Subhadra Yojana Odisha - The Sakala
‘ସୁଭଦ୍ରା’ ଯୋଜନା: ପ୍ରଥମ କିସ୍ତିରେ ଯୋଗ୍ୟ; ଦ୍ୱିତୀୟ ବେଳକୁ ଅଯୋଗ୍ୟ !
ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ କାଳ ହୋଇଛି ଦୁର୍ବଳ ବୈଷୟିକ ବ୍ୟବସ୍ଥା। ଦୁଇଟି ଯାକ କିସ୍ତିରୁ ବଞ୍ଚିତ ମହିଳା ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବା ନିମନ୍ତେ ଗୋଟିଏ ବ୍ଳକ୍‌ରୁ ଆଉ ଗୋଟିଏ ବ୍ଲକ୍‌, ଗୋଟିଏ ଜିଲ୍ଲାରୁ ଆଉ ଏକ ଜିଲ୍ଲାକୁ ଧାଉଁଛନ୍ତି । ତିନିଟିସ୍ତରରେ ସୁଭଦ୍ରା ଆବେଦନ ମଞ୍ଜୁର ହେଉଛି; କିନ୍ତୁ ବୈଷୟିକ କ୍ଷେତ୍ରରେ ତାଳମେଳ ଅଭାବରୁ ମହିଳାଙ୍କୁ ଟଙ୍କା ମିଳୁନାହିଁ। ଏଆଇ ଯୁଗରେ ବୈଷିୟକ ବ୍ୟବସ୍ଥାର ବିଫଳତା ଏତେ ବଡ଼ ଯୋଜନାର ସଫଳତାରେ ବଡ଼ ବାଧକ ସାଜିଛି। ଏଥିପାଇଁ ନା ସରକାର ନା ବିଭାଗ କାହାର ଚିନ୍ତା ଅଛି। ପ୍ରଥମ କିସ୍ତି ପାଇ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳା ମଧ୍ୟ ଅନ୍ଧାରରେ ଅଛନ୍ତି। ଥରେ ଯୋଗ୍ୟ ସାବ୍ୟସ୍ତ ହେବା ପରେ ଦ୍ୱିତୀୟ କିସ୍ତିରୁ କାହିଁକି ସେମାନେ ବଞ୍ଚିତ ହେଲେ, ତାହାର ଉତ୍ତର ମିଳୁନାହିଁ। ଏପଟେ ଟଙ୍କା ପାଇନଥିବାରୁ ଦୁଃଖିତ କହି ଘରକୁ ଘର ସର୍ଭେ ଆରମ୍ଭ କରାଯିବ ଉଲ୍ଲେଖ କରି ବିଭାଗୀୟ ମନ୍ତ୍ରୀ ନିଜ କାମ ସାରି ଦେଇଛନ୍ତି ।
ଲକ୍ଷାଧିକ ମହିଳା ସୁଭଦ୍ରା ଯୋଜନାର ଦୁଇଟି ଯାକ କିସ୍ତିରୁ ବଞ୍ଚିତ ହୋଇଥିବା ବେଳେ ଆହୁରି ଲକ୍ଷେରୁ ଅଧିକ ଦ୍ୱିତୀୟ କିସ୍ତି ପାଇ ନାହାନ୍ତି। ଆଦୌ ଟଙ୍କା ପାଇନଥିବା ମହିଳା କେବେ ସହାୟତା ରାଶି ପାଇବେ ତାହା କେହି କହିପାରୁ ନାହାନ୍ତି। କିଛି ହିତାଧିକାରୀ ଏ ନେଇ ଅଧିକ ଖୋଳତାଡ଼ କରିବାରୁ ଜଣାପଡିଛି ଯେ ଆବେଦନ ସମୟରେ କାହାର ଠିକଣା ବଦଳି ଯାଇଛି ତ ଆଉ କାହାର ନାମରେ ଗଡ଼ବଡ଼ ଅଛି। ଗୋଟିଏ ବ୍ଲକ୍‌ର ବାସିନ୍ଦାଙ୍କ ନାମ ଅନ୍ୟ ବ୍ଲକ୍‌ରେ ଉଠିଯାଇଛି ଓ ସେଠାକୁ ଅନୁଦାନ ରାଶି ଚାଲି ଯାଇଛି। ତେଣୁ ମୂଳ ବ୍ଲକ୍‌ରେ ସଂଶୋଧନ କରିବା ସମ୍ଭବ ନୁହେଁ। ବଡ଼ କଥା ହେଲା ଏହି ତ୍ରୁଟି ସମ୍ପର୍କରେ ହିତାଧିକାରୀ କୌଣସି ସୂଚନା ପାଉ ନାହାନ୍ତି। ତାଙ୍କ ଟଙ୍କା ଅନ୍ୟ ବ୍ଲକ୍‌ କିମ୍ବା ଜିଲ୍ଲାକୁ ଚାଲି ଯାଇଛି ବୋଲି ନା ପଞ୍ଜିକୃତ ମୋବାଇଲ୍‌ ନମ୍ବରରେ ମ୍ୟାସେଜ୍‌ ଆସୁଛି ନା କେହି ଫୋନ୍‌ କରି ଏହି ସମସ୍ୟା କଥା ଜଣାଇ ସଂଶୋଧନ ପାଇଁ ଡାକୁଛନ୍ତି। କେବଳ ଭାଗ୍ୟ ଉପରେ ଛାଡ଼ି ଦେଇ କିସ୍ତି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାକୁ ହିତାଧିକାରୀ ଅପେକ୍ଷା କରି ରହୁଛନ୍ତି। ଯେଉଁମାନେ ଅନୁସନ୍ଧାନ କରି ଅନ୍ୟ ବ୍ଲକ୍‌ରେ ପହଞ୍ଚୁଛନ୍ତି ସେମାନଙ୍କର ସଂଶୋଧନ ହୋଇପାରୁଛି। ସେଥି ପାଇଁ ବି କିଛି କମ୍‌ ଦହଗଞ୍ଜ ହେବାକୁ ପଡୁନାହିଁ। ଖରାରେ ନିଜ ଘର ଠାରୁ ବହୁ ଦୂରକୁ ଯିବାକୁ ହେଉଛି, ମୁଣ୍ଡ ଫଟା ଖରାରେ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଧାଉଁଛନ୍ତି, ଖର୍ଚ୍ଚାନ୍ତ ହେବାକୁ ପଡୁଛି, ଦାୟିତ୍ୱରେ ଥିବା କର୍ମଚାରୀ ସହଯୋଗ କରୁ ନାହାନ୍ତି। ଟଙ୍କା ପାଇନଥିବା ଆଉ କିଛି ହିତାଧିକାରୀ ପୁଣି ଥରେ ଜନସେବା କେନ୍ଦ୍ର କିମ୍ବା ସାଇବର୍‌ କାଫେରେ ଭିଡ଼ ଜମାଉଛନ୍ତି। ପ୍ରଥମେ ୫୦ ଟଙ୍କା ଦେଇ ଆବେଦନ କରିଥିଲେ, ଏବେ ୨୦୦ ଟଙ୍କା ଗଣୁଛନ୍ତି।
ସୁଭଦ୍ରା ଯୋଜନା ସହ ଜଡିତ ଜଣେ ବୈଷିୟକ ବିଶେଷଜ୍ଞ କହିଛନ୍ତି, ଜଣେ ହିତାଧିକାରୀ ଆବେଦନ କଲେ ତିନିଟି ସ୍ତରରେ ଉକ୍ତ ସୂଚନା ପହଞ୍ଚିବା ଆବଶ୍ୟକ। ଆଧାର, ବ୍ୟାଙ୍କ ଆକାଉଣ୍ଟ ଓ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ମଧ୍ୟରେ ତାଳମେଳ ଅଭାବ ରହିଲେ ଟଙ୍କା ମିଳିବାରେ ସମସ୍ୟା ହେଉଛି। ସେଥିପାଇଁ ଟେକ୍ନିକାଲ ପ୍ରୋବ୍ଲେମ୍‌ ବୋଲି ଦର୍ଶାଉଛି। ବହୁ ଲୋକ ଏକ ସମୟରେ ଆବେଦନ କରୁଥିବାରୁ ତରବରିଆ ଭାବେ ତଥ୍ୟ ଅପଲୋଡ୍‌ କରିଥିଲେ ଏହି ସମସ୍ୟା ହେବ। ଏଥିରେ ଯଦିଓ ଆବେଦନକାରୀଙ୍କର କିଛି ଭୁଲ୍‌ ନାହିଁ, କିନ୍ତୁ ସେମାନେ ସମସ୍ୟାରେ ପଡୁଛନ୍ତି। ଯଦି ହିତାଧିକାରୀଙ୍କୁ ପ୍ରକୃତ ସମସ୍ୟାର ସୂଚନା ଦିଆଯାଆନ୍ତା ତା ହେଲେ କିସ୍ତି ଟଙ୍କା ମିଳିବାରେ ପ୍ରତିବନ୍ଧକ ଦୂର ହୋଇପାରନ୍ତା ବୋଲି କୁହାଯାଇଛି।
ସୁଭଦ୍ରା ଯୋଜନା: ନଭେମ୍ବର ଶେଷ ସପ୍ତାହରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ବର: ନଭେମ୍ବର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ। ଡିସେମ୍ବର ଶେଷ ସୁଦ୍ଧା କୋଟିଏ ୩ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦେବା ଲକ୍ଷ ରଖାଯାଇଛି। ୨ ଲକ୍ଷ ୬୭ ହଜାର ବାଦ ପଡିଥିବା ଆବେଦନର ପୁନର୍ବିଚାର ହେବ। ଏଥିପାଇଁ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱ ତୁଲାଇବେ। ଛୋଟଛୋଟ ଭୁଲ ଯୋଗୁଁ ଅନେକ ବାଦ ପଡିଛନ୍ତି। ୫ ଏକରରୁ ଅଧିକ ଜମି ଓ ସରକାରୀ ଚାକିରି ପାଇଁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ।
ଅଙ୍ଗନବାଡି, ସିଆରପି, ଏମବିକେ ମାନେ ସାମିଲ ହେବା ପାଇଁ ପଦକ୍ଷେପ ନିଆଯାଇଛି। କାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ଜିଲ୍ଲାପାଳ, ତହସିଲଦାର ମାନଙ୍କ ସହ ଆଲୋଚନା ହୋଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତା ୯ରେ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ଟଙ୍କା । ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା ।
ରାଜ୍ୟର ମହିଳାଙ୍କ ପାଇଁ ଓଡିଶାର ନୂଆ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା । ଆଉ ଏଥି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଆଧାର କରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ମିଳିଥିଲା । ହେଲେ ପ୍ରଥମ ପର୍ଯ୍ୟାୟର ୨ୟ କିସ୍ତି ଟଙ୍କା କେବେ ମିଳିବ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏସବୁ ଭିତରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ୨ୟ କିସ୍ତି ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୯ ତାରିଖ ଦିନ ସୁଭଦ୍ରା ଯୋଜନାର ୨ୟ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି।ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।
ଭୁବନେଶ୍ବର: ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ ଆସିଛି। ଏଣିକି ଆଉ ଦରକାର ପଡ଼ିବନି ଓଟିପି। ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କହିବାକୁ ଗଲେ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି ।
‘ସୁଭଦ୍ରା’ ଯୋଜନା ଆବେଦନକାରୀମାନେ ମୋବାଇଲ ନମ୍ବର ଲିଙ୍କ୍‌ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ। ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ। ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ କରି ପାରିବେ।
ସୂଚନା ଅନୁଯାୟୀ, ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ । ୧୭ ତାରିଖ ପରେ ମଧ୍ୟ ଆବେଦନ କରିବେ। ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇବେ।