impose President's rule in Delhi - The Sakala

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିଜେପି କରୁଛି ଷଡଯନ୍ତ୍ର: ଆପ୍‌
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୀର୍ଘ ଦିନ ଧରି ଦିଲ୍ଲୀ ମଦ ଦୁର୍ନୀତି ଓ ଟଙ୍କା ହେରଫେର ମାମଲାରେ ଜେଲରେ ଅଛନ୍ତି । ଏହାରି ମଧ୍ୟରେ ଆପ୍‌ ସରକାରରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ମୁର୍ମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀ କହିଛନ୍ତି ଯେ, ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ବିଜେପି ଷଡଯନ୍ତ୍ର କରୁଛି ।ସେ ବିଜେପିକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ବିଜେପିର କେବଳ ଗୋଟିଏ କାମ ଅଛି । ନିର୍ବାଚିତ ସରକାରକୁ ଭାଙ୍ଗିବା । ଯେଉଁଠାରେ ବିଜେପି ଜିତିବ ନାହିଁ, ସେଠାରେ ସେ ବିଧାୟକ କିଣି ପଛ ଦ୍ୱାର ଦେଇ ସରକାର ଗଠନ କରିବାକୁ ଚେଷ୍ଟା କରିଥାଏ ।

ଏଥିସହିତ ଆତିଶ କହିଛନ୍ତି ଯେ, ବିଜେପି ମଧ୍ୟ ଦିଲ୍ଲୀରେ ସମାନ ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇପାରିଲା ନାହିଁ । ସେ ଆପର ବିଧାୟକଙ୍କୁ କିଣି ସରକାର ଭାଙ୍ଗି ପାରିଲା ନାହିଁ । ତେଣୁ ବର୍ତ୍ତମାନ ସେ ଆଉ ଏକ ଷଡଯନ୍ତ୍ର ଆରମ୍ଭ କରିଛି । ଦିଲ୍ଲୀର ନିର୍ବାଚିତ ସରକାରକୁ ହଟାଇବା ପାଇଁ ଏକ ଷଡଯନ୍ତ୍ର ରଚିଛି ବୋଲି ସେ କହିଛନ୍ତି । ଆତିଶୀ କହିଛନ୍ତି ଯେ, ମୁଁ ବିଜେପିକୁ କହିବାକୁ ଚାହେଁ ଯେ ଦିଲ୍ଲୀର ଲୋକମାନେ ସବୁକିଛି ଦେଖୁଛନ୍ତି । ଲୋକମାନେ ଜାଣନ୍ତି ଯେ ଯଦି କେହି ସେମାନଙ୍କ ପାଇଁ କାମ କରନ୍ତି, ତେବେ ସେ ହେଉଛନ୍ତି କେବଳ ଅରବିନ୍ଦ କେଜ୍ରିୱାଲ । ଯଦି ବିଜେପି ଷଡଯନ୍ତ୍ର କରି ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗିବ, ତେବେ ଆଗାମୀ ନିର୍ବାଚନରେ ​​ଦିଲ୍ଲୀବାସୀ ସେମାନଙ୍କୁ ଉଚିତ୍ ଜବାବ ଦେବେ ।