earthquake in russia - The Sakala

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ, ଥରି ଉଠିଲା କୋଠା, ଫାଟିଲା ଜ୍ୱାଳାମୁଖୀ
ମସ୍କୋ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବଡ ବଡ ଅଟ୍ଟାଳିକାଗୁଡିକ ଥରିଉଠିବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଥିବା ଜଣାପଡିଛି । ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ଆଗ୍ନେୟଗିରିରୁ ଲାଭା ବାହାରିବା ସହ ମାଇଲ ମାଇଲ ଉପରକୁ ଉଠୁଛି ପାଉଁଶ । ୫ ମାଇଲ୍ ବା ୮ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ପେଟ୍ରୋପାଭାଲୋସ୍କ ଠାରୁ ପ୍ରାୟ ୫୫ ମାଇଲ ଦୂରରେ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି ।