Jollywood - The Sakala

୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ, ଦର୍ଶକ ଉତ୍ସାହିତ
ଯାଜପୁର: ଯାତ୍ରା ପେଣ୍ଡାଲକୁ ଫେରିଲେ ପୀୟୂଷ ତ୍ରିପାଠୀ । ପ୍ରାୟ ୬ ମାସ ପରେ ମଞ୍ଚକୁ ଚଢିଲେ ଲୋକପ୍ରିୟ ଯାତ୍ରା କଳାକାର ତଥା ଜଲିଉଡ୍ ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। ବାଦ ବିବାଦ ପରେ ପ୍ରଥମ ଥର ଯାତ୍ରା ମଞ୍ଚରେ ପୀୟୂଷଙ୍କୁ ଦେଖିବାକୁ ମିଳିଛି । ଯାତ୍ରା ସିଂହ ବାହିନୀ ତରଫରୁ ଗତକାଲି ମଞ୍ଚସ୍ଥ ହୋଇଥିବା 'ତୁ ମୋ ବଜରଂଗୀ' ନାଟକରେ ପୀୟୁଷ ମଞ୍ଚ ଚଢ଼ିଛନ୍ତି। ଯାଜପୁର ଚଣ୍ଡିଖୋଲରେ ଯାତ୍ରା ଆୟୋଜିତ ହୋଇଥିବାବେଳେ ଦମଦାର ଏଣ୍ଟ୍ରି କରିଥିଲେ ପୀୟୂଷ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକଙ୍କ ଭିତରେ ମଞ୍ଚରେ ନିଜର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ ପୀୟୂଷ।

ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ
ଭୁବନେଶ୍ୱର: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥ l ଆଜି ଭୋର ସାଢେ ୪ଟାରୁ ୫ଟା ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି l ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି l

ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ l ଜଣେ ଉଚ୍ଚକୋଟୀର କଳାକାର ଥିଲେ ସେ l ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ l ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ରାଜ କରି ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି l ଅନେକ ଅପେରା ପାର୍ଟିରେ କାମ କରିଛନ୍ତି l ତାଙ୍କର ଅଭିନୟରେ ଦର୍ଶକ କାନ୍ଦିଛନ୍ତି, ହସିଛନ୍ତି, ଭାବବିହ୍ୱଳ ହୋଇଛନ୍ତି, ପ୍ରେମରେ ପଡିଛନ୍ତି ଆଉ ଭିଜିଛନ୍ତି ଏବଂ ମଜିଛନ୍ତି l ଯାତ୍ରାରେ ଦୀର୍ଘ ୪୯ ବର୍ଷର ଯାତ୍ରାରେ ସେ ସାଉଁଟିଛନ୍ତି ଭିନ୍ନ ଭିନ୍ନ ପରିଚୟ। କିଏ କହେ ତାଙ୍କୁ ମାମା ବା ମାମୁଁ ତ ଆଉ କିଏ କହେ ସେ ଯାତ୍ରା ଗଜତର ବାପା। ତାରାପୁର ଅପେରାରୁ ଆରମ୍ଭ ହୋଇ‌ଥିବା ଦେବୀ ରଥଙ୍କ ଯାତ୍ରା କ୍ୟାରିୟର ଯବନିକା ପଡ଼ିଥିଲା ପାର୍ବତୀ ଗଣନାଟ୍ୟର ନାଟକ 'ଠକିଦେଲ ବନ୍ଧୁ ଠିକଣା ବେଳେ' ନାଟକରେ।

ସେ ଅଭିନୟ କରିଥିବା ଯାତ୍ରା ନାଟକ ଗୁଡ଼ିକ ମଧ୍ୟରେ, ଚାର୍‌ ଶୋ ବିସ୍, ଗରୀବ କାନ୍ଦେ କାହିଁକି, ମହାଦେବ ବେଢ଼ା ବଉଦ ବେଦୀ, ପାଇକ ପୁଅ ଦଳବେହେରା, ପ୍ରେମ ସମାଧିରେ ବିବାହ ବେଦୀ, ମୁଣ୍ଡରେ ଥୋଇଛି ପାଦର ଜୋତା, ପଣତକାନି ଭଳି ଅନେକ ଲୋକପ୍ରିୟ ନାଟକ ଦେବୀ ରଥର ଜ୍ବଳନ୍ତ ଅଭିନୟର ପ୍ରମାଣ ଦେଇଛି।

କରୋନାରେ ଲୋକପ୍ରିୟ ଯାତ୍ରା ହାସ୍ଯ ଅଭିନେତା ଜଗା ରାଉତଙ୍କ ପରଲୋକ
ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ତଥା ବରିଷ୍ଠ ହାସ୍ଯ ଅଭିନେତା ଜଗା ରାଉତଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା

ସେ ଯାତ୍ରା ଜଗତର ଜଣେ ଆଗ ଧାଡିର କମେଡିଆନ ଥିଲେ। ସାତ ସଙ୍ଖ, କୋଣାର୍କ ଓ କଳିଙ୍ଗ ଗଣନାଟ୍ୟରେ ସେ କାମ କରିଛନ୍ତି। ଯାତ୍ରା ଜଗତରେ ତାଙ୍କର ଦୀର୍ଘ ୬୨ ବର୍ଷର ଅବଦାନ ରହିଛି। ତାଙ୍କୁ ସମସ୍ତେ ସ୍ନେହରେ ଜଗା ମଉସା ବୋଲି ଡାକୁଥିଲେ।

ଜଗା ରାଉତ ଯାତ୍ରା ଦର୍ଶକଙ୍କ ମଧ୍ୟରେ ଏକ ପରିଚିତ ନାଁ ଥିଲେ। ଜିଭ ଅଗରେ ଅସଜଡ଼ କଥା କହି ହସିହସି ବେଦମ କରାଉଥିଲେ ଜଗା ମଉସା। ଦିନେ ଯାତ୍ରା ପାଇଁ ଜଗାଙ୍କୁ ଛାଡ଼ିବାକୁ ପଡ଼ିଥିଲା ନିଜ ପୈତୃକ ଘର। ଯାତ୍ରାରେ ଅଭିନୟର ନିଶା ଏତେ ଘାରିଲା ଯେ ସବୁ କିଛି ଛାଡ଼ି ପଳାଇ ଆସିଥିଲେ। ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ। ସଂପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ ।