Varun Dhawan - The Sakala
‘ବର୍ଡର-୨’ର ଧମାକାଦାର ପୋଷ୍ଟର ରିଲିଜ୍: ଏହି ଐତିହାସିକ ଦିନ ସାମ୍ନାକୁ ଆସିବ ଟିଜର, ଫ୍ୟାନ୍ସ ଉତ୍ସାହିତ...
ମୁମ୍ବାଇ: ୨୦୨୬ ମସିହାର ସବୁଠାରୁ ବଡ଼ ତଥା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର "ବର୍ଡର-୨" (Border 2) କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ନିକଟରେ ଫିଲ୍ମର ନିର୍ମାତାମାନେ ଏକ ଦମଦାର ମୋସନ୍ ପୋଷ୍ଟର ଜାରି କରିବା ସହ ଫିଲ୍ମର ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ବଲିଉଡର ଦିଗ୍ଗଜ ଅଭିନେତା ସନ୍ନି ଦେଓଲଙ୍କ ସମେତ ବରୁଣ ଧୱନ, ଦିଲଜିତ ଦୋସାଞ୍ଝ ଏବଂ ଅହାନ ଶେଟ୍ଟୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
କେବେ ଆସିବ ଟିଜର?
ଦେଶଭକ୍ତିର ନିଆରା ପରିଚୟ ବହନ କରୁଥିବା ଏହି ଫିଲ୍ମର ଟିଜର ଆସନ୍ତା ଡିସେମ୍ବର ୧୬ ତାରିଖ (ବିଜୟ ଦିବସ) ଅବସରରେ ଦିନ ୧ଟା ୩୦ ମିନିଟରେ ମୁକ୍ତିଲାଭ କରିବ। ୧୯୭୧ ଯୁଦ୍ଧରେ ଭାରତର ଐତିହାସିକ ବିଜୟ ଏବଂ ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ନିର୍ମାତାମାନେ ଏହି ବିଶେଷ ଦିନଟିକୁ ବାଛିଛନ୍ତି।
https://www.instagram.com/p/DSJ8BPQjM8C/
ଜଳ, ସ୍ଥଳ ଓ ଆକାଶରେ ଦେଖିବାକୁ ମିଳିବ ପରାକ୍ରମ
ଜାରି ହୋଇଥିବା ନୂଆ ପୋଷ୍ଟରରେ ଭାରତୀୟ ସେନାର ତିନି ବାହିନୀର ଝଲକ ଦେଖିବାକୁ ମିଳିଛି।
ସନ୍ନି ଦେଓଲ ଓ ବରୁଣ ଧୱନ: ଭାରତୀୟ ସ୍ଥଳସେନା (Indian Army) ବେଶରେ।
ଅହାନ ଶେଟ୍ଟୀ: ନୌସେନା (Indian Navy) ଅଧିକାରୀ ଭାବରେ।
ଦିଲଜିତ ଦୋସାଞ୍ଝ: ବାୟୁସେନା (Indian Air Force) ର ବୀରତ୍ୱ ପ୍ରଦର୍ଶନ କରୁଥିବା ଦେଖାଯାଇଛି।
ରିୟଲ ଲାଇଫ୍ ହିରୋଙ୍କ କାହାଣୀ
୧୯୯୭ର ବ୍ଲକବଷ୍ଟର ଫିଲ୍ମ 'ବର୍ଡର'ର ଏହା ସିକ୍ୱେଲ୍ ଅଟେ। ଏଥିରେ ସନ୍ନି ଦେଓଲ ପୁଣିଥରେ ମେଜର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଭୂମିକାରେ ନଜର ଆସିବେ। ସେହିପରି ଦିଲଜିତଙ୍କ ଚରିତ୍ର ପରମ ବୀର ଚକ୍ର ବିଜେତା ନିର୍ମଳ ଜିତ ସିଂ ସେଖୋନ ଏବଂ ବରୁଣଙ୍କ ଚରିତ୍ର କର୍ଣ୍ଣେଲ ହୋସିୟାର ସିଂ ଦହିୟାଙ୍କ ବୀରତ୍ୱ ଗାଥା ଉପରେ ଆଧାରିତ ହେବ।
ସୂଚନାଯୋଗ୍ୟ ଯେ, 'ବର୍ଡର-୨' ଆସନ୍ତା ୨୩ ଜାନୁଆରୀ ୨୦୨୬ରେ ସିନେମା ଘରେ ମୁକ୍ତିଲାଭ କରିବ।
ବଲିଉଡ୍‌ର ଲୋକପ୍ରିୟ କଳାକାର ସନ୍ନି ଦେୱଲଙ୍କ ଅଭିନୀତ ଫିଲ୍ମ ‘ବର୍ଡର’ ୧୯୯୭ ମସିହାରେ ଆସିଥିଲା। ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭାରତ-ପାକିସ୍ତାନ ଯୁଦ୍ଧକୁ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ସନ୍ନି ଏହାର ସିକ୍ବେଲ ବିଷୟରେ ଘୋଷଣା କରିଥିଲେ। ଏଥିରେ ସନ୍ନିଙ୍କୁ ଲିଡ୍‌ ରୋଲରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଛି। ତେବେ ଫିଲ୍ମର କଳାକାର ଏଯାଏଁ ଫାଇନାଲ ହୋଇନାହାନ୍ତି। ଇତିମଧ୍ୟରେ ବରୁଣ ଧୱନ୍‌ଙ୍କ ଏହି ଫିଲ୍ମରେ ଏଣ୍ଟ୍ରି ହୋଇଛି। ବରୁଣଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଆୟୁଷ୍ମାନ୍‌ ଖୁରାନା ମଧ୍ୟ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କୌଣସି କାରଣବଶତଃ ଏଥିରୁ ଆୟୁଷ୍ମାନ୍‌ଙ୍କୁ ବାଦ୍‌ ଦିଆଯାଇ ବରୁଣଙ୍କୁ ନିଆଯାଇଛି। ତେବେ ‘ବର୍ଡର-୨’କୁ ୨୦୨୫ ଗଣତନ୍ତ୍ର ଦିବସ ଅବସରରେ ରିଲିଜ୍‌ କରାଯିବା ପାଇଁ ଯୋଜନା ରହିଛି।