Subhadra Guideline - The Sakala
ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ, ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ସୁଭଦ୍ରା ଆବେଦନ ହେଉ ଅବା ଅଧାରରେ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ହେଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଛି। ତେବେ ଏହାରି ମଧ୍ୟରେ ରାଜ୍ୟର କିଛି ସ୍ଥାନରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସୁଭଦ୍ରା ଫର୍ମ ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ସ୍ଥାନରେ ମାଗଣା ଫର୍ମ ନଦେଇ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଜଣାପଡିଛି। ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ।
ରାଜ୍ୟର କିଛି ଜିଲ୍ଲାରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ଫର୍ମ ମାଗଣା ବୋଲି ସରକାର ଘୋଷଣା କରିଛନ୍ତି। ଏଣୁ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ। ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ଜିଲ୍ଲା ପ୍ଲାଙ୍କୁ ସୁଭଦ୍ରା ଯୋଜନାରେ କିଛି ଲୋକ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଏହାର ପୂରଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ସେପଟେ ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟଙ୍କା ମାଗିବା ଅଭିଯୋଗରେ ୩ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ସରଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗିଥିବାରୁ ଡେରାବିଶର ୨ଜନସେବା କେନ୍ଦ୍ର ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି।
କାଲିଠୁ ଗଡ଼ିବ ‘ସୁଭଦ୍ରା’ ସଚେତନତା ରଥ
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।
ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ନକଲି ୱେବ୍‌ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ । ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ ଅନୁସାରେ ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ହିତାଧିକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅର୍ଥାତ ୨୧ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବର୍ଷର ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।
ଗାଇଡଲାଇନ୍ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ବୟସର ମାପକାଠି ଭାବେ ଗ୍ରହଣ କରାଯିବ । ସେହିପରି ହିତାଧିକାରୀଙ୍କ ବୟସ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ । ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । କାର୍ଯ୍ୟକାରିତାକୁ ତଦାରଖ ପାଇଁ ଗଠନ କରାଯିବ କମିଟି। ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଓ ଉନ୍ନୟନ କମିଶନର ଉପାଧ୍ୟକ୍ଷ ରହିବେ । ଜିଲ୍ଲାସ୍ତରରେ ଓ ବ୍ଲକ ସ୍ତରରେ ତଦାରଖ କମିଟି ଗଠନ କରାଯିବ । ସହରାଞ୍ଚଳସ୍ତରୀୟ ଯାଞ୍ଚ କମିଟି ମଧ୍ୟ ଗଠନ କରାଯିବ।