e-KYC - The Sakala
ଇ-କେୱାଇସି କରି ନଥିଲେ କାଲିଠୁ ମିଳିବନି ରାସନ, ୨୯ ତାରିଖ ସୁଦ୍ଧା ରାଜ୍ୟରେ କରିନାହାନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ
ଭୁବନେଶ୍ୱର: ଇ-କେୱାଇସି କରି ନ ଥିଲେ ନ‌ଭେମ୍ବରରୁ ଅର୍ଥାତ ଆସନ୍ତା କାଲିଠୁ ଆଉ ମିଳିବନି ରାସନ । କାରଣ ଇ-କେୱାଇସି କରିବାର ଆଜି ହେଉଛି ଶେଷ ତାରିଖ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି । ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକିୟା ଅବଧିକୁ ବନ୍ଦ କରିଦେଇଛନ୍ତି । ତେଣୁ ନଭେମ୍ବର ପହିଲାରୁ ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଚଳିତ ମାସ ୨୯ ତାରିଖ ସୁଦ୍ଧା ୧୫ ଲକ୍ଷ ୫୭ହଜାର ୨୬୫ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।
ରାସନ୍ କାର୍ଡ E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ, ଆସନ୍ତା ୧୫ ଯାଏଁ ରହିଛି ଶେଷ ତାରିଖ
ଭୁବନେଶ୍ବର: ରାସନ୍ କାର୍ଡ E- KYC ନେଇ ବଡ଼ ଅବଡେଟ। E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ। ଆସନ୍ତା ୧୫ ତାରିଖ ରାସନ କାର୍ଡ E- KYC ଆବେଦନର ଶେଷ ତାରିଖ। ଆଉ ସମୟ ଅବଧି ବଢିବା ନାହିଁ। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରି ନାହାନ୍ତି। ଯେଉଁମାନେ E- KYC କରି ନାହାନ୍ତି। ସେମାନେ କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ। ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯେଉଁମାନେ ଆବେଦନ କରିଛନ୍ତି। ସେଗୁଡ଼ିକର ଯାଞ୍ଚ ଚାଲିଛି। ଏବେ ପୋର୍ଟାଲ ଖୋଲାଯିବ। ଯେଉଁମାନେ ନୂଆ କାରୀ ଆବେଦନ କରିବେ। ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ, ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଯେଉଁ ସରକାରୀ ଅଫିସର ମାନେ ରା    ସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ। ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନ ଥିବେ ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ସରକାର ଆକ୍ସନ ନେବେ।
ପ୍ରବାସୀ ଶ୍ରମିକ କେମିତି କରିବେ ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌, ମନ୍ତ୍ରୀଙ୍କ କଥା ପାଲଟିଛି ପାଣିର ଗାର
ଭୁବନେଶ୍ୱର : ରାସନ କାର୍ଡ ଇ-କେୱାଇସି ଅପ୍‌‌ଡେଟ୍‌‌ ପାଇଁ ଓଡ଼ିଶା ଆସିବାକୁ ପଡ଼ିବନି। ଯିଏ ଯେଉଁଠି ଅଛନ୍ତି, ସେଇଠି ରହି ଜନସେବା କେନ୍ଦ୍ର ଜରିଆରେ ଆଧାରକାର୍ଡ ବାଓମେଟ୍ରିକ୍‌‌କୁ ବ୍ୟବହାର କରି ଅପ୍‌‌ଡେଟ୍‌‌ କରିପାରିବେ। ରାସନ କାର୍ଡରେ ଇ-କେୱାଇସି ପାଇଁ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବା ସହ ଏହି ପ୍ରକ୍ରିୟାକୁ ନେଇ ବିଭିନ୍ନ ସମସ୍ୟାର ଉପୁଜିବା ପରେ ଗତ ୧୧ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା କହିଥିଲେ। ମନ୍ତ୍ରୀଙ୍କ କହିବାକୁ ୯ଦିନ ସମୟ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଅବା ଚିଠି ଜାରି କରାଯାଉନି। ଫଳରେ ବାହାର ରାଜ୍ୟରେ କାମଧନ୍ଦା କରି ପେଟ ପୋଷିବାକୁ ଯାଇଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆସିବେ ନା ନାହିଁ, ସେନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଗୋଟିଏପଟେ କାମ ନ କଲେ ପରିବାର ପ୍ରତିପୋଷଣ ନେଇ ଭୟ ଘାରୁଥିବା ବେଳେ ଅନ୍ୟପଟେ ରାସନ କାର୍ଡ କଟିଗଲେ, ଚାଉଳ ନମିଳିବା ଭୟ ଏବେ ହଜାର ହଜାର ଶ୍ରମିକଙ୍କୁ ଘାରୁଛି। ତେଣୁ ଏନେଇ ସରକାରଙ୍କ ପକ୍ଷରୁ ଚିତ୍ର ସ୍ପଷ୍ଟ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି।
ରାସନ୍‌ କାର୍ଡରେ ଇ-କେୱାଇସି ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହୋଇଛି। ଏହା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ଲକ୍ଷ ଭୂତ ତଥା ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା କଥା ଖୋଦ୍‌‌ ମନ୍ତ୍ରୀ କୁହାଯାଉଛି। ହେଲେ ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରାଯାଉନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇ-କେୱାସି ଅପ୍‌‌ଡେଟ୍‌‌ କରିବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନେ ଧାଡ଼ି ବାନ୍ଧି ସରକାରୀ ଖୁଚୁରା କେନ୍ଦ୍ର ସାମ୍ନାରେ ଦିନ ଦିନ ଧରି ଛିଡ଼ା ହେଉଛନ୍ତି।
ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି, ସେମାନେ କେତେ ଶୀଘ୍ର ଆସି ଇ-କେୱାସି ଅପ୍‌‌ଡେଟ୍‌‌ କରିବେ, ସେମାନଙ୍କୁ ସେହି ଚିନ୍ତା ଘାରୁଛି। ରାଜ୍ୟରେ ୩୦ଟା ଜିଲ୍ଲାରୁ ପାଖାପାଖି ୨୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାହାରକୁ କାମ ଧନ୍ଦା ପାଇଁ ଯାଇଛନ୍ତି। ବିଶେଷକରି ସୁରତ, ଚେନ୍ନଇ, ବେଙ୍ଗାଲୁରୁ, ଦିଲ୍ଲୀ ଭଳି ସହରରେ ଓଡ଼ିଶା ଲୋକ କାମ କରୁଛନ୍ତି। ରାସନ କାର୍ଡ ଇ-କେୱାଇସି ଯୋଗୁଁଁ ପରିବାରର ସମସ୍ତ ସଦସ୍ୟ ଟିପ ଦେବାକୁ ଥିବାରୁ ସେମାନଙ୍କୁ ବାଧ୍ୟ ହୋଇ ନିଜ ରାଜ୍ୟକୁ ଫେରିବାକୁ ପଡ଼ୁଛି। ନଚେତ ତାଙ୍କ ନାମରେ ମିଳୁଥିବା ୫ କେଜି ଚାଉଳ କଟିଯିବାର ଭୟ ରହୁଛି। ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରିବାକୁ ବିଭିନ୍ନ ଆଡ଼ୁ ଦାବି ଉଠିଲା, ଏହା ପରେ ମନ୍ତ୍ରୀ ଏଭଳି ଗଣମାଧ୍ୟମରେ ଏଭଳି ବିବୃତ୍ତି ରଖିଥିଲେ। ଫଳରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଆଶ୍ୱସ୍ତି ହୋଇଥିଲେ। ହେଲେ ମନ୍ତ୍ରୀ ବିବୃତ୍ତି ପରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସୁନି। ଜନସେବା କେନ୍ଦ୍ରରେ ପଚାରିଲେ, ସେ ପ୍ରକ୍ରିୟା ବିଷୟରେ ଆମକୁ ଅବଗତ କରାଯାଇନି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ବାବଦରେ ବିଭାଗ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ସେ ଆହୁରି କହିଛନ୍ତି, ଯେଉଁମାନେ ଅସୁବିଧାରେ ଅଛନ୍ତି, ସେମାନେ ଇ-କେୱାସି ନକଲେ କୌଣସି ଅସୁବିଧା ନାହିଁ। ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା ଦ୍ୱାରା କେଉଁମାନେ ଅଯୋଗ୍ୟ ହିତାଧିକାରୀ ଅଥବା ଭୂତ ହିତାଧିକାରୀ, ତାଙ୍କର ଏକ ସଂକ୍ଷିପ୍ତ ତାଲିକ ପ୍ରସ୍ତୁତ କରାଯିବ। ତା’ପରେ ପ୍ରତି ହିତାଧିକାରୀଙ୍କ ଘରକୁ ଯାଇ ସର୍ଭେ କରାଯାଇ ଅଯୋଗ୍ୟଙ୍କୁ ଚିହ୍ନଟ କରାଯିବ। ଯେଉଁମାନେ ବାସ୍ତବରେ ଯୋଗ୍ୟ, ହେଲେ ଅନିର୍ବାଯ୍ୟ କାରଣ ପାଇଁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ କ୍ଷେତ୍ରରେ ଏ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ତେଣୁ ଏଥିପାଇଁ ବ୍ୟସ୍ତବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ସେ ଜଣାଇଛନ୍ତି।
ଭୁବନେଶ୍ବର : ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ୨୨ ଅଗଷ୍ଟରୁ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ଚାଲିଛି, ଯାହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ତେବେ ଓଡ଼ିଶା ଛାଡି ବାହାରେ ଥିବା ପ୍ରବାସୀମାନେ କାମଧନ୍ଦା ଛାଡି ଇ-କେୱାଇସି ପାଇଁ ଓଡ଼ିଶା ଫେରିବା ପସଙ୍ଗକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପ୍ରବାସୀମାନେ ଯେଉଁଠାରେ ଅଛନ୍ତି ସେଠାରେ ଇ-KYC କରିପାରିବେ। ଓଡ଼ିଶା ଆସିବା ଦରକାର ନାହିଁ, ସେମାନେ ଯେଉଁଠି ଅଛନ୍ତି ସେଇଠି ଇ-କେୱାଇସି କରିପାରିବେ। ଯେଉଁଠି ଚାହିଁବେ ନିକଟସ୍ଥ କମନ୍‌ ସର୍ଭିସ ସେଣ୍ଟରକୁ ଯାଇ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବେ।
ଏଥି ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି  ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ ନାଁ ହଟାଯାଇଛି। ଏଥି ମଧ୍ୟରେ ମୃତ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି । ରାଜ୍ୟ ସରକାର ନିକଟରେ ରାସନ କାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କଓ୍ବୋଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।