New ration card - The Sakala
ରାସନ କାର୍ଡକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା, ଖୁବ୍‌ଶୀଘ୍ର ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର : କୌଣସି ଗରିବ ଲୋକର ରାସନ କାର୍ଡ କଟିବ ନାହିଁ। ମାସିକ ଆୟ ୧୫ ହଜାର ଟଙ୍କା ନିୟମ ମଧ୍ୟ ଲାଗୁ ହେବ ନାହିଁ। କେବଳ ଥିଲାବାଲା ଏବଂ ସରକାରୀ ଚାକିରିଆଙ୍କ କାର୍ଡ କଟିବ। ସମସ୍ତ ନୂଆ ଆବେଦନକାରୀଙ୍କୁ ଶୀଘ୍ର ରାସନ୍‌ କାର୍ଡ ବଣ୍ଟନ ଆରମ୍ଭ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଗତକାଲି ବିଧାନସଭାରେ ବଜେଟ ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଗତ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ପ୍ରାୟ ୩ କୋଟି ୨ ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଶେଷ ହୋଇଛି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ମିଶାଇ ୯୧% ଇ-କେୱାଇସି ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ହଜାର ଅଯୋଗ୍ୟ ରାସନ୍‌ କାର୍ଡ କଟାଯାଇ ସେହି ପରିବାରର ୯୧ ହଜାର ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ନେଟ୍‌ୱାର୍କ ନଥିବା ଗ୍ରାମ ନିକଟସ୍ଥ ଅଞ୍ଚଳରେ ସ୍ୱତନ୍ତ୍ର କ୍ୟାମ୍ପ୍‌ ହେଉଛି। ବିଭାଗର ପୋର୍ଟାଲରେ ୧୩ ଲକ୍ଷରୁ ଅଧିକ ସଦସ୍ୟ ଥିବା ୬ ଲକ୍ଷ ୮୫ ହଜାର ରାସନ କାର୍ଡ ପାଇଁ ଆବେଦନ ହୋଇଛି। ଏଗୁଡ଼ିକର ଯାଞ୍ଚ ପାଇଁ ପ୍ରକ୍ରିୟା ଚାଲିଛି ଏବଂ ଶୀଘ୍ର ନୂଆ କାର୍ଡ ବଣ୍ଟନ ହେବ।
ମନ୍ତ୍ରୀ କହିଥିଲେ ଯେ ଧାନ କିଣାରେ କିଛି ସମସ୍ୟା ନାହିଁ। ଆଜି ବି ଚାଷୀଙ୍କ ଠାରୁ ଧାନ କିଣା ହୋଇଛି। କଟନୀ ଛଟନୀ ହୋଇଛି ସତ, କିନ୍ତୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଚଳିତବର୍ଷ ଆମେ ପୂର୍ବାପେକ୍ଷା ୨୬% ଅଧିକ ଧାନକ୍ରୟ କରିଛୁ। ପାଇଲଟ୍‌ ପ୍ରକଳ୍ପ ଭାବେ ବିଏମ୍‌ସି ଅଞ୍ଚଳରେ ରାସନ ଦୋକାନଗୁଡ଼ିକୁ ଜନ ପୋଷଣ କେନ୍ଦ୍ରରେ ରୂପାନ୍ତରିତ କରାଯିବ। ରାଜ୍ୟ ଉପଭୋକ୍ତା ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଆଲୋଚନା ପରେ ବାଚନିକ ଭୋଟ ମାଧ୍ୟମରେ ଖର୍ଚ୍ଚ ଦାବି ପାରିତ ହୋଇଥିଲା।
ଭୁବନେଶ୍ବର : ରାଜ୍ୟର ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ୨୨ ଅଗଷ୍ଟରୁ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ଚାଲିଛି, ଯାହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ତେବେ ଓଡ଼ିଶା ଛାଡି ବାହାରେ ଥିବା ପ୍ରବାସୀମାନେ କାମଧନ୍ଦା ଛାଡି ଇ-କେୱାଇସି ପାଇଁ ଓଡ଼ିଶା ଫେରିବା ପସଙ୍ଗକୁ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପ୍ରବାସୀମାନେ ଯେଉଁଠାରେ ଅଛନ୍ତି ସେଠାରେ ଇ-KYC କରିପାରିବେ। ଓଡ଼ିଶା ଆସିବା ଦରକାର ନାହିଁ, ସେମାନେ ଯେଉଁଠି ଅଛନ୍ତି ସେଇଠି ଇ-କେୱାଇସି କରିପାରିବେ। ଯେଉଁଠି ଚାହିଁବେ ନିକଟସ୍ଥ କମନ୍‌ ସର୍ଭିସ ସେଣ୍ଟରକୁ ଯାଇ ମେସିନରେ ଫିଙ୍ଗରପ୍ରିଣ୍ଟ ଦେବେ।
ଏଥି ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି  ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ ନାଁ ହଟାଯାଇଛି। ଏଥି ମଧ୍ୟରେ ମୃତ ଓ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି । ରାଜ୍ୟ ସରକାର ନିକଟରେ ରାସନ କାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କଓ୍ବୋଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।
ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ବର : ରାଜ୍ୟର ହିତାଧିକାରୀଙ୍କୁ ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାରଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଥି ସହିତ ନୂଆ କାର୍ଡ ପାଇଁ ଆବେଦନ ମଧ୍ୟ ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାପରେ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।