Prithviraj Harichandan - The Sakala

ରଥଯାତ୍ରା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ପବିତ୍ର ରଥଯାତ୍ରାର ସୁଗମ ପରିଚାଳନା ପାଇଁ ପୂର୍ବରୁ ଜାରି କରାଯାଇଥିବା ୧୦ ସୂତ୍ରୀ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗର ଅଗ୍ରଗତି ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଏକାଧିକ ବିଭାଗର ବରିଷ୍ଠ ସଚିବ ଏବଂ ଗୁଇନ୍ଦା ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କ ସହିତ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା ଏବଂ ମନ୍ଦିର ପରିଚାଳନା ସମ୍ପର୍କରେ ଅଧିକାରୀମାନେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ଏବଂ ଉତ୍ସବର ନିର୍ଘଣ୍ଟକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ
ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା ଦୀର୍ଘ ଦିନରୁ ରହିଆସିଛି। ତେବେ ମନ୍ଦିରକୁ ଆସିପାରୁ ନ ଥିବା ଶ୍ରଦ୍ଧାଳୁମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଖୁବଶୀଘ୍ର ଶ୍ରୀମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନେ ଘରେ ବସି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ନିଜର ଦାନ ଅର୍ଥ ପ୍ରଦାନ କରିପାରିବେ।

ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ଏହି ଅଭିନବ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଭକ୍ତମାନେ ନିଜ ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ମନସ୍କାମନା ପୂରଣ ହେବାର ଖୁସିରେ କିପରି ସହଜରେ ଅନଲାଇନ୍ ମାଧ୍ୟମରେ ଦାନ କରିପାରିବେ, ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଓଡ଼ିଶା ରାଜ୍ୟ ବିଧି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ବତନ୍ତ୍ର ସଚିବ ପ୍ରଣବ ପାତ୍ର ଏବଂ ଅତିରିକ୍ତ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆୟକର ଛାଡ଼ ଏବଂ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ଏହି ଅନଲାଇନ୍ ଦାନ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ ଏବଂ ନିରାପଦ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦାନ କରାଯାଇଥିବା ଅର୍ଥରାଶି ଉପରେ ଆୟକର ଛାଡ଼ ବ୍ୟବସ୍ଥା ଲାଗୁ ହେବ। ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ସମସ୍ତ ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଅନ୍ୟପକ୍ଷରେ, ଏହି ବ୍ୟବସ୍ଥାରେ ଯେପରି କୌଣସି ସାଇବର ଠକେଇ ନ ହୁଏ ଏବଂ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇ ନ ପାରନ୍ତି, ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଅତିଥି ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତିର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ ।  ଏ ସମସ୍ତ ବିଷୟ ନେଇ ବୈଠକରେ ହୋଇଛି ଆଲୋଚନା ।

ସ୍ନାନ ଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ବୈଠକରେ ଉପସ୍ଥିତ ରହି ରଥକାଠ, ଦଉଡ଼ି, କପଡ଼ା ଏବଂ ଅନ୍ୟାନ୍ୟ ନୀତି ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ଉତ୍ସବ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସେ ନିଶ୍ଚିତ କରିଛନ୍ତି।

ଏହି ମହାନ ପର୍ବର ସୁଗମ ପରିଚାଳନା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ), ଜିଲ୍ଲା ପ୍ରଶାସନ, ପୋଲିସ, ସେବାୟତ ଏବଂ ଦଇତାପତି ନିଯୋଗ ମଧ୍ୟରେ ଉତ୍ତମ ସମନ୍ୱୟ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭକ୍ତମାନଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ ଏବଂ ସୁରକ୍ଷା କର୍ମୀଙ୍କ ମୁତୟନ ଉପରେ ରଣନୀତି ପ୍ରସ୍ତୁତ କରିଥିଲେ।

ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ, ଲାଗିବ ଅପରାଧ ଆକ୍ଟ
ଭୁବନେଶ୍ୱର: ସୋସିଆଲ ମିଡିଆରେ ଲାଗିବ ଅଶ୍ଳୀଳ ଭାଷା ଅଙ୍କୁଶ । ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ ହେବ ବୋଲି ଚେତାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ସରକାର ଆଣିବେ କଠୋର ଆଇନ । ଅପଶବ୍ଦ ବ୍ୟବହାର ଉପରେ ଅଙ୍କୁଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ଅପଶବଦ୍ଦ ଓ ଘୃଣୀତ ଅପରାଧ ଆକ୍ଟ ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି, ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି।

ରତ୍ନଭଣ୍ଡାର ଗଣତି ମଣତି: ଏସଓପି ଉପରେ ଲାଗିଲା ମୋହର, ଖୁବଶୀଘ୍ର ହେବ ତାରିଖ ଘୋଷଣା
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବହୁ ପ୍ରତୀକ୍ଷିତ ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆଜି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ହୋଇଥିବା 'ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର' (SOP) ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ଏସଓପି ଉପରେ ମୋହର, ତାରିଖ ଘୋଷଣା ଅପେକ୍ଷାରେ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରଗୁଡ଼ିକର ସୁରକ୍ଷିତ ଗଣତି ଓ ଯାଞ୍ଚ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୈଠକରେ ଏସଓପିକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ବେଳେ, ଖୁବଶୀଘ୍ର ଗଣତି ମଣତି ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ପ୍ରତିବଦ୍ଧତା

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ସ୍ଥିତି ଯାଞ୍ଚ ପାଇଁ ପ୍ରତିଶ୍ରୁତିବଦ୍ଧ। ୧୯୭୮ ମସିହାରେ ଶେଷଥର ପାଇଁ ହୋଇଥିବା ତାଲିକା ସହ ବର୍ତ୍ତମାନର ଅଳଙ୍କାର ମେଳ କରାଯିବ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ପାଇଁ ସରକାର ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍ ଏବଂ ଭିଡିଓଗ୍ରାଫିର ବ୍ୟବସ୍ଥା ମଧ୍ୟ କରିପାରନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମହାପ୍ରଭୁଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରି ବରଦାସ୍ତ କରାଯିବ ନାହିଁ: ଆଇନ ମନ୍ତ୍ରୀ
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କଲାଣି । ବାସେଳି ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନୂଆ ପରିଚାଳନା କମିଟି ହେବା ପରେ, 2003 ର ୟୁନିଫର୍ମ ପଲିସି ଆଧାରରେ ଯେଉଁଠି ବି ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ଖୁବ ଶୀଘ୍ର ଏହାର କାର୍ଯ୍ୟାନୟନ ଆରମ୍ଭ ହେବ । ମହାପ୍ରଭୁଙ୍କ ପାଇଁ 800 ରୁ 1000 କୋଟିର କରପସ ଫଣ୍ଡ ଗଠନ ହେବ । ଏଥିରେ ସୁବିଧାରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ବ୍ୟବହାର ଯୋଗ୍ୟ ଜମି ପାଇଁ ରିହାତି ଦରରେ ଜମି ଦିଆଯିବ । ସେହି ଜମିରେ ମାର୍କେଟ ଭ୍ୟାଲୁରେ ଲୋକଙ୍କୁ ଦିଆଯିବ । ପ୍ରଥମେ ଓଡ଼ିଶା ଭିତରେ ଥିବା ଜଗନ୍ନାଥ ଜମି ଚି଼ହ୍ନଟ ହୋଇଛି । ତା ପରେ ବାହାରେ ଥିବା ଜମିର ଚି଼ହ୍ନଟ ପ୍ରକ୍ରିୟା କରାଯିବ । ଯଦି କେହି ବିକ୍ରି କରିଥିବେ, କଠୋର ଦଣ୍ଡ ଦିଆଯିବ । ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାପ୍ରଭୁଙ୍କ ଇଞ୍ଚେ ଜମି ବିକ୍ରି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର, ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖରେ ରହିବନି ମଦ ଦୋକାନ: ଅବକାରୀ ମନ୍ତ୍ରୀ
ଭୁବନେଶ୍ବର: ଆଜି ବିଧାନସଭା ଦ୍ବିତୀୟ ଅଧିବେଶନର ୪ର୍ଥ ଦିନ। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।  ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ। ନିର୍ଦ୍ଧିଷ୍ଟ ଦୂରତାରେ ମଦ ଦୋକାନ ରହିବ। ଏକ ବର୍ଷ ମଧ୍ୟରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ଚିକିଟି ମୃତକ ତଥ୍ୟ ଲୁଚା ଯାଇନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ। ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ତେବେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଆସନ୍ତୁଷ୍ଟ ହୋଇ ବିଜେଡି ଓ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ।