Kolkata doctor rape-murder case - The Sakala

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା: ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଛି ଏକ ମାସ। ଗତ ଅଗଷ୍ଟ ୮-୯ ତାରିଖ ରାତିରେ ଜୁନିୟର ଡାକ୍ତର ଅଭୟାଙ୍କୁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ବର୍ବରତା ଘଟଣାକୁ ଆଜକୁ ଏକମାସ ପୂରଣ ହୋଇଛି। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଥିବା ବେଳେ ଏବେ ବି ମେଡିକାଲ୍‌ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ହେଲେ ମାମଲାକୁ ଏକ ମାସ ବିତିଥିଲେ ସୁଦ୍ଧା ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଓ ସିବିଆଇ। ଏହି ଲୋମହର୍ଷଣକାରୀ ଘଟଣାରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଓ ସାଥି ଡାକ୍ତର।

ମାମଲାର ତଦନ୍ତ ଭାର ସିବିଆଇ ନେଇଥିବା ବେଳେ ସୋମବାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି ସିବିଆଇ। ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ । ମଙ୍ଗଳବାର ଏହାର ସମୀକ୍ଷା କରାଯିବ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପରଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ତେବେ ସୋମବାର ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଯାଂଚ ରିପୋର୍ଟ, ଡାକ୍ତରଙ୍କ ଆନ୍ଦୋଳନ ଏବଂ ସିଆଇଏସଏଫ ଯବାନଙ୍କ ସୁବିଧା ଉପରେ ଶୁଣାଣି କରିଛନ୍ତି କୋର୍ଟ। ତେବେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏକାଧିକ କଥା ସାମ୍ନାକୁ ଆସିଛି। ମାମଲାରେ ଏଫଆଇଆର ପଞ୍ଜିକରଣ କରିବାରେ ୧୪ଘଂଟା ବିଳମ୍ବ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଆନ୍ଦୋଳନରେ ଥିବା ଡାକ୍ତରଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଯେ, ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଡାକ୍ତରଙ୍କ କର୍ତବ୍ୟ ହେଉଛି ରୋଗୀଙ୍କ ସେବା କରିବା, ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ଯଦି ଆନ୍ଦୋଳନରତ ଡାକ୍ତରମାନେ ନିଜ ନିଜ କାମରେ ଯୋଗ ନଦିଅନ୍ତି ତେବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଅନ୍ୟପକ୍ଷରେ, ସିଆଇଏସ୍‌ଏଫ୍‌ ଯବାନଙ୍କ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ। ସେମାନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବାକୁ ରାଜ୍ୟର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନେ ଆରଜି କର ଡାକ୍ତରଖାନାରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ
କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ୧୩ ଦିନ ପୂରିଛି। ଏଭଳି ଏକ ଜଘନ୍ୟ ଏବଂ ଅମାନବୀୟ ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା କୁହାଯାଉଥିଲେ ହେଁ ଏବେ ସୁଦ୍ଧା ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ ହାତରୁ ଏହି ଘଟଣାର ଯାଞ୍ଚ ସିବିଆଇ ହାତକୁ ଯାଇଛି। ଆଜି ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାର ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି। ଏହାସହିତ ଯେଉଁମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ଜେରା କରାଯାଇଛି ସେମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ଷ୍ଟାଟସ୍‌‌ ରିପୋର୍ଟରେ ଦିଆଯାଇଛି। ଘଟଣାସ୍ଥଳ ସୁରକ୍ଷିତ ନ ଥିବା ତଦନ୍ତକାରୀ ସଂସ୍ଥା ରିପୋର୍ଟରେ ଦର୍ଶାଇଛି। ସିବିଆଇ ସହିତ କଲକାତା ପୁଲିସ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛି।

ଏବେ ସିବିଆଇର ଫୋକସ୍‌ ଆରଜିକେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ କୋଲକାତା ପୁଲିସ ଉପରେ ନିବଦ୍ଧ ହୋଇଛି। ସମ୍ପୂର୍ଣ୍ଣ ଘଟଣାକୁ ନେଇ ସନ୍ଦୀପଙ୍କ କାର୍ଯ୍ୟକଳାପ ଏବେ ସନ୍ଦେହ ଘେରରେ ରହିଥିଲା ବେଳେ କ୍ରମାଗତ ୬ ଦିନ ଧରି ସିବିଆଇ ଟିମ୍‌ ସନ୍ଦୀପଙ୍କୁ ପଚରାଉଚରା କରିଛି। ଘଟଣାକ୍ରମର ବିଭିନ୍ନ ଦିଗକୁ ନେଇ ସିବିଆଇ ସନ୍ଦୀପଙ୍କୁ ପ୍ରଶ୍ନବାଣରେ ଘେରିଥିଲା ବେଳେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇ ନପାରି ସେ ଚୁପ୍‌ ରହିଥିବା କେତେକ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି।

କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ହେବ ମିଛଧରା ପରୀକ୍ଷା
ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଏବେ ମଧ୍ୟ ସାରା ଦେଶରେ ଉଦବେଗ ଜାରି ରହିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ସହିତ ଦେଶରେ ମହିଳାଙ୍କ ସୁରକ୍ଷା ମିଳିବା ନେଇ ଏବେ ସାରା ଦେଶରେ ସ୍ବର ଉଠିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। କାରଣ ଏହି ଘଟଣାକୁ ନେଇ ମମତା ଚାରିପଟୁ ଘେରାବନ୍ଦୀ ହେବା ଭଳି ସ୍ଥିତି ଉପୁଜିଛି। ଡାକ୍ତର ହତ୍ୟା ଘଟଣାକୁ ନେଇ ପ୍ରଥମେ କୋଲକାତା ହାଇକୋର୍ଟ କୋଲକାତା ପୁଲିସର ଭୂମିକା ପ୍ରତି ପ୍ରଶ୍ନ ଉଠାଇବା ସହିତ ଘଟଣାର ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେବା ମମତାଙ୍କ ପାଇଁ ପ୍ରଥମ ଝଟକା ହୋଇଥିଲା।

ଏହାପରେ ସୋମବାର ଶବବ୍ୟବଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ମମତାଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ପୀଡ଼ିତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିବାରୁ ପୂର୍ବରୁ ଡାକ୍ତର ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଥିବା ବିଷୟ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ମମତାଙ୍କୁ ଭର୍ତ୍ସନା କରିଥିଲା ବେଳେ ସେ ମହିଳାଙ୍କୁ ସୁରକ୍ଷା ଦେବାକୁ ସମର୍ଥ ନୁହେଁ ବୋଲି କହିବା ପରେ ସୋମବାର ଦିଲ୍ଲୀ ଗସ୍ତ କରିବା ମମତାଙ୍କ ପାଇଁ ପୁଣି ସମସ୍ୟା ବଢାଇଛି।

ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଏବ ଜରୁରୀକାଳୀନ ବୈଠକରେ ଏହି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ସେପଟେ ଡାକ୍ତର ହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିଜ ପକ୍ଷରୁ ମାମଲା ରୁଜୁ କରିବା ସହିତ ଏହା ଉପରେ ଆସନ୍ତାକାଲି ଶୁଣାଣି ହେବାକୁ ଯାଉଛି। ପ୍ରଧାନବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଏହି ପ୍ରସଙ୍ଗରେ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ତେଣୁ ମମତା ଚାରିପଟୁ ଘେରି ହୋଇଯାଇଥÒଲା ବେଳେ ତାଙ୍କ ପାଇଁ ଏହି ଘଟଣା ବଡ଼ ଆହ୍ବାନ ସୃଷ୍ଟି କରିଛି। ଡାକ୍ତର ମୃତ୍ୟୁ ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନ ମଧ୍ୟ ବନ୍ଦ କରିନାହାନ୍ତି। ବରଂ ସେମାନେ ରାସ୍ତା କଡ଼ରେ ରୋଗୀଙ୍କୁ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଏହାମଧ୍ୟ ସବୁ ମହଲ ପାଇଁ ଦୃଷ୍ଟି ଆକର୍ଷଣ କରିବାର ବାଟ କଢାଇଛି। ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରିବାକୁ ସିବିଆଇକୁ ଅନୁମତି ମିଳିଯାଇଥÒବାରୁ ଆଗାମୀ ଦିନରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରି ଛାତ୍ରୀ ଗିରଫ

ପୀଡ଼ିତା ଡାକ୍ତରଙ୍କ ପରିଚୟ ସାର୍ବଜନୀନ କରିବା ଅଭିଯୋଗରେ କୋଲକାତା ପୁଲିସ୍‌ ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରୀ ଜଣକ ଅଗଷ୍ଟ ୯ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ଫଟୋ ନିଜ ଇଷ୍ଟାଗ୍ରାମ ଆଇଡିରେ ଶେୟାର କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ଗିରଫ ଛାତ୍ରୀ ହେଉଛନ୍ତି କୀର୍ତ୍ତି ଶର୍ମା। କୀର୍ତ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ବୟାନ ଦେଇଛନ୍ତି। ମମତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭଳି ହତ୍ୟା କରାଯିବା ଉଚିତ ବୋଲି ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କର ଏଭଳି ପୋଷ୍ଟକୁ ନେଇ ପୁଲିସ୍‌ ଲେକ ଟାଉନ ସ୍ଥିତ ଘରୁ ଗିରଫ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତଙ୍କ ସମ୍ପର୍କରେ ଅଭିଯୋଗ ଆସିବା ପରେ ତାଙ୍କ ସୋସିଆଲ ଆକାଉଣ୍ଟ ଚଳାଉଥିବା ଯୁବତୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାସ୍ତା କଡ଼ରେ ଓପିଡି ଖୋଲିଲେ ଡାକ୍ତର

ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ଏବେ ଡାକ୍ତରମାନେ ବିକ୍ଷୋଭ କରିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି। ଏହିକ୍ରମରେ ସୋମବାର ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। କାର୍ଯ୍ୟରତ ଡାକ୍ତର ଏବଂ ସେବା କର୍ମୀଙ୍କୁ ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି। ଏବେ ସକାଳ ୧୧ ଟାରେ ସମସ୍ତ ରେସିଡେଣ୍ଟ ଡାକ୍ତର ନିର୍ମାଣ ଭବନରେ ରୋଗୀଙ୍କୁ ବିକଳ୍ପ ଓପିଡି ସେବା ପ୍ରଦାନ କରିବେ ବୋଲି କୁହାଯାଇଛି।