eKYC - The Sakala
E-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର : ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ। E-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ । କେନ୍ଦ୍ର ସରକାର E-KYC ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ଏବେବି କେଓ୍ୱାଇସି କରି ନ ଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରି ଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ। ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ। ଯଦି କିଏ ବାଦ୍‌ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ।
ସୂଚନାଯୋଗ୍ୟ ଯେ,  ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉ ଥରେ କେଓ୍ୱାଇସି କରିବା ବାଧ୍ୟତାମୂଳକ ଥିଲା । ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନ ଥିଲା E-KYC।
ଭୁବନେଶ୍ୱର: ନୋଟ୍‌ବନ୍ଦୀ ବା ବିମୁଦ୍ରାୟନ ସମୟରେ ବ୍ୟାଙ୍କ ଓ ଏଟିଏମ୍‌ ସାମନାରେ ଲାଗିଥିବା ଧାଡ଼ି ପୁଣି ଥରେ ରାଜ୍ୟକୁ ଫେରିଛ॥ ଏବେ ଟଙ୍କା ପାଇଁ ନୁହେଁ, ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆଶାୟୀ ମହିଳା ଖରା ବର୍ଷାରେ ବ୍ୟାଙ୍କ, ଆଧାର କାର୍ଡ ସଂଶୋଧନ କେନ୍ଦ୍ର ସମ୍ମୁଖରେ ଧାଡ଼ି ଲଗାଇଛନ୍ତି। ଅନ୍ୟପକ୍ଷରେ ରେସନ କାର୍ଡ ବଞ୍ଚାଇବା ପାଇଁ ଇ-କେୱାଇସି ପୂରଣ ଲାଗି ହିତାଧିକାରୀ ସରକାରୀ ବଣ୍ଟନ କେନ୍ଦ୍ର, ପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ର ଆଗରେ ଘଣ୍ଟାଘଣ୍ଟା ଧରି ପ୍ରତୀକ୍ଷା କରୁଛନ୍ତି। ସାରା ରାଜ୍ୟରେ ଏଭଳି ଅବସ୍ଥା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ପାଇଁ ଶକ୍ତ ଧକ୍କା ହୋଇଛି। ସମଗ୍ର ଦେଶରେ ଏବେ ସରକାରୀ ଯୋଜନାକୁ ଅନଲାଇନ୍‌ କରାଯାଉଛି। ଡିବିଟି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ମାତ୍ର ଓଡ଼ିଶା ସରକାର ଦୁଇଟି ବଡ଼ ଯୋଜନାରେ ଅଫଲାଇନ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟରେ ବିଜେପି ସରକାର ଗଠନ ପରେ ସବୁଠୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୪ ତାରିଖରୁ ଯୋଗ୍ୟ ହିତାଧିକାରୀଙ୍କଠାରୁ ଆବେଦନ ଫର୍ମ ଗ୍ରହଣ ଆରମ୍ଭ ହୋଇଛି। ତେବେ ଏହି ଆବେଦନ ପ୍ରକ୍ରିୟାରେ ବହୁ ଜଟିଳ ବ୍ୟବସ୍ଥାକୁ ଖଞ୍ଜି ଦିଆଯାଇଥିବାରୁ ଆଶାୟୀ ମହିଳା ସବୁ କାମ ଦାମ ଛାଡ଼ି ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ୍‌ ସାମନାରେ ଦିନ ତମାମ ଧାଡ଼ିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟତଃ ରାଜ୍ୟ ସରକାର ଏହି ଯୋଜନା ପାଇଁ ଆଧାର କାର୍ଡକୁ ଗୁରୁତ୍ୱ ଦେଇଛନ୍ତି। ଯୋଜନାରେ ଲାଭ ପାଇବାକୁ ହେଲେ ହିତାଧିକାରୀଙ୍କର ଆଧାର କାର୍ଡ ସହିତ ମୋବାଇଲ୍‌ ନମ୍ବର ସଂଯୋଗ ଓ ଆଧାର କାର୍ଡ ଆଧାରିତ ଆକାଉଣ୍ଟ ନମ୍ବର ଥିବା ବାଧ୍ୟତାମୂଳକ କରାଯାଇଛି। ମାତ୍ର ଗାଁ ଗହଳିର ଲୋକମାନେ ପୂର୍ବରୁ ଏହି ବ୍ୟବସ୍ଥା ସହିତ ଜଡ଼ିତ ନ ଥିବା ବେଳେ ଅଧିକାଂଶ ମହିଳାଙ୍କର ଆଧାରକାର୍ଡ ସହିତ ଫୋନ୍‌ ନମ୍ବର ସଂଯୋଗ ନାହିଁ। ସେହିପରି ଆଧାର କାର୍ଡରେ ନାମଠାରୁ ଆରମ୍ଭ କରି ବୟସ ଆଦିକୁ ନେଇ ତ୍ରୁଟି ରହିଛି। ଏହି ସମସ୍ୟା ଯୋଗୁଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଯୋଜନାରୁ ବାଦ୍‌ ପଡ଼ିଯିବାର ଭୟ ରହିଛି। ଯାହାଫଳରେ ଏବେ ମହିଳାମାନେ ନିଜର ଆଧାର କାର୍ଡରେ ସଂଶୋଧନ ସହ ମୋବାଇଲ୍‌ ନମ୍ବର ଲିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ପୋଷ୍ଟ ଅଫିସ୍‌ ଓ ଆଧାର କେନ୍ଦ୍ର ଆଦିରେ ଲମ୍ବା ଭିଡ଼ ଦେଖିବାକୁ ମିଳୁଛି। ଭୋରରୁ ମହିଳାମାନେ ସୋର ପୋଷ୍ଟ ଅଫିସ ସାମନାରେ ଧାଡ଼ି ଲଗାଇ ଠିଆ ହୋଇଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳା ଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଛି।  ଏଠାରେ ପୁଲିସ ମୁତୟନ କରାଯାଇଥିଲା । କେବଳ ସୋର ନୁହେଁ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ।
ରାସନକାର୍ଡ ଇ-କେୱାଇସି କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ସରକାର ରାସନକାର୍ଡରେ ଥିବା ପ୍ରତି ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଲୋକେମାନେ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଟିପ ଚିହ୍ନ ସହ ରେଟିନା ସ୍କାନିଂ ଓ ଆଧାର ସଂଯୋଗ ପାଇଁ ଧାଡ଼ି ବାନ୍ଧିଛନ୍ତି। ଏମିତି କି ରାଜ୍ୟ ବାହାରେ ଥିବା ଲୋକମାନେ ମଧ୍ୟ ଏହି କାର୍ଯ୍ୟ ପାଇଁ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ତେବେ ଏସବୁ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ଅତି ସହଜରେ ହେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାର କାହିଁକି ଲୋକମାନଙ୍କୁ ଧାଡ଼ିରେ ଠିଆ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ସୁଭଦ୍ରା ଯୋଜନାରେ ମହିଳାମାନେ ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରରୁ ଫର୍ମ ଆଣି ଏହାକୁ ମାନୁଆଲ୍‌ ଭାବେ ପୂରଣ କରୁଛନ୍ତି। ପୁଣି ଥରେ ଜନସେବା କେନ୍ଦ୍ରକୁ ଯାଇ ସେଠାରେ ଧାଡ଼ିରେ ରହି ଆବେଦନ କରୁଛନ୍ତି। ଏଭଳି ଗୋଲକ ଧନ୍ଦା ସହିତ ଅନେକ ସ୍ଥାନରେ ମହିଳାମାନେ ଦିନ ଦିନ ଧାଡ଼ିରେ ଠିଆ ହେବା ପରେ ମଧ୍ୟ ସେମାନଙ୍କ କାର୍ଯ୍ୟ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। କିଛି ସ୍ଥାନରେ ମେସିନ୍‌ ଖରାପ ହେବା ସହିତ କିଛି ସ୍ଥାନରେ ସର୍ଭର ଡାଉନ୍‌ ସମସ୍ୟା ମହିଳାଙ୍କ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି।