France - The Sakala
ନୂଆଦିଲ୍ଲୀ: ଆଜି ଭାରତ-ଫ୍ରାନ୍ସ ରାଫେଲା ଚୁକ୍ତି। ଉଭୟ ଦେଶ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷର କରିବେ। ୬୩ ହଜାର କୋଟି ଟଙ୍କାର ଏହି ଚୁକ୍ତି ହେବ। ରାଫେଲ ଏମ ଜେଟ୍ ଆଇଏନଏସ ବିକ୍ରାନ୍ତରୁ କାର୍ଯ୍ୟ କରିବ। ମିଗ-୨୯କେ ଫ୍ଲିଟର ପରିପୂରକ ହେବ ରାଫେଲ ଏମ ଜେଟ୍।ଭାରତୀୟ ବାୟୁସେନାରେ ୨୦୧୬ରେ ୩୬ଟି ରାଫେଲ ଜେଟ୍ ବିମାନର ଏକ ଫ୍ଲିଟ୍ ପରିଚାଳନା କରୁଛି।
ଏହି ବିମାନଗୁଡ଼ିକ ଅମ୍ବାଲା ଏବଂ ହାସିମାରାରେ ବେସରେ ଅବସ୍ଥିତ। ଏହି ନୂତନ ଚୁକ୍ତି ଦ୍ୱାରା ଭାରତରେ ରାଫେଲ ଜେଟ୍ର ମୋଟ ସଂଖ୍ୟା ୬୨କୁ ବୃଦ୍ଧି ପାଇବ। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଭାରତ ଏବଂ ଫ୍ରାନ୍ସ ଆଜି ଦିଲ୍ଲୀରେ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ପାଇଁ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିବେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଉଭୟ ପକ୍ଷର ପ୍ରତିନିଧିତ୍ୱ କରିବେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପକ୍ଷର ପ୍ରତିନିଧିତ୍ୱ କରିପାରନ୍ତି। ଫ୍ରାନ୍ସ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ଭାବରେ ଯୋଗ ଦେଇପାରନ୍ତି।
ପୂର୍ବରୁ, ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ୱାକ୍ଷର ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ବ୍ୟକ୍ତିଗତ କାରଣରୁ ତାଙ୍କୁ ତାଙ୍କର ଗସ୍ତ ବାତିଲ କରିବାକୁ ପଡିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି ।ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ।ରାଫେଲ-ଏମ୍ ଜେଟ୍‌ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ। ସାମୁଦ୍ରିକ ଅଂଚଳରେ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ। ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତ ଆହୁରି ଶକ୍ତିଶାଳୀ ହେବ। ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ଏହା ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ନୂତନ ଦିଗଦର୍ଶନ ଦେବ।
ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ୨୭୬ ଭାରତୀୟ ଯାତ୍ରୀ
ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ଭାରତୀୟ । ଅଟକିଥିବା ୩୦୩ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇରେ ପହଞ୍ଚିଛନ୍ତି ୨୭୬ ଯାତ୍ରୀ। ମାନବ ଚାଲାଣ ଅଭିଯୋଗ ହେବା ପରେ ଗତ ୨୨ ତାରିଖରୁ ଫ୍ରାନ୍ସରେ ଅଟକିଥିଲା ବିମାନ । ଫ୍ରାନସରେ ରହିବାକୁ ଅନୁମତି ମିଳିବା ପରେ ୨୭ ଭାରତୀୟ ସେଠାରେ ରହିଛନ୍ତି । ଅବଶିଷ୍ଟ ୧୭୬ ଯାତ୍ରୀ ଭାରତ ଫେରିଛନ୍ତି ।
ଗତକାଲି ଗ୍ରୀନ ସିଗନାଲ ମିଳିବା ପରେ ଅପରାହ୍ଣ ସାଢେ ୨ଟାରେ ରୋମାନିଆ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର ବିମାନ ଆଜି ମୁମ୍ବାଇରେ ପହଞ୍ଚିଥିଲା । ଫ୍ରାନ୍ସର ରହିଥିବା ୨୭ ଯାତ୍ରୀ ଆଶ୍ରୟ ନେବାକୁ ଚାହିଁଥିବାରୁ ସେମାନଙ୍କୁ ସେଠାରେ ରଖାଯାଇଛି । ଗତ ଗୁରୁବାର ୩୦୩ ଯାତ୍ରୀଙ୍କୁ ନେଇ ୟୁଏଇର ଦୁବାଇରୁ ଏକ ବିମାନ ନିକାରାଗୁଆ ଯିବା ବାଟରେ ପ୍ୟାରିସ ଠାରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା ।
ଏହି ଯାତ୍ରୀଙ୍କ ମଧ୍ୟରେ ଥିଲେ ୧୧ ନାବାଳକ ଓ ଜଣେ ୨୧ ମାସର ଶିଶୁ । ବିମାନକୁ ଭାରତ ଫେରାଇ ନେବା ଲାଗି ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲା । ବିମାନଟି ଆମେରିକା ବା କାନାଡ଼ାରେ ବେଆଇନ ଭାବେ ପ୍ରବେଶ କରିବା ସମ୍ଭାବନା ଥିଲା । ୨୦୨୩ରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗତ ବର୍ଷ ତୁଳନାରେ ଏହି ହାର ୫୧ ଦଶମିକ ୬୧ ପ୍ରତିଶତ ଅଧିକ । ପ୍ରାୟ ୪୧ ହଜାର ୭୭୦ ଭାରତୀୟ ମେକ୍ସିକୋ ସୀମା ଅତିକ୍ରମ କରି ଆମେରିକାରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୫ରେ ୟୁଏଇ ଗସ୍ତ
ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଫ୍ରାନ୍ସ ବାହାରିବା ପୂର୍ବରୁ ମୋଦି ଏକ ବୟାନ ଜାରି କରି ତାଙ୍କ ଫ୍ରାନ୍ସ ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି। ନରେନ୍ଦ୍ର ମୋଦି ଡଟ ଇନରେ ଦିଆଯାଇଥିବା ବୟାନରେ ସେ କହିଛନ୍ତି, ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଜୁଲାଇ ୧୩-୧୪ରେ ଫ୍ରାନ୍ସ ଗସ୍ତ କରୁଛି। ଏହି ଯାତ୍ରା ସ୍ବତନ୍ତ୍ର କାରଣ ମୁଁ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ କିମ୍ବା ବୈଷ୍ଟିଲ ଦିବସ ଉତ୍ସବରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏକ ବିଶେଷ ଅତିଥି ଭାବରେ ଯୋଗଦେବି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ତ୍ରି-ସେବା ଦଳ ବୈଷ୍ଟିଲ ଡେ ପ୍ୟାରେଡର ଅଂଶ ହେବ ଏବଂ ଏହି ଅବସରରେ ଭାରତୀୟ ବାୟୁସେନା ବିମାନ ଫ୍ଲାଇ-ପାଷ୍ଟ କରିବ। ଚଳିତ ବର୍ଷ ଆମର ରଣନୀତିକ ସହଭାଗୀତାର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ମୂଳଦୁଆ, ଆମର ଦୁଇ ଦେଶ ପ୍ରତିରକ୍ଷା, ସ୍ଥାନ, ବ୍ଲୁ ଇକନିମି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି । ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ।
ମୋଦି କହିଛନ୍ତି ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ତଥା ପରିପକ୍ୱ ଭାଗିଦାରୀକୁ ଆଗକୁ ନେବାକୁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ, ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ଭେଟିବାର ସୁଯୋଗ ପାଇଛି । ନିକଟରେ ଆମେ ଜି -୭ ଶିଖର ସମ୍ମିଳନୀରେ ମେ ୨୦୨୩ରେ ଜାପାନର ହିରୋସିମା ଠାରେ ଭେଟିଥିଲୁ ।
ପ୍ରତିଶୋଧ ନିଆଁରେ ଜଳୁଛି ଫ୍ରାନ୍ସ; ୫ ଦିନ ହେଲା ଦେଶରେ ଜାରି ରହିଛି ହିଂସା, ସାରାଦେଶରେ ପୋଡ଼ାଜଳା
ପ୍ୟାରିସ୍‌(ଏଜେନ୍ସି): ଫ୍ରାନ୍ସ ପ୍ରତିଶୋଧର ନିଆଁରେ ଜଳୁଛି। ୧୭ ବର୍ଷିୟ ନାହେଲ ଏମଙ୍କୁ ଟ୍ରାଫିକ ପୁଲିସ ଗୁଳିମାରି ହତ୍ୟା କରିବା ପରଠାରୁ ଦେଶରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୫ ଦିନ ହେଲା ଦେଶରେ ହିଂସା ଜାରି ରହିଛି। ଏହି ବିକ୍ଷୋଭ ପ୍ରଦର୍ଶନ ପ୍ରାୟ ସବୁ ସହରକୁ ବ୍ୟାପି ଯାଇଛି। ପ୍ୟାରିସଠାରୁ ମାର୍ସିଲେ ଏବଂ ଲ୍ୟୋନ ପର୍ଯ୍ୟନ୍ତ ହିଂସା ବ୍ୟାପିଯାଇଛି। ପ୍ରଦର୍ଶନକାରୀ ଅନେକ ଗାଡ଼ି ଏବଂ କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଦୋକାନରୁ ଲୁଟ୍‌ କରି ନେଇଛନ୍ତି। ସ୍ଥିତି ଏପରି ହୋଇଛି ସେ ରାସ୍ତାରେ ସାମରିକ ଗାଡ଼ି ମୁତୟନ କରାଯାଇଛି। ୪୫ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାତ୍ରିକାଳୀନ ବସ୍‌ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଖୁବ୍‌ଶୀଘ୍ର ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ବିଭିନ୍ନ ସ୍ଥାନରେ ଯୁବ ପ୍ରଦର୍ଶନକାରୀ ପୁଲିସ ସହ ମୁହାମୁହିଁ ହେଉଛନ୍ତି। ପୁଲିସ ଉପରକୁ ବୋମା ମାଡ଼ କରୁଛନ୍ତି। ଏହି ସବୁ ଘଟଣାରେ ୨୦୦ରୁ ଅଧିକ ପୁଲିସ ଏବଂ ଦମକଳ କର୍ମଚାରୀ ଆହତ ହୋଇଛନ୍ତି। ପ୍ରଦର୍ଶନକାରୀ ବିଭିନ୍ନ ସହର ପ୍ରାୟ ୨୫୬୦ ଦୋକାନ ଜାଳି ଦେଇଛନ୍ତି। ୨ ହଜାରରୁ ଅଧିକ ଗାଡ଼ି ପୋଡ଼ି ଦେଲେଣି। ମଙ୍ଗଳବାର ରାତିରୁ ଏ ପର୍ଯ୍ୟନ୍ତ ସାରା ଦେଶରୁ ୨,୪୦୦ ଦଙ୍ଗାକାରୀଙ୍କୁ ଗିରଫ କରାଗଲାଣି। କେବଳ ଶୁକ୍ରବାର ୧୪୦୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଅଧିକାଂଶ ନାବାଳକ ସାମିଲ ଅଛନ୍ତି। ଦଙ୍ଗାକାରୀଙ୍କ ମଧ୍ୟରେ ଆରବ ଏବଂ ଆଫ୍ରିକାର ଅଧିକାଂଶ ନାଗରିକ ସାମିଲ ଅଛନ୍ତି। ଏମାନେ ଶରଣାର୍ଥୀ ଭାବେ ଫ୍ରାନ୍ସକୁ ଆସିଥିଲେ। ଏବେ ଏମାନେ ଫ୍ରାନ୍ସ ନାଗରିକ ହୋଇଗଲେଣି।
ଦେଶ ଜଳୁଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏକ ‘ପାର୍ଟି’ରେ ସାମିଲ ହୋଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି। ରାଷ୍ଟ୍ରପତିଙ୍କୁ ଦାୟିତ୍ବ ହୀନ କୁହାଯାଉଛି। ସୂଚନା ଅନୁଯାୟୀ ବୁଧବାର ପ୍ୟାରିସରେ ବ୍ରିଟିଶ ଗୀତିକାର ଏଲ୍‌ଟନ ଜନ୍‌ଙ୍କ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ରାଷ୍ଟ୍ରପତି ନିଜ ସ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ଏହା ମଧ୍ୟରେ ଫ୍ରାନ୍ସ ହିଂସା ବେଲ୍‌ଜିୟମରେ ପହଞ୍ଚି ଯାଇଛି। ହିଂସା କରିବା ଅଭିଯୋଗରେ ଶହେରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଆଜି ନାହେଲଙ୍କ ଅନ୍ତିମ ସଂସ୍କାର ହେବ ବୋଲି ତାଙ୍କ ମାଆ କହିଛନ୍ତି। ନିଜ ଶିଶୁଙ୍କୁ ରାସ୍ତାରୁ ଦୂରେଇ ରଖିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଅଭିଭାବକଙ୍କୁ ନିବେଦନ କରିଛନ୍ତି। ସେ ହିଂସା ପାଇଁ ସାମାଜିକ ଗଣମାଧ୍ୟମକୁ ଦାୟୀ କରିଛନ୍ତି। ସ୍ଥିତିକୁ ଦେଖି ରାଷ୍ଟ୍ରପତି ନିଜ ଜର୍ମାନୀ ଗସ୍ତକୁ ସ୍ଥଗିତ କରିଦେଇଛନ୍ତି। ୨୨ ବର୍ଷ ପରେ ଫ୍ରାନ୍ସର କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଜର୍ମାନୀ ଗସ୍ତରେ ଯାଇଥାନ୍ତେ।
ଏହା ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରୀୟ ଫୁଟବଲ ଟିମ୍‌ର ସଦସ୍ୟ କିଲିୟନ ଏମ ବାପେଙ୍କ ସମେତ ଅନେକ ଖେଳାଳୀ ହିଂସା ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ନାହେଲଙ୍କୁ ହତ୍ୟା କରାଯାଇଥିଲା। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଜନସାଧାରଣରେ ଆକ୍ରୋଶ ସୃଷ୍ଟି ହୋଇଥିଲା। ଏହା ହିଂସା ରୂପଧାରଣ କରି ସାରା ଦେଶକୁ କବଳିତ କରି ନେଇଥିଲା। ଫ୍ରାନ୍ସ ଗୃହମନ୍ତ୍ରୀ ହିଂସାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକୁ ଚେତାବନୀ ଦେଇଛନ୍ତି। ନେଟୱର୍କକୁ ହିଂସାର ମାଧ୍ୟମ ଭାବେ ବ୍ୟବହାର ନ କରିବାକୁ କୁହାଯାଇଛି। ସ୍ନାପଚାଟ୍‌ ଏବଂ ଟିକ୍‌ଟକ୍‌ ମାଧ୍ୟମରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଫ୍ରାନ୍ସରେ ଟ୍ରାଫିକ ଚେକିଂ ସମୟରେ ପୁଲିସ ଗୁଳିମାଡ଼ରେ ତିନି ଜଣଙ୍କ ଜୀବନ ଗଲାଣି। ଗତ ବର୍ଷ ଏଥିରେ ୧୩ ଜଣ ପ୍ରାଣ ହରାଇ ଥିଲେ। ୨୦୨୧ରେ ୩ ଜଣ ଏବଂ ୨୦୨୦ରେ ମଧ୍ୟ ୨ ଜଣଙ୍କ ଜୀବନ ଯାଇଥିଲା।
ଫ୍ରାନ୍ସରେ ତଦନ୍ତ ଆରମ୍ଭ, ଭାରତରେ କାହିଁକି ନୁହଁ
ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ପେଗାସସ୍ ମାମଲା। ୧୬ ମିଡିଆ ସଂଗଠନର ତଦନ୍ତ ରିପୋର୍ଟରେ କୁହାଯାିଛି ଯେ ବିଶ୍ବର ୧୦ଟି ଦେଶର ନେତା, ଅଫିସର ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପିଂ(ଗୁପ୍ତଚର) କରାଯାଉଥିଲା। ଏଥିରେ ଭାରତର ୩୮ ସାମ୍ବାଦିକ, ବିରୋଧୀ ଦଳର ୩ ଜଣ ପ୍ରମୁଖ ନେତା, ୨ ମନ୍ତ୍ରୀ ଏବଂ ଜଣେ ବିଚାରପତିଙ୍କ ନାମ ସାମ୍ନାକୁ ଆସିଛି। ପେଗାସସକୁ ନିର୍ମାଣ କରିଥିବା କମ୍ପାନୀ ଏହାକୁ କେବଳ ସରକାରଙ୍କୁ ବିକ୍ରି କରିଥାଏ। ତେଣୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି। ଭାରତ ସରକାର ମାମଲାର ତଦନ୍ତ କରିବାକୁ ମନା କରିଦେଇଛନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ଫ୍ରାନ୍ସରେ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରୁଥିବା ସଂସ୍ଥା ମିଡିଆପାରର ପ୍ରତିଷ୍ଠାତା ଏଡଭି ପ୍ଲେନେଲ ଏବଂ ତାଙ୍କ ସହଯୋଗୀ ସାମ୍ବାଦିକ ଲିନାଗ ବ୍ରେଣ୍ଡୋଙ୍କ ନାମ ମଧ୍ୟ ପେଗାସସ ତାଲିକାରେ ସାମିଲ ରହିଛି।
ସୂଚନାଯୋଗ୍ୟ ଯେ ମିଡିଆପାର ଏନଜିଓର ଅଭିଯୋଗରେ ଫ୍ରାନ୍ସ ସରକାର ରାଫେଲ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ସଂସ୍ଥାର ସାମ୍ବାଦିକ ଲିନାଗ ପେଗାସସ ମାମଲାରେ ଫ୍ରାନ୍ସରେ ଏତଲା ରୁଜୁ କରିଛନ୍ତି। ପରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି। ତେବେ ଭାରତରେ କାହିଁକି ତଦନ୍ତ ହେବନାହିଁ ବୋଲି ପ୍ରଶ୍ନ ଉଠିଛି। ଫ୍ରାନ୍ସରେ ଆମିନେଷ୍ଟି ଇଣ୍ଟରନ୍ୟାସନାଲର ଫରେନସିକ ଯାଞ୍ଚରୁ ଜଣାପଡିଛି ଯେ କିଛି ଲୋକଙ୍କ ଫୋନରୁ ତଥ୍ୟ ଚୋରି ହୋଇଛି। ଏହାକୁ ତଦନ୍ତ ଆରମ୍ଭ କରିବାର ପର୍ଯ୍ୟାପ୍ତ ଆଧାର ମନେକରାଯାଇଛି। ଏହି ଆଧାରରେ ଭାରତରେ ମଧ୍ୟ ତଦନ୍ତ କରିହେବ। କିନ୍ତୁ ପ୍ରବଳ ହଟଗୋଳ ସତ୍ତ୍ବେ ଭାରତରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇନାହିଁ।
ଭାରତକୁ ୮ଟି ଅମ୍ଳଜାନ ଜେନେରେଟର ପଠାଇବ ଫ୍ରାନ୍ସ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ଭାରତକୁ ସାହାଯ୍ଯର ହାତ ବଢାଇଛି। ଭାରତର ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି। ଏହି ଅମ୍ଳଜାନ ଅଭାବ ଦୂର କରିବା ପାଇଁ ଫ୍ରାନ୍ସ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି।
ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କହିଛି ଯେ, ମନ୍ତ୍ରଣାଳୟର ସଙ୍କଟ ଏବଂ ସହାୟତା କେନ୍ଦ୍ର ଦ୍ୱାରା ସମନ୍ୱିତ ଏବଂ ଭାରତର ଫ୍ରାନ୍ସର ଦୂତାବାସ ଦ୍ୱାରା ପରିଚାଳିତ ଏହି ମିଶନରେ ପ୍ରମୁଖ ଚିକିତ୍ସା ଉପକରଣ ଯେପରିକି ଅକ୍ସିଜେନ ଜେନେରେଟର, ତରଳ ଅମ୍ଳଜାନ ପାତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଏହି ସପ୍ତାହ ଶେଷ ସୁଦ୍ଧା ବାୟୁ ଏବଂ ସମୁଦ୍ର ପଥ ଦ୍ୱାରା ଭାରତକୁ ପଠାଯିବ।
At request of French President,French Ministry for Europe & Foreign Affairs to carry out a solidarity mission in support of Indians, who are severely affected by #COVID19.The mission will send 8 high capacity oxygen generators,liquid O2 for 2000 patients for 5 days&28 ventilators pic.twitter.com/KaAVXAMFEN
— ANI (@ANI) April 26, 2021
ଫ୍ରାନ୍ସ ମନ୍ତ୍ରଣାଳୟ କହିଛି ଯେ, ଏହି ଚିକିତ୍ସା ସାମଗ୍ରୀରେ ଆଠଟି ଅମ୍ଳଜାନ ଜେନେରେଟର ଅନ୍ତର୍ଭୁକ୍ତ ହେବ। ଏହି ଜେନେରେଟରଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ପ୍ରାୟ ୧୦ ବର୍ଷ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହେବ।