CTC - The Sakala
ଭୁବନେଶ୍ୱର: ଶୁକ୍ରବାର ହଠାତ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍। ଚାରିଆଡ ଅନ୍ଧାର।  ମାଡିଆସିଲା କାଳବୈଶାଖୀ ବର୍ଷା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୩୦ ମିନିଟରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ ।
ଖବର ଅନୁଯାୟୀ, ୩ ଘଣ୍ଟା ପାଇଁ  ଖୋର୍ଦ୍ଧା ଜିଲ୍ଲା ସମେତ ଟ୍ବିନସିଟି ଭୁବନେଶ୍ବର-କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।  ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିବା ଆକଳନ କରିଥିବା ପାଣିପାଗ ବିଭାଗ।  ପୁରି ଜିଲ୍ଲାକୁ ମଧ୍ଯ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଥିଲା। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା।
କ୍ରିକେଟ ଖେଳରୁ ତୁମୂଳକାଣ୍ଡ: ଭୁଲ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କୁ ହତ୍ୟା ଅଭିଯୋଗ
ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳକୁ ନେଇ ଘଟିଛି ତୁମୂଳକାଣ୍ଡ। ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବାକୁ ନେଇ ହତ୍ୟା କାଣ୍ଡ ଘଟିଛି।  ବ୍ୟାଟ ଓ ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଛନ୍ତି ଗ୍ରାମବାସୀ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ରବିବାର ଦିନ ମହିଷାଲଣ୍ଡା ପଞ୍ଚାୟତରେ ଗାଁର କିଛି ଯୁବକମାନେ କ୍ରିକେଟ୍‌ ଖେଳ ଚାଲିଥିଲା ।  ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍‌କ୍ଷିପ୍ତ ଦୁଇ ଯୁବକ ଅମ୍ପାୟାରଙ୍କ ଉପରେ ଆକ୍ରମଣ କରିଥିଲେ । ବ୍ୟାଟ ଓ ଛୁରୀ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଲକି ରାଉତଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ଲକି ରାଉତ ଗୁରୁତର ହୋଇପଡିଥିଲା । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକି ରାଉତଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଓ୍ବେବ ଚ୍ୟାନେଲ ଅଫିସରେ ଚାଲିଥିଲା ସେକ୍ସ ରାକେଟ, ମାଡିବସିଲା କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍
କଟକ: କଟକରେ ସେକ୍ସ ରାକେଟ ଠାବ । ଓ୍ବେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ବାଦାମବାଡ଼ି ଥାନା ସୂର୍ଯ୍ଯବିହାର ଲେନରେ ଚଢାଉ କରିଛି କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ୫ ଦେହଜୀବୀ ଓ ରାଣୀ ମହୁମାଛି ସମେତ ୨ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ ।
ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି ସୁନୀଲ ବଂଶଲ୍
କଟକ: ହକି ମହାକୁମ୍ଭ ଉଦଘାଟନ ନେଇ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ସୁନୀଲ ବଂଶଲ୍। ବୁଧବାର ସନ୍ଧ୍ୟାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ଆମ ପାଇଁ ମହତ୍ୟପୂର୍ଣ୍ଣ ବୋଲି କହିଛନ୍ତି ଡିଜିପି ସୁନିଲ ବଂଶଲ୍।। ବାରବାଟୀ ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ। ଭୁବନେଶ୍ୱର ରାଉରକେଲାରେ ମଧ୍ୟ ଅନୁରୂପ ସୁରକ୍ଷା ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଅତିଥି ଦର୍ଶକ ମାନେ କିପରି ସୃଙ୍ଖଳିତ ଭାବରେ ମ୍ୟାଚ୍ ଉପଭୋଗ କରି ଜିବେ ସେନେଇ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ କାଲି କଟକରେ ଦିନ ୨ଟାରୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
କଟକ: ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଆୟଜନ ହୋଇଛି ବିଶେଷ କାର୍ଯ୍ଯକ୍ରମ। ଆଉ ଏହି ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍‌, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ, ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କଟକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ଦିନ ୨ଟାରୁ ବନ୍ଦ ରହିବ।
ସୂଚନାଯୋଗ୍ୟ, ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ଖେଳା ଯିବ। ଏଥିପାଇଁ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱର ଓ ରାଉରକେଲାରେ ପହଞ୍ଚି ସାରିଲେଣି।
ଭୁବନେଶ୍ୱର: କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ ‘ଟ୍ରୁ-୫ଜି’ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଓ ଟ୍ରୁ-୫ଜିର ପ୍ରତିଶ୍ରୁତିପୂର୍ଣ୍ଣ ବ୍ୟବହାରର ଅନୁଭୂତି ମଧ୍ୟ ହାସଲ କରିଛନ୍ତି। ଆଜିଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ରୁପାର ସହର କଟକ ଜିଓ ଟ୍ରୁ-୫ଜି ସେବା ହାସଲ କରିବାରେ ଓଡ଼ିଶାର ପ୍ରଥମ ସହର ହୋଇଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ୫ଜି ସେବାର ଉଦ୍‌ଘାଟନ କରାଯାଇଥିବା ବେଳେ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରାଯାଇଛି ଯେଉଁଠାରେ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୫ଜି ର ଉପଯୋଗୀତା ପ୍ରଦର୍ଶନ ସହିତ ଶିକ୍ଷା, କ୍ଲାଉଡ୍ ଗେମିଂ, ସ୍ମାର୍ଟ ଅଫିସ୍‌, ସ୍ମାର୍ଟ ସିଟି, ସ୍ମାର୍ଟ ମିଟରିଂ ଓ ଲାଇଟିଙ୍ଗ୍ ଏବଂ ବୈପ୍ଳବିକ ଏଆର-ଭିଆର ଡିଭାଇସ୍ ଜିଓ ଗ୍ଲାସ୍ ମାଧ୍ୟମରେ ୫ଜିର ଚମତ୍କାର ପ୍ରୟୋଗ ଓ ସୁବିଧାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିବ । ଏହି ଅବସରରେ ୫ଜି ଲ୍ୟାବ୍ ଏବଂ ୫ଜିର ବ୍ୟବହାର ସହଯୋଗିତାକୁ ନେଇ ରିଲାଏନ୍ସ ଜିଓ ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି ।
ବହୁସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ତଥା ପୂର୍ବ ଭାରତର ଆଇଟି ଓ ଶିକ୍ଷା ହବ୍ ଭାବେ ପରିଚିତ ଭୁବନେଶ୍ୱରରେ ଜିଓ ଟ୍ରୁ-୫ଜି ଉଭୟ ନାଗରିକ ଏବଂ ସହର ପରିଦର୍ଶନକାରୀମାନଙ୍କୁ ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ଓ ବାସ୍ତବରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ଜିଓର ଟ୍ରୁ-୫ଜି ଡାଟା ଭୁବନେଶ୍ୱରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଛି ଯେତେବେଳେ ଭାରତର ଏହି ଦ୍ରୁତ ଉଦୀୟମାନ କ୍ରୀଡ଼ା ରାଜଧାନୀ ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି । ସେହିପରି, ୧୦୦୦ ବର୍ଷ ପୁରୁଣା ଐତିହାସିକ କଟକ ସହରର ଜନସାଧାରଣ ଏବେ ପରବର୍ତୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ହାସଲ କରିପାରିବେ ।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦ୍ୱେତ ସହର ଭୁବନେଶ୍ୱର ଓ କଟକ ସହ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଓଡଶାରେ ଟ୍ରୁ-୫ଜି ସେବା ଆରମ୍ଭ କରିବା ଆମ ପାଇଁ ଗର୍ବର ବିଷୟ ଏବଂ ଖୁବ୍‌ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ପକ୍ଷରୁ ୨୦୨୩ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାର ପ୍ରତି ତହସିଲ ଓ ତାଲୁକା ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି ।’’
ଓଡ଼ିଶାରେ ଜିଓ ଯେଉଁ ଭଲ ପାଇବା ହାସଲ କରିଛି ତାହାକୁ ନେଇ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଓଡିଶାରେ ବ୍ୟବହାର ହେଉଥିବା ମୋଟ ଡାଟାର ଦୁଇ ତୃତୀୟାଂଶ ବଜାର ଅଂଶ ଜିଓ ଦ୍ୱାରା ପରିଚାଳିତ । ଓଡ଼ିଶାରେ ପ୍ରତି ତିନି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।
ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ଜିଓ ଟ୍ରୁ-୫ଜି ସେବାକୁ ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, ଯାହା ପଛରେ ରହିଛି ଏହି ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଏବଂ ଏହା ପ୍ରଦାନ କରୁଥିବା ଉଲ୍ଲେଖନୀୟ ଲାଭ ।’’
୨୦୨୩ ଜାନୁଆରି ୫ ତାରିଖରୁ ଜିଓ ୱେଲକମ୍ ଅଫରରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ଭୁବନେଶ୍ୱର ଓ କଟକର ଜିଓ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯିବ ।
ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:
୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ
୩. କ୍ୟାରିୟର ଏଗ୍ରିଗେସନ ଭଳି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ୫ଜି ଫ୍ରିକ୍ୟୁଏନ୍‌ସିକୁ ଏହା ଏକ ଏକକ ଦୃଢ଼ ‘ଡାଟା ହାଇୱେ’ ରେ ପରିଣତ କରୁଛି
୫ ମହାନଗରବାସୀଙ୍କୁ ମିଳିବ ଭୂମି ଅଧିକାର: ଆଜିଠାରୁ ଆରମ୍ଭ ହେଲା ଡ୍ରୋନ୍‍ ସର୍ଭେ, ଭର୍ଚ୍ୟୁଆଲରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି। ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଟାଟା ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଡ୍ରୋନ୍‍ ସର୍ଭେ ପାଇଁ ରାଜ୍ୟର ୫ ଟି ମହାନଗର ନିଗମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଡ୍ରୋନ୍‍ ଉଡ଼ାଇଥିଲେ। ଏହିକ୍ରମରେ ବିଏମସିର ୱାର୍ଡ ନମ୍ବର ୯ରେ ଥିବା ମହିମାନଗର ବସ୍ତିରେ ପ୍ରଥମେ ଡ୍ରୋନ୍‍ ଉଡ଼ାଯାଇଥିଲା। ଏଥିପାଇଁ ବିଏମସି ପକ୍ଷରୁ ମହିମାନଗରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଠାରେ ଭୁବନେଶ୍ୱରର ବିଧାୟଙ୍କ ସମେତ ମେୟର ଓ କମିସନର ଉପସ୍ଥିତ ରହିଥିଲେ।
ସେହିପରି ଅନ୍ୟ ୪ ଟି ମହାନଗର ନିଗମରେ ମଧ୍ୟ ସ୍ଥାନୀୟ ନେତାଙ୍କ ସମେତ ପୌର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ମହାନଗରବାସୀଙ୍କୁ ଜାଗା ମିଶନରେ ଭୂମି ଅଧିକାର ପ୍ରଦାନ କରିବାକୁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଥିଲେ। ଏହି ଆଧାରରେ ମହାନଗରନିଗମଗୁଡ଼ିକର ବିଭିନ୍ନ ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀମାନେ ଭୂମି ଅଧିକାର ପାଇବାକୁ ହକ୍‍ଦାର ହୋଇଥିଲେ। ଏହି ଡ୍ରୋନ ସର୍ଭେ ଜରିଆରେ ବସ୍ତିରେ ଥିବା ଘରଗୁଡ଼ିକ ଚିହ୍ନଟ କରାଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ହେବ। ଏହି ସର୍ଭେରେ କେଉଁ ବସ୍ତିରେ କେତେ ଘର ରହିଛି ଓ ଏହି ଘରଗୁଡ଼ିକ କେତେ ବର୍ଗ ମିଟରରେ ଅଛି ତାହା ଜଣାପଡ଼ିଯିବ। ଡ୍ରୋନ୍‍ ସର୍ଭେକୁ ଆଧାର କରି ଊଷା ସର୍ଭେ କରାଯିବ।
୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏଥିରେ ରାଜ୍ୟର ୫ ଟି ମାହନଗର ନିଗମକୁ ସାମିଲ କରାଯାଇ ନ ଥିଲା। ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବା ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାନଗରନିଗମ ଗୁଡ଼ିକରେ ବାସକରୁଥିବା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବ୍ୟବସ୍ଥାରେ ବସ୍ତିବାସିନ୍ଦା ମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଅଧିକାର ପ୍ରଦାନ କରାଯିବ।
ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବସ୍ତିଗୁଡ଼ିକରେ ଡ୍ରେନ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‍ ଓ ଷ୍ଟ୍ରିଟ୍‍ ଲାଇଟ୍‍ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି। ଏଥି ସହିତ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ବସ୍ତିମୁକ୍ତ ସହର ରୂପେ ଘୋଷଣା କରାଯାଇଛି।
ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ
କଟକ: ପାରିବାରିକ କଳହରୁ କଟକରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବଡ଼ ଭାଇର ଛୁରା ମାଡ଼ରେ ସାନଭାଇର ମୃତ୍ଯୁ ଘଟିଛି। ମୃତକ ସାନ ଭାଇର ନାଁ ସଫିଉଲ୍ଳା ଖାନ ହୋଇଥିବା ବେଳେ ବାଉଁଶ ଗଳି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ଦରଘା ବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବଡ଼ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଏକ ତରଫା ପ୍ରେମରୁ ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼
କଟକ: କଟକ ସଦରଥାନା ପ୍ରତାପନଗରୀ ନିକଟର ଘଟିଛି ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଥିବା ସୂଚନା । ବିଚ୍ ରାସ୍ତାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଛୁରାମାଡ଼ କରିଥିଲେ । ଛୁରାମାଡ଼ ଫଳରେ ଯୁବତୀଙ୍କ ହାତରେ ଆଘାତ ଲାଗିଛି । ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ରହିଛି। ସୂଚନା ଅନୁସାରେ ଦୁଇ ଭାଇ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏକତରଫା ପ୍ରେମକୁ ନେଇ ସାନ ଭାଇ ଯୁବତୀଙ୍କୁ ଛୁରାମାଡ଼ କରିଛି ।
ଉଭୟ ଉଭୟଙ୍କୁ ଜାଣିଥିଲେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଛି ବୋଲି କଟକ ଡିସିପି ପିନାକୀ ମିଶ୍ର କହିଛନ୍ତି।  ପୀଡିତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି। ଏବେ ଆମର ଟିମ ପୀଡ଼ିତାଙ୍କ ବୟାନ ରେକଡ଼ କରୁଛି। ଅଭିଯୁକ୍ତ ଫେରାର ଅଛି ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି।
ଅମାନବୀୟ କାଣ୍ଡ: କରଜ ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ ଉନ୍ମତ୍ତ ଯୁବକ
ଭୁବନେଶ୍ବର: କଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ନିଆଯାଉଥିବା ଭିଡିଓ ଭାଇରାଲ ହେଉଛି। ଏଭଳି ଅଭାବନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ କରଜ ନେଇଥିବା ଟଙ୍କା ଫେରାଉ ନ ଥିବାରୁ ଏହି କାଣ୍ଡ ଭିଆଇିଛନ୍ତି କିଛି ଉନ୍ମତ୍ତ ଯୁବକ । ଏହା ଗତକାଲି ସନ୍ଧ୍ୟା ବେଳର ଘଟଣା ବୋଲି ଜଣାପଡ଼ିଛି। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି  ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଦୌଡ଼ାଇ  ଦୌଡ଼ାଇ ନିଆଯାଇଥିଲା। ଭିଡିଓଟି ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ବର୍ତ୍ତମାନ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲେ ବି ପୁଲିସ ନିଜ ଆଡୁ ମାମଲାକୁ ଗୁରୁତର ସହ ନେଇଛି।
ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଯୁବକ ନିଖୋଜ
ଚୌଦ୍ୱାର: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। କାଲି ରାତିରେ ଭାସିଯାଇ ନିଖୋଜ ହୋଇଥିବା ସୂଚନା। ଲକ୍ଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିଲା ବେଳେ ଅଘଟଣ ଘଟିଛି। ପ୍ରଥମେ ଜଣେ ଖସି ପଡ଼ିଥିଲେ। ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଫସିଯାଇଥିଲେ। ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳି ନ ଥିଲା । ଖବର ପାଇ ଓଡ୍ରାଫ, ଅଗ୍ନିଶମ କର୍ମଚାରୀ, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ: ଆଜି ପେଟ୍‍ସିଟି, ଆଇପିଡି, ଆଇସିୟୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପରିସରସ୍ଥ ଲିନାକ କୋଠାରେ ଥିବା ପେଟ୍‍ ସିଟି ସ୍କାନ୍‍ ମେସିନ୍‍, ନୂତନ ଆଇପିଡି ଏବଂ ଆଇସିୟୁ ଗୃହର ଗୁରୁବାର ଲୋକାର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସମୟରେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ଯୋଗଦେଇ ନୂତନ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିବେ। ଏହି ଲୋକାର୍ପଣ ପରେ ୨୦ଟି ନୂତନ ଆଇସିୟୁ ଶଯ୍ୟା ଉପଲବ୍ଧ ହେବା ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ ଛୁଇଁବ।
କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍‍ ସରକାରୀ ଚିକିତ୍ସାଳୟ। ଏଠାରେ ଦୁଇଟି ଲିନାକ୍‍ ମେସିନ୍‍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜି+୬ ମହଲା ବିଶିଷ୍ଟ ‘ଲିନାକ୍‍ କୋଠା’ର ତଳ ମହଲାରେ ଅତ୍ୟାଧୁନିକ ବିକିରଣ ପଦ୍ଧତିରେ ଲିନିୟର ଆକ୍ସିଲିରେଟର ଚିକିତ୍ସା(ଲିନାକ୍‍) ସେବା ମିଳୁଛି। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ପୂର୍ଣ୍ଣ ଲିନାକ୍‍ କୋଠା ନିର୍ମାଣ ହୋଇଛି। ତେବେ ୨୦୧୯ରେ କୋଠାର ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଥିଲା। ମାତ୍ର କୋଭିଡ୍‍ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଥିଲା। ଏବେ କାର୍ଯ୍ୟ ଶେଷ ହୋଇଥିବାବେଳେ ୭ଟି ଯାକ ମହଲା କାର୍ଯ୍ୟକ୍ଷମ ହୋଇଛି।
ସମ୍ପ୍ରତ୍ତି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୨୮୩ ସଂଖ୍ୟକ ଶଯ୍ୟା ରହିଛି। କୋଠା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଉପର ମହଲାଗୁଡ଼ିରେ ଆଇପିଡି ଏବଂ ଆଇସିୟୁ ବ୍ୟବସ୍ଥା ହୋଇଛି। ଏଥି ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ରେ ପହଞ୍ଚିଛି। ଲିନାକ୍‍ କୋଠାରେ ଥିବା ଆଇପିଡି ଏବଂ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସେହିପରି ଲିନାକ୍‍ କୋଠାରେ ରହିଛି ପେଟ୍‍ ସିଟି ସ୍କାନ ମେସିନ୍‍। ସେପ୍ଟେମ୍ବର ମାସରୁ ରୋଗୀଙ୍କର ପରୀକ୍ଷାମୂଳକ ଭାବେ ପେଟ୍‍ ସିଟି ସ୍କାନ କରାଯାଉଛି। ହେଲେ ଏହି ସେବାକୁ ଆନୁଷ୍ଠାନିକ ଭାବେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିବେ। ସୂଚନାଯୋଗ୍ୟ, ପେଟ୍‍ ସିଟି ସ୍କାନ ଅର୍ଥାତ୍‍ ପୋଜିଟ୍ରନ୍‍ ଏମିସନ ଟୋମୋଗ୍ରାଫି ଆଣ୍ଡ କମ୍ପ୍ୟୁଟେଡ୍‍ ଟୋମୋଗ୍ରାଫି ସ୍କାନ୍‍। ପୋଜିଟ୍ରନ୍‍ ହେଉଛି ଇଲେକ୍‍ଟ୍ରନ ସହ ସମାନ ବସ୍ତୁତ୍ୱ ବିଶିଷ୍ଟ ବିପରୀତ(ଯୁତ୍କାତ୍ମକ) ବୈଦ୍ୟୁତିକ ପ୍ରଭାବ ଥିବା ମୂଳକଣିକା। ପୋଜିଟ୍ରନକୁ ନିଃସରଣ କରାଯାଇ ରୋଗ ଚିହ୍ନଟ ହେବା ପ୍ରକ୍ରିୟା ହେଉଛି ପେଟ୍‍ ସିଟି ସ୍କାନ। ଏହା ଦ୍ୱାରା କ୍ୟାନ୍ସର ଚିହ୍ନଟ କରାଯିବା ସହିତ ରୋଗର ସ୍ତର ଜାଣିହେବ। ବାୟୋପ୍ସି କରାଯିବା ପାଇଁ ଶରୀରର ପ୍ରକୃଷ୍ଟ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ। କ୍ୟାନ୍ସର ରୋଗର ଚିକିତ୍ସା ସଠିକ୍‍ ଭାବେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୂପଣ କରିବ ଏହି ପରୀକ୍ଷା। ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍‍ ସିଟି ସ୍କାନ ପରୀକ୍ଷା ମଧ୍ୟ ସହାୟକ ହେବ। ପୂର୍ବରୁ ପେଟ୍‍ ସିଟି ସ୍କାନ ପରୀକ୍ଷା ପାଇଁ ରୋଗୀମାନେ ଘରୋଇ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ। ପରୀକ୍ଷା ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ରୋଗୀଙ୍କୁ ଭୁବନେଶ୍ୱର ମଧ୍ୟ ଯିବାକୁ ପଡୁଥିଲା। ହେଲେ ଏହି ସମସ୍ୟା ଦୂର ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଏଚ୍‍ପିଜିଆଇସିରେ ପେଟ୍‍ ସିଟି ସ୍କାନ ମେସିନ୍‍ ସଂସ୍ଥାପିତ ହୋଇଛି। ପବ୍ଲିକ୍‍-ପ୍ରାଇଭେଟ ପାର୍ଟନର୍‍ସିପ(ପିପିପି) ମୋଡ୍‍ରେ ଏହି ବ୍ୟବସ୍ଥା କରାଯାଇଛି। ସିମେନ୍ସ ହେଲ୍‍ଥ କେୟାର ଜରିଆରେ ଜାପାନ ଟେକ୍ନୋଲୋଜିର ଉନ୍ନତଧରଣର ମେସିନ୍‍ ଅଣାଯାଇଛି।