haryana - The Sakala
୧ରୁ ୫୦ ଯାଏଁ ଲେଖି ନପାରିବାରୁ ୪ ବର୍ଷର ଝିଅକୁ ପିଟିପିଟି ମାରିଦେଲା ବାପା
ହରିୟାଣା: ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣାର ଫରିଦାବାଦରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା । ଯେଉଁଠାରେ ଜଣେ ବାପା ସାମାନ୍ୟ ପାଠପଢ଼ାକୁ କେନ୍ଦ୍ର କରି ନିଜର ୪ ବର୍ଷର ଝିଅକୁ ପିଟିପିଟି ହତ୍ୟା କରିଛି। ଶିଶୁକନ୍ୟାଟି ୧ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖିବାରେ ବିଫଳ ହେବାରୁ, ରାଗିଯାଇ ବାପା ତାକୁ ଏକ ରୁଟି ବେଲିବା ବାଡ଼ି (ବେଲଣା କାଠି) ରେ ଆକ୍ରମଣ କରିଥିଲା। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ମୃତ ଶିଶୁକନ୍ୟାର ନାମ ବଂଶିକା ବୋଲି ଜଣାପଡିଛି। ଅଭିଯୁକ୍ତ ବାପା କୃଷ୍ଣ ଜୟସ୍ୱାଲ (୩୧) ଝିଅକୁ ଘରେ ପାଠ ପଢ଼ାଉଥିଲେ। ଝିଅଟି ଗଣିତ ସଂଖ୍ୟା ଠିକ୍ ଭାବରେ ଲେଖି ନପାରିବାରୁ କୃଷ୍ଣ ଉତ୍ତ୍ୟକ୍ତ ହୋଇ ତାକୁ ବେଲଣା କାଠିରେ ନିର୍ଦ୍ଦୟ ଭାବେ ପିଟିବା ସହ ଚଟାଣରେ କଚାଡ଼ି ଦେଇଥିଲେ। ଏଥିରେ ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ତାକୁ ମୃତ ଘୋଷଣା କରାଯାଇଥିଲା।
ନିଜର ଦୋଷ ଲୁଚାଇବା ପାଇଁ ଅଭିଯୁକ୍ତ କୃଷ୍ଣ ଜୟସ୍ୱାଲ ଏକ ମିଛ କାହାଣୀ ରଚିଥିଲା। ସେ ନିଜ ପତ୍ନୀ ରଞ୍ଜିତା ଏବଂ ଡାକ୍ତରଙ୍କୁ କହିଥିଲା ଯେ ଝିଅ ଖେଳୁଥିବା ସମୟରେ ସିଡ଼ିରୁ ଖସିପଡ଼ି ଆହତ ହୋଇଛି। କିନ୍ତୁ ଘଟଣା ସମୟରେ ଘରେ ଥିବା ତାଙ୍କର ୭ ବର୍ଷର ପୁଅ ମାଆଙ୍କୁ ସତ୍ୟ ଘଟଣା ସମ୍ପର୍କରେ ଜଣାଇଥିଲା। ପୁଅ କହିଥିଲା ଯେ ବାପା ଭଉଣୀକୁ ପ୍ରବଳ ମାଡ଼ ମାରିଛନ୍ତି। ଝିଅ ଦେହରେ ମାଡ଼ର ଦାଗ ଦେଖି ରଞ୍ଜିତା ପୋଲିସରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଶୁକ୍ରବାର ଦିନ ଫରିଦାବାଦର ସେକ୍ଟର ୫୮ ପୋଲିସ କୃଷ୍ଣ ଜୟସ୍ୱାଲଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ BNS ଧାରା ୧୦୩(୧) ଅଧୀନରେ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ମୁଖପାତ୍ର ଯଶପାଲ କହିଛନ୍ତି ଯେ ପୋଲିସ ପରିବାର ଓ ପଡୋଶୀଙ୍କ ବୟାନ ରେକର୍ଡ କରୁଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ସୂଚନାଯୋଗ୍ୟ ଯେ, ଏହି ପରିବାର ଉତ୍ତରପ୍ରଦେଶର ସୋନଭଦ୍ରରୁ ଆସି ଏଠାରେ ରହୁଥିଲେ।
ହରିୟାଣାରେ ଋଣ କାରବାରର ‘ଅଦୃଶ୍ୟ’ ଖେଳ: ବିନା କାଗଜପତ୍ରରେ ମିଳିଯାଉଛି ୪୦୦ କୋଟିର ଋଣ
ଚଣ୍ଡିଗଡ଼: ଋଣ କାରବାରରେ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକର ବଡ଼ ଭୂମିକା ରହିଥାଏ। ହେଲେ ହରିୟାଣାରେ ଏପରି ଏକ ଋଣ କାରବାର ଚାଲିଛି ଯେଉଁଥିରେ ବ୍ୟାଙ୍କ କିମ୍ବା କୌଣସି  ଫାଇନାନ୍ସ କମ୍ପାନୀର କୌଣସି ଭୂମିକା ନାହିଁ। ହରିୟାଣାର ଝାଜ୍ଜର ଜିଲ୍ଲାର ଦିଘଲ ଗାଁକୁ ବର୍ତ୍ତମାନ ‘ଫାଇନାନ୍ସରଙ୍କ ଗାଁ’ କୁହାଯାଉଛି। କାରଣ ଏହି ଗାଁରେ ମୁହଁମତରେ ଆପୋଷ ଆଲୋଚନାରେ ମିଳିଯାଉଛି ପ୍ରାୟ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ। ମାସିକ ୫% ସୁଧହାରରେ  ଚାଲିଥିବା ଏହି ଋଣ କାରବାରର ‘ଅଦୃଶ୍ୟ’ ଖେଳରେ କେବଳ ଫାଇନାନ୍ସର ନୁହଁନ୍ତି, କର୍ପୋରେଟ୍‌ ଏବଂ ଗ୍ୟାଙ୍ଗଷ୍ଟର ସାମିଲ ଅଛନ୍ତି।
ଏକ ରିପୋର୍ଟ ଅନୁସାରେ, ସମଗ୍ର ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ରୋହତକ ସାଇବର ସେଲର ସବ-ଇନ୍ସପେକ୍ଟର ସନ୍ଦୀପ କୁମାର ଲାଥର ଅକ୍ଟୋବର ୧୪ରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ, ସେ ଏକ ଭିଡିଓରେ ଅଭିଯୋଗ କରିଥିଲେ ଯେ ହରିୟାଣାର ଜଣେ ଆଇଜି (ୱାଇ ପୁରନ କୁମାର) ଏକ ମ୍ୟୁଜିକ୍ କମ୍ପାନୀ ମାଲିକ ରାଓ ଇନ୍ଦ୍ରଜିତ ଯାଦବଙ୍କ ନାମ ଏକ ହତ୍ୟା ମାମଲାରୁ ହଟାଇବା ପାଇଁ ୫୦ କୋଟି ଟଙ୍କା ଲାଞ୍ଚ  ମାଗିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ, ସେହି ଆଇଜି ମଧ୍ୟ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ଦିଘଲ ଗ୍ରାମର କୋଟି କୋଟି ଟଙ୍କାର ନଗଦ ଆର୍ଥିକ ବ୍ୟବସାୟ ସହିତ ଜଡିତ ଠକେଇ କାର୍ଯ୍ୟକଳାପର ନେଟୱର୍କକୁ ପଦାରେ ପକାଇଦେଇଥିଲା।  ଦିଘଲର ଲୋକମାନେ ଏହି ଗାଁକୁ ‘ଫାଇନାନ୍ସରଙ୍କ ଗାଁ’ ବୋଲି କୁହନ୍ତି। ୨୦ ରୁ ୫୦ ବର୍ଷ ବୟସର ପ୍ରାୟ ୧୨୦୦ ଲୋକ ଏହି ବ୍ୟବସାୟରେ ଜଡିତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ। ସେମାନେ ୧୦ ରୁ ୨୦ ଲକ୍ଷ ଟଙ୍କା ଏକାଠି କରି ଏକ ବଡ଼ ‘ପୁଲ୍’ ଗଠନ କରନ୍ତି। ଏହି ପୁଲ୍‌ରୁ ବଡ଼ ବଡ଼ କର୍ପୋରେଟ୍‌ ଏବଂ ରିଅଲ୍ ଇଷ୍ଟେଟ୍ ଡେଭଲପରମାନଙ୍କୁ କୋଟି କୋଟି ଟଙ୍କାର ଋଣ ନଗଦରେ ଦିଆଯାଏ। ଦିଘଲ ଏବଂ ଆଖପାଖର ଅନେକ ଜିଲ୍ଲା (ରୋହତକ, ସୋନିପତ, ଭିୱାନୀ)ରୁ ହଜାର ହଜାର ଯୁବକ ଏହି ଟଙ୍କା ଆଦାୟ ପାଇଁ କାମ କରୁଛନ୍ତି। ସେମାନଙ୍କର ଏହି ଋଣ କାରବାର କେବଳ ହରିୟାଣା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଡ଼ଗାଓଁ, ମୁମ୍ବାଇ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ।
୨୦୨୪ ଡିସେମ୍ବର ୬ରେ ଦିଘଲର ଜଣେ ଫାଇନାନ୍ସର ମନଜିତଙ୍କୁ ହତ୍ୟା କରାଯିବା ପରେ ଏହି ସମ୍ପୂର୍ଣ୍ଣ ‘ସିଷ୍ଟମ’ର ପୋଲ୍‌ ଖୋଲିଥିଲା। ମନଜିତ ୬ ଫୁଟ ୩ ଇଞ୍ଚ ଉଚ୍ଚତାର ଥିଲେ, ତେଣୁ ତାଙ୍କ ନାମ ସହିତ ‘୬.୩’ ନାମ ଯୋଡା ଯାଇଥିଲା। ମନଜିତଙ୍କ କାକା, ହଂସରାଜ ଆହଲାୱତ (ଜଣେ ପୂର୍ବତନ ସରପଞ୍ଚ ମଧ୍ୟ) କହିଛନ୍ତି ଯେ ହତ୍ୟାର କିଛି ମାସ ପୂର୍ବରୁ, ମନଜିତ, ଗ୍ରାମର ପ୍ରାୟ ୧୫୦୦ ଯୁବକଙ୍କ ସହିତ ଗୁଡ଼ଗାଓଁରେ ଏକ ଟାୟାର ବିକ୍ରି କର୍ପୋରେଟ୍ ଗୋଷ୍ଠୀର କାର୍ଯ୍ୟାଳୟରେ ପ୍ରତିବାଦ କରିବାକୁ ଯାଇଥିଲେ। ଏହି ଯୁବକମାନେ ଏକାଠି ହୋଇ କମ୍ପାନୀକୁ ୨୦୦ କୋଟି ଟଙ୍କାରୁ ଅଧିକ ନଗଦ ଋଣ ପ୍ରଦାନ କରିଥିଲେ। ଯେତେବେଳେ କମ୍ପାନୀ ଇଏମ୍‌ଆଇ ବନ୍ଦ କରିଦେଲା, ସେତେବେଳେ ଏକ ବିବାଦ ଉପୁଜିଲା। ଅଭିଯୋଗ ହୋଇଛି ଯେ ରାଓ ଇନ୍ଦ୍ରଜିତ ନିଜେ ସୁଧ ହାର ସମାଧାନ କରିବାକୁ ଜିଦ୍ ଧରିଥିଲେ, ଯାହା ଫଳରେ ମନଜିତଙ୍କୁ ହତ୍ୟା କରିଥିବା ବିଦେଶୀ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଏବଂ ଫରିଦପୁରିଆଙ୍କ ସମ୍ପୃକ୍ତି ହୋଇଥିଲା। ପୋଲିସ ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରିଥିଲା, କିନ୍ତୁ କମ୍ପାନୀର ନାମ ଚାର୍ଜସିଟରେ ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ତଥାପି, ରାଓ ଇନ୍ଦ୍ରଜିତଙ୍କ ନାମ ଷଡ଼ଯନ୍ତ୍ରକାରୀ ଭାବରେ ତାଲିକାଭୁକ୍ତ କରାଯାଇଥିଲା। ତାଙ୍କ ଆତ୍ମହତ୍ୟା ଭିଡିଓରେ, ସବ-ଇନ୍ସପେକ୍ଟର ସନ୍ଦୀପ ଲାଥର ଆଇଜିଙ୍କୁ ଅଭିଯୋଗ କରିଥିଲେ ଯେ ସେ ଚାର୍ଜସିଟରୁ ରାଓ ଇନ୍ଦ୍ରଜିତଙ୍କ ନାମ ବାଦ ଦେବା ପାଇଁ ୫୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ।
କୌଣସି ବ୍ୟାଙ୍କ କିମ୍ବା ଆଇନଗତ ପ୍ରକ୍ରିୟା ବିନା କୋଟି କୋଟି ଟଙ୍କାର ଏହି ଋଣ କାରବାର ଚାଲିଥାଏ। ଋଣ ପ୍ରଦାନ କରିବା ପୂର୍ବରୁ, ଏହି ଫାଇନାନ୍ସରମାନେ ଋଣଗ୍ରହୀତାଙ୍କଠାରୁ ମାସିକ ଚେକ୍ ସଂଗ୍ରହ କରନ୍ତି, ୫% ସୁଧ ଯୋଡିଥାନ୍ତି। ୬ ମାସର ବ୍ୟାଙ୍କ ଆକାଉଣ୍ଟ ଏବଂ ଟର୍ଣ୍ଣଓଭର ମଧ୍ୟ ସମୀକ୍ଷା କରାଯାଏ। ଯଦି ମାମଲା ଟିକିଏ ବି ସନ୍ଦେହଜନକ ମନେହୁଏ, ତେବେ ଜମି, ଘର କିମ୍ବା କମ୍ପାନୀର ମାଲିକାନାର ମୂଳ ଡକ୍ୟୁମେଣ୍ଟଗୁଡ଼ିକୁ ବନ୍ଧକ ରଖାଯାଏ। କିନ୍ତୁ ଏହି କାରବାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଜଣେ “ପଞ୍ଚ” (ମଧ୍ୟସ୍ଥି)। ଏହା ଜଣେ ରାଜନୈତିକ କିମ୍ବା ସାମାଜିକ ପ୍ରଭାବଶାଳୀ ବ୍ୟକ୍ତି ଯିଏ ଉଭୟ ପକ୍ଷଙ୍କୁ ଗ୍ୟାରେଣ୍ଟି ଦିଅନ୍ତି। ୟୁପିଏ ସରକାର ଭୂମି ଅଧିଗ୍ରହଣ ଆଇନରେ ସଂଶୋଧନ କରି କ୍ଷତିପୂରଣ ପରିମାଣ ବହୁଗୁଣ ବୃଦ୍ଧି କଲେ, ଏହି ଗାଁର ଲୋକେ ଟଙ୍କାରେ ବୁଡ଼ିବାକୁ ଲାଗିଲେ। କେବଳ ଦିଘଲରେ, ଅନେକ ଯୁବକ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇଥିଲେ। ଏହି ଟଙ୍କାକୁ ବ୍ୟାଙ୍କରେ ରଖିବା କିମ୍ବା କୌଣସି ଛୋଟ ବ୍ୟବସାୟରେ ନିୟୋଜିତ କରିବା ପରିବର୍ତ୍ତେ, ଯୁବକମାନେ ୫% ମାସିକ ସୁଧର ଏହି ଲାଭଜନକ ଖେଳରେ ଏହାକୁ ନିବେଶ କରିଥିଲେ।
ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ, ଦୁଇ ସନ୍ଦିଗ୍ଧ ଡାକ୍ତର ଗିରଫ
ନୂଆଦିଲ୍ଲୀ: ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ । ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ ।ବିପୁଳ ପରିମାଣର RDX ସହ AK-୪୭ ମଧ୍ୟ ଜବତ । ଟେରର୍‌ ଲିଙ୍କ୍‌ରେ ଗିରଫ ଡାକ୍ତର ଆଦିଲ ଅହମ୍ମଦ ସୂଚନା ଆଧାରରେ ରେଡ୍‌ ବେଳେ ଏତେ ପରିମାଣର ଆମୋନିୟମ ନାଇଟ୍ରେଟ ସହ ଗୋଟିଏ ଆସଲ୍ଟ ରାଇଫଲ ଜବତ ହୋଇଛି । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି  ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ଏସବୁ ଜବତ କରିଛି । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ ଡାକ୍ତର ଆଦିଲ ଅହମ୍ମଦଙ୍କ ଏକ ଲକରରୁ ଏକ AK-47 ରାଇଫଲ ଓ ଗୁଳି ଜବତ କରିଥିଲା।
ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହି ଦୁଇଜଣଙ୍କ ସହାୟତାରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦେଶରେ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି । ଏହାକୁ ପଣ୍ଡ କରିଛି ଜମ୍ମୁ- କାଶ୍ମୀର ପୁଲିସ୍ ।
ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ, ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଇଛି ।
ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ପ୍ରଚଳନ କରିଛନ୍ତି। ଏହା ଲୋକଙ୍କ ଆର୍ଥିକ ବୋଝକୁ କମ୍‌ କରିବ ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ଗରିବଙ୍କୁ ଯନ୍ତ୍ରଣା ଦେବା ଆରମ୍ଭ କରିଛି। ହରିୟାଣାରୁ ଏହାର ଭୟଙ୍କର ଚିତ୍ର ସାମ୍‌ନାକୁ ଆସିଛି। ଘରୋଇ ହସ୍ପିଟାଲଗୁଡିକ ଗତ ୭ ତାରିଖରୁ ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ଯୋଗାଇବା ବନ୍ଦ କରିଦେଇଛନ୍ତି। ଏହି ଯୋଜନା ବାବଦ ସରକାରଙ୍କ ଉପରେ ୪୯୦ କାଟି ଟଙ୍କା ବାମି ଥିବା ବେଳେ ସେମାନେ ଆଉ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ସରକାର ବକେୟା ଅର୍ଥ ପଇଠ ନକରିବା ପର୍ଯ୍ୟନ୍ତ ଆୟୁଷ୍ମାନ ଚିକିତ୍ସା କରାଯିବ ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)ର ହରିୟାଣା ଶାଖା ପକ୍ଷରୁ ଜଣାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଏହି କାରଣରୁ ଆୟୁଷ୍ମାନ ଭାରତ ସେବାକୁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ଦେଢ଼ କୋଟି ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସରକାରୀ ଡାକ୍ତରଖାନା ଗୁଡିକରେ ରୋଗୀଙ୍କ ପ୍ରବଳ ଗହଳି ଲାଗି ରହିଛି। ଆଇଏମଏ ସୂଚନା ଅନୁଯାୟୀ ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ପଡ଼ିଛି। ଆଶିଂକ ଦେୟ ପ୍ରଦାନ ସତ୍ତ୍ବେ ସେବା ଆରମ୍ଭ ହେବନାହିଁ। ସରକାରଙ୍କୁ ପୂରା ଅର୍ଥ ପଇଠ କରିବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଦାବିରେ ଆଇଏମଏ ସଦସ୍ୟମାନେ ରବିବାର ପାନିପଥରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ ଲଗାଇଛନ୍ତି। ଆୟୁଷ୍ମାନ ଭାରତ ଦ୍ବାରା ଲୋକେ କି ଘରୋଇ ଡାକ୍ତରଖାନା କେହି ଖୁସି ନାହାନ୍ତି। ପାରଦର୍ଶି ଦେୟ ବ୍ୟବସ୍ଥା ନ ଆଣିଲା ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହେବ ନାହିଁ। ଏହାକୁ ନେଇ ସରକାର ଡାକ୍ତରଖାନା ଗୁଡିକୁ ଉତ୍ପୀଡ଼ନ ଦେବା ବନ୍ଦ କରନ୍ତୁ।
ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାଗୁଡିକର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ବି ଡାକ୍ତରଖାନାଗୁଡିକ ସେବା ଆରମ୍ଭ କରିନାହାନ୍ତି। ଏଥିପାଇଁ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି।
ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର
ହରିୟାଣା: ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍‍ ମଧ୍ଯ ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ସେକ୍ଟର ୨୬ ସ୍ଥିତ ଓଜସ୍‍ ହସ୍ପିଟାଲରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସେକ୍ଟର ୬ସ୍ଥିତ ଜିଲ୍ଲା ହସ୍ପିଟାଲରେ ହୋଇଛି। ମୃତକମାନେ ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା ଥିଲେ । ସେମାନେ ହେଲେ ବାପା ପ୍ରବୀଣ ମିତ୍ତଲ, ଦେଶରାଜ ମିତ୍ତଲ ଏବଂ ତାଙ୍କ ସ୍ତ୍ରୀ, ମା, ଦୁଇ ଝିଅ ଓ ପୁଅ ହୋଇଥିବା ସୂଚନା ମିଳିଛି। ପରିବାର ସଦସ୍ୟ ଦୀର୍ଘ ଦିନ ହେବ ଋଣଗ୍ରସ୍ତରେ ଥିଲେ ।
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ବରେ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ପୃଥିବୀକୁ ଫେରିବା ପରେ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଫୁଟିଛି। ଏହାର କାରଣ ହେଉଛି ସେ ଭାରତୀୟ ବଂଶୋଦ୍ଭବ। ମାର୍ଚ୍ଚ ୧୯ ବୁଧବାର, ଭୋର ପ୍ରାୟ ୩:୩୦ ସମୟରେ ସୁନିତା ତାଙ୍କ ସାଥୀ ବୁଚ୍ ୱିଲମୋରଙ୍କ ସହିତ ସ୍ପେସଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ଯୋଗେ ଫ୍ଲୋରିଡା ଉପକୂଳରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିବା ପରେ, ତାଙ୍କର ଫେରିବା ଏକ ଚମତ୍କାରଠାରୁ କମ୍ ନୁହେଁ। କିନ୍ତୁ ଏହି ଖୁସି ମଧ୍ୟରେ ଏକ ପୁରୁଣା ଯନ୍ତ୍ରଣା ଭାରତୀୟମାନଙ୍କ ମନରେ ଉଙ୍କି ମାରୁଛି। ସେହି ଯନ୍ତ୍ରଣାର ନାମ କଳ୍ପନା ଚାୱଲାଙ୍କ ସହିତ ଘଟିଥିବା ସେହି ଘଟଣା ବ୍ୟତୀତ ଆଉ କିଛି ନଥିଲା।
କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟଣା
ପ୍ରକୃତରେ,କଳ୍ପନା ଚାୱଲା ୨୦୦୩ ଜାନୁଆରୀ ୧୬ ତାରିଖରେ ଆମେରିକାର ଅନ୍ତରୀକ୍ଷ ଯାନ କଲମ୍ବିଆର ସଦସ୍ୟ ଥିଲେ। ପ୍ରଥମ ଭାରତୀୟ ମହିଳା ଭାବରେ ସେ ମହାକାଶଯାତ୍ରା କରିଥିଲେ । ୨୦୦୩ ଫେବ୍ରୁଆରୀ ୧ ତାରିଖରେ ୧୬ ଦିନ ମହାକାଶ ଯାତ୍ରା ଶେଷ କରି ସେ ପୃଥିବୀ ପ୍ରତ୍ୟାବର୍ତନ କରୁଥିବାବେଳେ ଲ୍ୟାଣ୍ଡିର ଠିକ୍ ୧୬ ମିନିଟ୍ ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ସମୟରେ କଲମ୍ବିଆ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ କଳ୍ପନା କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେଦିନ ପ୍ରତ୍ୟେକ ଭାରତୀୟଙ୍କ ଆଖି ଓଦା ହୋଇଯାଇଥିଲା। ଏବେ ସୁନିତାଙ୍କ ଫେରିବା ଆମକୁ ପୁଣି ଥରେ ସେହି ଅପୂର୍ଣ୍ଣ ଆଶାକୁ ମନେ ପକାଇ ଦେଉଛି ଯେ ଯଦି କଳ୍ପନାଙ୍କ ମହାକାଶଯାନ ମଧ୍ୟ ପୃଥିବୀକୁ ଫେରି ପାରିଥାନ୍ତା।
ମହାକାଶ ମିଶନ STS-୧୦୭
କଳ୍ପନା ଚାୱଲା ତାଙ୍କର ଦ୍ୱିତୀୟ ମହାକାଶ ମିଶନ STS-107 ରେ ଯାଇଥିଲେ।  ମହାକାଶରେ ୧୬ ଦିନ ବିତାଇବା ପରେ, କଲମ୍ବିଆ ମହାକାଶଯାନରେ ପୃଥିବୀକୁ ଫେରି ଆସୁଥିଲା। କିନ୍ତୁ ଅବତରଣ କରିବାର ମାତ୍ର ୧୬ ମିନିଟ୍ ପୂର୍ବରୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶଯାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଟେକ୍ସାସ ଏବଂ ଲୁଇସିଆନା ଉପରେ ଆକାଶରେ ଖଣ୍ଡ ବିଖଣ୍ଡିତ ହୋଇଥିବା କଲମ୍ବିଆର ସ୍ପେସ୍ ସଟଲ୍। ଆଉ ସେହି ଦୁର୍ଘଟଣା କଳ୍ପନାଙ୍କ ସମେତ ସାତ ଜଣ ମହାକାଶଚାରୀଙ୍କ ଜୀବନ ନେଇଗଲା। ସେଦିନ ଆକାଶରେ ସେହି ଦୃଶ୍ୟ ଦେଖି ପ୍ରତ୍ୟେକ ଭାରତୀୟଙ୍କ ଆଖିରୁ ଲୁହ ଝରିଥିଲା। କଳ୍ପନା ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଥିଲେ ଯିଏ ମହାକାଶରେ ପାଦ ରଖିଥିଲେ। ତାଙ୍କର ଅସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ଆଜି ମଧ୍ୟ ଭାରତୀୟଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ପରିସ୍ଥିତି ଭାବେ ରହିଯାଇଛି।
କଳ୍ପନା ୧୯୬୨ ମାର୍ଚ୍ଚ ୧୭ ତାରିଖରେ ହରିଆଣାରେ ଜନ୍ମଗ୍ରହଣ କରିଥିଲେ । ୨୦ ବର୍ଷ ବୟସରେ ସେ ଆମେରିକା ଚାଲି ଯାଇଥିଲେ ଓ ଏରୋସ୍ପେଶ ଇଞ୍ଜିନିଅରିଂ ଶିକ୍ଷାଲାଭ କରିଥିଲେ । ଏହାପରେ ସେ ନାସାରେ ଯୋଗ ଦେଇଥିଲେ। ୧୯୯୭ ନଭେମ୍ବର ୧୯ ତାରିଖରେ ପ୍ରଥମଥର ପାଇଁ ମହାକାଶ ଯିବା ପାଇଁ ସୁଯୋଗ ମିଳିଥିଲା । ଏହାପରେ ପୁଣି ତାଙ୍କୁ ୨୦୦୩ ଜାନୁଆରୀରେ ମହାକାଶ ପଠାଯାଇଥିଲା ।
ସୁନିତାଙ୍କ ଫେରିବା ପରେ ଭାରତରେ ଉତ୍ସବ
ସୁନିତା ଏବଂ କଳ୍ପନା ଉଭୟ ଭାରତୀୟ ବଂଶୋଦ୍ଭବ ଏବଂ ଦୁହେଁ ମହାକାଶରେ ଲମ୍ବା ମିଶନ ସମାପ୍ତ କରିଛନ୍ତି। ଦୁହେଁ ନିଜ ସାହସରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେହି ସମୟରେ, କଲମ୍ବିଆ ଦୁର୍ଘଟଣା ନାସାକୁ ଏକ ଶିକ୍ଷା ଦେଇଥିଲା ଯେ ସୁରକ୍ଷାରେ କୌଣସି ତ୍ରୁଟି ହେବା ଉଚିତ୍ ନୁହେଁ। ହୁଏତ ଏହି କାରଣରୁ ସୁନିତାଙ୍କ ପ୍ରତ୍ୟାବର୍ତ୍ତନ ଏତେ ସତର୍କତାର ସହ କରାଯାଇଥିଲା। ବର୍ତ୍ତମାନ ସୁନିତାଙ୍କ ଫେରିବା ପରେ ଭାରତରେ ଉତ୍ସବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଏକ ଚିଠି ଲେଖି ଶୁଭକାମନା ଜଣାଇବା ସହ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।
୧୭ ଘଣ୍ଟା ଯାତ୍ରା ପରେ ପୃଥିବୀରେ ପହଞ୍ଚିଲେ
ଆପଣଙ୍କୁ କହି ରଖୁଛୁ ଯେ ସୁନିତା ୱିଲିୟମ୍ସଙ୍କ ଯାତ୍ରା ୪ ଜୁନ୍ ୨୦୨୪ ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଏବଂ ବୁଚ୍ ୱିଲମୋର ବୋଇଂର ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟରେ ISS କୁ ଯାଇଥିଲେ। ଏହି ମିଶନ କେବଳ ୮ ଦିନ ପାଇଁ ଥିଲା, କିନ୍ତୁ ମହାକାଶଯାନରେ ହିଲିୟମ ଲିକେଜ୍ ଏବଂ ଥ୍ରଷ୍ଟର ସମସ୍ୟା ଭଳି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କର ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ହେଲାନାହିଁ।  ନାସା ଷ୍ଟାରଲାଇନରକୁ ବିନା କୌଣସି କର୍ମଚାରୀରେ ଫେରାଇ ଦେଇଥିଲା ଏବଂ ଦୀର୍ଘ ୯ ମାସ ପରେ ସୁନିତାଙ୍କୁ ଆଣିବା ପାଇଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ବ୍ୟବସ୍ଥା କରିଥିଲା। ଆଉ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ବୁଧବାର ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ଲ୍ୟାଣ୍ଡିଙ୍ଗ କରିଛି ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ।
ବିଏସପିର ହରିୟାଣା ରାଜ୍ୟ ସମ୍ପାଦକଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି(ବିଏସପି)ର ହରିୟାଣା ରାଜ୍ୟ ସମ୍ପାଦକ ହରବିଳାସ ସିଂହ ରାଜ୍ଜୁମାଜ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହରବିଳାସ ଶୁକ୍ରବାର ନିଜ କାରରେ ଅନ୍ୟ ୨ ଜଣଙ୍କ ସହ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ପୁନୀତ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିଷୟରେ କୌଣସି ସୂଚନା ମିଳି ନାହିଁ।
ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା: ପଞ୍ଜାବ ପରେ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି ।  ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ, ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ। ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଗାମୀ ଲୋକସଭା ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।
କଳିଯୁଗର ଶ୍ରବଣ କୁମାର ଫରିଦାବାଦର ପ୍ରଣବ ଶୁକ୍ଳା: ମୋଟାଅଙ୍କର ଦରମା ଛାଡ଼ି ଚଳାଉଛନ୍ତି ବୃଦ୍ଧାଶ୍ରମ
ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମ୍ପତ୍ତି ଲୋଭରେ ନିଜର ବୁଢ଼ା ବାପାଙ୍କୁ ଘରୁ ତଡ଼ି ଦିଅନ୍ତି, କେହି କେହି ତୀର୍ଥ ସ୍ଥାନରେ ବୁଲାଇବା ବାହାନାରେ କେଉଁଠି ଛାଡ଼ିଦେଇ ଆସନ୍ତି। ଆଜିର ଯୁଗରେ ଫରିଦାବାଦର ପ୍ରଣବ ଶୁକ୍ଳା କଳିଯୁଗର ଶ୍ରବଣ କୁମାର ସାଜି ୪୨ ଜଣ ବୟସ୍କ ବ୍ୟକ୍ତିଙ୍କ ଦାୟିତ୍ବ ତୁଲାଉଛନ୍ତି। ଏଥିପାଇଁ ସେ ‘ଅନାଦି’ ନାମକ ଏକ ବୃଦ୍ଧାଶ୍ରମ ଖୋଲିବା ସହ ଏଠାରେ ବୃଦ୍ଧବୃଦ୍ଧାଙ୍କ ଦେଖାଶୁଣା କରୁଛନ୍ତି।
ପ୍ରଣବ ଯେତେବେଳେ କଲେଜରେ ପଢ଼ୁଥିଲେ, ସେ ସମୟରେ ରେଳଷ୍ଟେସନରେ ଜଣେ ବୃଦ୍ଧଙ୍କୁ ଏଣେେତଣେ ବୁଲିବାର ଦେଖି ବୃଦ୍ଧାଶ୍ରମ ଖୋଲିବାକୁ ଚିନ୍ତା କରିଥିଲେ। ତେଣୁ ୧୯୯୬ ମସିହାରେ ଫରିଦାବାଦ, ପାଲି ଗାଁରେ ଏକ ଭଡ଼ାଘରେ ତିନି ଜଣ ବୃଦ୍ଧ ଲୋକଙ୍କ ଦାୟିତ୍ବ ନେବା ଆରମ୍ଭ କରିଥିଲେ। ଏବେ ଏଠାରେ ୪୨ ଜଣ ନିରାଶ୍ରୟ ବ୍ୟକ୍ତି ବସବାସ କରୁଛନ୍ତି। ୨୮ବର୍ଷ ମଧ୍ୟରେ ପ୍ରାୟ ୩୦୦ ବୟସ୍କ ବ୍ୟକ୍ତି ଏହି ବୃଦ୍ଧାଶ୍ରମରେ ରହିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିଜ ରୋଜଗାର ଟଙ୍କା ସଞ୍ଚୟ କରି ସେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ବୃଦ୍ଧାଶ୍ରମ କରିଥିଲେ। ଚାକିରି କରିବା ସହ ପ୍ରଣବ ଆଶ୍ରମ ଚଳାଉଥଲେ।
ଚଳିତ ବର୍ଷ ସେ ମଲ୍‌ଟିନ୍ୟାସନାଲ କମ୍ପାନୀର ଚାକିରି ଛାଡ଼ି ପୂରାପୂରି ବୃଦ୍ଧାଶ୍ରମ ସହ ଯୋଡି ହୋଇଯାଇଥିଲେ। ଚାକିରି ଛାଡ଼ିବା ପରେ ବୃଦ୍ଧାଶ୍ରମର ସମସ୍ତ ଖର୍ଚ୍ଚ ପ୍ରଣବ ତୁଲାଉଛନ୍ତି। ସେ ଏକ ଗୋଶାଳା ମାଧ୍ୟମରେ ଏହି ବୃଦ୍ଧାଶ୍ରମର ଖର୍ଚ୍ଚ ଉଠାଉଛନ୍ତି। ଏହି ଗୋଶାଳାରେ ସେ ୨୦୦ ଗାଈଗୋରୁଙ୍କର ଦେଖାଶୁଣା କରୁଛନ୍ତି। ପ୍ରଣବ କ୍ଷୀର, ଘିଅ ଆଦି ବିକ୍ରି କରି ଏହି ବୃଦ୍ଧାଶ୍ରମଟିକୁ ଚଳାଉଛନ୍ତି। ଏନେଇ ପ୍ରଣବ କୁହନ୍ତି, ‘ବର୍ତ୍ତମାନ ମୋ’ ପାଖରେ ୪୨ଜଣ ପିଲା(ବୃଦ୍ଧବୃଦ୍ଧା) ଅଛନ୍ତି। ସେମାନଙ୍କର ଦେଖାଶୁଣା ଦାୟିତ୍ବ ମୋ ଉପରେ ରହିଛି। ଯଦିଓ ଏହି ବୃଦ୍ଧ ଲୋକଙ୍କର ନିଜର ପିଲାମାନେ ରହିଛନ୍ତି, ତଥାପି ସେମାନେ ବେସାହାରା ଥିଲେ। ତେଣୁ ଆମେ ପତିପତ୍ନୀ ନିଜେ ସନ୍ତାନ ଜନ୍ମ ନ କରି ଏହି ବେସାହାରା ଲୋକଙ୍କ ସାହାରା ହେବାକୁ ନିଷ୍ପତ୍ତି ନେଇଛୁ।’
ହରିୟାଣାର ନୁହ ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥରମାଡ଼ ସହ ପୋଡ଼ାଜଳା
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଦଙ୍ଗାକାରୀମାନେ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ‌। ଏହି ଘଟଣାରେ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ବେଳେ ପୋଲିସ ଭିଡ଼ ହଟାଇବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦୃଷ୍ଟିରୁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅନ୍ୟ ଅଞ୍ଚଳରୁ ପୋଲିସ ଫୋର୍ସ ମଧ୍ୟ ଡକାଯାଇଛି।
ପୋଲିସର ସୂଚନାନୁସାରେ, ବିଶ୍ବ ହିନ୍ଦୁ ପରିଷଦର ବ୍ରଜ ମଣ୍ଡଳ ଜଳାଭିଷେକ ଶୋଭାଯାତ୍ରାକୁ ନୁହର ଖେଡଲା ମୋର୍ ନିକଟରେ କିଛି ଯୁବକ ଅଟକାଇ ପଥରମାଡ଼ କରିଥିଲେ। ସେମାନେ ଏହି ଶୋଭାଯାତ୍ରାରେ ସାମିଲ ଦୁଇଟି କାରକୁ ମଧ୍ୟ ନିଆଁ ଜାଳି ଦେଇଥିଲେ। ଖବର ମୁତାବକ, ଏହି ଶୋଭାଯାତ୍ରାରେ ସାମିଲ ଲୋକମାନେ ସେମାନଙ୍କୁ ଅଟକାଇ ଥିବା ଯୁବକମାନଙ୍କ ଉପରେ ପାଲଟା ପଥରମାଡ଼ କରିଥିଲେ ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ବିବାଦୀୟ ଧାର୍ମିକ ନେତା ରାମ ରହିମଙ୍କ ସତସଙ୍ଗରେ ଯୋଗଦେଲେ ବହୁ ବିଜେପି ନେତା
ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିକଟରେ ଏହି ବିବାଦୀୟ ଧାର୍ମିକ ନେତା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପାରୋଲରେ ଜେଲରୁ ବାହାରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ପାଇଥିବା ରାମ ରହିମ ସମ୍ପ୍ରତି ୪୦ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ଉତ୍ତର ପ୍ରଦେଶର ବାଗପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏଥିରେ ହରିୟଣାର ବହୁ ବିଜେପି ନେତାଙ୍କ ସମାଗମ ହୋଇଥିଲା ।
ସତସଙ୍ଗ ସମୟରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ୨୦୨୨ରେ ଠିଆ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିସହିତ କିଛି ବିଜେପି ନେତା ମଧ୍ୟ ସତସଙ୍ଗରେ ଯୋଗ ଦେଇଥିଲେ । ଏଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ରେଣୁ ବାଲା ଗୁପ୍ତା, ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ସାମିଲ ଅଛନ୍ତି । ସମସ୍ତେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ ପିତା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦ ନେଇଥିଲେ ।
ରାମ ରହୀମଙ୍କ କାର୍ଯ୍ୟକ୍ରମରେ ଏହାର ବହୁ ନେତା ଅଂଶଗ୍ରହଣ କରିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ନେତାଙ୍କୁ ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାରୋଲ ଦିଆଯାଇଛି।
ଖଣି ମାଫିଆଙ୍କ ଗୁଣ୍ଡାରାଜ: ଚଢାଉ ବେଳେ ପୁଲିସକୁ ଡମ୍ପର ଚଢ଼ାଇ କଲେ ହତ୍ଯା
ହରିୟାଣା: ଖଣିମାଫିଆଙ୍କ ଗୁଣ୍ଡାରାଜ । ପୁଲିସକୁ  ଡମ୍ପର ଚଢ଼ାଇ କଲେ ହତ୍ଯା । ଏଭଳି ଅଭାବନୀୟ ଘଟଣା ହରିୟାଣାରେ ଘଟିଛି। ବେଆଇନ ଚୋରା ଚାଲାଣ ହେଉଥିବା ଖବର ପାଇଁ  DSP ସୁରେନ୍ଦ୍ର ସିଂହ ବିଷ୍ଣୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ବେଳେ  ଖଣିମାଫିଆ ତାଙ୍କୁ ଡମ୍ପର ଚଢ଼ାଇ ବୀଭତ୍ସ ହତ୍ୟା କରିଛନ୍ତି। ରାସ୍ତାକଡ଼ରେ ଡିଏସପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଛଡ଼ାଯିବନି ବୋଲି ଟ୍ୱିଟ୍ କରିଛି ହରିୟାଣା ପୁଲିସ । ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି।