Kolkata Doctor Rape and Murder Case - The Sakala
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା: ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଛି ଏକ ମାସ। ଗତ ଅଗଷ୍ଟ ୮-୯ ତାରିଖ ରାତିରେ ଜୁନିୟର ଡାକ୍ତର ଅଭୟାଙ୍କୁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ବର୍ବରତା ଘଟଣାକୁ ଆଜକୁ ଏକମାସ ପୂରଣ ହୋଇଛି। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଥିବା ବେଳେ ଏବେ ବି ମେଡିକାଲ୍‌ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ହେଲେ ମାମଲାକୁ ଏକ ମାସ ବିତିଥିଲେ ସୁଦ୍ଧା ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଓ ସିବିଆଇ। ଏହି ଲୋମହର୍ଷଣକାରୀ ଘଟଣାରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଓ ସାଥି ଡାକ୍ତର।
ମାମଲାର ତଦନ୍ତ ଭାର ସିବିଆଇ ନେଇଥିବା ବେଳେ ସୋମବାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି ସିବିଆଇ। ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ । ମଙ୍ଗଳବାର ଏହାର ସମୀକ୍ଷା କରାଯିବ।
ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପରଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ତେବେ ସୋମବାର ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଯାଂଚ ରିପୋର୍ଟ, ଡାକ୍ତରଙ୍କ ଆନ୍ଦୋଳନ ଏବଂ ସିଆଇଏସଏଫ ଯବାନଙ୍କ ସୁବିଧା ଉପରେ ଶୁଣାଣି କରିଛନ୍ତି କୋର୍ଟ। ତେବେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏକାଧିକ କଥା ସାମ୍ନାକୁ ଆସିଛି। ମାମଲାରେ ଏଫଆଇଆର ପଞ୍ଜିକରଣ କରିବାରେ ୧୪ଘଂଟା ବିଳମ୍ବ ହୋଇଥିବା ଜଣାପଡିଛି।
ଅନ୍ୟପଟେ ଆନ୍ଦୋଳନରେ ଥିବା ଡାକ୍ତରଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଯେ, ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଡାକ୍ତରଙ୍କ କର୍ତବ୍ୟ ହେଉଛି ରୋଗୀଙ୍କ ସେବା କରିବା, ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ଯଦି ଆନ୍ଦୋଳନରତ ଡାକ୍ତରମାନେ ନିଜ ନିଜ କାମରେ ଯୋଗ ନଦିଅନ୍ତି ତେବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଅନ୍ୟପକ୍ଷରେ, ସିଆଇଏସ୍‌ଏଫ୍‌ ଯବାନଙ୍କ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ। ସେମାନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବାକୁ ରାଜ୍ୟର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନେ ଆରଜି କର ଡାକ୍ତରଖାନାରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋଲକାତା:  ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବାନ୍ନ ଅଭିଯାନ’ର ଡାକରା ଦେଇଛି । ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବାନ୍ନ ଭବନ ଘେରାଉ କରିବା ଅଭିମୁଖେ ବାହାରିଛନ୍ତି ୩୦ ହଜାରରୁ ଅଧିକ ଆନ୍ଦୋଳନକାରୀ। ହାୱଡା ନିକଟରେ ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଛନ୍ତି ଆନ୍ଦୋଳନକାରୀ। ବିକ୍ଷୋଭକାରୀମାନେ ପୁଲିସ୍ ବ୍ୟାରିକେଡ୍ ଉପରକୁ ଚଢ଼ି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ଏହାକୁ ଦୃଢ ସମର୍ଥନ ଜଣାଇଛି ବିଜେପି । ବିକ୍ଷୋଭରତ ଜୁନିୟର ଡାକ୍ତର ସଂଘ ଏଥିରେ ଯୋଗ ଦେବେ ନାହିଁ ବୋଲି ମତ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଡାକରା ଦେଇଛି।
କୋଲକାତା ଲଜ୍ଜାକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ଦୃଢ ବିରୋଧ କରି ରବିନ୍ଦ୍ରଭାରତୀ ବିଶ୍ବବିଦ୍ୟାଳୟର ଏମଏ ଛାତ୍ର ପ୍ରବୀର ଦାସ ଓ କଲ୍ୟାଣୀ ବିଶ୍ବବିଦ୍ୟାଳୟର ଶୁଭଙ୍କର ହଳଧର ଏବଂ ଶହାନ ଲହିଡୀ ଏହି ବିକ୍ଷୋଭର ନେତୃତ୍ବ ନେବେ ବୋଲି ଘୋଷଣା କରିଛନ୍ତି । ଏଥିସହିତ ସେମାନେ ଏହା ବି କହିଛନ୍ତି ଯେ, ଆମର ତିନୋଟି ଦାବି ରହିଛି । ଅଭୟାଙ୍କୁ ନ୍ୟାୟ, ଅପରାଧୀକୁ ମୃତ୍ୟୁ ଦଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ।
ଅନ୍ୟପକ୍ଷରେ ଶାସକ ତୃଣମୂଳ କଂଗ୍ରେସ ଏହାକୁ ବେଆଇନ  ଏବଂ ବିଜେପି, ଆରଏସଏସ ଓ ସିପିଏମର ଚାଲ ବୋଲି ଦର୍ଶାଇଛି । ବିରୋଧୀ ରାଜ୍ୟରେ ଅଶାନ୍ତି ଖେଳାଇବା ପାଇଁ ଏପରି ଷଡଯନ୍ତ୍ର ରଚିଛି ବୋଲି କହିଛି ଟିଏମସି । ଅନ୍ୟପକ୍ଷରେ ଛାତ୍ରଙ୍କ ‘ନବନ୍ନା ଅଭିଯାନ’କୁ ଦୃଷ୍ଟିରେ ରଖି ସହରରେ ୬ ହଜାର ପୋଲିସ ନିୟୋଜିତ କରାଯାଇଛି । ପୂରା ୧୯ଟି ସ୍ଥାନରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏଥିସହିତ ଗୁରୁତ୍ବପୂର୍ଣ୍ଣ ଜାଗାମାନଙ୍କରେ ଲୁହାର ବ୍ୟାରିକେଡ ଲଗାଯାଇଛି । ରାଜ୍ୟ ସଚିବାଳୟ ‘ନବାନ୍ନ ଭବନ’କୁ ବାହାରେ କୋଲକାତା ପୁଲିସ ଓ ହାଓ୍ବଡା ପୋଲିସଙ୍କ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଘେରି ରହିଛି ।  ପୋଲିସ୍ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସିସିଟିଭି ସୁରକ୍ଷା ଓ ଓ୍ବାଟର କାନନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ।