ୍ବ ଡିଲର ଦୋକାନୀ ଥିବାବେଳେ ୨ଲକ୍ଷ ୯୪ ହଜାର ହିତାଧିକାରୀ ଅଛନ୍ତି। ଏଥିସହ ବିଭିନ୍ନ ଅଞ୍ଚଳରୁ ରାଜଧାନୀରେ ବସବାସ କରୁଥିବା ଲୋକମାନେ ମଧ୍ୟ ଏଇଠି କେୱାଇସି ଅପ୍‌‌ଡେଟ୍‌‌ କରୁଛନ୍ତି। ଏତେ ସଂଖ୍ୟକ ଲୋକ୍‌‌ ଡିଲର ଦୋକାନୀଙ୍କ ଉପରେ ନିର୍ଭର କରୁଥିଲେ ହେଁ ସର୍ଭର ସମସ୍ୟା ସୃଷ୍ଟି ହେବା ଯୋଗୁଁଁ ସମସ୍ୟା ବହୁଗୁଣିତ ହୋଇଯାଉଛି ବୋଲି ଡିଲରମାନେ ଅଭିଯୋଗ କରିଛନ୍ତି।
ପୁରୁଣା ଭୁବନେଶ୍ୱର ଡିଲର ପଏଣ୍ଟ୍‌‌ରେ ‘ଇ-କେୱାଇସି’ ଅପ୍‌‌ଡେଟ୍‌‌ ପାଇଁ ଆସିଥିବା ଶାନ୍ତା ପାତ୍ର କହିଛନ୍ତି, ଝିଅ, ପୁଅ ଓ ସ୍ୱାମୀଙ୍କୁ ନେଇ ମୋର ସଂସାର। ଆମେ ଉଭୟ ସ୍ୱାମୀ, ସ୍ତ୍ରୀ ଖଟିଲେ ଖାଇବୁ। ଏହି ଟିପ ଦେବା ପାଇଁ ୩ଥର ଆସି ଫେରିଲୁଣି। ତିନି ଦିନ ହେଲାଣି କାମ ବନ୍ଦ ହେଉଛି। ଏଇଠି ଡେରି ହୋଇଯାଉଛି। ଲେବର୍‌‌ ଷ୍ଟାଣ୍ଡକୁ ଗଲେ, ଆଉ କେହି କାମକୁ ଡାକୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଡିଲର ଆଦିକନ୍ଦ ସାହୁ କହିଛନ୍ତି, ମୋର ଯେତିକି କାର୍ଡ ଅଛି, ତା’ର ଏକ ତୃତୀୟାଂଶ ଏର୍ପ୍ୟନ୍ତ ହୋଇନାହିଁ। ପ୍ରତି ମେମ୍ବରଙ୍କ ପାଇଁ ପ୍ରତି ଥର ଆମକୁ ମେସିନ୍‌‌ରେ ନମ୍ବର ଏଣ୍ଟ୍ରି କରିବାକୁ ପଡ଼ୁଛି। ଏହା ସମୟ ସାପେକ୍ଷ ହେଉଛି। ଏଥିସହ ପ୍ରତି କାର୍ଡ ପିଛା ୪-୫ଜଣଙ୍କର ଅପ୍‌‌ଡେଟ୍‌‌ କଲାବେଳକୁ ଗୋଟିଏ କାର୍ଡ ପିଛା ପାଖାପାଖି ୭ରୁ ୧୦ ମିନିଟ୍‌‌ ସମୟ ଲାଗୁଛି। ତା’ ପରେ ସର୍ଭର ସମସ୍ୟା ବୋଝ ଉପରେ ନଳିତା ବିଡ଼ା ଭଳି ହେଉଛି। ତେଣୁ ଏହା ଉପରେ ଦୃଷ୍ଟି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ କହିଛନ୍ତି, ଏ ସମୟ ବିଷୟରେ ଆମେ ଅବଗତ ଅଛୁ, ଖୁବ୍‌‌ଶୀଘ୍ର ସାମଧାନ କରାଯିବ। ଲୋକମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ସେ ହିତାଧିକାରୀମାନଙ୍କୁ ଆଶ୍ୱସ୍ତ କରିଛନ୍ତି।
ପ୍ରବାସୀ ଶ୍ରମିକ କେମିତି କରିବେ ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌, ମନ୍ତ୍ରୀଙ୍କ କଥା ପାଲଟିଛି ପାଣିର ଗାର
ଭୁବନେଶ୍ୱର : ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଓଡ଼ିଶା ଆସିବାକୁ ପଡ଼ିବନି। ଯିଏ ଯେଉଁଠି ଅଛନ୍ତି, ସେଇଠି ରହି ଜନସେବା କେନ୍ଦ୍ର ଜରିଆରେ ଆଧାରକାର୍ଡ ବାଓମେଟ୍ରିକ୍‌‌କୁ ବ୍ୟବହାର କରି ଅପ୍‌‌ଡେଟ୍‌‌ କରିପାରିବେ। ରାସନ କାର୍ଡରେ ଇ-କେୱାଇସି ପାଇଁ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବା ସହ ଏହି ପ୍ରକ୍ରିୟାକୁ ନେଇ ବିଭିନ୍ନ ସମସ୍ୟାର ଉପୁଜିବା ପରେ ଗତ ୧୧ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା କହିଥିଲେ। ମନ୍ତ୍ରୀଙ୍କ କହିବାକୁ ୯ଦିନ ସମୟ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଅବା ଚିଠି ଜାରି କରାଯାଉନି। ଫଳରେ ବାହାର ରାଜ୍ୟରେ କାମଧନ୍ଦା କରି ପେଟ ପୋଷିବାକୁ ଯାଇଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆସିବେ ନା ନାହିଁ, ସେନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଗୋଟିଏପଟେ କାମ ନ କଲେ ପରିବାର ପ୍ରତିପୋଷଣ ନେଇ ଭୟ ଘାରୁଥିବା ବେଳେ ଅନ୍ୟପଟେ ରାସନ କାର୍ଡ କଟିଗଲେ, ଚାଉଳ ନମିଳିବା ଭୟ ଏବେ ହଜାର ହଜାର ଶ୍ରମିକଙ୍କୁ ଘାରୁଛି। ତେଣୁ ଏନେଇ ସରକାରଙ୍କ ପକ୍ଷରୁ ଚିତ୍ର ସ୍ପଷ୍ଟ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି।
ରାସନ୍‌ କାର୍ଡରେ ଇ-କେୱାଇସି ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହୋଇଛି। ଏହା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଲକ୍ଷ ଭୂତ ତଥା ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା କଥା ଖୋଦ୍‌‌ ମନ୍ତ୍ରୀ କୁହାଯାଉଛି। ହେଲେ ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରାଯାଉନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇ-କେୱାସି ଅପ୍‌‌ଡେଟ୍‌‌ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନେ ଧାଡ଼ି ବାନ୍ଧି ସରକାରୀ ଖୁଚୁରା କେନ୍ଦ୍ର ସାମ୍ନାରେ ଦିନ ଦିନ ଧରି ଛିଡ଼ା ହେଉଛନ୍ତି।
ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି, ସେମାନେ କେତେ ଶୀଘ୍ର ଆସି ଇ-କେୱାସି ଅପ୍‌‌ଡେଟ୍‌‌ କରିବେ, ସେମାନଙ୍କୁ ସେହି ଚିନ୍ତା ଘାରୁଛି। ରାଜ୍ୟରେ ୩୦ଟା ଜିଲ୍ଲାରୁ ପାଖାପାଖି ୨୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାହାରକୁ କାମ ଧନ୍ଦା ପାଇଁ ଯାଇଛନ୍ତି। ବିଶେଷକରି ସୁରତ, ଚେନ୍ନଇ, ବେଙ୍ଗାଲୁରୁ, ଦିଲ୍ଲୀ ଭଳି ସହରରେ ଓଡ଼ିଶା ଲୋକ କାମ କରୁଛନ୍ତି। ରାସନ କାର୍ଡ ଇ-କେୱାଇସି ଯୋଗୁଁଁ ପରିବାରର ସମସ୍ତ ସଦସ୍ୟ ଟିପ ଦେବାକୁ ଥିବାରୁ ସେମାନଙ୍କୁ ବାଧ୍ୟ ହୋଇ ନିଜ ରାଜ୍ୟକୁ ଫେରିବାକୁ ପଡ଼ୁଛି। ନଚେତ ତାଙ୍କ ନାମରେ ମିଳୁଥିବା ୫ କେଜି ଚାଉଳ କଟିଯିବାର ଭୟ ରହୁଛି। ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରିବାକୁ ବିଭିନ୍ନ ଆଡ଼ୁ ଦାବି ଉଠିଲା, ଏହା ପରେ ମନ୍ତ୍ରୀ ଏଭଳି ଗଣମାଧ୍ୟମରେ ଏଭଳି ବିବୃତ୍ତି ରଖିଥିଲେ। ଫଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଆଶ୍ୱସ୍ତି ହୋଇଥିଲେ। ହେଲେ ମନ୍ତ୍ରୀ ବିବୃତ୍ତି ପରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସୁନି। ଜନସେବା କେନ୍ଦ୍ରରେ ପଚାରିଲେ, ସେ ପ୍ରକ୍ରିୟା ବିଷୟରେ ଆମକୁ ଅବଗତ କରାଯାଇନି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ବାବଦରେ ବିଭାଗ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ସେ ଆହୁରି କହିଛନ୍ତି, ଯେଉଁମାନେ ଅସୁବିଧାରେ ଅଛନ୍ତି, ସେମାନେ ଇ-କେୱାସି ନକଲେ କୌଣସି ଅସୁବିଧା ନାହିଁ। ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା ଦ୍ୱାରା କେଉଁମାନେ ଅଯୋଗ୍ୟ ହିତାଧିକାରୀ ଅଥବା ଭୂତ ହିତାଧିକାରୀ, ତାଙ୍କର ଏକ ସଂକ୍ଷିପ୍ତ ତାଲିକ ପ୍ରସ୍ତୁତ କରାଯିବ। ତା’ପରେ ପ୍ରତି ହିତାଧିକାରୀଙ୍କ ଘରକୁ ଯାଇ ସର୍ଭେ କରାଯାଇ ଅଯୋଗ୍ୟଙ୍କୁ ଚିହ୍ନଟ କରାଯିବ। ଯେଉଁମାନେ ବାସ୍ତବରେ ଯୋଗ୍ୟ, ହେଲେ ଅନିର୍ବାଯ୍ୟ କାରଣ ପାଇଁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ କ୍ଷେତ୍ରରେ ଏ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ତେଣୁ ଏଥିପାଇଁ ବ୍ୟସ୍ତବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ସେ ଜଣାଇଛନ୍ତି।
ଭୁବନେଶ୍ବର : ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ୨୨ ଅଗଷ୍ଟରୁ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ଚାଲିଛି, ଯାହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ତେବେ ଓଡ଼ିଶା ଛାଡି ବାହାରେ ଥିବା ପ୍ରବାସୀମାନେ କାମଧନ୍ଦା ଛାଡି ଇ-କେୱାଇସି ପାଇଁ ଓଡ଼ିଶା ଫେରିବା ପସଙ୍ଗକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପ୍ରବାସୀମାନେ ଯେଉଁଠାରେ ଅଛନ୍ତି ସେଠାରେ ଇ-KYC କରିପାରିବେ। ଓଡ଼ିଶା ଆସିବା ଦରକାର ନାହିଁ, ସେମାନେ ଯେଉଁଠି ଅଛନ୍ତି ସେଇଠି ଇ-କେୱାଇସି କରିପାରିବେ। ଯେଉଁଠି ଚାହିଁବେ ନିକଟସ୍ଥ କମନ୍‌ ସର୍ଭିସ ସେଣ୍ଟରକୁ ଯାଇ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବେ।
ଏଥି ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି  ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ ନାଁ ହଟାଯାଇଛି। ଏଥି ମଧ୍ୟରେ ମୃତ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି । ରାଜ୍ୟ ସରକାର ନିକଟରେ ରାସନ କାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କଓ୍ବୋଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।