Subhadra Yojana SOP - The Sakala
ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ, ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ସୁଭଦ୍ରା ଆବେଦନ ହେଉ ଅବା ଅଧାରରେ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ହେଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲାଗିରହିଛି। ତେବେ ଏହାରି ମଧ୍ୟରେ ରାଜ୍ୟର କିଛି ସ୍ଥାନରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସୁଭଦ୍ରା ଫର୍ମ ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ସ୍ଥାନରେ ମାଗଣା ଫର୍ମ ନଦେଇ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଜଣାପଡିଛି। ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ।
ରାଜ୍ୟର କିଛି ଜିଲ୍ଲାରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ଫର୍ମ ମାଗଣା ବୋଲି ସରକାର ଘୋଷଣା କରିଛନ୍ତି। ଏଣୁ ଏଥି ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ। ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ଜିଲ୍ଲା ପ୍ଲାଙ୍କୁ ସୁଭଦ୍ରା ଯୋଜନାରେ କିଛି ଲୋକ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଏହାର ପୂରଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ସେପଟେ ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟଙ୍କା ମାଗିବା ଅଭିଯୋଗରେ ୩ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ହିତାଧିକାରୀଙ୍କୁ ଦୁର୍ବ୍ୟବହାର ଓ ଫର୍ମ ନଦେବା ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ସରଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କର ମଧ୍ୟ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ମାଗିଥିବାରୁ ଡେରାବିଶର ୨ଜନସେବା କେନ୍ଦ୍ର ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି।
କାଲିଠୁ ଗଡ଼ିବ ‘ସୁଭଦ୍ରା’ ସଚେତନତା ରଥ
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।
ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ନକଲି ୱେବ୍‌ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର : ‘ସୁଭଦ୍ରା’ ଯୋଜନା ପାଇଁ ସେପ୍ଟେମ୍ବର ୧ ତାରିଖଠାରୁ ଆବେଦନ ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଆଉ ଏହାରି ମଧ୍ୟରେ ଗତକାଲି ମଧ୍ୟ ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରାଯାଇଛି।
ତେବେ ଲୋକମାନେ ଫର୍ମ ପୂରଣ କରୁଥିଲେ ମଧ୍ୟ ଏବେ ଦାଖଲ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆସନ୍ତାକାଲି ଅର୍ଥାତ ୪ ସେପ୍ଟେମ୍ୱର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହେବ। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ଦ୍ୱାରା ନିରୂପିତ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରାଯିବ।
ଅନ୍ୟପଟେ ଏହି ଯୋଜନାର ଲାଭ ପାଇବା  ପାଇଁ ଲୋକମାନେ ଭିଡ ଜମାଉଥିବା ବେଳେ କିଛି ଲୋକ ଆବେଦନ ଶେଷ ହୋଇଯିବ ବୋଲି କହି ଅଧିକ ଭୟଭିତ କରୁଥିବା ନଜର ଆସିଛି। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ଏନେଇ ଲୋକ ଚିନ୍ତିତ ହୁଅନ୍ତୁ ନାହିଁ। ସେପଟେ ସୁଭଦ୍ରା ଯୋଜନାର ୱେବସାଇଟ ଜାମ ହେବାକୁ ନେଇ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନା ଏତେ ହାଇଲାଇଟ ହୋଇଛି ଯେଉଁଥିପାଇଁ ଜାମ ହେଉଛି।
କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ?
ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।
ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବେ
ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ
ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍‌ ମାରିବାକୁ ହେବ
ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ
ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ
ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ
ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ
ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ
ଆବେଦନ କରିବା ପରେ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ
ସୋମବାର ଉନ୍ମୋଚିତ ହୋଇଥିବା ୱେବ୍‌ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ୱନ୍ଧୀୟ କୌଣସି ନୂଆ ଘୋଷଣା ମଧ୍ୟ ମହିଳାମାନେ ଏହି ୱେବ ପୋର୍ଟାଲରେ ପାଇପାରିବେ ଅନ୍ୟ କିଛି ଜାଣିବାକୁ ହେଲେ ମହିଳମାନେ ଟୋଲ ଫ୍ରୀ ନମ୍ୱର -୧୪୬୭୮ ରେ କଲ କରିପାରିବେ।
ଭୁବନେଶ୍ବର : ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାକୁ ନେଇ ଆସିିଛି ବଡ଼ ଖବର। ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବାକୁ ଘୋଷଣା ହୋଇଥିଲେ ମଧ୍ୟ ଏସ୍‌ଓପି ଆସିନଥିବା କାରଣରୁ ସୁଭଦ୍ରା ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେମିତି ଆବେଦନ କରିବେ ତାହା ଜଣାପଡୁନଥିଲା। ତେବେ ଆଜି ଏହି ସମସ୍ୟା ଦୂର ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି।
ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ଏହାର ନିୟମାବଳୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ‘ସୁଭଦ୍ରା ଯୋଜନା’ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା। ଏପରି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ।
କେମିତି କରିବେ ଆବେଦନ
ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ‘ସୁଭଦ୍ରା’ ପାଇଁ ଏକ କଲ୍‌ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ । ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏକ “ସୁଭଦ୍ରା” ସମିତି (ସୋସାଇଟି) ଗଠନ କରାଯିବ।
ବର୍ଷକୁ ମିଳିବ ୧୦ ହଜାର
ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ରେ ୫,୦୦୦/- ଟଙ୍କା ଲେଖାଏଁ ବାର୍ଷିକ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦,୦୦୦ ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ବଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (APBS) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର-ସକ୍ଷମ ଏକକ-ଧାରକ (DBT) ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ “ସୁଭଦ୍ରା” ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ଅନ୍ୟପଟେ ଡିଜିଟାଲ କାରାବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଅତିରିକ୍ତ ୫୦୦ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।
କେଉଁମାନେ ଏହି ଯୋଜନାରୁ ବାଦ୍‌ ପଡିବେ
ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏତଦ୍‍ବ୍ୟତୀତ, କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ତଦୁଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତଦୁଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।