Mobile Spoofing - The Sakala
ଭୁବନେଶ୍ବର: ସାଇବର ଅପରାଧୀଙ୍କ ନୂଆ ତରିକା । ମୋବାଇଲ ସ୍ପୁଫିଂ। ଅର୍ଥାତ ମୋବାଇଲ ଧୋକାବାଜି । ଯେଉଁଥିରେ ଆପଣଙ୍କ ମୋବାଇଲରୁ କଲ ଯାଇ ଅପରାଧ ଘଟିଥିବ କିନ୍ତୁ ଆପଣ ଜାଣି ନଥିବେ । ଆପଣ ଘରେ ବସିଥିବେ, ଆଉଟ ଗୋଇଂ କଲ୍ କରି ନଥିବେ । ଅଥଚ ଆପଣ ବିମାନ ଭିତରେ ବମ୍ ରଖିଥିବା ନେଇ ଧରାପଡ଼ିବେ । ପୋଲିସ ଆସି ଆପଣଙ୍କୁ ବାନ୍ଧିବ । ଆଉ ଆପଣଙ୍କ ନାଁରେ ଯୋଡ଼ି ହୋଇଯିବ ଆତଙ୍କବାଦୀ ଟ୍ୟାଗ୍ । ରାତି ପାହିଲାବେଳକୁ ଆପଣଙ୍କୁ ଆସିବ ଶହ ଶହ ଅଫିସ, କଚେରୀ ଓ ବଡ଼ ବଡ଼ ଲୋକଙ୍କ କଲ୍ । ଯାହାଙ୍କୁ କେବେ ବି ଆପଣ ଯୋଗାଯୋଗ କରି ନଥିବେ । ଏପରି ହେଲେ ଜାଣିବେ ଯେ, ଆପଣଙ୍କ ହ୍ବାଟସ୍ଆପ୍ ହାଇଜାକ ହେବା ସହ ଆପଣ ମୋବାଇଲ ସ୍ପୁଫିଂର ଶିକାର ହୋଇଛନ୍ତି ।
ଆଜିକାଲି ସାଇବର ଅପରାଧୀ ଆପଣଙ୍କ ମୋବାଇଲ ସିମ୍କୁ କ୍ଲୋନିଂ କରି ହ୍ବାଟ୍ସଆପ ହାଇଜାକ କରିଦେଉଛନ୍ତି । ଏପରିକି ଆପଣଙ୍କ ସ୍ବରକୁ କ୍ଲୋନିଂ କରି ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି । ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନଥିବେ । ଯାହାକୁ ମୋବାଇଲ ସ୍ପୁଫିଂ ବୋଲି ନାମକରଣ କରାଯାଇଛି । ଅର୍ଥାତ ମୋବାଇଲ ଧୋକାବାଜି । କ’ଣ ଏହି ଧୋକାବାଜି ଜାଣନ୍ତୁ ଏହି ରିପୋର୍ଟରୁ ।
ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ୍ ଆପଣଙ୍କ ପାଖରେ ଥିଲେ ବି ଅତି ସହଜରେ ସାଇବର ଅପରାଧୀ କ୍ଲୋନିଂ କରି ତାକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏପରି କି ଆପଣଙ୍କ ସ୍ବର ବି କ୍ଲୋନିଂହେଉଛି । ସାଇବର ଅପରାଧର ନୂଆ ଗବେଷଣାରୁ ଜଣାପଡ଼ିଛି । ଫ୍ରିରେ ଏପରି ବହୁତ ଆପ୍ ସାଇବର ଅପରାଧୀ ଇଣ୍ଟରନେଟରେ ଛାଡ଼ୁଛନ୍ତି । କେତେବେଳେ ଆପଣଙ୍କ ମୋବାଇଲ ଆପ୍ ଅପଡେଟ୍ କଲା ବେଳେ ଅଟୋ ଡାଉନଲୋଡ ହେଉଯାଉଛି ନଚେତ୍ କିଛି ଦରକାରୀ ଆପ୍ ବ୍ୟବହାର ଯୋଗ୍ୟ ବୋଲି ଭାବି ଆପଣ ଡାଉନଲୋଡ କରୁଛନ୍ତି । ଉଭୟ କ୍ଷେତ୍ରରେ ଆପଣ ବିପଦକୁ ଡାକୁଛନ୍ତି । ଏପରି କି ମୋବାଇଲ ନମ୍ବର ଓ ସିମ୍କୁ କ୍ଲୋନିଂ କରିବା ପରେ ଆପଣଙ୍କ ଇ-ମେଲ୍କୁ ଅତି ସହଜରେ ଆକସେସ୍ କରିପାରୁଛନ୍ତି ସାଇବର ଅପରାଧୀ । ଏପରି ଜଣାପଡ଼ିଲେ ତୁରନ୍ତୁ ସାଇବର ଅପରାଧୀ ନିୟନ୍ତ୍ରଣ କେନ୍ଦ୍ରକୁ ଜଣାଇବାକୁ ପରାମର୍ଶ ।
କେବଳ ସିମ୍ କ୍ଲୋନିଂ ହେଉନି । ସ୍ବରକୁ ବି ଅତି ସହଜରେ କ୍ଲୋନିଂ କରି ଦେଉଛନ୍ତି ସାଇବର ଅପରାଧୀ । ଯାହା କି ଆପଣ କେବେ ବି କଳ୍ପନା କରି ନଥିବେ । ବିଦେଶରେ ଯଦି କେହି ଆପଣଙ୍କ ଆତ୍ମୀୟ ଅଛନ୍ତି ତା’ହେଲେ ତାଙ୍କ ଟୋନରେ ଆପଣଙ୍କୁ ଯୋଗାଯୋଗ କରି ମୋଟା ଅର୍ଥ ଅତି ସହଜରେ ଠକି ନେଉଛନ୍ତି ସାଇବର ଲୁଟେରା ।
ପୂର୍ବତନ ପୋଲିସ ପ୍ରଶାସକଙ୍କ ମତରେ ଏପରି ଘଟଣା କାହା ସହିତ ବି ଘଟିପାରେ । ଯଦି କେହି ବି ୧୯୩୦ ବିଷୟରେ ଜାଣିନାହାନ୍ତି ତା’ହେଲେ ତାଙ୍କ ସହ ଏପରି ଘଟିଲେ ସ୍ଥାନୀୟ ଥାନା ବା ଫାଣ୍ଡିରେ ନିଜ ମୋବାଇଲ ନମ୍ବରଟି ଦେଇ ଗୋଟିଏ ଅଭିଯୋଗ ପତ୍ର ଦେଇପାରିବେ । ଏପରି କଲେ ନିଜକୁ ଆଇନର ଫାଶରୁ ମୁକୁଳାଇ ହେବ । ଡେରି କଲେ ଭୟଙ୍କର ହେବ ପରିଣତି ।
ବିଶେଷଜ୍ଞଙ୍କ ମତରେ ପ୍ଲେଷ୍ଟୋରରେ ମିଳୁଥିବା ଫ୍ରି-ଆପ୍କୁ ଡାଉନଲୋଡ କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପ୍ ବିକଶିତ କରିଥିବା କମ୍ପାନୀ ଉପରେ ସନ୍ଦେହ ହେଉଛି ତା’ହେଲେ ତାକୁ ଆଦୌ ଡାଉନଲୋଡ କରନ୍ତୁନି । ଡିଜିଟାଲ ବିପ୍ଳବକୁ ରୋକି ହେବନି । କିନ୍ତୁ ସତର୍କ ନ ରହିଲେ ବିନା ଦୋଷରେ ଜେଲ୍ ଯିବା ସାର ହେବ ।