White Paper - The Sakala

ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ଅପରାଧ ଉପରେ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ‘ଅପରାଧ ପ୍ରେମ ଶେଷ’ ବୋଲି ସାମାଜିକ ଗଣମାଧ୍ୟମରେ ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଥିଲେ, ଅପରାଧ ଶ୍ୱେତପତ୍ର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଦେଇଥିବା ଏହି ଟିପ୍ପଣୀ କେବଳ ଭ୍ରମ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀରୁ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ଅପରାଧ ତୁଳନାରେ ବିଜେପି ସରକାରଙ୍କ ସମୟରେ ଅପରାଧ କମିଛି ବୋଲି ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ, ଗଣମାଧ୍ୟମରେ ପ୍ରକାଶିତ ସମ୍ପୂର୍ଣ୍ଣ ରିପୋର୍ଟରୁ ଅପରାଧ କମିବା ପରିବର୍ତ୍ତେ ବଢ଼ିଛି ବୋଲି ଜଣାପଡ଼ିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ମାତ୍ର ୧୨ ଘଣ୍ଟା ବି ତିଷ୍ଠି ପାରିନାହିଁ।

ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଅପରାଧ ୭.୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ମସିହାରେ ସମୁଦାୟ ୨,୧୪,୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ରେ ଅପରାଧ ମାମଲା ସଂଖ୍ୟା ୨,୨୯,୮୮୧କୁ ବୃଦ୍ଧି ପାଉଛି। ରାଜ୍ୟରେ ପ୍ରତିଦିନ ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଦୁଷ୍କର୍ମସ୍ଥଳୀ ପାଲଟିଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ରାଜ୍ୟ ଦେଶବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ଆଜି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଯୋଗୁଁ ଭଣ୍ଡୁର ହୋଇଯାଇଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କେବଳ ପୂର୍ବ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ସୀମିତ ରହିଛି। ଏହାକୁ ରାଜ୍ୟବାସୀ କେବେବି ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।

ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୫ରେ ରାଜ୍ୟର ଅପରାଧିକ ସ୍ଥିତି ନେଇ ଏହି ଶ୍ବେତ ପତ୍ର ପ୍ରକାଶ ପାଇଛି । ତେବେ ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜଣାପଡିଛି । ସରକାରୀ ତଥ୍ୟ ହିସାବରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧରେ ୭.୩୬% ବୃଦ୍ଧି ପାଇଥିବା ଶ୍ୱେତପତ୍ରରେ ପ୍ରକାଶ ପାଇଛି । ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି । ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ଚିନ୍ତାଜନକ ସ୍ଥିତିରେ ରହିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ । ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି ।

୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି । ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।

ବିଧାନସଭାରେ ସରକାରଙ୍କ ଶ୍ୱେତପତ୍ର: ୨୦୨୩ରେ ଶାନ୍ତିପୂର୍ଣ୍ଣ ଥିଲା ରାଜ୍ୟର ଆଇନଶୃଙ୍ଖଳା
ଭୁବନେଶ୍ୱର: ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗତବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ୱା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସ୍ଥାନରେ ୪୮ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖା ଦେଇଥିଲେ ହେଁ ପୁଲିସ ଓ ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ପ୍ରଶମିତ ହୋଇଛି। ତେବେ ବିଭିନ୍ନ କାରଣ ପାଇଁ ୨୦୨୩ ମସିହାରେ ପୁଲିସକୁ ମାତ୍ର ୫ଥର ଗୁଳିଚାଳନା କରିବାକୁ ପଡ଼ିଛି। ୨୦୨୩ ମସିହାରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରହିଛି ବୋଲି ସରକାର ଶୁକ୍ରବାର ବିଧାନସଭାରେ ଉପସ୍ଥାପନ କରିଥିବା ଶ୍ୱେତପତ୍ରରେ ପ୍ରକାଶ କରିଛନ୍ତି । ସେହିପରି ୨୦୨୩ରେ ରାଜ୍ୟରେ ୬୪ଟି ଅର୍ଥାତ୍‌ ମାସକୁ ହାରାହାରି ୫ଟି ମିଛ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

୨୦୨୩ ମସିହାରେ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ। ଗତବର୍ଷ ମାଓବାଦୀ ଗତିବିଧି ନିୟନ୍ତ୍ରଣାଧୀନ ରହିଛି। ୩ଜଣ ସିପିଆଇ(ମାଓବାଦୀ)ଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ମାଓବାଦୀଙ୍କୁ ଗିରଫ ଏବଂ ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ଶ୍ୱେତପତ୍ର ଅନୁଯାୟୀ ୨୦୨୩ ମସିହାରେ ରୁଜୁ ହୋଇଥିବା ମୋଟ ୧,୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୯୨ହଜାର ୨୩୮ଟି ମାମଲା ସତ । ସେଥିରୁ ୨୦୨୩ ମସିହା ଶେଷସୁଦ୍ଧା ମୋଟ ୧ଲକ୍ଷ ୩୫ହଜାର ୫୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୨୩ ମସିହାରେ ମୋଟ ୧୬୮୫୧ଟି ଚୋରି ମାମଲା ମଧ୍ୟରୁ ବର୍ଷ ଶେଷସୁଦ୍ଧା ମାତ୍ର ୬୧୩୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ୯୦୨୫ଜଣ ଅପରାଧୀଙ୍କୁ ଗିରଫ କରାଯାଇ ମାତ୍ର ୪୭କୋଟି ଟଙ୍କାର ଚୋରି ସମ୍ପତ୍ତିକୁ ପୁଲିସ ଉଦ୍ଧାର କରିଛି। ୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୭୬୨ଟି ମାମଲା ସତ ଏବଂ ବର୍ଷ ଶେଷସୁଦ୍ଧା ସେଥିରୁ ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ୨୦୨୩ ମସିହାରେ ୧୩୬୨ଟି ହତ୍ୟା ମାମଲା ରୁଜୁ ହୋଇଛି ଓ ସେଥିରୁ ୫୬୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ରାଜ୍ୟରେ ଯୌତୁକଜନିତ ଆତ୍ମହତ୍ୟାର ୧୦୬ଟି ମକଦ୍ଦମା ରୁଜୁ ହୋଇ ୮୨ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକ ନିର୍ଯାତନାର ୪୮୯୭ଟି ମାମଲା ରୁଜୁ ହୋଇ ୩୪୭୯ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି ।

୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି। ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ବିଶେଷ ସଫଳତା ପାଇପାରି ନାହିଁ। ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୩.୧୯ ପ୍ରତିଶତ ଅର୍ଥକୁ ଫେରସ୍ତ ଆଣିପାରିଛି। ୨୦୨୨ ମସିହାରେ ରାଜ୍ୟରେ ୧୯୮୩ ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧି ପାଇଛି। ସେହିପରି ୨୦୨୨ ତୁଳନାରେ ୨୦୨୩ରେ ଅପରାଧୀଙ୍କ ଗିରଫ ସଂଖ୍ୟା ମଧ୍ୟ ବଢ଼ିଛି। ସେହିପରି ୨୦୨୩ ମସିହାରେ ରାଜ୍ୟରେ ୨୩୬ଥର ରାସ୍ତାରୋକ, ୩୦ଥର ରେଳରୋକ, ୧୮୦୫ଥର ଧାରଣା, ୧୧୭୯ଥର ରାଲି, ୨୦୨୩ଥର ବିକ୍ଷୋଭ କରିଛନ୍ତି।