Waqf Bill - The Sakala

ୱାକଫ୍ ସଂଶୋଧିତ ବିଲ୍‌ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର, ଆଇନ୍‌ରେ ପରିଣତ ହେଲା ବିଲ୍‌
ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ୱାକଫ୍ ବିଲ୍‌ । ୱାକଫ ସଂଶୋଧିତ ବିଲ୍‌ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ମୋହର ପରେ ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଛି । ବିଲ୍‌ ୱାକଫ୍ (ସଂଶୋଧିତ) ଆକ୍ଟ-୨୦୨୫ରେ ପରିଣତ । ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ୱାକଫ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ ।

ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍‌କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ ।

ଅନ୍ୟପଟେ ଏହି ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି

ରାଜ୍ୟସଭାରେ ୱାକଫ୍ ବିଲ୍ ପାରିତ: ସପକ୍ଷରେ ପଡିଲା ୧୨୮ଭୋଟ୍‌, ବିପକ୍ଷରେ ୯୫ ଭୋଟ୍‌
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁେମାଦନ କରିଛି । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ । ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଦୀର୍ଘ ସମୟ ଧରି ଆଲୋଚନା ପରେ ଗତକାଲି ରାତିର ତୃତୀୟ ପ୍ରହରରେ ବିଲ୍‌ ଉପରେ ମତଦାନ କରାଯାଇଥିଲା । ବିଲ୍ ସପକ୍ଷରେ ୧୨୮ ସାଂସଦ ମତଦାନ କରିଥିବା ବେଳେ ୯୫ ସାଂସଦ ଏହାର ବିରୋଧ କରିଥିଲେ ।

ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇଥିବା ବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ରାଜ୍ୟସଭାରେ ବିଲ୍ ଆଗତ କରିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆେଲାଚନାର ଉତ୍ତର ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ ସଂଶୋଧିତ ୱାକଫ୍ ଆଇନ ମୁସଲମାନଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ବିରୋଧୀ ଦଳ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୁସଲିମ ସଂପ୍ରଦାୟର ସ୍ବାର୍ଥର ସୁରକ୍ଷା ସହିତ ମୁସଲିମ ମହିଳା ସଶକ୍ତୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେ କହିଲେ ଯେ ୱାକଫ୍ ସଂପତ୍ତିର ସୁପରିଚାଳନା ଲାଗି ୱାକଫ ବୋର୍ଡ ଓ ପରିଷଦରେ ଅଣ ମୁସଲିମଙ୍କୁ ସଭ୍ୟ ରଖାଯାଇଛି । ବୋର୍ଡ/ପରିଷଦରେ ଏମାନଙ୍କ ସଂଖ୍ୟା ସୀମିିତ ରହିବ । ଅଧିକାଂଶ ସଭ୍ୟ ମୁସଲିମ ସଂପ୍ରଦାୟରୁ ହିଁ ରହିବେ । ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରାଯିବାର ପ୍ରଶ୍ନ ଉଠୁନାହିଁ ।

କିନ୍ତୁ ସରକାରଙ୍କ ଯୁକ୍ତି ସହ ସହମତ ହୋଇନାହାନ୍ତି ବିରୋଧୀ । ବିଲ୍‌ର ଜୋରଦାର ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ କହିଥିେଲ ଯେ ସମାଜରେ ବିଭାଜନ ସୃଷ୍ଟି କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । ଏହାଦ୍ବାରା ମୁସଲମାନଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେବ । ଅନେକ ବିରୋଧୀ ସଭ୍ୟ କଳାବ୍ୟାଜ୍ ପିନ୍ଧି ବିଲକୁ ବିରୋଧ କରିଥିଲେ । ମୁସଲିମ ଲିଗ୍ ଏବଂ ଏଲଡିଏଫ୍ ସାଂସଦ ଅଭିଯୋଗ କରିଥିଲେ ଯେ ମୁସଲମାନଙ୍କୁ ଅପମାନିତ କରିବା ସହିତ ଧର୍ମ ଭିତ୍ତିରେ ବିଭାଜନ ସୃଷ୍ଟି କରିବାକୁ ସରକାର ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ସଂଖ୍ୟାଲଘୁ ସଂପ୍ରଦାୟକୁ ହଇରାଣ କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । କଂଗ୍ରେସ ସାଂସଦ ସୟଦ ନସିର ହୁସେନ କହିଥିଲେ ଯେ ଏହି ବିଲ ହେଉଛି ଅସାମ୍ବିଧାନିକ ଏବଂ ଏହା ଜରିଆରେ ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି । ତୃଣମୂଳ କଂଗ୍ରେସ, ଡିଏମକେ, ଆରଜେଡି ଏବଂ ଆପ୍ ସାଂସଦ ମଧ୍ୟ ବିଲ୍‌ର ବିରୋଧ କରିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ଅଧ୍ୟକ୍ଷ ତଥା ଗୃହର ନେତା ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ କ୍ଷମତାରେ ଥିବା ବେଳେ କଂଗ୍ରେସ ମୁସଲମାନଙ୍କର କ୍ଷତି କରିଛି । ଏହା ମୁସଲିମ ମହିଳାଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ କରିଦେଇଥିଲା । ମୁସଲିମ ମହିଳା ସଶକ୍ତୀକରଣ ହେଉଛି ବିଲର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ସେ କହିଲେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହା ଜରୁରି ଥିଲା ।

ଅନ୍ୟପକ୍ଷରେ ବିଜେପିର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିବାରୁ ଦଳ ଭିତରେ ବିଦ୍ରୋହ ଦେଖାଦେଇଛି । ଜେଡିୟୁ ନିଷ୍ପତ୍ତିର ପ୍ରତିବାଦ ଜଣାଇ ଆଜି ଦୁଇ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ସେହିଭଳି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ୱାକଫ୍ ବିଲକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କୁ ସମର୍ଥନ ଜଣାଇଛି ବିଜେପିର ଅନ୍ୟତମ ସହଯୋଗୀ ଆନ୍ନାଡିଏମ୍‌କେ । ୱାକଫ ବିଲକୁ ପ୍ରତ୍ୟାହାର କରିବା ପାଇଁ ଏହି ଦଳ ଦାବି କରିଛି ।

ସୂଚନାଯୋଗ୍ୟ ଯେ ଗତକାଲି ଲୋକସଭାରେ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଛି । ସରକାରୀ ମେଣ୍ଟ ଏନ୍‌ଡିଏ ପାଖରେ ବିଲ୍ ପାସ୍ କରାଇବାକୁ ଆବଶ୍ୟକ ସଂଖ୍ୟା ରହିଥିଲା । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍‌ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ଏନଡିଏ ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ । ଏନ୍‌ଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ୍ ସଭ୍ୟ (୧୧୭) ଥିବା ବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍‌ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି । ମେଣ୍ଟରେ ବିଜେପିର ୯୮ ସଭ୍ୟ ଥିବା ବେଳେ ଜେଡିୟୁର ୪, ଏନ୍‌ସିପିର ୩, ଟିଡିପିର ୨, ଅନ୍ୟ ଦଳର ୧୦ ସଭ୍ୟ ଅଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଶିବିରରେ ମାତ୍ର ୮୮ ସଭ୍ୟ ରହିଛନ୍ତି । ଏଥିରେ କଂଗ୍ରେସର ୨୭,ଟିଏମସିର ୧୩, ଡିଏମ୍‌କେର ୧୦ ଓ ଆପ୍‌ର ୧୦ ସାଂସଦ ଅଛନ୍ତି । ୨୩ ଜଣ ସାଂସଦ ନିରପେକ୍ଷ ରହିଛନ୍ତି । ସେମାନେ ସରକାର କିମ୍ବା ବିରୋଧୀ ଶିବିରରେ ନାହାନ୍ତି ।

ୱାକ୍‌ଫ ସଂଶୋଧନ ବିଲ୍: ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜେଡି
ଭୁବନେଶ୍ବର: ୱାକଫ ବିଲ ନେଇ ରାଜ୍ୟସଭାରେ ହୁଇପ ଜାରି କରି ନାହିଁ ବିଜୁ ଜନତା ଦଳ । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, ଧର୍ମନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ ନୀତିକୁ ବିଜୁ ଜନତା ଦଳ ଗୁରୁତ୍ବ ଦେଉଛି । ସମସ୍ତ ସମ୍ପ୍ରଦାୟର ଅଧିକାରର ସୁରକ୍ଷାକୁ ଦଳ ପ୍ରାଧାନ୍ୟ ଦେଉଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ଦଳ ସର୍ବଦା ସମ୍ମାନ ଦେଇଥାଏ ।

ୱାକଫ ସଂଶୋଧନ ବିଲ-୨୦୨୪ ପ୍ରସଙ୍ଗରେ ସେ କହିଛନ୍ତି, ଏହି ସବୁ ବିଷୟକୁ ଗୁରୁତ୍ବର ସହ ବିଚାର କରି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ ସମ୍ପ୍ରଦାୟକୁ ନ୍ୟାୟ, ସଂହତି ଓ ଅଧିକାର ପ୍ରସଙ୍ଗରେ ଦଳର ରାଜ୍ୟସଭା ସାଂସଦମାନଙ୍କ ଦାୟିତ୍ବବୋଧ ଓ ଅନ୍ତର ଅଭିବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ବିଲ୍ ପ୍ରସଙ୍ଗରେ ଭୋଟ ନେଇ ଦଳ ପକ୍ଷରୁ ହୁଇପ ଜାରି କରାଯାଇନାହିଁ ।

ସଂସଦରେ ୱାକଫ ବିଲକୁ ଦୃଢ ବିରୋଧ କରିବ ବିଜେଡି: ନବୀନ ପଟ୍ଟନାୟକ
ଭୁବନେଶ୍ବର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ୱାକଫ ବିଲ ଆଣିବାକୁ ଏନଡିଏ ସରକାର ଉଦ୍ୟମ କରୁଛନ୍ତି । ହେଲେ ସଂସଦରେ ବିଲକୁ ବିଜେଡି କରିବ ବିରୋଧ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି । ବିଜେଡି ସଂଖ୍ୟଲଘୁ ସେଲ ବୈଠକରେ ଯୋଗଦେଇ ନବୀନ କହିଛନ୍ତି, ଏ ଦେଶ ଆମର, ଏ ମାଟି ଆମର । ଏ ଭାବନା ନେଇ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ହେବ । ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପଡିବ । କାର୍ଯ୍ୟକ୍ରମରେ ବୌଦ୍ଧ, ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ମିଛ କହି ଲୋକଙ୍କୁ ଭୁଆଁ ବୁଲାଇ ବିଜେପି ସରକାରକୁ ଆସିଛି । ବିଜେଡି ସବୁବେଳେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ବର୍ତ୍ତମାନର ସରକାର ଯେଉଁଭଳି ମନୋଭାବ ରଖୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଭାରତରେ ସବୁ ଧର୍ମର ଲୋକଙ୍କ ଅଧିକାର ରହିଥିବା ବେଳେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ସେ କହିଛନ୍ତି, ପ୍ରାର୍ଥନା ବେଳେ ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ। ଏହା କି ପ୍ରକାର ମାନସିକତା ? ବିଜୁ ବାବୁଙ୍କ ସମୟରୁ ଧର୍ମ ନିରପେକ୍ଷତାକୁ ବିଜେଡି ସମର୍ଥନ କରିଆସିଛି । ଓଡ଼ିଶାରେ ଶାନ୍ତିର ବାତାବରଣକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ସଂଖ୍ୟାଲଘୁ ସେଲର ସଦସ୍ଯମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ୍ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଦଳର ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା, ସାଙ୍ଗଠନିକ ପ୍ରସଙ୍ଗ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିବା ସହ ଆଗକୁ ଲୋକଙ୍କ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।