Jharaphula death - The Sakala

ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ବାଇଁ ଗିରଫ
ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଗିରଫ କରାଯାଇଛି। ଭୁବନେଶ୍ବରରୁ ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁକୁ ଯାଜପୁର ପୁଲିସ ଗିରଫ କରିଛି । ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ଯାଜପୁର ପୁଲିସ। ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକ ପ୍ରଥମେ ପୁଲିସ ଗିରଫ କରିଥିବା ବେଳେ ପରେ ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ କରିଥିଲା। ତୃତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁ ଫେରାର୍‌ ଥିବା ବେଳେ ଆଜି ତାକୁ ଗିରଫ କରିଛି ଯାଜପୁର ପୁଲିସ।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨୭ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟ ରାସ୍ତାପାର୍ଶ୍ଵରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ତାହାକୁ ଜବତ କରି ତଦନ୍ତ ଚଳାଇଥିଲା।

ଝରାଫୁଲ ଗତ ୨୪ ତାରିଖରେ ଭୁବନେଶ୍ୱର ଆସି ସମ୍ପର୍କୀୟଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇଥିଲେ। ୨୬ ତାରିଖ ସକାଳେ ସେ ବସରେ ଘରକୁ ଯାଉଥିବା କହିଥିଲେ। କିନ୍ତୁ ଘରକୁ ନ ଯାଇ ଦେହ ଖରାପ ଅଛି ବୋଲି ବାପାଙ୍କୁ କହି ବସରୁ ଓହ୍ଲାଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ବାପା ଫୋନ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ସୋନାଲି ଘରେ ଅଛି ବୋଲି କହିଥିଲେ। ହେଲେ ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି । ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଥିଲା ଯାଜପୁର ପୋଲିସ । ଏହାପରେ ଆଜି ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ବାଇଁ ଗିରଫ ହୋଇଛି।

ଝରାଫୁଲ ମୃତ୍ୟୁ ଘଟଣା : ରାକେଶ ନାଁରେ ଆଗରୁ ବି ଅଛି ହତ୍ୟା ଅଭିଯୋଗ
ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ହତ୍ୟାକାଣ୍ଡ ମାମଲାକୁ ୨୦ଦିନ ବିତିଯାଇଥିଲେ ମଧ୍ୟ ଯାଜପୁର ପୁଲିସ ମାମଲା ଉପରୁ ପରଦା ହଟାଇପାରିନି। ତେବେ ପୁଲିସ ତଦନ୍ତ ବେଳେ ଗିରଫ ହୋଇଥିବା ରାକେଶ ସ୍ୱାଇଁ ଅପରାଧ ପୃଷ୍ଠଭୂମି ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ରାକେଶ ଜଣେ ପେଶାଦାର ଅପରାଧୀ ହୋଇଥିବା ଯାଜପୁର ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ରାଜଧାନୀରେ ଗତ ବର୍ଷ ହୋଲିରେ ହୋଇଥିବା ଏକ ହତ୍ୟାକାଣ୍ଡରେ ରାଜେଶ ସଂପୃକ୍ତ ଥିବା ସୂଚନା ପୁଲିସ ପାଇଛି। ସେ ଉକ୍ତ ମାମଲାରେ ଗିରଫ ନ ହେବା ପାଇଁ ମୟୂରଭଞ୍ଜକୁ ଯାଇ ଉଠା ଜଳସେଚନ୍‍ କାମ କରୁଥିଲା। ସବୁଠୁ ବଡ଼ କଥା ହେଲା କମିସନ୍‌ରେଟ ପୁଲିସ କିଭଳି ରାକେଶ ସମ୍ପର୍କରେ ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ରାକେଶ ରାଜଧାନୀରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତିଥିବା ଯାଜପୁର ପୁଲିସ ଜାଣିବା ପରେ କମିସନ୍‌ରେଟ ପୁଲିସକୁ ଅବଗତ କରିଛି। ରାକେଶ କେଉଁ ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି ତାହା ଜାଣିବା ପାଇଁ ତାଙ୍କୁ କମିସନ୍‌ରେଟ ପୁଲିସ ରିମାଣ୍ଡରେ ଆଣିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାକେଶଙ୍କୁ କମିସନ୍‌ରେଟ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ରାକେଶର ଅନେକ ଅପରାଧର ଗୁମର ଖୋଲିବ ଆଶା କରାଯାଉଛି।

ଅନ୍ୟ କୌତୁହଳ ବିଷୟ ହେଉଛି ଯେ, ରାକେଶ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ପରିବାର ସହ ତାର ଭଲ ସମ୍ପର୍କ ନ ଥିଲା। ବିଶେଷ କରି ଗତ ବର୍ଷ ହୋଲିରେ ରାଜଧାନୀରେ ଏକ ହତ୍ୟାକାଣ୍ଡ ଭିଆଇବା ପରେ ପରିବାର ସହ ତାର ସମ୍ପର୍କ ଆହୁରି ବିଗିଡ଼ି ଯାଇଥିଲା। ପରିବାର ଲୋକେ ରାକେଶ ସହ କଥା ହେବା ମଧ୍ୟ ବନ୍ଦ କରିଦେଇଥିଲେ। ଯେଉଁଥି ପାଇଁ ରାକେଶ ବୃନ୍ଦେଇପୋଷିରେ ଲିଫ୍ଟ ଇରିଗେସନ୍‍ କାମ କରିବା ସହ ରାମଚନ୍ଦ୍ର ନାୟକଙ୍କ ଘରେ ଭଡ଼ାରେ ରହୁଥିଲେ। ଏପରିକି ଘର ସହ ସମ୍ପର୍କ ଭଲ କରିବା ପାଇଁ ରାକେଶ ସେଠାରେ ଥିବା ଏକ ମନ୍ଦିରରେ ୧୦୮ ନଡ଼ିଆ ମାନସିକ ରଖିଥିଲା ବୋଲି ପୁଲିସ ପଚରାଉଚରା ବେଳେ ଘର ମାଲିକ ରାମଚନ୍ଦ୍ର ପୁଲିସକୁ କହିଛନ୍ତି। ଏହି ନଡ଼ିଆ ପୂଜା ସୁଷମା ନାୟକ କରିଥିବା ସେ ପୁଲିସକୁ କହିଛନ୍ତି। ଯାଜପୁର ପୁଲିସ ଏନେଇ ସ୍ପଷ୍ଟ କରିବା ପାଇଁ ମଧ୍ୟ ସୁଷମାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ଅନ୍ୟପଟରେ ଯାଜପୁର ପୁଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାବା ପାଇଁ ଜୋରଦାର ଲାଗିପଡ଼ିଛି। ଏହି ହତ୍ୟାକାଣ୍ଡ ଏକ ଯୋଜନା ବନ୍ଦ ହୋଇଥିବାରୁ ପୁଲିସ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପ୍ରମାଣ ଯୋଗାଡ଼ କରୁଛି। ମିଳିଥିବା ଭିସେରା ରିପୋର୍ଟ ଏବଂ ବ୍ୟବଛେଦ ରିପୋର୍ଟକୁ ତନ୍ନ ତନ୍ନ କରି ଯାଜପୁର ପୁଲିସ ଯାଞ୍ଚ କରୁଛି। ହେଲେ ପୁଲିସ ରିପୋର୍ଟକୁ ଦେଖି ବାଉଳା ହୋଇଯାଉଥିବାରୁ ଫରେନ୍‍ସିକ୍‍ ଟିମ୍‍ର ସହଯୋଗ ନେଇଛି। ରାଜ୍ୟ ଫରେନ୍‍ସିକ୍‍ ଏକ୍ସପର୍ଟର ଏକ ୭ଜଣିଆ ଟିମ୍‍ ସହ ଯାଜପୁର ପୁଲିସ ବ୍ୟବଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟକୁ ଯାଞ୍ଚ କରୁଛି। ଖୁବ୍‍ ଶୀଘ୍ର ମାମଲା ଉପରୁ ପରଦା ହଟାଇ ପୁଲିସ ହତ୍ୟାକାଣ୍ଡର ପୁରା ଘଟଣା ଲୋକଲୋଚନକୁ ଆଣିବ ବୋଲି ଯାଜପୁର ପୁଲିସର ଜଣେ ଅଧିକାରୀ କହିଛନ୍ତି।

ଏହାସହ ଅଭିଯୁକ୍ତ ରାକେଶକୁ ଲାଏ ଡିଟେକ୍‍ସନ୍‍ ଟେଷ୍ଟ କରାଯିବ। ଏଥିଲାଗି ଖୁବ୍‍ ଶୀଘ୍ର କୋର୍ଟରେ ଆବେଦନ କରାଯିବ। କୋର୍ଟ ଅନୁମତି ଦେବା ପରେ ରାକେଶର ଲାଏଡିଟକ୍‍ସନ୍‍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଏହି ମାମଲାରେ ଫେରାର ଥିବା ରାକେଶର ସହଯୋଗୀକୁ ପୁଲିସକୁ ଗିରଫ କରିବାରେ ବିଫଳ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍‍ ରାଜ୍ୟ ବାହାରକୁ ଯାଇଛି। ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଯାଜପୁର ପୁଲିସ କହିଛି।